ବିଶ୍ରା, ୧୮ା୬ (ବଟକୃଷ୍ଣ ସ୍ବାଇଁ) ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ବିଶେଷଜ୍ଞ ଡାକ୍ତର। ଫଳରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୧ ଡାକ୍ତର ପଦବୀରୁ ମାତ୍ର ୫ ଜଣ ସର୍ଜନଙ୍କ ତତ୍ତ୍ୱାବଧାନରେ ସ୍ବାସ୍ଥ୍ୟ କେନ୍ଦ୍ର ଚାଲିଛି। କେବଳ ଶିଶୁରୋଗ ବିଶେଷଜ୍ଞଙ୍କୁ ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱ ଦିଆଯାଇଛି। ସେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ କେବେ ରୋଗୀ ଦେଖିନାହାଁନ୍ତି। ସର୍ବଦା ଅଫିସ୍ କାର୍ଯ୍ୟ ତଥା ପ୍ରଶାସନିକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ପ୍ରତିଦିନ ଶହ ଶହ ରୋଗୀ ଏଠାକୁ ଆସୁଥିବା ବେଳେ ଡାକ୍ତରଖାନାରେ ଜଣେ ଡାକ୍ତରଙ୍କ ବ୍ୟତୀତ ଅନ୍ୟମାନଙ୍କ ଦର୍ଶନ ମିଳେନାହିଁ ା କେବଳ ଆୟୁଷ ଡାକ୍ତର ଏହି ଡାକ୍ତରଖାନାକୁ ସାହା ା ଏହି କେନ୍ଦ୍ରରେ ଶିଶୁ, ଶଲ୍ୟ, ଭେଷଜ, ସ୍ତ୍ରୀ-ପ୍ରସୂତି, ଅର୍ଥୋପେଡିକ୍, ଚକ୍ଷୁ ତଥା କର୍ଣ୍ଣ, ନାସା ଓ ଗଳା ବିଶେଷଜ୍ଞ ପଦବୀରେ ନିଯୁକ୍ତି ନାହିଁ ା ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଥା ନ କହିବା ଭଲ ା ୧୩ ନର୍ସ ପଦବୀରୁ ୫ଟି ପଦବୀ ଖାଲି ପଡ଼ିଛି ା ଆବଶ୍ୟକ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତ ନ କରି ପଡ଼ୋଶୀ ରାଜ୍ୟରୁ ଡାକ୍ତର ଆମଦାନୀ କରିବା ସହ ରୋଗୀଙ୍କୁ ମୃତ୍ୟୁମୁଖକୁ ଠେଲି ଦିଆଯାଉଛିା ଏଠାରେ ଥିବା ଏକ୍ସରେ ମେଶିନକୁ ଉଠାଇ ଦିଆଯାଇଛି। ଫଳରେ ରୋଗୀମାନେ ଆର୍ଜିଏଚ୍ ଓ ଆଇଜିଏଚ୍ ଉପରେ ନିର୍ଭର କରୁଛନ୍ତି। ଦୁର୍ଘଟଣାଜନିତ ରୋଗୀ କିମ୍ବା ଗର୍ଭବତୀ ରୋଗୀଙ୍କୁ ମାଗଣାରେ ନେବାଆଣିବା ପାଇଁ ୧୦୮, ୧୦୨ ଆମ୍ବୁଲାନ୍ସ ଜିଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଇଛି। ହେଲେ ଏହା ରୋଗୀଙ୍କ ସେବାରେ ଲାଗିପାରୁ ନାହିଁ ା ଏହାର ଉପଯୁକ୍ତ ମରାମତି ଅଭାବରୁ ଏହା ନଷ୍ଟ ହେବାରେ ଲାଗିଛି। କୌଣସି ଗର୍ଭବତୀ ରୋଗୀ ଆସିଲେ ୧୦୨ ଆମ୍ବୁଲାନ୍ସ କର୍ମଚାରୀ ଅର୍ଥ ଦାବି କରୁଛନ୍ତି। ତେଣୁ ଏସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ବିଜୁ ସ୍ବାସ୍ଥ୍ୟ କାର୍ଡ, ଆୟୁଷ୍ମାନ ଭାରତ ଯୋଜନା ପ୍ରହସନରେ ପରିଣତ ହୋଇଛି ବୋଲି ସେମାନେ କହିଛନ୍ତି। ଏନେଇ କୋକେରମା ଗ୍ରାମର ସାବନ କୁମାର ପ୍ରଧାନ କୁହନ୍ତି, ଖରାରେ ପଡ଼ିଯାଇଥିଲି ା ଡାକ୍ତରଖାନା ଆସିଲି ଥରେମାତ୍ର ଡାକ୍ତର ଆସିଥିଲେ ା ତା’ ପରଠାରୁ ଆଉ କେବେ ଆସିନାହାନ୍ତି। ରୋଗୀଙ୍କୁ ଦିଆଯାଉଥିବା ସକାଳ ରୁଟି, ଦିନବେଳା ଭାତ ଓ ରାତିରେ ରୁଟି ଅତ୍ୟନ୍ତ ନିମ୍ନମାନର ବୋଲି ସେ କହିଛନ୍ତି। ଉଡୁଶ ଗ୍ରାମର ଶୁଲାବତୀ ସିଂ କହିଛନ୍ତି, ପ୍ରଥମେ ବିଶ୍ରା ଡାକ୍ତରଖାନାକୁ ଆସିଥିଲି। ହେଲେ ଏଠାରେ ଡାକ୍ତର ମୋତେ ଦେଖି ଆର୍ଜିଏଚ୍କୁ ପଠାଇ ଦେଇଥିଲେ ା ସାନବିରିଙ୍ଗିଝର ପ୍ରସୂତି ମହିଳା ନରସିମା ପୂର୍ତ୍ତି କୁହନ୍ତି, ଶୁକ୍ରବାର ମୁଁ ଏଠାକୁ ଆସିଥିଲି। ଶନିବାର ମୋର ପ୍ରସବ ବେଦନା ହୋଇଥିଲା। ପ୍ରସବ ପରେ କୌଣସି ଡାକ୍ତର ମୋତେ ଦେଖିବାକୁ ଆସି ନାହାଁନ୍ତି। ମୋତେ ନିୟମିତ ଏଠାରୁ ଖାଦ୍ୟପେୟ ମିଳୁନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ ା ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ପ୍ରକାଶ କୁମାର ସାହୁ ପଚାରିବାରୁ, ଡାକ୍ତର ହୁଅନ୍ତୁ ବା ବିଶେଷଜ୍ଞ ମୋ ହାତରେ ନାହାନ୍ତିା ସେସବୁ ସରକାରଙ୍କ ହାତରେ, କେବଳ ଶିଶୁ ବିଶେଷଜ୍ଞଙ୍କ ବ୍ୟତୀତ ୩ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି ା ଖାଦ୍ୟ ଯୋଗାଣ ଉପରେ ତଦାରଖ କରିବି ବୋଲି କହିଥିଲେ।
Posted inHome, Home Left, ଆମ ଜିଲା ଖବର, ସମ୍ବଲପୁର View All
CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…
ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…
ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ
ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା
ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…
Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ
କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…
ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର
ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…
ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ
ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…
୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି
ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…
UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ
ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

