ଗଙ୍ଗା କଟକରେ ନାହିଁ

ଅଭିମନ୍ୟୁ ଧଳ

ଓଡ଼ିଆରେ କଥାଟିଏ ଅଛି ‘ଭାଗ୍ୟରେ ନାହିଁ ତ, ଗଙ୍ଗା କଟକରେ ନାହିଁ’। ପୌରାଣିକ ଆଖ୍ୟାନ ଅନୁସାରେ କପିଳ ମୁନିଙ୍କ ଅଭିଶାପରେ ରାଜା ସଗରଙ୍କ ପୁତ୍ରମାନେ ପ୍ରଜ୍ୱଳିତ ଅଗ୍ନିରେ ବର୍ଷବର୍ଷ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ। ସେହି ବଂଶର ଯୋଗଜନ୍ମା ଦାୟାଦ ଭାଗୀରଥ କଠୋର ତପସ୍ୟା କରି ଗଙ୍ଗାମାତାଙ୍କୁ ଧାରଣୀ ପୃଷ୍ଠକୁ ଆଣିବାରେ ସକ୍ଷମ ହୋଇଥିଲେ। ମା’ ପତିତପାବନୀ ଗଙ୍ଗାଙ୍କ ପବିତ୍ର ଜଳସ୍ପର୍ଶରେ ସଗର ଦାୟାଦମାନେ ମୁକ୍ତି ପାଇଲେ। ହିମାଳୟର ଗଙ୍ଗୋତ୍ରୀ ନାମକ ତୁଷାରସ୍ରୋତରୁ ବାହାରିଥିବା ଚିରସ୍ରୋତା ପବିତ୍ର ଗଙ୍ଗାନଦୀ ପଶ୍ଚିମବଙ୍ଗ ଦେଇ ବଙ୍ଗୋପସାଗରରେ ପଡ଼ିଛି। ଏହି ପବିତ୍ର ନଦୀରେ ବୁଡ଼ ପକାଇଲେ, ମୃତ ବ୍ୟକ୍ତିର ଅସ୍ଥି ପାପନାଶନ ହେବା ସହିତ ମୃତ ବ୍ୟକ୍ତିଙ୍କ ଆମତ୍ାର ସଦ୍‌ଗତି ହୁଏ ବୋଲି ହିନ୍ଦୁମାନଙ୍କର ଗଭୀର ବିଶ୍ୱାସ ରହିଛି। ଏହି ନଦୀର ଜଳରେ ଔଷଧୀୟ ଗୁଣ ରହିଛି। ‘ନମାମି ଗଙ୍ଗେ’ କାର୍ଯ୍ୟକ୍ରମ ମାଧ୍ୟମରେ ହଜାର ହଜାର କୋଟି କୋଟି ଖର୍ଚ୍ଚ କରି ଏହି ପବିତ୍ର ଜଳର ସ୍ବଚ୍ଛତା ଫେରାଇ ଆଣିବାକୁ କାର୍ଯ୍ୟକ୍ରମ ଜାରି ରହିଛି। ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ, ବ୍ରତ, ପୂଜା, ପାର୍ବଣ ଏପରି କି ଦଶାହକର୍ମ ଆଦିରେ ପବିତ୍ର ଗଙ୍ଗା ଜଳର ଆବଶ୍ୟକତା ହୋଇଥାଏ। ଆଗେ ଯେଉଁମାନେ କଲିକତାରେ କାମ କରନ୍ତି, ସେମାନେ ଘରକୁ ଫେରିବା ବେଳେ ଗଙ୍ଗାଜଳ ଆଣିବା ପାଇଁ ଭୁଲି ନ ଥାନ୍ତି। ଗାଁଟା ସାରା ଲୋକେ ସେହିମାନଙ୍କ ଘରୁ ଗଙ୍ଗା ଜଳ ଆଣି କର୍ମରେ ଲଗାଇଥାନ୍ତି। ବର୍ତ୍ତମାନ ପୂଜା ସାମଗ୍ରୀ ଦୋକାନଗୁଡ଼ିକରେ ଛୋଟ କାଚ ବା ପ୍ଲାଷ୍ଟିକ ଶିଶିରେ ଗଙ୍ଗା ଜଳ ବିକ୍ରି ହେଉଛି। ଲୋକେ ଏହି ପବିତ୍ର ଜଳକୁ କିଣିଲା ବେଳେ ମୁଣ୍ଡରେ ମାରି ସନ୍ତର୍ପଣର ସହିତ ଠାକୁରଙ୍କ ପୂଜା ସ୍ଥାନରେ ରଖିଥାନ୍ତି।
‘ଗଙ୍ଗା କଟକରେ ଅଛି’ ବୋଲି ଅସାଧୁ ବ୍ୟବସାୟୀମାନେ ଲୋକମାନଙ୍କ ଧର୍ମୀୟ ଭାବନା ଉପରେ କୁଠାରାଘାତ କରି ବେଶ୍‌ ଦି’ ପଇସା କମେଇ ଚାଲିଛନ୍ତି। ଏପରି ଏକ ନକଲି ପୂଜା ସାମଗ୍ରୀ ପ୍ରସ୍ତୁତ କାରଖାନା ଉପରେ ଚଢ଼ଉ କରି ରହସ୍ୟ ଉନ୍ମୋଚନ ହୋଇଛି। ନିକଟସ୍ଥ କେନାଲ ପାଣିକୁ ଆଣି ଗଙ୍ଗା ଜଳ, ପଞ୍ଚତୀର୍ଥ ଜଳ ବୋତଲ ପିଛା ୧୦ ଟଙ୍କା, ଗୋଲାପ ଜଳ ଓ ଅଗୁରୁ ୨୦ ଟଙ୍କାରେ ଓ ମହୁ ପଚାଶରୁ ଶହେ ଟଙ୍କାରେ ବିକ୍ରି ହେଉଥିଲା। ଚିନିକୁ ପାଗକରି ସେଥିରେ ଏସେନସ ମିଶାଇ ମହୁତିଆରି ଓ ଏକ ପ୍ରକାର ସ୍ପିରିଟ ଓ ଏସେନସ ମିଶାଇ ଅଗୁରୁ ପ୍ରସ୍ତୁତ ହେଉଥିଲା। ଆମେ ଖୋଜି ଖୋଜି ନିଜେ ବ୍ୟବହାର ପାଇଁ ଖାଣ୍ଟି ଗୁଆଘିଅ ସଂଗ୍ରହ କରୁଥିବା ବେଳେ ଠାକୁରଙ୍କ ପାଇଁ ଶସ୍ତା ଘିଅ କିଣି ଦୀପ ଦେଉ। ଯଦିଓ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରି କେତେକ ମନ୍ଦିରରେ ଆଇନ ଅନୁସାରେ ଗୁଆଘିଅ ଦୀପଜାଳିବା ପ୍ରଣୟନ ହୋଇଛି। ଏହି ଗୁଆଘିଅ ଖାଣ୍ଟି କି? କେତେକ କାରଖାନା ନାମୀଦାମୀ ବ୍ରାଣ୍ଡର ପ୍ୟାକେଟରେ ନକଲି ଗୁଆଘିଅ ପ୍ରସ୍ତୁତ କରି ବଜାରକୁ ଛାଡୁଛନ୍ତି। ଏହିଠାରୁ ସିଇସି ଫ୍ଲେଭର କେମିକାଲ ଜବତ ହୋଇଛି। ଏହାର ମୂଲ୍ୟ ଅଧଲିଟର ପ୍ରତି ୧୫୦୦ ଟଙ୍କା ହୋଇଥିବା ବେଳେ ସେତିକି କେମିକାଲ ୪୫୦୦ ଲିଟର ଘିଅ ପ୍ରସ୍ତୁତି କରିବାରେ ସାହାଯ୍ୟ କରେ।
ବ୍ୟବସାୟର ପେଣ୍ଠସ୍ଥଳ କଟକ ଓ ଏହାର ଆଖପାଖ ଅଞ୍ଚଳରେ ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ ଶ୍ରେଷ୍ଠ ସ୍ଥାନରେ ଅଛି। କିଛିଦିନ ତଳେ ନକଲି ସିମେଣ୍ଟ, ରଙ୍ଗ କାରଖାନା ଓ ରାଉରକେଲାରେ ନାମୀ ବ୍ରାଣ୍ଡର ନକଲି ସୋରିଷ ତେଲ କାରଖାନା ଠାବ ହୋଇଥିଲା। ବର୍ତ୍ତମାନ କଟକରେ ନକଲି ମସଲା, ନକଲି ଗୁଟ୍‌ଖା, ନକଲି ସସ୍‌, ନକଲି ସୋୟାବଡ଼ି କାରଖାନା ଠାବ ହୋଇଛି। ଚଉଦଟି ମିଲରେ ମସଲା ପ୍ରସ୍ତୁତ ସ୍ଥାନକୁ ସିଲ୍‌ କରାଯାଇଥିଲା। ବର୍ତ୍ତମାନ କରୋନା ସମୟରେ ଶରୀରର ଇମ୍ୟୁନିଟି ପାଓ୍ବାର ବଢ଼ାଇବା ପାଇଁ କୋଟି କୋଟି ଲୋକ ସକାଳୁ ଉଷୁମ ପାଣିରେ ହଳଦୀ ଗୁଣ୍ଡ ମିଶାଇ ପିଉଛନ୍ତି। ନକିଲି ହଳଦୀ ଗୁଣ୍ଡର ରାଜ ଚାଲିଛି। ଏଥିରେ ମାରାମତ୍କ ରଙ୍ଗ ମିଶାଯାଉଛି। ଆମେ ସାଧାରଣତଃ ଉପଭୋକ୍ତା ମଧ୍ୟ ରଙ୍ଗ ଦିଆ ହଳଦୀ ଗୁଣ୍ଡ ଖାଇବାରେ ଲାଗିଛେ। ଯେତେ ରଙ୍ଗ ଅଧିକ ସେତେଭଲ। କନ୍ଧମାଳରୁ ଆମଦାନୀ ହଳଦୀ ଏତେ ରଙ୍ଗ ହୁଏ ନାହିଁ ପରନ୍ତୁ ଏହା ଔଷଧୀୟ ଗୁଣରେ ଭରପୂର। ଅସାଧୁ ବ୍ୟବସାୟୀ ଅର୍ଥାତ୍‌ ଏହାକୁ ତିଆରି କରୁଥିବା କେତେକ ପାଷାଣ୍ଡ ଏଥିରେ ବିଷ ଭରିଦେଉଛନ୍ତି। କଖାରୁରୁ ପ୍ରସ୍ତୁତ ଟମାଟୋସସ୍‌ ଓ ଚିଲିସସ୍‌ରେ ଏସେନ୍‌ସ ଓ କେମିକାଲ ଦିଆଯାଇ ପ୍ରସ୍ତୁତ କରାଯାଉଛି। ସୋୟାବଡ଼ିରେ ୯୦ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋଟିନ ଥାଏ। ତେଣୁ ଏହାର ଚାହିଦା ଅଧିକ ପରନ୍ତୁ ପୋକରା ଅରୁଆ ଚାଉଳରେ ଆମୋନିଆ ବାୟୋକାର୍ବୋନେଟ ଓ ଅନ୍ୟାନ୍ୟ କେମିକାଲ ମିଶାଇ ଏବଂ ଆକର୍ଷଣୀୟ ପ୍ୟାକରେ ପ୍ରସ୍ତୁତ କରାଯାଇ ବଜାରକୁ ଆସୁଛି; ଯାହା ଶରୀର ପାଇଁ ଅତି କ୍ଷତିକାରକ। ଆମେ ସ୍ନେହବଶତଃ ଶିଶୁମାନଙ୍କୁ ଯେଉଁ ରଙ୍ଗିନ ଆଳୁଚିପସ ପ୍ୟାକେଟ ଧରାଇଦେଉ ତାହା ପଚାଆଳୁ ଓ କେମିକାଲରେ ତିଆରି ବୋଲି ମଧ୍ୟପ୍ରଦେଶର ଇନ୍ଦୋରଠାରେ ଏକ ନକଲି କାରଖାନା ଠାବ କରାଯାଇଛି। ନାମୀଦାମୀ ବ୍ରାଣ୍ଡରେ ମିଲ୍‌କ ପାଉଡର, ଚା’ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନକଲି ହେଉଛି। ୨୦୧୩ ମସିହା ଜାଜୁୟାରୀ ପହିଲାରୁ ଗୁଟ୍‌ଖା ଉପରେ ନିଷେଧାଜ୍ଞା ଜାରି ହୋଇଥିଲେ ମଧ୍ୟ ଆମ ଓଡ଼ିଶାରେ ଏକାଧିକ ନକଲି ଗୁଟ୍‌ଖା କାରଖାନା ଚାଲିବା ଓ ଲକ୍ଷ ଲକ୍ଷ ଦୋକାନରେ ଏହି ହାର ଶୋଭାବର୍ଦ୍ଧନ କରୁଥିବା ଆମର ଦୁର୍ବଳତାକୁ ପଦାରେ ପକାଉଛି। ନକଲି ଗୁଟ୍‌ଖା ବିଷରେ ବିଷ ମିଶାଇଲା ଭଳି। ଆମେ ଯେତେ ନାମୀଦାମୀ ବ୍ରାଣ୍ଡ ଜିନିଷ କିଣିଲେ ବି ଏହା ଅସଲି କି ନକଲି ଜାଣିବା କେମିତି। ସେଇଥିପାଇଁ ତ ଯୁବାବସ୍ଥାରୁ ରୋଗର ପ୍ରାଦୁର୍ଭାବ, ରୋଗୀଙ୍କ ପାଇଁ ଡାକ୍ତରଖାନାରେ ବେଡ଼ନାହିଁ। ଆମେ ଯେଉଁ ଔଷଧଖାଇ ଆରୋଗ୍ୟ ହେବା ତାହା ମଧ୍ୟ ନକଲି ବୋଲି କେତେକ ସ୍ଥାନରେ ଧରାପଡୁଛି। ନିତ୍ୟ ବ୍ୟବହାର୍ଯ୍ୟ ମସଲା ୩୦% ନନ୍‌ ବ୍ରାଣ୍ଡେଡ। ଏମାନେ ସରକାରଙ୍କୁ ଟିକସ ଫାଙ୍କି ଲୋକଙ୍କ ଜୀବନ ସହିତ ଖେଳ ଖେଳି ଚାଲିଛନ୍ତି। ହୁଗୁଳା ଆଇନର ସହାୟତା ନେଇ କୋଟି କୋଟି ଲୋକଙ୍କର ଜୀବନର ଅନ୍ତ ଘଟାଉଛନ୍ତି। ଏହା ଫଳରେ କ୍ଷୁଦ୍ର କାରଖାନା ବଜାରର ପ୍ରତିଦ୍ୱନ୍ଦ୍ୱିତାରେ ହାରିଯାଇ ବରବାଦ ହେଉଛନ୍ତି। ଘରୋଇ ଋଣ ଓ ବ୍ୟାଙ୍କ ଋଣ ବୋଝ ମୁଣ୍ଡାଇ ଚାଲିଛନ୍ତି।
ସୁଖର କଥା ଏବେ ପୋଲିସ ପ୍ରଶାସନର ନିଦ ଭାଙ୍ଗିଛି। ଦୁଇ ମାସ ମଧ୍ୟରେ କମିଶନରେଟ ପୋଲିସ ପକ୍ଷରୁ ୨୧ଟି ସ୍ଥାନରେ ଚଢ଼ଉ କରାଯାଇ ୭ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ କରାଯିବା ସହ ୨୫ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। କେବଳ କଟକ, ଭୁବନେଶ୍ୱର ନୁହେଁ, ଓଡ଼ିଶା ସାରା ଏହି ନକଲି ସାମଗ୍ରୀ ତିଆରି କାରଖାନାକୁ ଜବତ କଲେ ସାଧାରଣ ଖାଉଟିଙ୍କ ଜୀବନ ରକ୍ଷା ହେବା ସହିତ ସରକାର ହରାଉଥିବା ଟିକସ ପୂରଣ ହେବ ଓ ବନ୍ଦ ହୋଇଯାଉଥିବା କାରଖାନା ଠିକରେ ଚାଲିବ। ଦେଶ ହେଉ ବା ରାଜ୍ୟର ଆର୍ଥିକ ଅବସ୍ଥା ସୁଦୃଢ଼ ହେବ। ଦୁର୍ନୀତି ଯେପରି ରାଜ୍ୟ ଓ ଦେଶରେ ତା’ର କାୟା ମେଲାଇ ରହିଛି ନକଲି ସାମଗ୍ରୀ ସେମିତି(ବିଶେଷକରି ଖାଦ୍ୟ ସାମଗ୍ରୀ) ମଣିଷ ଶିକାର କରିଚାଲିଛି। ଏ ଦୁଇଟିକୁ ମୂଳୋତ୍ପାଟନ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ଅତୀତରେ ଏମିତି କେତେଥର ଆରମ୍ଭ ହୋଇ ବନ୍ଦ ହୋଇଥିବା ଅଭିଯାନ ଏଥର ବନ୍ଦ ନ ହେଉ।
ଓସଙ୍ଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?