ପ୍ରେମିକଙ୍କ ସହ ଫୋନ୍‌ରେ କଥା ହେଉଥିଲେ ଝିଅ, ବାପା ମନା କରିବାରୁ ଘଟାଇଲେ ଏମିତି କାଣ୍ଡ

ଭୋପାଳ,୧୭।୧: ମଧ୍ୟପ୍ରଦେଶର ବୈତୁଲରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ସହ କଥା ନ ହେବା ପାଇଁ ଝିଅକୁ ବାପା ମନା କରିବାରୁ ନାବାଳିକା ଝିଅଟି ପ୍ରେମିକ ଏବଂ ବନ୍ଧୁଙ୍କ ସହ ମିଶି ନିଜ ବାପାଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଘଟଣାଟି ବୈତୁଲର ସାରଣୀ ଅଞ୍ଚଳରେ ଘଟିଛି। ଶନିବାର ସାରଣୀ ପୋଲିସ ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ କରି କହିଛି, ଏହି ହତ୍ୟାରେ ମୃତକଙ୍କ ନାବାଳିକା ଝିଅଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଝିଅଟି ହତ୍ୟା କରିବା ପରେ ମୃତଦେହକୁ ଘରେ କମ୍ବଳ ଘୋଡ଼ାଇ ୩ ଦିନ ପର୍ଯ୍ୟନ୍ତ ରଖିଥିଲେ। ପୋଲିସ କହିଛି, ଗତ ୧୪ ତାରିଖରେ ବବୁଲ ନାଗଲେ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ଯେ, ତାଙ୍କ ଭିଣୋଇ ଶ୍ରୀରାମ ହୁରମାଡେ ଏବଂ ତାଙ୍କ ନାବାଳିକା ଝିଅ ସହିତ ସୁଭାଷ ନଗରରେ ରହୁଥିଲେ। ସେ ଶ୍ରୀରାମଙ୍କୁ ଫୋନ୍‌ କରିଥିଲେ ମଧ୍ୟ ତାଙ୍କ ସହ କଥା ହୋଇପାରି ନ ଥିଲେ। ୧୪ ଜାନୁୟାରୀରେ ଜଣାପଡ଼ିଲା କି, ଶ୍ରୀରାମଙ୍କ ଘର ପଛପଟୁ ଗନ୍ଧ ଆସୁଥିଲା। ମାତ୍ର ତାଙ୍କ ଝିଅ ଦେଖିବା ପାଇଁ ଯିବାକୁ ଦେଉ ନ ଥିଲେ। ସେତେବେଳେ ବବୁଲ ଶ୍ରୀରାମଙ୍କ ଘରକୁ ଗଲେ ଏବଂ ଝରକା ଖୋଲି ଦେଖିବାରୁ ଶ୍ରୀରାମଙ୍କ ମୃତଦେହ କମ୍ବଳ ଘୋଡ଼ାଇ ହୋଇ ପଡ଼ିଥିବା ଦେଖିଥିଲେ। ତାଙ୍କ ମୁଣ୍ଡ ଏବଂ ବେକରେ ଆଘାତ ଲାଗିଥିବା ମଧ୍ୟ ଦେଖିଥିଲେ।
ଏହା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଥାନାଧିକାରୀ ମହେନ୍ଦ୍ର ସିଂ ଚୌହାନଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ପ୍ରତ୍ୟେକ ଦିଗ ପ୍ରତି ନଜର ରଖାଯାଇଥିଲା। ଯାଞ୍ଚ ସମୟରେ ଜଣାପଡ଼ିଥିଲା ମୃତକଙ୍କ ନିଜ ଝିଅ ତାଙ୍କ ବନ୍ଧୁ ଏବଂ ପ୍ରେମିକଙ୍କ ସହ ମିଶି ବାପାଙ୍କୁ ହତ୍ୟା କରିଛନ୍ତି। ପରେ ଝିଅ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିସୋଡିଆଙ୍କ ସମେତ ୧୫ଜଣଙ୍କ ବିରୋଧରେ ଏଫ୍‌ଆଇଆର

ନୂଆଦିଲ୍ଲୀ,୧୯।୮: ଏକ୍ସାଇଜ ସ୍କାମ ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହି ମାମଲାରେ ସିବିଆଇ ୧୫ଜଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି।...

ବାୟୁସେନା ବିମାନ ବନ୍ଦରରେ ହାଇ ଆର୍ଲଟ: ଆତ୍ମଘାତୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ,୨୫।୯: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ର ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଭାରତୀୟ ବାୟୁସେନା ବିମାନବନ୍ଦରରେ ହାଇ ଆର୍ଲଟ ଜାରି କରାଯାଇଛି। ଏସବୁ ବିମାନ ବନ୍ଦର...

ମଝି ଆକାଶରେ ଜଳିଗଲା ମିଗ୍‌-୨୧ ବିମାନ

ଭୋପାଳ, ୨୫।୯: ଭାରତୀୟ ବାୟୁସେନାର ଏକ ଟ୍ରେନର ମିଗ୍‌-୨୧ ବିମାନ ବୁଧବାର ଗ୍ବାଲିୟରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ମଝି ଆକାଶରେ ଜଳିଯାଇଛି। ଏଥିରେ ଥିବା ଜଣେ...

୧୨ କୋଟିର ମର୍ସିଡିଜ୍‌ରେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ …

ନୂଆଦିଲ୍ଲୀ, ୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ପ୍ରଧାନମନ୍ତ୍ରୀ ୧୨ କୋଟିର ମର୍ସିଡିଜ୍‌ ମେବେକ୍‌...

ଶିବରାଜ-ସିନ୍ଧିଆ ଟଣାଓଟରା: ଛିଣ୍ଡୁନି ବିଭାଗ ଭାଗବଣ୍ଟା

ଭୋପାଳ, ୫।୭: ମଧ୍ୟପ୍ରଦେଶ ରାଜନୀତିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ଇତିମଧ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ...

ଟିକ୍‌ଟକ୍‌ ଆପ୍‌ ଭାରତରେ ହେଲା ବ୍ଲକ୍‌: ଗୁଗଲ ନେଲା ପଦକ୍ଷେପ

ନୂଆଦିଲ୍ଲୀ,୧୭।୪: ଏଣିକି ଭାରତରେ ଟିକ୍‌ଟକ୍‌ ଆପ୍‌ ଆଉ ଡାଉନଲୋଡ୍‌ ହେବନାହିଁ। ଗୁଗଲ୍‌ ପକ୍ଷରୁ ଟିକ୍‌ଟକ୍‌ ଭିଡିଓ ଆପକୁ ଭାରତରେ ବ୍ଲକ୍‌ କରାଯାଇଛି। ଏହି ଆପ୍‌ ଦ୍ୱାରା...

ପ୍ରଧାନମନ୍ତ୍ରୀଙ୍କ ଭାଇ କାର ଦୁର୍ଘଟଣାରେ ଆହତ…

ବେଙ୍ଗାଲୁରୁ,୨୭।୧୨ : ଏକ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନଭାଇ ପ୍ରହ୍ଲାଦ ମୋଦି ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ନାଟକର ମହୀଶୁରରେ...

ଗୋଆରେ ଚିହ୍ନଟ ହେଲେ ପ୍ରଥମ ଓମିକ୍ରନ୍ ସଂକ୍ରମିତ: ସଂକ୍ରମଣ ସଂଖ୍ୟାରେ ମହାରାଷ୍ଟ୍ରକୁ ପଛରେ ପକାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୨୭ ।୧୨: ବେଳକୁ ବେଳ କାୟା ବିସ୍ତାର କରି ଚାଲିଛି ଓମିକ୍ରନ୍ । କରୋନାର ଏହି ନୂଆ ଭାରିଏଣ୍ଟ ଏବେ ୧୯ ରାଜ୍ୟ ଓ କେନ୍ଦ୍ର...

Advertisement
Archives

Model This Week