ବାଣ ବିସ୍ଫୋରଣରେ ଭୁଶୁଡ଼ି ପଡିଲା ଘର

ବେଗୁନିଆ,୧୬ା୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା କଣ୍ଟାବାଡ଼ ଗ୍ରାମରେ ଶନିବାର ରାତିରେ ବାଣ ବିସ୍ଫୋରଣ ଘଟି କାଶୀନାଥ ମହାପାତ୍ରଙ୍କ ଘର ସହ ପଡୋଶୀଙ୍କ ୪ ବଖରା କ୍ଷତିଗ୍ରସ୍ତ ହୋଇଛି। ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡ଼ିଛି। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି କାଶୀନାଥଙ୍କ ଘରୁ ଲକ୍ଷାଧିକ ଟଙ୍କାର ବାଣ ଓ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି। ଏ ସମ୍ପର୍କରେ ପୋଲିସ ଏକ ମାମଲା (ନଂ.୧୬୬/୨୦) ରୁଜୁକରି ତଦନ୍ତ ଚଳାଇଛି।
ସୂଚନା ମୁତାବକ, ଦୀର୍ଘ ବର୍ଷ ହେବ କାଶୀନାଥ ବେଆଇନ ଭାବେ ବାଣ କାରବାର କରୁଥିଲେ। ଆଗକୁ ପୂଜା ଥିବାରୁ ସେ ଘରେ ବାଣ ଗଚ୍ଛିତ ରଖିଥିଲେ। ଶନିବାର ରାତି ପ୍ରାୟ ୧୦ଟାରେ କୌଣସି କାରଣରୁ ଏଥିରେ ନିଅଁା ଲାଗି ବିସ୍ଫୋରଣ ହୋଇଥିଲା। ଫଳରେ କାଶୀନାଥଙ୍କ ଛାତ ଘର ସହ ପଡୋଶୀଙ୍କ ୪ ବଖରା କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଏହା ଶୁଣାଯାଇଥିଲା। ବିସ୍ଫୋରଣ ପରେ କାଶୀନୀଥଙ୍କ ପରିବାର ଫେରାର ହୋଇଯାଇଛନ୍ତି। ଖବରପାଇ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଛାନଭିନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ...

ସନ୍ତୋଷଙ୍କ ଟିକେଟକୁ ନେଇ ଜଟଣୀ ରାଜନୀତି ସରଗରମ

ଖୋର୍ଦ୍ଧା/ଜଟଣୀ,୧୬ା୪(ପ୍ରଭାତ ପାଣିଗ୍ରାହୀ/ରବୀନ୍ଦ୍ର ନାଥ ମହାକୁଡ଼):ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଜଟଣୀ ବିଧାନସଭା ଆସନ ପାଇଁ ବିଜେଡି ବିଭୂତି ବଳବନ୍ତରାୟ ଓ...

କାତ୍ୟାୟନୀ ବେଶରେ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଲେ ମା’ ବନଦୁର୍ଗା

ନିରାକାରପୁର,୧୪।୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତରେ ଥିବା ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ବାସନ୍ତୀକ ଚୈତ୍ର ନବରାତ୍ର ପୂଜା...

ଅଙ୍କ ଛିଣ୍ଡୁନି ନା ବିଦ୍ରୋହର ସ୍ବରକୁ ଡର

ଖୋର୍ଦ୍ଧା,୧୪।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ୱର ଲୋକ ସଭା ନିର୍ବାଚନ ପାଇଁ ମେ’୨୫ ତାରିଖରେ ମତଦାନ ହେବ। ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି...

ତତଲା ବାଲି, କଣ୍ଟାରେ ଗଡ଼ିଲେ ମାନସିକଧାରୀ

ଖୋର୍ଦ୍ଧା,୧୪ା୪(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲାର ପୁରପଲ୍ଲୀରେ ମେରୁଯାତ୍ରା ପାଳିତ ହୋଇଯାଇଛି। ମାନସିକସାରୀ ୨୧ ଦିନ ଧରି ନିଷ୍ଠାର ସହ ଉପବାସ ରହି ପର୍ବକୁ ପାଳନ କରିଥିଲେ। ମାନସିକଧାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri