Posted inରାଜ୍ୟ

ପାର୍ବଣ ଭିଡ଼ ଉପରେ ନଜର ରଖିବ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ପାର୍ବଣକୁ ନେଇ ଏବେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। କୋଭିଡ୍‌ ସଂକ୍ରମଣ ଆଶଙ୍କା ଥିବାରୁ ସେମାନେ ପୁଣି ଚେତାବନୀ ଦେଇଛନ୍ତି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ଶନିବାର କହିଛନ୍ତି, ସ୍ବାସ୍ଥ୍ୟ ବିଭାଗ ପାର୍ବଣ ଭିଡ଼ ଉପରେ ସ୍ବତନ୍ତ୍ର ନଜର ରଖିବ। ଭିଡ଼ ବଢ଼ିଲେ ସଂକ୍ରମଣ ବଢ଼ିପାରେ। ତେଣୁ ପୂର୍ବ ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ ପାଇଁ ଗୃହ ବିଭାଗ ଗୁରୁତ୍ୱ ଦେଇଛି। ଏଥିପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ହେବ। ବିଶେଷକରି ମାର୍କେଟରେ କିଣାକିଣିବେଳେ ଭିଡ଼କୁ ଏଡ଼ାଇବା ପାଇଁ ଏହି ସ୍କ୍ବାଡ୍‌ କାର୍ଯ୍ୟ କରିବ। ଯେଉଁ ଅଞ୍ଚଳରେ ସଂକ୍ରମଣ ବଢ଼ିବ, ସେଠାରେ ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ କରାଯିବ। ଏବେ ଦୈନିକ ଟେଷ୍ଟିଂ ୬୦ରୁ ୭୦ ହଜାର ମଧ୍ୟରେ ରହୁଛି। ଏହା ଜାରି ରହିବ। ତେବେ କଟକ ଓ ଭୁବନେଶ୍ୱରରେ ସଂକ୍ରମଣ କମିଥିଲେ ମଧ୍ୟ ଭୟ ରହୁଛି। ତେଣୁ ଦ୍ୱୈତନଗରୀବାସୀଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆଇସିଏମ୍‌ଆର ଓ ନୀତି ଆୟୋଗ ଏ ନେଇ ପୂର୍ବରୁ ସତର୍କ କରାଇଛନ୍ତି। ଆମେ ତାହାକୁ ଗୁରୁତ୍ୱ ଦେଉଛୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଏଥିସହ ପାର୍ବଣରେ ଆମେ ଅଧିକା ଭିଡ଼ କରିବା ନାହିଁ। ଅଧିକ ସମୟ ବାହାରେ ଏକାଠି ରହିଲେ ସଂକ୍ରମଣ ବଢ଼ିବା ସମ୍ଭାବନା ଥିବାରୁ ଏହି ସମୟରେ ଘରୁ ନ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ନାଇଟ୍‌ କର୍ଫ୍ୟୁ ଅବଧି ବଢ଼ା ଯାଇଛି। ଏହି ଦୁଇ ସହରରେ ଆସନ୍ତା ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସମସ୍ତ ପୌରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ପୂର୍ବଭଳି ରାତି ୧୦ଟାରୁ ସକାଳ ୫ଟା ଯାଏ ଜାରି ରହିବ ବୋଲି ଏସ୍‌ଆର୍‌ସି ଗାଇଡ୍‌ଲାଇନ କରିଛନ୍ତି।

ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯,୨୫୧ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୧ ଜିଲାରୁ ୪୭୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦୈନିକ ସଂକ୍ରମଣ ହାର ୦.୬୯% ରହିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୫୭ ଜଣ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି। ସେହିପରି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୧୧ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୫୭ ଓ ବାକିସବୁ ଜିଲାରେ ଏହି ସଂଖ୍ୟା ୫୦ ତଳକୁ ରହିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦,୨୭,୪୩୧ରେ ପହଞ୍ଚତ୍ଛି। ଅପରପକ୍ଷେ ରାଜ୍ୟରେ ଆଉ ୭ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏ ଥିବାବେଳେ ଜଗତ୍‌ସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ାରେ ଜଣେ ଲେଖାଏ ରହିଛନ୍ତି। କରୋନାଜନିତ ମୃତ୍ୟୁ ସଂଖ୍ୟା ୮,୨୦୯କୁ ବୃଦ୍ଧି ପାଇଛି।

ରାଜ୍ୟରେ ୪,୭୫୭ ସକ୍ରିୟ ରୋଗୀ ରହିଛନ୍ତି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୨,୦୫୯ ସକ୍ରିୟ ରୋଗୀ ଥିବାରୁ ଏହା ଏବେ ୟେଲୋ ଜୋନ୍‌ରେ ରହିଛି। ୨୮ ଜିଲା ଗ୍ରୀନ ଜୋନ୍‌ରେ ଥିବାବେଳେ କୌଣସି ସକ୍ରିୟ ରୋଗୀ ନ ଥିବାରୁ ବୌଦ୍ଧ ଜିଲା ଏବେ କରୋନାମୁକ୍ତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri