Posted inଜାତୀୟ

ଠକି ପାରିବନି ହସ୍ପିଟାଲ! ଲାଗିବ ରେଟ୍‌ ଚାର୍ଟ

ନୂଆଦିଲ୍ଲୀ,୧୩।୧୦: ସ୍ବଚ୍ଛ, ଉତ୍ତରଦାୟୀ ଏବଂ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ ପ୍ରଦର୍ଶନ କରାଯିବାକୁ ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ସୋମବାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉଦ୍ଦେଶ୍ୟ ହେଲା ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ସମ୍ବନ୍ଧୀୟ ଠିକ୍‌ ନିଷ୍ପତ୍ତି ନେବାରେ ସହାୟତା କରିବା। ଏହାଦ୍ୱାରା ବିଲ୍‌ ସମ୍ବନ୍ଧୀୟ ବିବାଦକୁ ରୋକାଯିବା ସହ ସ୍ବାସ୍ଥ୍ୟସେବା ଉପରେ ବିଶ୍ୱାସକୁ ସୁଦଢ଼ ହେବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ପୁଣ୍ୟସଲୀଳା ଶ୍ରୀବାସ୍ତବ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି ସ୍ବାସ୍ଥ୍ୟସେବା ଦରଗୁଡ଼ିକର ସ୍ବଚ୍ଛ ପ୍ରଦର୍ଶନ ସମ୍ବନ୍ଧୀୟ ବ୍ୟବସ୍ଥାଗୁଡ଼ିକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବାକୁ କହିଛନ୍ତି।
ଏଥିସହିତ ବିଦେଶୀ ରୋଗୀ ଯେଉଁମାନେ ମେଡିକାଲ ଓ ଆୟୁଷ ଭିଜାରେ ଭାରତ ଆସୁଛନ୍ତି, ସେମାନଙ୍କ ପାଇଁ ପ୍ୟାକେଜ ମୂଲ୍ୟର ସ୍ବଚ୍ଛ ପ୍ରଦର୍ଶନକୁ ସହଜ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ କୁହାଯାଇଛି। ଏହାଦ୍ୱାରା ଉକ୍ତ ଅନ୍ତର୍ଜାତୀୟ ରୋଗୀମାନେ ସୂଚନାଭିତ୍ତିକ ନିଷ୍ପତ୍ତି ନେଇପାରିବେ ଏବଂ ମୂଲ୍ୟ ଏବଂ ବିଲିଂ ସମ୍ବନ୍ଧୀୟ ଅଭିଯୋଗକୁ ଏହା ହ୍ରାସ କରିବା ସହ ଚିକିତ୍ସା ଓ ଆୟୁଷ ଯତ୍ନ ପାଇଁ ଏକ ବିଶ୍ୱସନୀୟ ସ୍ଥାନ ଭାବେ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀବାସ୍ତବ କହିଛନ୍ତି। ପ୍ରଚଳିତ ନିୟାମକ ବ୍ୟବସ୍ଥାଗୁଡ଼ିକର ଅନୁପାଳନର ସମୀକ୍ଷା ପାଇଁ ସ୍ବାସ୍ଥ୍ୟ ସଚିବ କହିବା ସହ ସ୍ବାସ୍ଥ୍ୟସେବା ଶୁଳ୍କ ବିଷୟରେ ସୂଚନା ଯେପରି ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କୁ ସ୍ପଷ୍ଟ ଭାବେ ଦୃଶ୍ୟ ହେବ, ତାହା ସୁନିଶ୍ଚିତ କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?