ସିଲିଣ୍ଡରରେ ପାଣି ପୂରାଇ ଲୁଟୁଥିଲେ ଗ୍ୟାସ

ଝାରସୁଗୁଡ଼ା ଅଫିସ,୧୮ା୮: ପରିବହନ ଗାଡ଼ିରୁ ଗ୍ୟାସ୍‌ ସିଲିଣ୍ଡର ବାହାର କରି ପାଣିଭର୍ତ୍ତି ସିଲିଣ୍ଡର ବୋଝେଇ କରି ରପ୍ତାନି କରାଯାଉଥିଲା। ଏଭଳି ଅଭିନବ ଉପାୟରେ ଗ୍ୟାସ୍‌ ଚୋରି ଘଟଣାର ରହସ୍ୟ ଉନ୍ମୋଚନ କରିଛି ଝାରସୁଗୁଡ଼ା ପୋଲିସ। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଝାଡ଼ଖଣ୍ଡ ଗିରିଡିହିର ଟ୍ରକ୍‌ ଚାଳକ ଭୁବନେଶ୍ୱର ଯାଦବ, ଅଭିନାଶ ଯାଦବ ଓ ସ୍ଥାନୀୟ ବେହେରାମାଲର ମାନସ ରଞ୍ଜନ ପାତ୍ର। ଏମାନଙ୍କ ନିକଟରୁ ପୋଲିସ ୧୦ଟି ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର, ଚୋରିରେ ବ୍ୟବହୃତ ଓଆର୍‌୨୩ବି-୯୭୦୧ ମାରୁତି ଭ୍ୟାନ୍‌କୁ ଜବତ କରିଛି। ଏ ନେଇ ଗ୍ୟାସ୍‌ ସିଲିଣ୍ଡର୍‌ ଟ୍ରାନ୍ସପୋର୍ଟ ମାଲିକ ଦେବେନ୍ଦ୍ର ତିଓ୍ବାରୀଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ସୋମବାର ଝାରସୁଗୁଡ଼ା ଟାଉନ ଥାନା ଏକ ମାମଲା(ନଂ.୪୧୧/୨୧) ରୁଜୁ ହୋଇଥିଲା।

ଏସ୍‌ପି ବିକାଶ ଚନ୍ଦ୍ର ଦାସ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଝାରସୁଗୁଡ଼ା ଓଏମ୍‌ପି ନିକଟ ଆଇଓସିଏଲ୍‌ ବଟଲିଂ ପ୍ଲାଣ୍ଟରୁ ଟ୍ରାନ୍ସପୋର୍ଟ ମାଧ୍ୟମରେ ବରଗଡ଼ ଜିଲା ଅତାବିରାକୁ ଏକ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ଯାଉଥିବା ବେଳେ ପୋଲିସ ଏହା ଉପରେ କଡା ନଜର ରଖିଥିଲା। ଟ୍ରକ୍‌ ଚାଳକ ରାସ୍ତାରେ ଗାଡ଼ି ଅଟକାଇ ୨ଟି ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡର ବାହାର କରି ସେହି ସ୍ଥାନରେ ୨ଟି ପାଣିଭର୍ତ୍ତି ସିଲିଣ୍ଡର ବୋଝେଇ କରୁଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା। ଚାଳକ ଭୁବନେଶ୍ୱରଙ୍କୁ ପୋଲିସ ପଚରାଉଚରା କରିବାରୁ ସେ କହିଥିଲେ, ବେହେରାମାଲର ଗ୍ୟାସ୍‌ ବିକ୍ରେତା ମାନସଙ୍କୁ ସେ ସିଲିଣ୍ଡର ପିଛା ୫ଶହ ଟଙ୍କାରେ ବିକ୍ରି କରୁଥିଲେ ା ଏହା ପରିବର୍ତ୍ତେ ମାନସଙ୍କ ନିକଟରୁ ପାଣିଭର୍ତ୍ତି ସିଲିଣ୍ଡର ଟ୍ରକ୍‌ରେ ବୋଝେଇ କରୁଥିଲେ। ପାଣିଭର୍ତ୍ତି ସିଲିଣ୍ଡର ଗ୍ୟାସ୍‌ ସିଲିଣ୍ଡର ସହିତ ମିଶି ଡିପୋରେ ଅନ୍‌ଲୋଡ୍‌ ହେଉଥିଲା। ଏହାକୁ ଡିଲର ଖାଉଟିଙ୍କୁ ବିତରଣ କରୁଥିଲେ। ଖାଉଟି ଏହାକୁ ବ୍ୟବହାର କରିବା ସମୟରେ ସିଲିଣ୍ଡରରେ ପାଣି ଥିବା ଜାଣି ଡିଲ୍‌ରଙ୍କ ନିକଟରେ ଅଭିଯୋଗ କରୁଥିଲେ। ଏଭଳି ଘଟଣା ବାରମ୍ବାର ହେବା ଫଳରେ ଡିଲ୍‌ରମାନେ ଆଇଓସିଏଲ୍‌ ନିକଟରେ ଅଭିଯୋଗ କରିଥିଲେ। ଆଇଓସିଏଲ୍‌ କମ୍ପାନୀ ଏ ନେଇ ଟ୍ରାନ୍ସପୋର୍ଟର ମାଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଟ୍ରାନ୍ସପୋର୍ଟ ମାଲିକ ଦ୍ୱନ୍ଦ୍ୱରେ ପଡି ପୋଲିସକୁ ଜଣାଇଥିଲେ। ଏସ୍‌ପି ଦାସଙ୍କ ନିଦ୍ଦେର୍ଶକ୍ରମେ ଏସ୍‌ଡିପିଓ ନିର୍ମଳ ମହାପାତ୍ରଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ତଦନ୍ତ କରି ଘଟଣାର ପର୍ଦ୍ଧାଫାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri