୯ମ ଦିନରେ ଆମରଣ ଅନଶନ: ଅସୁସ୍ଥ ହୋଇପଡ଼ିବା ଯୋଗୁ ୨ କାଉନସିଲର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଦେବଗଡ଼,୨।୮(ଡି.ଏନ୍‌.ଏ.) : ଦେବଗଡ଼ ପୌର ପରିଷଦ ମହାଦୁର୍ନୀତିର ତଦନ୍ତ ସହ ୧୫ ଦଫା ଦାବି ନେଇ ପୌର ପରିଷଦର ୭ କାଉନସିଲରଙ୍କ ଆମରଣ ଅନଶନ ମଙ୍ଗଳବାର ୯ମ ଦିନରେ ପହଞ୍ଚିଛି। ହେଲେ ଏଯାବତ ଏହାର କୌଣସି ସମାଧାନ ହୋଇ ପାରିନାହିଁ। ଜିଲା ପ୍ରଶାସନ ଜାଣି ଶୁଣି ଅନଶନକାରୀଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ କରି କାଉନସିଲରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଅନ୍ୟ ପକ୍ଷରେ ଅନଶନକାରୀ ପାରିଷଦଙ୍କୁ କଂଗ୍ରେସ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ସମର୍ଥନ କରୁଥିବାରୁ ଆଗାମୀ ଦିନରେ ଜିଲା ପ୍ରଶାସନ ଓ ପୌର ରାଜନୀତିରେ ନୂଆମୋଡ଼ ଆସିବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି। ତେବେ ୨ ଜଣ କାଉନସିଲର ଇତିଶ୍ରୀ ମିଶ୍ର, ଓ ସରୋଜିନୀ ମୁଣ୍ଡା ଅସୁସ୍ଥ ହେବାରୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଯୋଗ୍ୟ, ଦେବଗଡ଼ ଦୈନିକ ପରିବା ବଜାର ଟେଣ୍ଡରରେ ଅନିୟମିତତା ହୋଇଥିବାରୁ ଏହି ଟେଣ୍ଡର ରଦ୍ଦ, ପୌର ପରିଷଦର ପୂର୍ବତନ କର୍ମଚାରୀଙ୍କ ଅବସରକାଳୀନ ଅର୍ଥହଡପ ଅଭିଯୋଗରେ ଫେରାର ଥିବା ପୌର ପରିଷଦର ଫେରାର ଏକାଉଣ୍ଟଟାଣ୍ଟ ବିନୋଦ ନାଗରଙ୍କ ଗିରଫ ଦାବି ସହ ଅନ୍ୟାନ୍ୟ ଦାବିରେ ଅନଶନ ଜାରି ରହିଛି। ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ବରିଷ୍ଠ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା, କାର୍ତ୍ତିକ ମହାକୁଳ, ମଧୁସୂଦନ ବାଘ, ଇତିଶ୍ରୀ ମିଶ୍ର, ସରୋଜିନୀ ମୁଣ୍ଡା ଓ ପିଙ୍କି ସାହୁ ପ୍ରମୁଖ ଗତ ଜୁଲାଇ ୨୫ ତାରିଖରୁ ପୌର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି l ମଙ୍ଗଳବାର ରାଜ୍ୟ ଭାଜପାର ସମ୍ପାଦକ ଟଙ୍କଧର ତ୍ରିପାଠୀ, ଜିଲା ଭାଜପା ସଭାପତି ମୀନକେତନ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ସାହୁ, ଜିଲା ଉପସଭାପତି ଭାରତ ଭୂଷଣ ପ୍ରଧାନ, ବିରଞ୍ଚି ବେହେରା, ସାଧାରଣ ସମ୍ପାଦକ ସମୀର ସାହୁ, ନଗର ସଭାପତି ଦିବ୍ୟଶଙ୍କର ଖୁଣ୍ଟିଆ ସେମାନଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ କଲେଜ ଦାବି ତେଜିଲା: ଦସ୍ତଖତ ଅଭିଯାନ, ପଥପ୍ରାନ୍ତ ସଭା

ଭଦ୍ରକ ଅଫିସ, ୧୬ା୯- ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଛି। ରବିବାର ସ୍ଥାନୀୟ ଗୋଶାଳାଛକ ଠାରେ ଭଦ୍ରକ ଜିଲା ଯାଦବ ଓ...

ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୩୫କୁ ବୃଦ୍ଧି ପାଇଛି। ୭ ମୃତକଙ୍କ...

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

ରାଜନଗର, ୧୨।୧ (ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବୁଧବାରଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଭିତରକନିକାର ନଦୀ ନାଳରେ ଥିବା ବଉଳା...

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ ଜେଇ

ରେଢାଖୋଲ, ୧୯।୪(ଡି.ଏନ.ଏ.): ସ୍ତ୍ରୀଙ୍କୁ ଯୌତୁକଜନିତ ନିର୍ଯାତନା ଦେବା ଅଭିଯୋଗରେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକରେ କାର୍ଯ୍ୟରତ ଗ୍ରାମ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବିଭୁପ୍ରସାଦ ବେହେରା...

ଆଗରେ ଚାଲିଛି ବିଜେଡି: ତିର୍ତ୍ତୋଲରେ ୧୦,୭୩୬ ଭୋଟରେ ଆଗୁଆ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ଉଭୟ ଆସନରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ତିର୍ତ୍ତୋଲ...

ନଷ୍ଟହେବାକୁ ବସିଛି ଶତାଧିକ ଏକର ଧାନ ଫସଲ

ପଟ୍ଟାମୁଣ୍ଡାଇ, ୧୫ା୮(ସ୍ବ.ପ୍ର.):ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ପଟ୍ଟାମୁଣ୍ଡାଇର ଧାନ ଅମାର କୁହାଯାଉଥିବା ଉତିକଣ ଭେଡ଼ାରେ ଏବେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି। ବର୍ଷାପାଣିରେ ବୁଡ଼ିରହି ଶତାଧିକ ଏକର...

ଗୁଣ୍ଠାଓ୍ବାର୍ଡା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମହିଳାଙ୍କ ସନ୍ତାନ ପ୍ରସବ

ଚିତ୍ରକୋଣ୍ଡା,୩୧ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାର୍ଡl କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବାହାର ରାଜ୍ୟରୁ ଫେରି ରହୁଥିବା ଅନ୍ତେବାସୀଙ୍କ ମଧ୍ୟରୁ ଜଣେ ମହିଳା ସନ୍ତାନ ପ୍ରସବ...

ରବି ଧାନ କିଣା: କାଗଜପତ୍ରରେ ଧାର୍ଯ୍ୟ ପୂରଣ

ଯାଜପୁର ଅଫିସ, ୧୪।୭: ଗତ ମେ ୧୫ରୁ ଆରମ୍ଭ ହୋଇଥିବା ରବି ଋତୁ ଧାନ କିଣାରେ କୋରେଇ, ଦଶରଥପୁର, ବଡ଼ଚଣା, ବିଞ୍ଝାରପୁର ଓ ଧର୍ମଶାଳା ବ୍ଲକରେ...

Advertisement
Archives

Model This Week