ଶୁଖିଲା ପଡିଛି ମହାନଦୀ

ବୌଦ୍ଧ,୧୦।୧: ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ପରେ ମହାନଦୀରେ ଜଳସ୍ତର କମିବାରେ ଲାଗିଛି । ବିଶେଷ କରି ଖରାଦିନେ ମହାନଦୀ ଶୁଖିଲା ପଡୁଛି । କିନ୍ତୁ ଚଳିତବର୍ଷ ଜାନୁୟାରୀ ମାସ ଆରମ୍ଭରୁ ନଦୀରେ ପାଣି ଦେଖିବାକୁ ମିଳୁ ନାହିଁ। ଯେଉଁ ସମୟରେ ମହାଦନୀରେ ଲୋକେ ଡଙ୍ଗାରେ ପାରି ହେଉଥିଲେ, ବର୍ତ୍ତମାନ ଚାଲିକି ନଦୀ ପାର ହେଉଛନ୍ତି ।
ମହାନଦୀ ସହ ଓଡ଼ିଶାର ୧୫ଟି ଜିଲା ଓତଃପ୍ରୋତ ଭାବେ ଜଡିତ। ନଦୀକୁଳିଆ ଲୋକେ ଚାଷ, ମତ୍ସ୍ୟ, ପାଣି ପାଇଁ ନିର୍ଭର କରିଥାନ୍ତି। ହେଲେ ମହାନଦୀ ଶୁଖିଲା ପଡିଛି। ଏନେଇ ନଦୀ କୂଳିଆ ଲୋକଙ୍କୁ ପାନୀୟ ଜଳ କଷ୍ଟ ହେବ। ଚାଷ ଉପରେ ବ୍ୟାପକ ପ୍ରଭାବ ପଡିବା ସହ ମତ୍ସ୍ୟଜୀବୀମାନେ ବେଉସା ହରାଇବେ। ସେହିପରି ମହାନଦୀ କୂଳରେ ବୌଦ୍ଧ ସହର ରହିଛି। ମହାନଦୀ ବୌଦ୍ଧ ଜିଲାର ମନମୁଣ୍ଡାଠାରୁ ମାରଡା ପର୍ଯ୍ୟନ୍ତ ୧୫୦ କି.ମି ପ୍ରବାହିତ। ମନମୁଣ୍ଡାରୁ ବୌଦ୍ଧ ସହର ମଧ୍ୟରେ ତେଲ, ବାଗ, ମେହୁରୁଣୀ ଓ ସାଲୁଙ୍କୀ ଆଦି ନଦୀ ମହାନଦୀରେ ମିଶିଛି। ବୌଦ୍ଧ ସହରର ଦ୍ୱୀପ କୁହାଯାଉଥିବା ମର୍ଜାକୁଦବାସୀ ଏହି ସମୟରେ ମହାନଦୀରେ ଡଙ୍ଗାରେ ପାର ହେଉଥିଲେ। ଏବେ ପାଣି ନ ଥିବାରୁ ଗ୍ରାମବାସୀ ଚାଲି ଚାଲି ନଦୀ ପାର ହେଉଛନ୍ତି । ସେହିପରି ସହରବାସୀ ମଦାନଦୀ ପାଣିକୁ ଭରସା କରିଥାନ୍ତି । ଏବେଠୁ ମହାନଦୀ ଶୁଖିଲା ପଡିବା ଦେଖି ଲୋକେ ଚିନ୍ତାରେ ପଡିଛନ୍ତି । ସେହିପରି ଆଗାମୀ ଦିନରେ ବୌଦ୍ଧ ସହରବାସୀଙ୍କୁ ପାନୀୟଜଳ କଷ୍ଟ ଭୋଗିବାକୁ ପଡିବ। ଅନ୍ୟପକ୍ଷେ ଦୀର୍ଘଦିନ ହେବ ସହରବାସୀ ମହାନଦୀରେ ଆନିକଟ କରିବାକୁ ଦାବି କରିଆସୁଥିବା ବେଳେ ଏହି ଯୋଜନା ସରକାରୀ ନାଲିଫିତାରେ ବନ୍ଧା ହୋଇରହିଛି। ପ୍ରଶାସନ ଏବେଠୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି । ନଚେତ୍‌ ଆଗକୁ ପରିସ୍ଥିତି ବିଗିଡିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ନିର୍ମାଣାଧୀନ ରେଲୱେ ଓଭରବ୍ରିଜ

ବାଉଁଶୁଣୀ/ବୌଦ୍ଧ,୬।୩(ଡି.ଏନ.ଏ./ସ୍ବ.ପ୍ର.):  ପଶ୍ଚିମ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବୌଦ୍ଧ ଜିଲା ଦେଇ ୧୧୦ କି.ମି. ବ୍ୟାପୀ ଏହି ରେଳପଥ...

ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗରୁ ମିଳିଥିବା...

ଦ୍ୱିତୀୟ ସ୍ତ୍ରୀଙ୍କ ସହ ମିଶି ପ୍ରଥମ ସ୍ତ୍ରୀଙ୍କୁ ମାରିବାକୁ ଚାହୁଁଥିଲେ ସ୍ବାମୀ: ଜାଣି ପାରି ବାପାଙ୍କୁ ହତ୍ୟା କଲା ପୁଅ

ଆର.ଉଦୟଗିରି,୬।୭(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ପେଜପାଣି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି...

ଭଦ୍ରକରେ କରୋନା କଟକଣାକୁ ବେଖାତିର: ଘରୋଇ ଶିକ୍ଷାନୁଷ୍ଠାନ ଖୋଲା, ପରୀକ୍ଷା ଦେଉଛନ୍ତି ଛାତ୍ରୀଛାତ୍ର

ଆରଡି, ୧୭।୩(ଡି.ଏନ.ଏ.): କରୋନାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାରଠାରୁ ଅଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶିକ୍ଷକମାନଙ୍କୁ ଆଉ ସ୍କୁଲ ନ...

ତୁକୁଡ଼ା-ମଝିକା ରାସ୍ତା ସମ୍ପ୍ରସାରଣ ଦାବି

ଛେଣ୍ଡିପଦା,୧୯ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନ ତୁକୁଡା-ମଝିକା ରାସ୍ତା ସମ୍ପ୍ରସାରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ, ପ୍ରାୟ ୨୫ କିମି...

ଗଞ୍ଜାମକୁ ୬ ଜାତୀୟ ପଞ୍ଚାୟତ ଆଓ୍ବାର୍ଡ, ଟିମ୍‌କୁ ଶ୍ରେୟ ଦେଲେ ଜିଲାପାଳ

ଛତ୍ରପୁର,୯ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ୬ଟି ଜାତୀୟ ପଞ୍ଚାୟତ ଆଓ୍ବାର୍ଡ-୨୦୨୨ ମିଳିଛି। ସେଥିମଧ୍ୟରେ ଜିଲାର ହିଞ୍ଜିଳି ବ୍ଲକ, ଶେରଗଡ଼ ବ୍ଲକ, ସାରୁ ଓ କେଳୁଆପଲ୍ଲୀ ପଞ୍ଚାୟତକୁ ଦୀନଦୟାଲ...

ଭାଜପା ଛାଡିଲେ ଦାମ ରାଉତ: କହିଲେ ବିଜୁ ପଟ୍ଟନାୟକଙ୍କ ଅନୁଗତ ଭାବେ ରାଜ୍ୟର ସ୍ବାର୍ଥ ପାଇଁ ଅବଶିଷ୍ଟ ଜୀବନ ବିତାଇବେ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ଭାଜପାର ବରିଷ୍ଠ ନେତା ଦାମୋଦର ରାଉତ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ...

ପୁନେରେ ଫସିଛନ୍ତି ସ୍କିଲ ଓଡ଼ିଶା ଛାତ୍ର

ବାଲେଶ୍ୱର ଅଫିସ,୨୩।୪-ବାଲେଶ୍ୱର ସଦର ବ୍ଲକ, ବସ୍ତା ଓ ଜଳେଶ୍ୱର ବ୍ଲକର ୧୩ଜଣ ଛାତ୍ର ସରକାରୀ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ସ୍କିଲ ଓଡ଼ିଶା)ରେ କୃତକାର୍ଯ୍ୟ ହୋଇ...

Advertisement
Archives

Model This Week