ଜିସିଇ ହେବ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ

ଭୁବନେଶ୍ୱର,୨ା୭:କେନ୍ଦୁଝରସ୍ଥିତ ଗଭର୍ନମେଣ୍ଟ କଲେଜ ଅଫ୍‌ ଇଞ୍ଜିନିୟରିଂ(ଜିସିଇ)କୁ ରାଜ୍ୟ ସରକାର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ବା ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ି ତୋଳିବେ। ମାଇନିଂ, ମେଟାଲର୍ଜି ଆଣ୍ଡ୍‌ ମିନେରାଲ୍ସ କ୍ଷେତ୍ରରେ ଏଠାରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ (ସିଓଇ) ସ୍ଥାପନ କରାଯିବାକୁ ଯୋଜନା ରଖାଯାଇଛି। ଭୂତତ୍ତ୍ୱ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା ଲାଗି ଏହା ଯୋଗଦାନ ରଖିବ। ରାଜ୍ୟରେ ମାଇନିଂ ଏବଂ ମେଟାଲର୍ଜି ଭଳି କ୍ଷେତ୍ରରେ ଗବେଷଣା ଏବଂ ଦକ୍ଷତା ବିକାଶ ଦିଗରେ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି କୁହାଯାଉଛି। ଲୋକସେବା ଭବନରେ ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହୋଇଯାଇଛି। ଦକ୍ଷତା ବିକାଶ ଏବଂ ଟେକ୍ନିକାଲ ଏଜୁକେଶନ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଏହି ପ୍ରସ୍ତାବ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏଥିପାଇଁ ଇକୋସିଷ୍ଟମ ପ୍ରସ୍ତୁତ କରିବା ସହ ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ଆକୃଷ୍ଟ କରିବାକୁ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶାରେ ଖଣି କ୍ଷେତ୍ରରେ ସମ୍ଭାବନା ଥିବାରୁ ଆଇଏସ୍‌ଏମ୍‌, ଧାନବାଦ ଭଳି ପ୍ରତିଷ୍ଠାନ ରାଜ୍ୟରେ ସ୍ଥାପନ କରିବା ଲାଗି ମହାପାତ୍ର ଗୁରୁତ୍ୱାରୋପ କରିଛନ୍ତି। ସାରା ବିଶ୍ୱର ପ୍ରତିଭାମାନେ ଯେଭଳି ଏହି ଅନୁଷ୍ଠାନ ପ୍ରତି ଆକୃଷ୍ଟ ହେବେ ସେ ନେଇ ଆନୁଷଙ୍ଗିକ ଭିତ୍ତିଭୂମି ଏବଂ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଖଣି, ଇଞ୍ଜିନିୟରିଂ ଏବଂ ଜିଓ ଫିଜିକ୍ସରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଆମାନଙ୍କୁ ଏଠାରେ କାମ କରିବାର ସୁଯୋଗ ମିଳିବ। ପ୍ରତିଷ୍ଠାନ ସ୍ଥାପନ ଲାଗି ଏକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ସରକାର ପ୍ରସ୍ତାବକୁ ଆବଶ୍ୟକ ମଞ୍ଜୁରୀ ପ୍ରଦାନ କରିବେ।
ଏଠାରେ ଏକ ସ୍ବତନ୍ତ୍ର ଜିଓଲୋଜି ଡିଭିଜନ ରଖିବା ସହ ଏଠାରେ ଆପ୍ଲାଏଡ୍‌ ଜିଓଲୋଜି, ଜିଓ ଫିଜିକ୍ସ ଏବଂ ଜିଓ ଇଞ୍ଜିନିୟରିଂରେ ୫ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମ ରଖିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି। ଗବେଷଣା ଏବଂ ଉନ୍ନତୀକରଣ କାର୍ଯ୍ୟକୁ ଉତ୍ସାହିତ କରିବା ଲାଗି ଏକ ଦୃଢ଼ କର୍ପସ ପାଣ୍ଠି ଗଠନ ନେଇ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି।
ଜିସିଇରେ ନୂଆ ବ୍ୟବସ୍ଥା ଲାଗି ୪୨.୫୦ କୋଟି ଖର୍ଚ୍ଚ କରିବା ପାଇଁ ଆକଳନ କରାଯାଇଛି। ଏଠାରେ ରକ୍‌ ମେକାନିକ୍ସ, ରକ୍‌ ଏକ୍ସାଭେସନ, ମିନେରାଲ ପ୍ରୋସେସିଂ, ଏକ୍ସଟ୍ରାକ୍ଟିଭ ମେଟାଲର୍ଜି, ମ୍ୟାଟେରିଆଲ ଟେଷ୍ଟିଂ, କ୍ୟାରେକ୍ଟରାଇଜେଶନ, ଜିଓଲୋଜି, ଏନ୍‌ଭାରମେଣ୍ଟାଲ ଇଞ୍ଜିନିୟରିଂ, ମାଇନିଂ ପ୍ଲାନିଂ ଏବଂ ଡିଜାଇନ ଭଳି କ୍ଷେତ୍ରରେ ଆଡଭାନ୍ସ ଡିଭିଜନ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମରେ ଜିସିଇ ଅଧ୍ୟକ୍ଷ ପ୍ରଫେସର ଡି.ଡି. ମିଶ୍ର, ଟେକ୍ନିକାଲ ଏଜୁକେଶନ ନିର୍ଦ୍ଦେଶକ ରେଘୁ ଜି., କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ, ଦକ୍ଷତା ବିକାଶ ଅତିରିକ୍ତ ସଚିବ ଅଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ସ୍ବାଧୀନତା ଦିବସରେ ଦେଲେ ଯୁଦ୍ଧ ଧମକ

ଇସଲାମାବାଦ୍‌,୧୪।୮: ପାକିସ୍ତାନ ସ୍ବାଧୀନତା ଦିବସରେ ମଧ୍ୟ ଭାରତ ଧିରୋଧରେ ବିଷ ଓଗାଳିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତର ‘ଅପରେଶନ ସିନ୍ଦୁର’ ଦ୍ୱାରା ଆରମ୍ଭ ହୋଇଥିବା…

ଆମେରିକାର ବଡ଼ ଅଭିଯୋଗ; ଚାଇନାକୁ ଟାରିଫ୍‌ରୁ ବଞ୍ଚାଉଛି ଭାରତ!

ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri