ଦୂର ହେଉନି କ୍ଷତିଗ୍ରସ୍ତଙ୍କ ଦୁଃଖ

ମନୋଜ ନନ୍ଦ
ତାଳଚେର,୨୮ା୭ – କୋଇଲା ଖଣି ଓ ଶିଳ୍ପ ପାଇଁ ଘରଦ୍ୱାର ହରାଇବାକୁ ପଡ଼ିଲା। ଏକର ଏକର ଜମି ଉପରୁ ଅଧିକାର ଛାଡ଼ିବାକୁ ହେଲା। ହେଲେ ନିୟମ ଅନୁଯାୟୀ ଏହି କ୍ଷତିଗ୍ରସ୍ତମାନଙ୍କ ମଧ୍ୟରୁ ଅନେକଙ୍କୁ ଏଯାଏ ଖଣିରେ କର୍ମନିଯୁକ୍ତି ମିଳିନାହିଁ। ଜମି ବାବଦ ଉଚିତ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇ ନାହିଁ। ବିସ୍ଥାପନ କଲୋନୀରେ ରହି କିଏ ଉପେକ୍ଷିତ ତ ଆଉ କିଏ ବିସ୍ଥାପିତ ହେବାକୁ କରିଚାଲିଛି ଦାବି। ହେଲେ ବର୍ଷ ବର୍ଷ ଧରି ଏସବୁ ସମସ୍ୟାର ସମାଧାନ ହୋଇପାରୁ ନାହିଁ। କାରଣ ଅନୁଗୋଳ ଜିଲା ତାଳଚେରଠାରେ ଥିବା ଏମ୍‌ସିଏଲ୍‌ ଏବଂ ଏନ୍‌ଟିପିସି ଥଇଥାନ ଅଧିକାରୀ ଓ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘ ୧୦ ବର୍ଷ ହେଲା ତାଲା ଝୁଲାଇ ଦିଆଯାଇଛି। ଏଠାରେ ଥଇଥାନ ଅଧିକାରୀ ନିଯୁକ୍ତି ଦିଆଯାଉ ନ ଥିବାରୁ ଏମ୍‌ସିଏଲ୍‌ ଓ ଏନ୍‌ଟିପିସି ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ଉଚିତ ନ୍ୟାୟ ମିଳିପାରୁ ନାହିଁ।
କଳାହୀରାର ସହର ତାଳଚେରରେ ରହିଛି ଏମ୍‌ସିଏଲ୍‌ର ୯ଟି କୋଇଲା ଖଣି। ଏଥିସହ ଟିଟିପିଏସ୍‌ ଓ କଣିହଁାଠାରେ ଏନ୍‌ଟିପିସି ରହିଛି। ଏହିସବୁ ପ୍ରକଳ୍ପ ନିମନ୍ତେ ସହସ୍ରାଧିକ ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି। ବହୁ ସଂଖ୍ୟକ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ୁଛି। ସେଥିପାଇଁ ଏଠାରେ ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣକୁ ନେଇ ଆରମ୍ଭରୁ ସମସ୍ୟା ଲାଗି ରହୁଛି। ନ୍ୟାୟ ନ ପାଇ କ୍ଷତିଗ୍ରସ୍ତମାନେ ଆନ୍ଦୋଳନ କରୁଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏହାର ସମାଧାନ ପାଇଁ ୧ ଏପ୍ରିଲ ୧୯୯୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏମ୍‌ସିଏଲ୍‌ ଓ ଏନ୍‌ଟିପିସି ଥଇଥାନ ଅଧିକାରୀ ଓ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ଖୋଲାଯାଇଥିଲା। ମୋହନ ପ୍ରସାଦ ମିଶ୍ର ପ୍ରଥମ ଅତିରିକ୍ତ ଜିଲାପାଳ ଓ ଥଇଥାନ ଅଧିକାରୀ ଭାବେ ଯୋଗ ଦେଇଥିଲେ। ପରେ ସଚ୍ଚିଦାନନ୍ଦ ଦାସ, ହେମନ୍ତ କୁମାର ଦାସ, ତାରାଶଙ୍କର ଚକ୍ରବର୍ତ୍ତୀ, ଗୁଣନିଧି ଜେନା, ତାରାଶଙ୍କର ଚକ୍ରବର୍ତ୍ତୀ, ବନ୍ଧୁ ବିହ୍ଲୋର ଓ ଉଦ୍ଧବ ଚରଣ ମାଝି କ୍ରମାଗତ ଭାବେ ଏହି ପଦବୀରେ ଅଧିଷ୍ଠିତ ଥିଲେ। ହେଲେ ଏହାର ମୁଖ୍ୟ ଭୂ-ଅର୍ଜନ ଅଧିକାରୀଙ୍କ ଅଫିସ ଅନୁଗୋଳରେ ରହିଲା। ଫଳରେ ତାଳଚେରରେ ଥଇଥାନ ଅଧିକାରୀଙ୍କ ଅଫିସ ଖୋଲାଯାଇଥିଲେ ମଧ୍ୟ ସମସ୍ତ କାମ ଅନୁଗୋଳରେ ଚାଲିଲା। ସେହିପରି ଥଇଥାନ ଅଧିକାରୀମାନେ ଅନୁଗୋଳରେ ରହିବାରୁ ତାଳଚେର ଅଫିସ ସ୍ଥାଣୁ ପାଲଟିଗଲା। ଏପରି କି ୨୦୧୧ ପରଠାରୁ ତାଳଚେରସ୍ଥିତ ଥଇଥାନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ଭାବେ ତାଲା ଝୁଲାଇ ଦିଆଗଲା। କୌଣସି କର୍ମଚାରୀ ଏଠାରେ ନ ଥିବାବେଳେ ୨ଜଣ ପିଅନଙ୍କୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଗଲା। ଫଳରେ ଏମ୍‌ସିଏଲ୍‌ ଓ ଏନ୍‌ଟିପିସି କ୍ଷତିଗ୍ରସ୍ତମାନଙ୍କ ସମସ୍ୟା ବର୍ଷ ବର୍ଷ ଧରି କେବଳ ଫାଇଲରେ ଗଡ଼ିଚାଲିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଠିକ୍‌ ଭାବେ ଅଭିଯୋଗ କରିହେଉନି
ତାଳଚେରର କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ଖୋଲାଯାଇଥିବା ଅଫିସରେ ଦୀର୍ଘବର୍ଷ ହେଲା ତାଲା ପଡିଛି। ଫଳରେ କ୍ଷତିଗ୍ରସ୍ତମାନେ ସେମାନଙ୍କ ଆପତ୍ତି, ଅଭିଯୋଗ ଠିକ୍‌ ଭାବେ କରିପାରୁ ନାହାନ୍ତି। ଉକ୍ତ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ବହୁ ସମସ୍ୟାର ସମାଧାନ ହୋଇପାରନ୍ତା।
-ଚୈତନ୍ୟ ପ୍ରଧାନ, ତାଳଚେର
କ୍ଷତିଗ୍ରସ୍ତ ଅନୁଗୋଳ ଦୌଡ଼ୁଛନ୍ତି
କ୍ଷତିଗ୍ରସ୍ତମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଏହି ଅଫିସ ଖୋଲାଯାଇଥିଲା। ତାଳଚେରରେ ଏପରି ଏକ କାର୍ଯ୍ୟାଳୟର ଅତ୍ୟନ୍ତ ଆବଶ୍ୟକତା ରହିଛି। କିନ୍ତୁ ଦୁଃଖର ବିଷୟ ଦୀର୍ଘବର୍ଷ ହେବ ଏହା ବନ୍ଦହୋଇ ପଡ଼ିରହିଛି। ଜନସାଧାରଣ ଅଭିଯୋଗ କରିବାକୁ ଅନୁଗୋଳ ଦୌଡି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି।
-ମୁରଲୀଧର ସାହୁ, ସଭାପତି, ତାଳଚେର ସୁରକ୍ଷା ମଞ୍ଚ
କେବଳ ରାଜସ୍ବ ନେଉଛନ୍ତି ସରକାର
ଏମ୍‌ସିଏଲ୍‌ ଓ ଏନ୍‌ଟିପିସି ଦ୍ୱାରା କ୍ଷତିଗ୍ରସ୍ତଙ୍କ ଦୁଃଖ ବୁଝିବାକୁ ଖୋଲାଯାଇଥିବା ଅଫିସର ପ୍ରମୁଖ କାର୍ଯ୍ୟାଳୟକୁ ଅନୁଗୋଳରେ ରଖାଗଲା। ତାଳଚେରରୁ ବିପୁଳ ରାଜସ୍ବ ପାଉଥିବା ରାଜ୍ୟ ସରକାର ଏଠାରେ ଜଣେ ଅଧିକାରୀ ନିଯୁକ୍ତି ଦେଇପାରୁ ନାହାନ୍ତି। ଏଥିଯୋଗୁ ଜନସାଧାରଣ ହଇରାଣ ହେଉଛନ୍ତି।
-କାଳନ୍ଦୀ ସାମଲ, ସାଧାରଣ ସମ୍ପାଦକ, ଭାଜପା
ବୈମାତୃକ ମନୋଭାବର ନମୁନା
ତାଳଚେରବାସୀଙ୍କୁ ଭୁଆଁ ବୁଲାଇବା ଉଦ୍ଦେଶ୍ୟରେ ଏଠାରେ ଅଫିସ ଖୋଲାଗଲା। ଅଧିକାରୀମାନେ ଏଠାକୁ ନ ଆସି ଅନୁଗୋଳରେ ରହି ଅୟସ କଲେ। ଫଳରେ ଥଇଥାନ ସମସ୍ୟା ଅଣଦେଖା ହେଉଛି। ତାଳଚେରବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ସର୍ବଦା ଦେଖିବାକୁ ମିଳୁଛି।
-ଜ୍ଞାନରଞ୍ଜନ ପାଣି, ବ୍ଲକ ସଭାପତି, କଂଗ୍ରେସ
ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଳନ ହୋଇନି
ତାଳଚେର ହେଉଛି ସବୁଠାରୁ ବଡ କ୍ଷତିଗ୍ରସ୍ତ ଅଞ୍ଚଳ। କିନ୍ତୁ ଏହି କ୍ଷତିଗ୍ରସ୍ତଙ୍କ ସମସ୍ୟା ବୁଝିବା ନିମନ୍ତେ ଖୋଲାଯାଇଥିବା ଅଫିସରେ ତାଲା ପଡିଛି। ଥଇଥାନ ଅଧିକାରୀ ପଦବୀ ପୂରଣ କରାଯିବ ବୋଲି ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ପାଳନ ହୋଇନାହିଁ।
-ବିଭୁଧେନ୍ଦ୍ର ପ୍ରତାପ ଦାସ, ସଭାପତି, ବ୍ରାହ୍ମଣୀ ଅଞ୍ଚଳ ସୁରକ୍ଷା ପରିଷଦ
ସ୍ବତନ୍ତ୍ର ଏଡିଏମ୍‌ ପଦବୀ ନାହିଁ
ତାଳଚେରରେ ସ୍ବତନ୍ତ୍ର ଭାବେ କୌଣସି ଏଡିଏମ୍‌ ପଦବୀ ନାହିଁ। ଏଠାରେ ଥିବା ଉପଜିଲାପାଳ ହିଁ ଏନ୍‌ଟିପିସି ଓ ଏମ୍‌ସିଏଲ୍‌ର ଥଇଥାନ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି।
-ବିଶ୍ୱରଞ୍ଜନ ରଥ, ଉପଜିଲାପାଳ, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?