ଭିକାରୀଙ୍କ ବଦାନ୍ୟତା, କରୋନା ରିଲିଫ୍‌ ପାଣ୍ଠିକୁ ଦେଲେ…

ଚେନ୍ନାଇ,୧୯ା୮: କରୋନା ମହାମାରୀ ସମଗ୍ର ବିଶ୍ୱବାସୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏହି ସଙ୍କଟ ସମୟରେ ଲୋକେ ଜଣେ ଜଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି। ତାମିଲନାଡୁର ମଦୁରାଇରୁ ଏପରି ଏକ ଖବର ସାମ୍ନାକୁ ଆସିଛି । ଯାହା ଲୋକଙ୍କୁ ପ୍ରେରଣା ଯୋଗାଇବ। ଏଠାକାର ଜଣେ ଭିକାରୀ ଭିକ ମାଗି କରୋନା ସହାୟତା ପାଇଁ ୯୦ ହଜାର ଟଙ୍କା ରାଜ୍ୟ ପାଣ୍ଠିକୁ କରିଛନ୍ତି।


ତାମିଲନାଡୁର ପୁଲ୍‌ ପାଣ୍ଡିଆନ ବହୁ ଗରିବ। ଭିକ ମାଗି ସେ ପେଟ ପୋଷିଥାନ୍ତି। ମାତ୍ର କରୋନା ସଙ୍କଟ ସମୟରେ ସେ ଭିକ ମାଗି ରଖିଥିବା ୯୦ ହଜାର ଟଙ୍କା ରାଜ୍ୟ କୋଭିଡ୍‌-୧୯ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି। ଏହା ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେଉଛି। ପୁଲ୍‌ଙ୍କ ଏପରି ବଦାନ୍ୟତା ପାଇଁ ଲୋକେ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି।
ପୁଲ୍‌ ଭିକ ମାଗି ରଖିଥିବା ଏହି ଅର୍ଥକୁ ଜିଲାପାଳଙ୍କ ଅଫିସକୁ ଯାଇ ପ୍ରଦାନ କରିଛନ୍ତି। ଖାଲି ଏତିକି ନୁହେଁ, ପୁଲ୍‌ ପୂର୍ବରୁ ପିଲାଙ୍କ ଶିକ୍ଷା ପାଇଁ ସରକାରୀ ସ୍କୁଲକୁ ମଧ୍ୟ ବହୁବାର ତାଙ୍କ ଭିକ୍ଷା ଅର୍ଥ ସଞ୍ଚିତ କରି ପ୍ରଦାନ କରିସାରିଛନ୍ତି। ପୁଲ୍‌ଙ୍କ ଏପରି କାର୍ଯ୍ୟ ବେଶ୍‌ ପ୍ରଶଂସାଯୋଗ୍ୟ। ସମାଜରେ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ପ୍ରେରଣା ଯୋଗାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ରେ ଫ୍ରିଜ୍‌ରେ ରଖନ୍ତୁ ନାହିଁ ଏହି ୬ଟି ଜିନିଷ

ସାଧାରଣତଃ ବ୍ୟସ୍ତବହୁଳତା ଜୀବନ ଯୋଗୁ ଲୋକମାନେ ସପ୍ତାହର ପନିପରିବା ଆଣି ଫ୍ରିଜ୍‌ରେ ରଖିଦେଇଥାନ୍ତି। ପ୍ରାୟ ସମୟରେ ଏହି ପନିପରିବା ବହୁଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରହିଯାଇଥାଏ। ହେଲେ...

ଏନ୍‌ଆର୍‌ସିରୁ ବାଦ୍‌ ପଡ଼ିଥିବା ବ୍ୟକ୍ତିଙ୍କୁ ଅଟକ ରଖାଯିବନି

ନୂଆଦିଲ୍ଲୀ,୩ା୯(ପି.ଟି.): ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ବାଦ୍‌ ପଡ଼ିଥିବା ଲୋକଙ୍କୁ ଅଟକ ରଖାଯିବନି ବୋଲି କେନ୍ଦ୍ର ସରକାର ସୋମବାର ସ୍ପଷ୍ଟ କରିଛନ୍ତି। ସେମାନଙ୍କର ସମସ୍ତ...

ଏହି ମହିଳା ୫୪ ବର୍ଷ ପୂର୍ବେ ଉଦ୍ଭାବନ କରିଥିଲେ ସାନିଟାଇଜର: ଯାହା ବର୍ତ୍ତମାନ କରୋନା ଜୀବାଣୁଠୁୁ କରୁଛି ରକ୍ଷା

କରୋନା ସମଗ୍ର ବିଶ୍ୱବାସୀଙ୍କୁ ଆତଙ୍କିତ କରିରଖିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଚାଇନାର ଉହାନ...

ପାଣି ପମ୍ପ୍‌ ଚୋରି ସନ୍ଦେହ: ଦଳିତ ଯୁବକଙ୍କୁ ପିଟି ହତ୍ୟା

ଜୟପୁର,୨୩ା୯(ପି.ଟି.): ରାଜସ୍ଥାନର ଝଲଓ୍ବରରେ ଶନିବାର ପାଣି ପମ୍ପ୍‌ ଚୋରି ସନ୍ଦେହରେ ଜଣେ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଘାଟୋଲି ଅଞ୍ଚଳର ପୁରିଲାଲ ତନ୍‌ଓ୍ବରଙ୍କ...

ନାବାଳିକା ସ୍ତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ବଳାତ୍କାର ସହିତ ସମାନ, ହାଇକୋର୍ଟଙ୍କ ରାୟ…

ଭୋପାଳ,୨୧।୧୧: ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ବାଲିୟର୍‌ ବେଞ୍ଚ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନାବାଳିକା ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଜାମିନ ପ୍ରଦାନ କରିବାକୁ ମନା...

୮ ବର୍ଷ ଝିଅର ବେଷ୍ଟ ଫ୍ରେଣ୍ଡ୍‌ ୧୧ ଫୁଟ ଲମ୍ବର ଅଜଗର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବନ୍ଧୁତା ଏମିତି ଏକ ଶବ୍ଦ ଯାହାର କଳନା ନାହିଁ। ମାତ୍ର ଏମିତି ଜଣେ ଝିଅ ଅଛନ୍ତି, ଯାହାଙ୍କ ବନ୍ଧୁ କୌଣସି ଝିଅ କି ପୁଅ ନୁହନ୍ତି।...

ଏମିତି ଦେଶ, ଯେଉଁଠି ସବୁଠୁ ଶସ୍ତାରେ ମିଳେ ପେଟ୍ରୋଲ

କାରାକସ୍‌,୨୮।୨: ଆଜିକାଲି ଆମ ଦେଶରେ ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହେଲାଣି। ଏମିତିକି ଆମ ଦେଶର କିଛି ସହରରେ ପେଟ୍ରୋଲ ଦାମ୍‌ ଲିଟର ପ୍ରତି ୧୦୦...

ଦେଶରେ ନୂଆ କୋଭିଡ୍‌ ଷ୍ଟ୍ରେନର ମାମଲା ୭୩କୁ ବୃଦ୍ଧି

ନୂଆଦିଲ୍ଲୀ,୬।୧: ଦେଶରେ ୨୪ ଘଣ୍ଟା ମଧ୍ୟରେ କୋଭିଡ୍‌-୧୯ ନୂତନ ଷ୍ଟ୍ରେନର ୨ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ବୁଧବାର ନୂତନ ଷ୍ଟ୍ରେନ ସଂକ୍ରମିତ ଲୋକଙ୍କ...

Advertisement


Archives

Model This Week