ଦୟାରେ ପଡୁଛି ଆବର୍ଜନା

ପୁରୁଣା ଭୁବନେଶ୍ୱର,୨୧।୧୦(ସୁବାସ ଚନ୍ଦ୍ର ପ୍ରଧାନ): ପାର୍ବଣ ଆରମ୍ଭରୁ କମିଶନରେଟ ପୋଲିସ ପକ୍ଷରୁ ମୂର୍ତ୍ତି ବିସର୍ଜନ ପାଇଁ ଦୟା ବ୍ରିଜ ତଳେ ଅସ୍ଥାୟୀ ପୋଖରୀ ଖନନ କରାଯାଇଛି। ଏଠାରେ ପୂଜା ମଣ୍ଡପ, ଘରୋଇ ଓ ସରକାରୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ମୂର୍ତ୍ତି ବିସର୍ଜନ କରିବାକୁ ଗାଇଡ୍‌ଲାଇନ ରହିଛି। ହେଲେ ସଚେତନତା ଅଭାବରୁ ଲୋକେ ବ୍ରିଜ ଉପରେ ଛିଡ଼ା ହୋଇ ମୂର୍ତ୍ତି ଓ ଆବର୍ଜନା ପାଣିକୁ ଫିଙ୍ଗି ଦେଉଛନ୍ତି। ଏହି ପ୍ରଦୂଷିତ ପାଣି ନୂଆଗଁା, ଲିଙ୍ଗିପୁର, ଇଟିପୁର, ଟିକରପଡ଼ା, ବସନ୍ତପୁର ଶାସନ, ଇଟିପୁର, ଶୁଆବରେଇ ବାସିନ୍ଦାଙ୍କ ପାଇଁ ବିପଦ ପାଲଟିଛି। ସ୍ଥାନୀୟ ବାସିନ୍ଦା ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଫଳରେ ଗ୍ରାମବାସୀ ବିଭିନ୍ନ ସଂକ୍ରମଣ ରୋଗରେ ପଡ଼ିବା ନଜିର ରହିଛି। ଅନ୍ୟପଟେ ଅସ୍ଥାୟୀ ପୋଖରୀରେ ଗାର୍ବେଜ ନ ଥିବାରୁ ପୋଖରୀରେ ଦୂଷିତ ପାଣି ନିର୍ଗତ ହୋଇ ନଦୀ ଜଳରେ ମିଶୁଛି। ଦୟା ବ୍ରିଜ ସନ୍ନିକଟ ଅନେକ ଘାଟ, ତୁଠରେ ତିଳତର୍ପଣ ଅନ୍ତ୍ୟେଷ୍ଟି କ୍ରିୟା କାର୍ଯ୍ୟ କରାଯାଉଛି। ଫଳରେ ସେଠାରେ ଜମା ହୋଇଥିବା ଆବର୍ଜନା ନଦୀରେ ମିଶି ପାଣିକୁ ଦୂଷିତ କରୁଛି। ସଚେତନତା ଅଭାବ, ପରିବେଶ ପରିଷ୍କାର ନ ରଖିଲେ ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ। ତୁରନ୍ତ କମିଶନରେଟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଖୁବ୍‌ଶୀଘ୍ର ଏହି ଘଟଣା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଧଉଳି ଥାନା ଆଇଆଇସି କହିଛନ୍ତି। ସେହିପରି କଳିଙ୍ଗ ଐତିହ୍ୟ ସୁରକ୍ଷା ମଞ୍ଚ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ କହିଛନ୍ତି, ନଦୀରେ ଆବର୍ଜନା ନ ପକାଇବା ପାଇଁ ସଚେତନତା ବାର୍ତ୍ତା ବ୍ରିଜରେ ଲେଖାଯାଇଥିଲା। ତଟବର୍ତ୍ତି ବାସିନ୍ଦାଙ୍କୁ ସଚେତନ କରାଯିବା ସହ ପ୍ରଦୂଷଣ ବୋର୍ଡ ପକ୍ଷରୁ ଲୋକଙ୍କ ପାଇଁ କଟକଣା ବାର୍ତ୍ତା ରହିବା ଆବଶ୍ୟକ। ଆଞ୍ଚଳିକ ବିକାଶ ପରିଷଦ ସଭାପତି ବୃନ୍ଦାବନ ସାହୁ କହିଛନ୍ତି, ଅସ୍ଥାୟୀ ପୋଖରୀ ଖୋଲିଦେଇ ପୋଲିସ ନିଜ ଦାୟିତ୍ୱ ସାରିଦେଉଛି। ଲୋକଙ୍କୁ ସଚେତନ କରାଯିବା ସହ ବ୍ରିଜର ଉଭୟ ପଟେ ସୂଚନା ଏବଂ ସତର୍କତା ସମ୍ବନ୍ଧୀୟ ବୋର୍ଡ ଲଗାଯିବ ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri