ଭୟରେ ଦିନ କାଟୁଛନ୍ତି ୫ ମୌଜାର ବାସିନ୍ଦା

ପଟ୍ଟାମୁଣ୍ଡାଇ,୧ା୩ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ଗତବର୍ଷ ବ୍ରାହ୍ମଣୀ ଓ କାଣୀନଦୀରେ ଆସିଥିବା ବନ୍ୟାରେ ଅଳପୁଆ ପଞ୍ଚାୟତର ଅଳପୁଆ, ଦାମୋଦରପାଟଣା, ରାମନାଏକଡିଆ, ସୁବଳପୁର, ମଣିରାମପୁର ପ୍ରଭୃତି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ନଦୀବନ୍ଧ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପ୍ରାୟ ଦେଢ଼ କିମି ନଦୀବନ୍ଧର ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିବାରେ ଲାଗିଛି। ଫଳରେ ଏହି ନଦୀତଟ ପାଶର୍‌ବବର୍ତ୍ତୀ ଗ୍ରାମରେ ବସବାସ କରୁଥିବା ୫ ମୌଜାର ଲୋକ ଆତଙ୍କିତ ହୋପଡ଼ିଛନ୍ତି। ନଦୀବନ୍ଧର ସୁଦୃଢ଼ୀକରଣ ପଥର ପ୍ୟାକିଂ ଓ ବୁରୁଜ ନିର୍ମାଣ ନ ହେଲେ ଆଗାମୀ ଦିନରେ ବ୍ୟାପକ ସ୍ଥଳଭାଗ ନଦୀଗର୍ଭକୁ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଆଳିତଟ ବନ୍ଧବାଡ଼ ବିଭାଗରେ ବାରମ୍ବାର ଦାବି କରି ଆସୁଛନ୍ତି। ମାତ୍ର ବିଭାଗ କାମ କରିବାକୁ ପ୍ରତିଶ୍ରୁତି ଦେଇ କୌଣସି ପଦକ୍ଷେପ ନେଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସାମାଜିକ କର୍ମୀ ନରେନ୍ଦ୍ର ଧଳ, ସନ୍ଦୀପ ମହାଳି କହିଛନ୍ତି, ବ୍ରାହ୍ମଣୀ ନଦୀକୂଳରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ଅଳପୁଆ ପଞ୍ଚାୟତର ୫ଟି ଗଁା ରହିଛି। ପ୍ରତିବର୍ଷ ବନ୍ୟା ପରେ ନଦୀକୂଳ ଖାଇ ଅତଡ଼ା ଖସିବା ଯୋଗୁ ଏହି ଗ୍ରାମଗୁଡ଼ିକ ପ୍ରତି ବିପଦ ଘନାଉଛି। ବନ୍ୟା ସମୟରେ ଏସବୁ ଗଁାର ପାଖାପାଖି ଦେଢ଼ ହଜାର ଲୋକଙ୍କ ଆଖିରୁ ନିଦ ହଜିଯାଇଥାଏ। ବିଶେଷକରି ସୁବଳପୁରଠାରୁ ବିଦ୍ରୁପା ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ବ୍ୟାପୀ ମନେଇଘାଇ ବାରମ୍ବାର ଭାଙ୍ଗିଲାଣି। ଏଥିଯୋଗୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଳି ତଟବନ୍ଧ ବିଭାଗ ଅଧୀନରେ ଥିବା ବ୍ରାହ୍ମଣୀ ଘେରିବନ୍ଧର ବାମପାର୍ଶ୍ୱ ସୁଦୃଢ଼ କାମ ବର୍ଷାଋତୁ ପୂର୍ବରୁ ଏକାନ୍ତ ଜରୁରୀ ହୋଇପଡ଼ିଛି। ନଦୀକୂଳ ଅତଡ଼ା ଖାଇବା ଅଧିକ ବିପଦ ସୃଷ୍ଟି କରୁଛି। ଗ୍ରାମବାସୀ ରଞ୍ଜିତ ନାୟକ, ରଶ୍ମିକାନ୍ତ ବେହେରା, କିଶୋର ରାଉତ କହିଛନ୍ତି, ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ୱ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବାରୁ ବନ୍ଧକୁ ପଥର ପ୍ୟାକିଂ କରାଯାଇ ସୁଦୃଢ଼ କରାଯାଉଛି। ମାତ୍ର ବାମପାର୍ଶ୍ୱ ନଦୀବନ୍ଧ ଆଳି ତଟବନ୍ଧ ବିଭାଗ ଅଧୀନରେ ଥିବାରୁ ଏଠାରେ ସେପରି କୌଣସି ପଦକ୍ଷେପ ନିଆଯାଉନାହଁି। ଏହି ନଦୀର ବାମପାର୍ଶ୍ୱରୁ ବେଆଇନ ଭାବେ ଦୈନିକ ଶତାଧିକ ଟ୍ରକ୍‌ ବାଲି ଉଠାଣ ହେଉଛି। ବାଲି ଉଠାଣ ଯୋଗୁ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏ ସମ୍ପର୍କରେ ବାରମ୍ବାର ତହସିଲଦାରଙ୍କୁ ଅଭିଯୋଗ କରିବା ସହ ଗଣଧାରଣା ମଧ୍ୟ ଦିଆଯାଇଥିଲା। ହେଲେ କେବଳ ପ୍ରତିଶ୍ରୁତି ମିଳିଛି, କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ବନ୍ଧ ନଷ୍ଟ ହେବା ସହ ବନ୍ୟା ସମୟରେ ନଦୀବନ୍ଧ ଭାଙ୍ଗି ଲୋକଙ୍କ ଜୀବନ ଓ ଜୀବିକା ନଷ୍ଟ ହେଉଛି। ତେଣୁ ଏଥିପାଇଁ ଗ୍ରାମବାସୀ ଆଗାମୀ ଦିନରେ ଆନ୍ଦୋଳନ କରିବେ। ସେହିପରି ଦେବାଶିଷ ଧଳ, ସୁକାନ୍ତ ରାଉତ କହିଛନ୍ତି, ଲଗାଣ ବର୍ଷା ହେଲେ ବ୍ରାହ୍ମଣୀ ନଦୀ ଫୁଲୁଥିବା ବେଳେ କୂଳ ଖାଇ ମାଟି ଅତଡ଼ା ଖସୁଛି। ନଦୀ ଗତିପଥ ପରିବତ୍ତର୍ର୍ନ କରି ଗଁା ଆଡ଼କୁ ମାଡ଼ି ମାଡ଼ି ଆସୁଛି। ଫଳରେ ଲୋକଙ୍କ ଘରଦ୍ୱାର, ଚାଷଜମି ଲୀନ ହେବାକୁ ବସିଲାଣି। ସୁବଳପୁର ଗଁାର ୪୦ ପରିବାରଙ୍କ ଡିହ ପାଖକୁ କୂଳ ଖାଇ ମାଡ଼ି ଆସିଲାଣି। ଅଧିକାଂଶ ଲୋକଙ୍କ ଜୀବିକା ଚାଷ ହୋଇଥିଲେ ବି ନଦୀ କୂଳ ଖାଉଥିବାରୁ ଜମିକୁ ପଡ଼ିଆ ପକାଇଛନ୍ତି। କିଛିବର୍ଷ ତଳେ ଗଁାଠାରୁ ନଦୀ ୩୦୦ ମିଟର ଦୂରରେ ଥିବାବେଳେ ୨ ବର୍ଷ ହେଲା ମାଟି ଧସି ୩୦ ମିଟରରେ ପହଞ୍ଚତ୍ଛି। ଗ୍ରାମବାସୀ ଗଗନ ମହାଳିକ, ଚନ୍ଦନ ସାହୁ, ରିତ ନାୟକ, ରବୀନ୍ଦ୍ର ଜେନା, ଅଭୟ ଦାସ, ପ୍ରଶାନ୍ତ ପଣ୍ଡା, ପଦ୍ମନାଭ ନାୟକ ପ୍ରମୁଖ କହିଛନ୍ତି, ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ବନ୍ୟା ନିରୋଧକ ବନ୍ଧ ଭିତରେ ବସବାସ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ମନେଇଘାଇ ଭାଙ୍ଗିବା ଘଟଣା ଲୋକଙ୍କ ମନରୁ ଲିଭିନାହିଁ। ମନେଇଘାଇ ବନ୍ଧ ଭାଙ୍ଗି ଏଠାରେ ବ୍ୟାପକ କ୍ଷତି ଘଟାଇଥିଲା। କେନ୍ଦ୍ରୀୟ ଟିମ୍‌ ପରିଦର୍ଶନରେ ଆସି ତୁରନ୍ତ ଏହାର ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାର ମରାମତି ଏଯାବତ୍‌ ଆରମ୍ଭ ହେଲା ନାହିଁ। ଆଳି ତଟବନ୍ଧ ବିଭାଗ ଅଧୀନରେ ଥିବା ବ୍ରାହ୍ମଣୀ ଘେରିବନ୍ଧ ମରାମତି ତୁରନ୍ତ ହେବା ଦରକାର। ନଦୀକୂଳରୁ ଅତଡ଼ା ଖାଇବା ଘଟଣା ଅଧିକ ବିପଦ ସୃଷ୍ଟି କରୁଛି। ଏ ସମ୍ପର୍କରେ ଆଳି ତଟବନ୍ଧ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ ଦାଶଙ୍କୁ ପଚାରିବାରେ ଏଭଳି ଘଟଣା ସଂକ୍ରାନ୍ତରେ ଅବଗତ ନାହଁି। ଏହି କାର୍ଯ୍ୟ ପାଇଁ ଏସ୍‌ଡିଓଙ୍କୁ କହିବି, ବ୍ୟୟ ବରାଦ କରାଯାଇ କାର୍ଯ୍ୟ ହାତକୁ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri