Posted inଜାତୀୟ

ସଇତାନ ସାଜିଲେ ପ୍ରେମିକା: ଯାହାକୁ ହୃଦୟ ଦେଇ ବସିଥିଲେ ,ତାକୁ ମାରିଦେଲେ: ମାତ୍ର ଏହି ଭୁଲ୍‌ ପାଇଁ…

ରାୟପୁର, ୪ା୨: ସାମାନ୍ୟ ମତାନ୍ତରକୁ କେନ୍ଦ୍ରକରି ଜଣେ ୨୨ ବର୍ଷୀୟା ପ୍ରେମିକା ତାଙ୍କ ୨୫ ବର୍ଷୀୟ ପ୍ରେମିକଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଛତିଶଗଡ଼ ବିଳାସପୁର ଅଞ୍ଚଳରେ ଘଟିଛି। ୨୫ ବର୍ଷୀୟ କାମତା ସୂର୍ଯ୍ୟବଂଶୀ ଏଠାରେ ଏକ ହୋଟେଲରେ କାର୍ଯ୍ୟ କରିବା ସହିତ ଭଡ଼ା ଘରେ ରହୁଥିଲେ। କିଛି ଦିନ ପରେ ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨୨ ବର୍ଷୀୟା ଯୁବତୀ ରୋଶ୍‌ନୀ ସୂର୍ଯ୍ୟବଂଶୀଙ୍କ ସହ ପରିଚୟ ହୋଇଥିଲା। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ବେଳେ ଅଚାନକ କାମତା ରୋଶ୍‌ନୀଙ୍କ ନମ୍ବର ଏବଂ ମେସେଜ୍‌ ବ୍ଲକ୍‌ କରିଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ରୋଶ୍‌ନୀ କାମତାଙ୍କୁ ଭେଟିବା ସହ ତାଙ୍କ ଫୋନ୍‌ ମାଗିଥିଲେ। କିନ୍ତୁ ସେ ଫୋନ୍‌ ନ ଦେବାରୁ ରୋଶ୍‌ନୀ କାମତାଙ୍କ ଛାତିକୁ ଛୁରିରେ ଭୁସି ହତ୍ୟା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ମୋହନଙ୍କ ପତିଆରା: ଗୋଟିଏ ପରେ ଗୋଟିଏ ଗୁରୁଦାୟିତ୍ୱ ଦେଉଛି ଭାଜପା

ଭୁବନେଶ୍ୱର,୬ା୫(ସୁନିତ୍‌ ମିଶ୍ର):ପଶ୍ଚିମବଙ୍ଗରେ ଭାଜପା ଏକାକୀ ସରକାର ଗଠନ କରିବାକୁ ଯାଉଛି। ଭାଜପା ବିଧାୟକ ଦଳ ନେତା ବାଛିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ…

ବଙ୍ଗଳା ଜିତିବା ପରେ ମଧ୍ୟ ଭାଜପାକୁ ମିଳିବନି ରାଜ୍ୟ ସଭାର ଫାଇଦା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୬।୫: ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରି ଭାଜପା ଦ୍ୱିଶତକ ହାସଲ କରି ଇତିହାସ ସୃଷ୍ଟି କରିଥିବା ବେଳେ, କିନ୍ତୁ ରାଜ୍ୟ ସଭାର ଗଣିତ…

ଇମୋଶନାଲ୍‌ ହୋଇ ଏ କ’ଣ କହିଦେଲେ ଥଲାପତି ବିଜୟ: ଚାରିଆଡେ ହେଉଛି ଚର୍ଚ୍ଚା

ଚେନ୍ନାଇ,୬।୫: ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଏକ ବିବୃତ୍ତି ଜାରି କରି ରାଜ୍ୟବାସୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।…

ମମତା ଇସ୍ତଫା ଦେବାକୁ ମନା କରିବା ପରେ ନିର୍ବାଚନ କମିଶନ ନେଲେ ଏହି ପଦକ୍ଷେପ, ଜାଣନ୍ତୁ ଆଗକୁ କ’ଣ ହେବ?

ନୂଆଦିଲ୍ଲୀ,୬।୫: ପଶ୍ଚିମବଙ୍ଗରେ କ୍ଷମତା ପାଇଁ ଲଢ଼େଇ ଏକ ନୂତନ ଏବଂ ଗମ୍ଭୀର ମୋଡ଼ରେ ପହଞ୍ଚିଛି। ନିର୍ବାଚନ କମିଶନ (EC) ମଙ୍ଗଳବାର ଏକ ନୂତନ ରାଜ୍ୟ ବିଧାନସଭା ଗଠନ…

ସୃଜନାମତ୍କ ସାରସ୍ବତ ସାଧନା

ସରକାରୀ ଚାକିରି ଜୀବନ ଆରମ୍ଭରେ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ଓ ଜଣେ ଆଇଏଏସ୍‌ ଅଫିସରଙ୍କ ବେତନ ପ୍ରାୟତଃ ସମାନ ରହିଥାଏ। କିନ୍ତୁ ପ୍ରଶ୍ନ ଉଠେ, ଆଇଏଏସ୍‌ ଅଫିସର…

ଦୁରାରୋଗ୍ୟ ସଂରକ୍ଷଣ ବ୍ୟାଧି

ମୁଁ କେବେ ଡାକ୍ତର ହୋଇପାରିବିନି, କାରଣ ମୋ ଦୁର୍ଭାଗ୍ୟକୁ ମୁଁ ତଥାକଥିତ ଉଚ୍ଚ ଜାତିରେ ଜନ୍ମ ନେଇଛି। ସଂରକ୍ଷଣ ଭିତ୍ତିରେ ସରକାରୀ କୋଟାରେ ପାଠ ପଢ଼ିବାକୁ ମୋର…

ଚର୍ଚ୍ଚାରେ ବିଜୟଙ୍କ ଗାଡ଼ି ନମ୍ବର ‘TN 07CM 2026’: ଥିଲା ମାଷ୍ଟରପ୍ଲାନ୍‌

ଭୁବନେଶ୍ୱର, ୬।୫(ସୁନିତ୍‌ ମିଶ୍ର):ତାମିଲନାଡୁ ବିଧାନସଭା ନିର୍ବାଚନରେ ଲୋକପ୍ରିୟ ତାମିଲ ଅଭିନେତା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟଙ୍କ ଦଳ ଟିଭିକେ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇ ସମସ୍ତଙ୍କ ପାଇଁ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ: ସ୍କୁଟି ଚାଳକଙ୍କୁ ହାଇୱାରେ ଧକ୍କା ଦେଇ…

ଦେବଗଡ଼, ୬।୫(ଶଶାଙ୍କ ଶେଖର ଝାଙ୍କର)ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ। ଦେବଗଡ଼ ଥାନା ତିଳେଇବଣି ଫାଣ୍ଡି ଅନ୍ତର୍ଗତ ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri