ଗାର୍ଡଓ୍ବାଲ ନିର୍ମାଣ କାର୍ଯ୍ୟ ନିମ୍ନମାନର

ନାଉଗାଁ,୧ା୩(ସୁଧା ବେହୁରା):ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖରଘାଟ-ବାଲିଭଉଁରୀ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତାର ନାଉଗଁାସ୍ଥିତ ସାଧୁ ଗୋସ୍ବାମୀ ପୀଠ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଗାର୍ଡଓ୍ବାଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଉକ୍ତ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।
ରାସ୍ତାର ଉଭୟ ପାର୍ଶ୍ୱ ଖାଲୁଆ ହୋଇଥିବାରୁ ବର୍ଷା ଦିନେ ଶିଖର, ନାଉଗଁା, ବଛାଳୋ ଆଦି ପଞ୍ଚାୟତରେ ଥିବା ଚାଷ ଜମିର ଉଦ୍‌ବୃତ୍ତ ଜଳ ଏହି ବାଟ ଦେଇ ଗୋବରୀ ନାଳକୁ ନିଷ୍କାସିତ ହୋଇଥାଏ। ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ଦିନ ଜଳ ଜମି ରହିଥାଏ। ଜଳ ଜମିବା ଯୋଗୁ ରାସ୍ତାର ଦୁଇ ପାର୍ଶ୍ୱରୁ ମାଟି ଧୋଇଯିବା ସହ ଦବିବାକୁ ଲାଗିଥିଲା। ଏହାକୁ ଦୃଷ୍ଟିରେ ରଖି ରାସ୍ତାକୁ ସୁରକ୍ଷା ଦେବା ପାଇଁ ଉକ୍ତ ସ୍ଥାନର ଉଭୟ ପାର୍ଶ୍ୱରେ ବିଭାଗ ପକ୍ଷରୁ ଗାର୍ଡଓ୍ବାଲ ନିର୍ମାଣ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗ ପକ୍ଷରୁ ସେଠାରେ କୌଣସି ଯନ୍ତ୍ରୀ ରହୁନାହାନ୍ତି। ଯାହା ଫଳରେ କାର୍ଯ୍ୟ କରୁଥିବା ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଲୋକେ ନାମ ଗୋପନ ରଖି କହିଛନ୍ତି। ଗାର୍ଡଓ୍ବାଲର ନିୟମାନୁସାରେ ଏହାର ମୂଳ ୩୦ ଇଞ୍ଚ ଚଉଡ଼ା ରହିବା କଥା କିନ୍ତୁ ଏହାକୁ ୧୮ ଇଞ୍ଚ କରାଯାଇ ମାଟି ଦ୍ୱାରା ପୋତା ଯାଉଛି। ଯାହା ଫଲରେ ମୂଳ କେତେ ଚଉଡା ହୋଇଛି ତାହା ଜଣା ପଡିବ ନାହିଁ। ନିର୍ମାଣ କରାଯାଉଥିବା ଗାର୍ଡଓ୍ବାଲରେ କଞ୍ଚାମାଲର ଭାଗ ମାପ ଠିକ ରହୁନାହିଁ। ୧ ସିମେଣ୍ଟ ବସ୍ତା, ୪ ବାଲି, ୫ଟା ମେଟାଲ ପରିବର୍ତ୍ତେ ୧ ସିମେଣ୍ଟବସ୍ତା, ୮ ବାଲି, ୧୦ ମେଟାଲ ଦିଆଯାଉଛି। ଯେଉଁ ମେଟାଲ ଦିଆଯାଉଛି ତାହାର ସାଇଜ ବଡ଼ ରହିଛି। ତେଣୁ ନିର୍ମାଣ କରାଯାଉଥିବା ଗାର୍ଡଓ୍ବାଲର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସଂକ୍ରାନ୍ତରେ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସଙ୍କୁ ପଚାରିବାରେ, ଛୋଟ କାମଗୁଡ଼ିକୁ ମୁଁ ବୁଝୁନାହିଁ ତାହାକୁ ଏସ୍‌ଡିଓ ବୁଝୁଛନ୍ତି କ’ଣ ହୋଇଛି ମୁଁ ତାଙ୍କ ସହ କଥା ହେବି ବୋଲି ମତବ୍ୟକ୍ତ କରିଛନ୍ତି।

ନାଉଗଁା ବ୍ଲକ ଅନ୍ତର୍ଗତ ଶିଖରଘାଟ-ବାଲିଭଉଁରୀ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତାର ନାଉଗଁାସ୍ଥିତ ସାଧୁ ଗୋସ୍ବାମୀ ପୀଠ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଗାର୍ଡଓ୍ବାଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଉକ୍ତ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।
ରାସ୍ତାର ଉଭୟ ପାର୍ଶ୍ୱ ଖାଲୁଆ ହୋଇଥିବାରୁ ବର୍ଷା ଦିନେ ଶିଖର, ନାଉଗଁା, ବଛାଳୋ ଆଦି ପଞ୍ଚାୟତରେ ଥିବା ଚାଷ ଜମିର ଉଦ୍‌ବୃତ୍ତ ଜଳ ଏହି ବାଟ ଦେଇ ଗୋବରୀ ନାଳକୁ ନିଷ୍କାସିତ ହୋଇଥାଏ। ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ଦିନ ଜଳ ଜମି ରହିଥାଏ। ଜଳ ଜମିବା ଯୋଗୁ ରାସ୍ତାର ଦୁଇ ପାର୍ଶ୍ୱରୁ ମାଟି ଧୋଇଯିବା ସହ ଦବିବାକୁ ଲାଗିଥିଲା। ଏହାକୁ ଦୃଷ୍ଟିରେ ରଖି ରାସ୍ତାକୁ ସୁରକ୍ଷା ଦେବା ପାଇଁ ଉକ୍ତ ସ୍ଥାନର ଉଭୟ ପାର୍ଶ୍ୱରେ ବିଭାଗ ପକ୍ଷରୁ ଗାର୍ଡଓ୍ବାଲ ନିର୍ମାଣ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗ ପକ୍ଷରୁ ସେଠାରେ କୌଣସି ଯନ୍ତ୍ରୀ ରହୁନାହାନ୍ତି। ଯାହା ଫଳରେ କାର୍ଯ୍ୟ କରୁଥିବା ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଲୋକେ ନାମ ଗୋପନ ରଖି କହିଛନ୍ତି। ଗାର୍ଡଓ୍ବାଲର ନିୟମାନୁସାରେ ଏହାର ମୂଳ ୩୦ ଇଞ୍ଚ ଚଉଡ଼ା ରହିବା କଥା କିନ୍ତୁ ଏହାକୁ ୧୮ ଇଞ୍ଚ କରାଯାଇ ମାଟି ଦ୍ୱାରା ପୋତା ଯାଉଛି। ଯାହା ଫଲରେ ମୂଳ କେତେ ଚଉଡା ହୋଇଛି ତାହା ଜଣା ପଡିବ ନାହିଁ। ନିର୍ମାଣ କରାଯାଉଥିବା ଗାର୍ଡଓ୍ବାଲରେ କଞ୍ଚାମାଲର ଭାଗ ମାପ ଠିକ ରହୁନାହିଁ। ୧ ସିମେଣ୍ଟ ବସ୍ତା, ୪ ବାଲି, ୫ଟା ମେଟାଲ ପରିବର୍ତ୍ତେ ୧ ସିମେଣ୍ଟବସ୍ତା, ୮ ବାଲି, ୧୦ ମେଟାଲ ଦିଆଯାଉଛି। ଯେଉଁ ମେଟାଲ ଦିଆଯାଉଛି ତାହାର ସାଇଜ ବଡ଼ ରହିଛି। ତେଣୁ ନିର୍ମାଣ କରାଯାଉଥିବା ଗାର୍ଡଓ୍ବାଲର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସଂକ୍ରାନ୍ତରେ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସଙ୍କୁ ପଚାରିବାରେ, ଛୋଟ କାମଗୁଡ଼ିକୁ ମୁଁ ବୁଝୁନାହିଁ ତାହାକୁ ଏସ୍‌ଡିଓ ବୁଝୁଛନ୍ତି କ’ଣ ହୋଇଛି ମୁଁ ତାଙ୍କ ସହ କଥା ହେବି ବୋଲି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri