ଏକାଠି କଲା ଅବହେଳା

ଛେଣ୍ଡିପଦା, ୨୮।୭(ସ୍ବ.ପ୍ର.) – ଶିଳ୍ପରେ ସମୃଦ୍ଧ ଜିଲା। ଖଣି ଖାଦାନରେ ଭରପୂର। ହେଲେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଗ୍ରାମାଞ୍ଚଳବାସୀଙ୍କ ଭାଗ୍ୟରେ ଜୁଟିନି ପକ୍କା ସଡ଼କ। ଏଥିଲାଗି ଉଦ୍ୟମ ହୋଇନି ତାହା ନୁହେଁ, ଭଲ ରାସ୍ତାଟିଏ ପାଇଁ ବ୍ଲକ ଅଫିସଠାରୁ ଆରମ୍ଭ କରି ଜିଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି। ନା ମିଳିଲା ପ୍ରତିଶ୍ରୁତି ନା ଆଶ୍ୱାସନା। ସବୁଆଡୁ ନିରାଶ ହେବା ପରେ ପ୍ରଶାସନ ଉପରୁ ଭରସା ତୁଟାଇ ଶେଷରେ ଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ। ପ୍ରତି ଘରୁ ଚାନ୍ଦା ଆଦାୟ କରି ସେହି ଟଙ୍କାରେ ପକ୍କା ସଡ଼କ ଏବଂ ପୋଲ ନିର୍ମାଣ ସ୍ବପ୍ନ ପୂରଣ କରିବାକୁ ଆଗେଇ ଆସିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ଘୁଣ୍ଟୁଳିପଶିବାସୀ।
ଅଞ୍ଚଳବାସୀଙ୍କ କହିବା କଥା, ଗ୍ରାମରେ ୧୭୦ ପରିବାର ବାସ କରୁଛନ୍ତି। ହେଲେ ଗଁାକୁ ଯାତାୟାତ ଲାଗି ସବୁଦିନିଆ ରାସ୍ତା ନାହିଁ। ବାରମ୍ବାର ପ୍ରଶାସନ, ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ଲୋକଙ୍କ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଲେନାହିଁ। ସବୁଆଡୁ ନିରାଶ ହେବା ପରେ ଗ୍ରାମବାସୀ ବୈଠକ କରି ନିଜ ଉଦ୍ୟମରେ ରାସ୍ତା ଏବଂ ପୋଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ସଂଗ୍ରହ କରି ଜେସିବି ମେଶିନ ସାହାଯ୍ୟରେ ଘୁଣ୍ଟୁଳିପଶିଠାରୁ ମାଛକୁଟା କାଉଁଶିନାଳ ପର୍ଯ୍ୟନ୍ତ ପ୍ରାୟ ୫୦୦ ମିଟର ରାସ୍ତା ନିର୍ମାଣ କରାଯାଇଛି। କାଉଁଶିନାଳ ଉପରେ ପୋଲ ନିର୍ମାଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ପୁନର୍ବାର ୩୦ ହଜାର ଟଙ୍କା ଆଦାୟ କରାଯାଇଛି। ଏହି ଟଙ୍କାରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରାମର ସମସ୍ତ ପରିବାର ଏଥିରେ ଶ୍ରମଦାନ କରୁଛନ୍ତି।
ସୂଚନାଯୋଗ୍ୟ, ଘୁଣ୍ଟୁଳିପଶି ଅଧିଗ୍ରହଣ ଅଞ୍ଚଳ ହୋଇଥିବାରୁ ଉନ୍ନୟନମୂଳକ କାର୍ଯ୍ୟ ହେଉନାହିଁ। କୌଣସି କମ୍ପାନୀ ଅଦ୍ୟାବଧି ଜମି ଅଧିଗ୍ରହଣ କରି ନ ଥିବାବେଳେ ବିକାଶମୂଳକ କାମ ଅଟକି ରହିଛି, ଯାହା ୧୭୦ ପରିବାର ପାଇଁ ସମସ୍ୟା ବଢ଼ାଇଛି। ପ୍ରଶାସନର ଅବହେଳା ଗ୍ରାମବାସୀଙ୍କୁ ଏକାଠି କରିଥିବାବେଳେ ସେମାନେ ନିଜସ୍ବ ଉଦ୍ୟମରେ ରାସ୍ତା ଓ ପୋଲ ନିର୍ମାଣ କରିବାକୁ ଚେଷ୍ଟା ଜାରି ରଖିଥିବା କହିଛନ୍ତି।
ପ୍ରତିଶ୍ରୁତି ପରିବର୍ତ୍ତେ ନିରାଶ ହୋଇଛୁ
ରାସ୍ତା, ପୋଲ ନିର୍ମାଣ ପାଇଁ ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ଦ୍ୱାରସ୍ଥ ହୋଇଥିଲୁ। ଅଧିଗ୍ରହଣ ଅଞ୍ଚଳ ହୋଇଥିବାରୁ ସେଠାରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେବ ନାହିଁ ବୋଲି କହି ସମସ୍ତେ ନିରାଶ କଲେ। କେହି ଦୁଃଖ ନ ଶୁଣିବାରୁ ନିଜ ପାଇଁ ନିଜେ ନ୍ୟାୟରେ ଏକାଠି ହୋଇଛୁ।
-ରଞ୍ଜନ କୁମାର ସାହୁ, ଅଞ୍ଚଳବାସୀ
ସୀମା ଟପିଲାଣି ସମସ୍ୟା
ଗ୍ରାମକୁ ଯାତାୟାତ ପାଇଁ ଭଲ ରାସ୍ତା ନାହିଁ। ଯାନିଯାତ୍ରା, ବିବାହ କାର୍ଯ୍ୟରେ ବନ୍ଧୁବାନ୍ଧବ ଆସିବାକୁ ଅମଙ୍ଗ ହେଉଛନ୍ତି। ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁନାହିଁ। ସମସ୍ୟା ସୀମା ଟପିବା ପରେ ନିଜସ୍ବ ଉଦ୍ୟମରେ ବିକାଶମୂଳକ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ।
-ସୁସ୍ମିତା ସାହୁ, ଅଞ୍ଚଳବାସୀ
ହନ୍ତସନ୍ତ ହେଉଛନ୍ତି ୫ ଗ୍ରାମର ବାସିନ୍ଦା
ପକ୍କା ସଡ଼କ ନ ଥିବାରୁ ଘୁଣ୍ଟୁଳିପଶି ଗ୍ରାମ ରାସ୍ତା ଉପରେ ନିର୍ଭରଶୀଳ ୫ ଗ୍ରାମର ବାସିନ୍ଦା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ଗ୍ରାମଠାରୁ ୨ କି.ମି. ଦୂରରେ ଥିବା ଏକ ବିଦ୍ୟାଳୟ ସହିତ ଗ୍ରାମର ହାଇସ୍କୁଲର ମିଶ୍ରଣ ହୋଇଯିବା ପରେ ଛାତ୍ରୀଛାତ୍ରଙ୍କ ଅସୁବିଧା ବଢ଼ିଛି। ଏହାର ସ୍ଥାୟୀ ସମାଧାନ ଲାଗି ଗ୍ରାମବାସୀଙ୍କ ଉଦ୍ୟମରେ ରାସ୍ତା ତିଆରି ଚାଲିଛି।
-ରୂପସ୍ମିତା ସାହୁ ,ଛାତ୍ରୀ
ସମସ୍ୟାର ସମାଧାନ କରାଯିବ
ଗ୍ରାମବାସୀ ନିଜ ଉଦ୍ୟମରେ ରାସ୍ତା ନିର୍ମାଣ କରୁଥିବା ସମ୍ପର୍କରେ ସ୍ଥାନୀୟ ପଞ୍ଚାୟତ ଜନପ୍ରତିନିଧି କିମ୍ବା ନିର୍ବାହୀ ଅଧିକାରୀ ଅବଗତ କରାଇନାହାନ୍ତି। ପ୍ରତ୍ୟେକ ଗ୍ରାମକୁ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବା ଲାଗି ସରକାରୀ ନିର୍ଦ୍ଦେଶନାମା ରହିଛି। ଘଟଣାର ତଦନ୍ତ କରି ସମସ୍ୟାର ସମାଧାନ କରାଯିବ।
-ସଞ୍ଜୟ କୁମାର ଆଚାର୍ଯ୍ୟ, ଛେଣ୍ଡିପଦା ବିଡିଓ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri