ଟିକେଟ ଦୌଡ଼ରେ ରତିକାନ୍ତ, ବିଶ୍ୱନାଥ

ଡେରାବିଶ୍‌, ୧ା୩ (ବେବର୍ତ୍ତା ଅଜୟ ଦାସ):୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପାଟକୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ତାତି ଜୋର ଧରିଛି। ରାଜ୍ୟରେ ନିର୍ବାଚନମଣ୍ଡଳୀର ଅଧିକ ଗୁରୁତ୍ୱ ଥିବା ବେଳେ ଅଣକଂଗ୍ରେସ ଓ ଭାଜପା ଗଡ଼ ଭାବେ ପରିଚିତ ଥିବା ଏହି ନିର୍ବାଚନ ମଣ୍ଡଳୀଟି ଦୀର୍ଘବର୍ଷ ହେବ ବିଜେଡିର ବିଧାୟକ ପ୍ରତିନିଧିତ୍ୱ କରି ଆସୁଛନ୍ତି। ୨୦୦୯ ପରଠାରୁ ବରୀ-ଡେରାବିଶ ନିର୍ବାଚନମଣ୍ଡଳୀଠାରୁ ଅଲଗା ହୋଇ େୁଡରାବିଶ ବ୍ଲକର ୨୬, ଗରଦପୁର ବ୍ଲକର ୧୮ ଓ ମାର୍ଶାଘାଇ ବ୍ଲକର ୭ ପଞ୍ଚାୟତ ଏପରି ସମୁଦାୟ ୫୧ଟି ପଞ୍ଚାୟତକୁ ନେଇ ନୂଆ ପାଟକୁରା ନିର୍ବାଚନମଣ୍ଡଳୀ ଗଠନ ହୋଇଥିଲା। ୨୦୦୯ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲ ଭାଜପା ସହ ପ୍ରତିଦ୍ୱନ୍ଦ୍ୱିତା କରି ୨୭ ହଜାରରୁ ଅଧିକ ଭୋଟରେ ନିର୍ବାଚିତ ହୋଇଥିଲେ। ସେହିପରି ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ସ୍ବର୍ଗତ ଅଗ୍ରୱାଲ କଂଗ୍ରେସ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ୪୭ ହଜାରରୁ ଅଧିକ ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା। ସେହିପରି ୨୦୧୯ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ସାବିତ୍ରୀ ଅଗ୍ରଓ୍ବାଲ ଭାଜପା ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ୧୬ ହଜାରରୁ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହି ଅମାନତ ହରାଇଥିଲେ। ତେବେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ଦୁର୍ବଳ ଅବସ୍ଥାରେ ରହିଥିବା ବେଳେ ୨୦୧୯ ଉପନିର୍ବାଚନ ପରଠାରୁ ଦଳ ନିଜର ସାଙ୍ଗଠନିକ ଶକ୍ତିକୁ ସୁଦୃଢ଼ କରିବାକୁ ଜୋରସୋର ପ୍ରୟାସ ଆରମ୍ଭ କରିଥିଲା। ଏବେ ରତିକାନ୍ତ କାନୁନ୍‌ଗୋ, ବିଶ୍ୱନାଥ ଆଚର୍ଯ୍ୟ ଟିକେଟ ଦୌଡ଼ରେ ରହିଥିବା ଚର୍ଚ୍ଚା ହେଉଛି।
୨୦୧୯ ନିର୍ବାଚନ ପରେ କଂଗ୍ରେସରେ ସାମିଲ ହୋଇଥିବା ରତିକାନ୍ତ କାନୁନ୍‌ଗୋ ଦଳର କର୍ମୀମାନଙ୍କୁ ଏକାଠି କରି କାର୍ଯ୍ୟକ୍ରମ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ପାଇଁ ନିଜର ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ବ୍ଲ୍ଳକ କାର୍ଯ୍ୟାଳୟ ଘେରାଉ କରିବା ସହ ବିଭିନ୍ନ ଆନ୍ଦୋଳନ ମାଧ୍ୟମରେ କର୍ମୀମାନଙ୍କୁ ରତିକାନ୍ତ ସାମିଲ କରି ନିଜର ସଙ୍ଗଠନକୁ କିପରି ସୁଦୃଢ଼ କରାଯିବ ସେ ଦିଗରେ ପ୍ରୟାସ ଜାରି ରଖିଛନ୍ତି। ଆସନ୍ତା ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେଲେ ପାଟକୁରାରେ କଂଗ୍ରେସ ନିଶ୍ଚୟ ସୁଦୃଢ଼ ସ୍ଥିତିରେ ରହି ନୂଆ ଇତିହାସ ରଚିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ମାତ୍ର ଦଳର ଦୁର୍ବଳ ସ୍ଥିତିରେ ଥିବା ବେଳେ ଏହି ଦଳରେ ଆଉ ଏକ ନୂଆ ମୁହଁ ଭାବେ ଅବସରପ୍ରାପ୍ତ ପ୍ରଶାସକ ବିଶ୍ୱନାଥ ଆଚାର୍ଯ୍ୟ ସମାନ୍ତରାଳ ଭାବେ ଦଳୀୟ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ବାଇକ୍‌ ଯୋଗେ ବିଶ୍ୱନାଥ ଗଁାକୁ ଗଁା ବୁଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ପ୍ରଚାର କରିବା ସହ ନିଜ ସପକ୍ଷରେ ଲୋକମତ ପାଇଁ ଓ କର୍ମୀମାନଙ୍କୁ ଏକାଠି କରିବା ଲାଗି ଉଦ୍ୟମ ଅବ୍ୟାହତ ରଖିଥିବା ଦେଖିବାକୁ ମିଳିଛି। ଅତୀତରେ ବିଶ୍ୱନାଥ ଡେରାବିଶ ବ୍ଲକରେ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ, ଗରଦପୁର ବ୍ଲକରେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଡିଓ ଭାବେ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥିଲେ। ନିଜର ଦକ୍ଷତା ପାଇଁ ଉଭୟ ବ୍ଲକ ଅଞ୍ଚଳରେ ଆଚାର୍ଯ୍ୟଙ୍କର ଥିବା ଲୋକପ୍ରିୟତାକୁ ଆଧାର କରି ଆଚାର୍ଯ୍ୟ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶା ରଖି ମଇଦାନକୁ ଓହ୍ଲାଇଛନ୍ତି। ଓଡ଼ିଶା ସରକାରଙ୍କ ଅଧୀନରେ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟକରି ଅବସର ନେବା ପରେ ବିଶ୍ୱନାଥ ଖୁବ୍‌ କମ୍‌ଦିନ ହେବ କଂଗ୍ରେସରେ ସାମିଲ ହୋଇଥିଲେ। ଆସନ୍ତା ନିର୍ବାଚନରେ ସେ ପାଟକୁରାରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶା ରଖି ଦଳର କର୍ମୀମାନଙ୍କୁ ଏକଜୁଟ କରୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri