ରାଜ୍ୟ ସରକାରଙ୍କୁ ତଥ୍ୟ ମାଗିଲେ ହାଇକୋର୍ଟ

କଟକ ଅଫିସ,୧ା୭:କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକଚଣ୍ଡି ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଶୈଳବାଳା ମହାବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି ଆଗତ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଛି। ଏହି ମାମଲରେ ଉଚ୍ଚ ଅଦାଲତ ରାଜ୍ୟ ସରକାରଙ୍କଠାରୁ ପ୍ରକଳ୍ପ ସମ୍ବନ୍ଧୀୟ ସବିବେଶ ତଥ୍ୟ ମାଗିଛନ୍ତି। ସପ୍ତାହକ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ଆବେଦନକାରୀଙ୍କୁ ସତ୍ୟାପାଠର ନକଲ ପ୍ରଦାନ କରିବାକୁ କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୯ରେ ହେବ।
ସୂଚନାଯୋଗ୍ୟ ମା’ କଟକଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ସମ୍ମୁଖରେ ଥିବା ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟର ପ୍ରାୟ ୩ହଜାର ବର୍ଗ ଫୁଟ ଜମିକୁ ଅଧିଗ୍ରହଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ସମ୍ପୃକ୍ତ ଜମିରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ ଖେଳ ପଡ଼ିଆ ରହିଛି। ପିଲାଙ୍କ ଖେଳ ପଡ଼ିଆକୁ ଏକ ଧାର୍ମିକ ଅନୁଷ୍ଠାନ ପାଇଁ ଅଧିଗ୍ରହଣ କରିବା ବେଆଇନ ଦର୍ଶାଇ ମାମଲା ରୁଜୁ କରାଯାଇଛି। ଶିକ୍ଷାନୁଷ୍ଠାନର ଜମିକୁ ଏକ ନିର୍ଦ୍ଦିଷ୍ଟ ଧର୍ମ ପାଇଁ ବ୍ୟବହାର କରିବା ସମ୍ବିଧାନର ବିରୋଧାଚରଣ କରୁଛି ବୋଲି ଆବେଦନକାରୀ ଆଇନଜୀବୀ ସୁଜାତା ଜେନା ଯୁକ୍ତି ବାଢ଼ିଥିଲେ। ଅନ୍ୟପଟେ ସବୁକିଛି ଆଇନ ଅନୁଯାୟୀ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ବିଜ୍ଞାନ କେନ୍ଦ୍ର, ପ୍ଲାନେଟାରିୟମ

ଭୁବନେଶ୍ୱର,୨୪ା୯(ବ୍ୟୁରୋ): ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ ପ୍ରତିଷ୍ଠା ହେବ। ଆସନ୍ତା ୩୦ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଗୁରୁବାର ବଲାଙ୍ଗୀରରେ ନିର୍ମାଣ...

ଷ୍ଟେଶନ୍‌ ବଜାର ମା’ଶ୍ୟାମାକାଳୀ ପୂଜା : ଚାନ୍ଦି ଅଳଙ୍କାର ମେଢ଼ ସଜ୍ଜା ଉପରେ ଗୁରୁତ୍ୱ

ଯାଜପୁର ରୋଡ, ୨୧ା୧୦(ନି.ପ୍ର.): ଯାଜପୁର ରୋଡ ସହର ସ୍ଥିତ ଷ୍ଟେଶନ୍‌ ବଜାରରେ ୧୯୫୮ରୁ ମା’ ଶ୍ୟାମାକାଳୀଙ୍କୁ ପୂଜା କରାଯାଉଛି। ଏଠାରେ ପୂଜା ଆରମ୍ଭ ହେବା ପୂର୍ବରୁ...

ଜରି ତଳେ ଜୀବନ

ଜଳେଶ୍ୱର, ୫।୧୧(ରବି ନାରାୟଣ ପାତ୍ର)-ଆର୍ଥିକ ଅନଗ୍ରସର ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ବିଭିନ୍ନ ପ୍ରକାର...

ଜୁନ ୧୭ ପରେ ହେବ ବାକି ରହିଯାଇଥିବା ପରୀକ୍ଷା, ଛାତ୍ରୀଛାତ୍ର ପଢ଼ାପଢ଼ି କରନ୍ତୁ: ମନ୍ତ୍ରୀ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଜୁନ ୧୭ ପୂର୍ବରୁ ବାକି ରହିଯାଇଥିବା ବିଭିନ୍ନ ପରୀକ୍ଷା ହେବ ନାହିଁ। ଜୁନ ୧୭ରେ ସ୍କୁଲ ଓ କଲେଜ ଖୋଲିବା ପରେ ଯେକୌଣସି ସମୟରେ...

ପୁଣି ତେଜିଲା ବିଜେଡିର ଗୋଷ୍ଠୀ ବିବାଦ : ରାଜଶ୍ରୀଙ୍କ ଗାଡ଼ି ଆଗରେ ଶୋଇଲେ ବିଷ୍ଣୁ ସମର୍ଥକ

ତିର୍ତ୍ତୋଲ,୫ା୮(ଡି.ଏନ.ଏ.): ଜଗତ୍‌ସିଂହପୁର ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ସମର୍ଥକମାନଙ୍କ ମଧ୍ୟରେ ବିବାଦକୁ ନେଇ ବହୁଥର ରାଜ୍ୟ ରାଜନୀତି...

ଲଘୁ ଖଣିଜ ଦ୍ରବ୍ୟ ଲୁଟ ଅଣାୟତ୍ତ

ରଗଡି,୨୧ା୧୧(ଡି.ଏନ.ଏ.): ବ୍ୟାସନଗର ତହସିଲରେ ମୂଲ୍ୟବାନ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବନ୍ଦ ହେବା ଦିଶୁନାହିଁ। ବିଭାଗୀୟ ଅଧିକାରୀଙ୍କ ସହଯୋଗ ରହୁଥିବାରୁ ଏହି ବେଆଇନ କାର୍ଯ୍ୟ ଅଣାୟତ୍ତ...

ଚାକିରି ବୟସ ସୀମା ୪୪ ବର୍ଷକୁ ବୃଦ୍ଧି ଦାବି

ଫୁଲବାଣୀ ଅଫିସ, ୪ା୯-ଦୀର୍ଘ ବର୍ଷଧରି ସରକାରୀ ଚାକିରିରେ ନିଯୁକ୍ତି ନିମନ୍ତେ ବୟସ ସୀମା ୩୨ବର୍ଷ ରହିଛି। ଏହାକୁ ୪୪ ବର୍ଷକୁ ବୃଦ୍ଧି କରିବାକୁ କନ୍ଧମାଳ ଜିଲା...

ଶାଶୁ ଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ସୋରଡ଼ା, ୧୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଶୁକ୍ରବାର ରାତିରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ...

Advertisement
Archives

Model This Week