ରାତିସାରା ମହାପ୍ରଭୁ ଅନିଦ୍ରା! ସେବାୟତଙ୍କ ମଧ୍ୟରେ ଝଗଡା,ନୀତି ବିଳମ୍ବ

ପୁରୀ,୫।୨(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇନାହିଁ। ଫଳରେ ଶ୍ରୀବିଗ୍ରହମାନେ ସାରା ରାତି ଅନିଦ୍ରା ରହିଛନ୍ତି। ସିଂହାରୀ ସେବାୟତ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁଙ୍କ ପହୁଡ ନୀତି ହୋଇ ନ ଥିବା ସୂଚନା ମିଳିଛି। ଅପର ପକ୍ଷରେ ରବିବାର ପ୍ରଥମ ଭୋଗମଣ୍ଡପ ବାହାରିବା ପରେ ଭକ୍ତମାନେ ମହାପ୍ରସାଦ ପାଇଥିବାବେଳେ ଦ୍ୱିତୀୟ ଭୋଗମଣ୍ଡପରେ ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି। ରବିବାର ପ୍ରାୟ ୪.୩୫ମିନିଟ ସମୟରେ ଭିତରକାଠ ନିକଟରେ ରକ୍ତଛିଟା ପଡିଥିବାରୁ ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ହୋଇଥିଲା। ପ୍ରାୟ ରାତି ୮.୧୦ରେ ମହାସ୍ନାନ ପୂଜା ଶେଷ ହୋଇଥିବା ବେଳେ ପ୍ରାୟ ୩ ଘଣ୍ଟା ପରେ ଅର୍ଥାତ ରାତି ୧୧.୨୪ରେ ଦ୍ୱିତୀୟ ଭୋଗମଣ୍ଡପ ପୂଜା ବସି ୧୧.୩୦ରେ ଦ୍ୱିତୀୟ ଭୋଗମଣ୍ଡପ ପୂଜା ଶେଷ ହେଲା। ଅର୍ଥାତ ରାତି ୧୧.୩୦ରେ ଦ୍ୱିତୀୟ ଭୋଗମଣ୍ଡପରେ ମହାପ୍ରସାଦ ବାହାରିଥିଲା। ବିଳମ୍ବିତ ରାତି କାରଣରୁ ଭକ୍ତମାନେ ବରାଦ ଦେଇଥିବା ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ। ପରେ ରାତି ୨.୦୮ରେ ସନ୍ଧ୍ୟାଧୂପ ପୂଜା ଶେଷ ହୋଇ ରାତି ୩.୦୮ରେ ଚନ୍ଦନଲାଗି ବେଶ ପରେ ଭୋର ୪.୧୨ରେ ବଡସିଂହାର ବେଶ ସମ୍ପଣର୍‌ନ ହୋଇ ନୀତି ବନ୍ଦ ରହିଲା। ତେବେ ମହାସ୍ନାନ ପୂଜା ପରେ ପ୍ରାୟ ତିନିଘଣ୍ଟା ଧରି ସିଂହାରୀ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଦ୍ୱିତୀୟ ଭୋଗମଣ୍ଡପ ପୂଜା ବିଳମ୍ବରେ ଅନୁଷ୍ଠିତ ହେବାରୁ ମହାପ୍ରସାଦ ପାଇବାରୁ ଅନେକ ଭକ୍ତ ବଞ୍ଚିତ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?