ବର ବେଦିରେ ଧାରଣା ଦେଲେ ପ୍ରେମିକା: ବିବାହ ନ କଲେ ଜୀବନ ହାରିବି

ବଳଙ୍ଗା(କେଦାରେଶ୍ୱର ନନ୍ଦ)/ପିପିଲି, ୧୫।୭(ଦୁର୍ଗମାଧବ ମିଶ୍ର): ବେଦି ବନ୍ଧା ସରିଛି, ରଙ୍ଗବେରଙ୍ଗ କପଡ଼ା ସଜେଇ ହୋଇଛି। ଭୋଜି ପାଇଁ ପୂରା ପ୍ରସ୍ତୁତ। ସେପେଟ ମଙ୍ଗଳକୃତ୍ୟ ଓ ବିବାହ ଉତ୍ସବ ହୋଇଥାନ୍ତା। ହେଲେ ଏହି ସମୟ ମଧ୍ୟରେ ହଠାତ୍‌ ଜଣେ ଯୁବତୀ ଆସି ପୁଅ ଘରେ ସଜା ହୋଇଥିବା ବେଦିରେ ଧାରଣାରେ ବସି ନ୍ୟାୟ ଭିକ୍ଷା କରିଥିଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଘଟଣାକୁ କେହି ହଠାତ୍‌ ବୁଝିପାରି ନ ଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳରେ। ତେବେ ଯୁବତୀଙ୍କ ଧାରଣାରେ ବସିବାର ଦେଖି ବିବାହ ହେବାକୁ ଥିବା ପ୍ରେମିକ ଜଣକ ଫେରାର ହୋଇଯାଇଛନ୍ତି।
ପ୍ରକାଶ ଯେ, ଗତ ୮ ବର୍ଷ ତଳେ ବଳଙ୍ଗା ଅଞ୍ଚଳର ଯୁବକ ପୁରୀ ଟାଉନଥାନା ଅଞ୍ଚଳର ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସୃଷ୍ଟି ହେବା ସହ ପରେ ଯୁବତୀ ଗର୍ଭବତୀ ହୋଇଥିଲେ। କିନ୍ତୁ ଯୁବକ ଗର୍ଭ ନଷ୍ଟ କରିଦେବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିଥିଲା। ଏ ସମ୍ପର୍କରେ ଯୁବତୀଙ୍କ ପକ୍ଷରୁ ପୁରୀ ଟାଉନ ଥାନାରେ ଅଭିଯୋଗ ହେବାପରେ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଗିରଫ କରି କୋର୍ଟ ଚାଲାଣ ହୋଇଥିଲା। ୩ ମାସ ଜେଲରେ ରହିବା ସମୟରେ ଉଭୟ ପରିବାର ମଧ୍ୟରେ ବୁଝାମଣା କରାଯାଇ ଯୁବକ ଜେଲରୁ ଆସିବା ପରେ ଯୁବତୀଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ ଯୁବତୀଙ୍କ ପକ୍ଷରୁ ଅତିରିକ୍ତ ଜିଲା ଦୈରାଜଜଙ୍କ କୋର୍ଟରେ ସମାଧାନ ପୂର୍ବକ ଯୁବକଙ୍କ ଜାମିନ ପାଇଁ ଆବେଦନ କରିଥିଲେ। ସେ ଜାମିନରେ ଆସିବା ପରେ ଯୁବତୀଙ୍କୁ ବିବାହ ପାଇଁ କହି ସମୟ ଗଡ଼ାଇ ଚାଲିଥିଲେ। ଇତି ମଧ୍ୟରେ ଯୁବକଙ୍କ ଅନ୍ୟ ଜାଗାରେ ବିବାହ ହେଉଥିବା ଖବରପାଇ ଗୁରୁବାର ସନ୍ଧ୍ୟାରେ ତାଙ୍କ ଘର ସମ୍ମୁଖରେ ଯୁବତୀ ପହଞ୍ଚତ୍ ବିବାହ ପାଇଁ ଜିଦ କରିଥିଲେ। ଯୁବକଙ୍କ ପରିବାର ଲୋକେ ମନା କରିବାରୁ ଯୁବତୀ ଜଣକ ପୋଲିସକୁ ଜଣାଇବା ସହ ଯୁବକଙ୍କ ଘର ସମ୍ମୁଖ ବିବାହ ବେଦିରେ ଧାରଣାରେ ବସିରହି ବିବାହ ନ କଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଖବରପାଇ ଓଡ଼ିଶା ମହିଳା ବିକାଶ ମଞ୍ଚ ତରଫରୁ ସ୍ବର୍ଣ୍ଣଲତା ମାଝି, ବୀଣା ଷଡ଼ଙ୍ଗୀ, ଗୋଲାପ ଜେନା, ସବିତା ବେହେରା ୪ଜଣିଆ ଟିମ୍‌ ଆସି ଯୁବତୀ ଓ ଯୁବକଙ୍କ ପରିବାର ସହ ଆଲୋଚନା କରିଛନ୍ତି। ଅନ୍ୟପଟେ ଯୁବକଙ୍କ ବାପାଙ୍କ କହିବା ଅନୁଯାୟୀ ଯଦି ଯୁବତୀ ତାଙ୍କ ପୁଅକୁ ବିବାହ କରିବା କଥା ତେବେ ପୂର୍ବରୁ କଣ ପାଇଁ ଆସିଲେ ନାହିଁ କିମ୍ବା ତାଙ୍କ ସହିତ ଯୋଗାଯୋଗ କାହିଁକି କରିନାହାନ୍ତି। ଏତେଦିନ ପରେ ଆସି ବିବାହ କରିବାକୁ ଜିଦ୍‌ କରୁଛନ୍ତି। ଏ ନେଇ ବଳଙ୍ଗା ଥାନାଧିକାରୀ ରଶ୍ମିରଞ୍ଜନ ପୃଷ୍ଟି କୁହନ୍ତି, ଏ ସମ୍ପର୍କରେ କିଛି ମାସ ପୂର୍ବେ ପୁରୀ ଟାଉନ ଥାନାରେ ମାମଲା ରୁଜୁ ହୋଇ ଯାହା କାର୍ଯ୍ୟାନୁଷ୍ଠାନ ହେବା କଥା ହୋଇଛି। ତେଣୁ ଏବର ଘଟଣା ବିଷୟରେ ଉକ୍ତ ଥାନାକୁ ଜଣାଇ ଦେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

୩୦ ତାରିଖରେ ନୁହେଁ ଆଜି ଆସିବ ସାଲାରୀ ଟଙ୍କା, ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍‌ଲୀ,୨୫।୯: ସରକାରୀ କର୍ମଚାରୀଙ୍କ ପାଇଁ ସେପ୍ଟେମ୍ୱର ମାସ ଦୁଇଗୁଣ ଖୁସି ନେଇ ଆସିଛି। ସାଧାରଣତଃ ମାସର ଶେଷ ତାରିଖ ଅର୍ଥାତ ୩୦ କିମ୍ୱା ୩୧ ତାରିଖରେ ମିଳୁଥିବା…

ଲଗାଣ ବର୍ଷାରେ ବଢୁଛି ନଦୀ ଜଳସ୍ତର, ଦକ୍ଷିଣ ଓଡ଼ିଶାରେ ବନ୍ୟା

ଭୁବନେଶ୍ୱର,୨୫।୯: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ…

ଏଡ୍‌ସକୁ ନେଇ ଭ୍ରାନ୍ତ ଧାରଣା ଦୂର ହେବା ଜରୁରୀ: କୁଇଜ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗୀର, ୨୫।୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଏଡ୍ସ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲା ମୁଖ୍ୟ…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?