୨ ଦୁର୍ବୃତ୍ତଙ୍କ ସହ ସୁନା ଦୋକାନୀ ଜେଲ ଗଲେ

ରାଜକନିକା,୧୭ା୮(ସଞ୍ଜୟ କୁମାର ଦାଶ):କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିଲା। ଚୋରି ଘଟଣାରେ ଗୁରୁବାର ପୋଲିସ ୩୪. ୫ ଗ୍ରାମ୍‌ ସୁନା ଜବତ କରିବା ସହ ୨ ଦୁର୍ବୃତ୍ତଙ୍କ ସହ ସୁନା କିଣିଥିବା ଦୋକାନୀଙ୍କୁ ଧରି କୋର୍ଟଚାଲାଣ କରିଥିଲା। କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏମାନଙ୍କ ସହ ଅନ୍ୟ କେହି ଥିବା ସନ୍ଦେହରେ ପୋଲିସ ଅଧିକ ତଦନ୍ତ ଚଳାଇଛି।
ରାଜକନିକା ବିଡିଓ ପୃଥ୍ବୀରାଜ ପରିଡାଙ୍କ ଅନୁପସ୍ଥିତିରେ ତାଙ୍କ ସରକାରୀ ବାସଭବନରୁ ଜାନୁୟାରୀ ୨୭, ମେ ୧୮ ଓ ଜୁନ୍‌ ୧୨କୁ ମିଶାଇ ସମାନ ଢଙ୍ଗରେ ୩ଥରରେ ଦୁର୍ବୃତ୍ତ ସୁନା ଅଳଙ୍କାର, ଲାପଟପ୍‌, ମୋବାଇଲ୍‌, ଟିଭି, କମ୍ପ୍ୟୁଟର ହାର୍ଡ ଡିସ୍କ ଭଳି ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ଚୋରି ହୋଇଥିଲା। ସେହିପରି ସଦର ନୂଆସାହି (ବାଘବୁଦା) ଗଁାର ପ୍ରକାଶ ପାଣିଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଜୁନ ୧୧ରେ ଲକ୍ଷାଧିକ ଟଙ୍କାର ସୁନାରୁପା ସହ ଆସବାବପତ୍ର ଚୋରି ହେବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ବିଡିଓଙ୍କ ଘରୁ ଚୋରିକୁ ନେଇ ଜୁନ୍‌ ୧୯ରୁ ବ୍ଲକ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଥିଲେ। ଜୁନ୍‌ ୨୪ରେ ତତ୍କାଳୀନ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ କ୍ଷମା ସାଗର ପଣ୍ଡାଙ୍କ ପ୍ରତିଶ୍ରୁତିରେ କର୍ମଚାରୀମାନେ କାର୍ଯ୍ୟ ଆରମ୍ଭ କରିଥିଲେ। ଏସ୍‌ପି ସିଦ୍ଧାର୍ଥ କାଟାରିଆଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଟିମ୍‌ ଗଠନ କରାଯାଇଥିଲା। ରାଜକନିକା ପୋଲିସ ଏହି ଘଟଣାର ଗୁରୁବାର ପର୍ଦ୍ଦାଫାଶ କରିଛି। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ଜରିଆ ଗଁାର କୁନା ଦାସ(୨୬), ରଞ୍ଜିତ ଦାସ(୨୪) ୨ ଭାଇଙ୍କୁ ତାଙ୍କ ଘରୁ ପୋଲିସ କାବୁ କରିଥିଲା। ସେମାନେ ବିକ୍ରି କରିଥିବା ସୁନା ଅଳଙ୍କାରଗୁଡ଼ିକୁ ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳ ମେଡିକାଲ ଛକଠାରେ ଥିବା ସଞ୍ଜୟ ଚାରମୂଳଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ଅଭିଯୁକ୍ତ କୁନାଙ୍କ ନାମରେ ଆଗରୁ ଅନ୍ୟ ଥାନାରେ ମାମଲା ରହିଛି। ଭାରତୀୟ ନ୍ୟାୟ ସଂହିତା ଦଫା ୪୫୭, ୩୮୦ରେ ନଂ. ୫୦/୨୪ରେ ମାମଲା ରୁଜୁ କରି ଗୁରୁବାର ୩ ଜଣଙ୍କୁ ଡାକ୍ତରୀପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି । ଏ ସମ୍ପର୍କରେ ଆଇଆଇସି ଦିଲୀପ କୁମାର ଧଳଙ୍କୁ ପଚାରିବାରେ ଅନ୍ୟ କାହାର ସମ୍ପୃକ୍ତି ଥିବା ନେଇ ଅଧିକ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?