ନୂଆ ରୂପ ନେବ ସ୍ବାସ୍ଥ୍ୟକେନ୍ଦ୍ର, ୨ କୋଟି ୭୮ ଲକ୍ଷ ବ୍ୟୟ ବରାଦ

ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ସମସ୍ୟା ରହିଛି। ପିଇବାପାଣିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନକ୍ଷେତ୍ର ଆଦିର ସମସ୍ୟା ଏବେ ସୁଦ୍ଧା ରହିଥିବା ବେଳେ ଏବେ ଏହାର ବିକାଶ ପଥରେ ଆଗକୁ ବଢ଼ିବାକୁ ଉଦ୍ୟମ କରୁଛି ପ୍ରଶାସନ। ଶିକ୍ଷାର ବିକାଶ ପାଇଁ ନାହିଁ ନାହିଁରେ ଚାଲିଥିବା ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମିଳୁ ସୁଦୃଢ଼ କରିବାକୁ ପ୍ରଥମ ପର୍ଯ୍ୟାୟରେ ଉକ୍ତ ବ୍ଲକ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ବୁଡ଼ାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟକୁ ରୂପାନ୍ତରୀକରଣ କରାଯାଇଥିଲା। ସରକାରଙ୍କ ୫-ଟି ଯୋଜନାରେ ବିଦ୍ୟାଳୟଗୁଡିକୁ ସ୍ମାର୍ଟ ବିଦ୍ୟାଳୟରେ ପରିବର୍ତ୍ତନ କରାଗଲା। ଏଥିପାଇଁ ମଡର୍ନ ସାଇନ୍ସ ଲ୍ୟାବ, ହାଇଜେନିକ ଟଏଲେଟ, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଇ-ଲାଇବ୍ରେରୀ, ଶିକ୍ଷାଦାନ ପାଇଁ ଅତ୍ୟାଧୁନିକ ବ୍ଲାକ ବୋର୍ଡ, ଏଲ୍‌ଇ ପ୍ରୋଜେକ୍ଟର, ପିଲାଙ୍କୁ ବସିବା ପାଇଁ ଟେବୁଲ, ଚେୟାର ଭଳି ବ୍ୟବସ୍ଥା ସହ ସାଇକେଲ ଷ୍ଟାଣ୍ଡ କରାଯାଇ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ହୋଇଛି। ଏଥିରେ ଟିମ୍‌ ଓ୍ବାର୍କକୁ ଅର୍ଥାତ ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ରୀଛାତ୍ର କମିଟି ସ୍ଥାନୀୟ ଲୋକପ୍ରତିନିଧି, ସମାଜସେବୀ, ବିଭିନ୍ନ ଅନୁଷ୍ଠାନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ପ୍ରସ୍ତୁତି ବୈଠକ କରାଯାଇ ବିଦ୍ୟାଳୟଗୁଡିକର ବିକାଶ କରାଯାଇଛି। ସେହିପରି ଦିତୀୟ ପର୍ଯ୍ୟାୟରେ ୭ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରୀକରଣ କାର୍ଯ୍ୟ କରାଯାଇଥିଲା ଏବଂ ତୃତୀୟ ପର୍ଯ୍ୟରେ ୧୧ଟି ଏବଂ ଚତୁର୍ଥ ପର୍ଯ୍ୟାୟ ତଥା ଶେଷରେ ମୋଟ ୧୫ଟି ବିଦ୍ୟାଳୟର ରୂପାନ୍ତରୀକରଣ କରାଯିବାକୁ ଏବେ ଭଙ୍ଗା ଦଦରା ବିଦ୍ୟାଳୟଗୁଡିକରେ ପ୍ରସ୍ତୁତି ବୈଠକ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଉଛି। ଏହି ରୂପାନ୍ତରୀକରଣ ହେବାକୁ ଥିବା ୧୫ଟି ବିଦ୍ୟାଳୟ ମଧ୍ୟରୁ ୩ଟି ତଥା ବୁଡ଼ାଗୁଡ଼ା କନ୍ୟାଶ୍ରମ, ଦାରିଙ୍ଗବାଡ଼ି କନ୍ୟାଶ୍ରମ ଏବଂ ଉଲିପଦର କନ୍ୟାଶ୍ରମକୁ ବାଲିଗୁଡ଼ା ଆଇଟିଡିଏ ପକ୍ଷରୁ ରୂପାନ୍ତରୀକରଣ କାର୍ଯ୍ୟ କରାଯିବାକୁ ରହିଥିବା ବେଳେ ଅନ୍ୟ ୧୨ଟି ପଞ୍ଚାୟତ ସମିତି ପକ୍ଷରୁ ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କହିଛନ୍ତି। ସେହିପରି ଦାରିଙ୍ଗବାଡ଼ି ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରୁଦ୍ଧିମାଳ ଡିଗ୍ରୀ କଲେଜ ଓ ଜୁନିୟର କଲେଜ ମଧ୍ୟ ରୂପାନ୍ତରୀକରଣ କାର୍ଯ୍ୟ କରାଯିବ।

ସେହିପରି ଦାରିଙ୍ଗବାଡ଼ିର ୨୫ଟି ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରୁଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ରୂପାନ୍ତରୀକରଣ କରାଯାଉଛି। ଏଥିରେ କୋଠା ନିର୍ମାଣ, ମୁଖ୍ୟ ଫାଟକ, ଲାବୋରେଟୋରୀ, ମିଟିଂ ହଲ୍‌, ବିଭିନ୍ନ ରୋଗ ନିଦାନ ପାଇଁ ଯନ୍ତ୍ରପାତିର ବ୍ୟବସ୍ଥା ଆଦି କରାଯିବ। ଏଥିପାଇଁ ୨ କୋଟି ୭୮ ଲକ୍ଷ ଟଙ୍କା ଅନୁଦାନ ରହିଛି ଏବଂ କାର୍ଯ୍ୟ ଜୋରଦାର କରାଯାଉଥିବା ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?