ଗଙ୍ଗା କଟକରେ ନାହିଁ

ଅଭିମନ୍ୟୁ ଧଳ

ଓଡ଼ିଆରେ କଥାଟିଏ ଅଛି ‘ଭାଗ୍ୟରେ ନାହିଁ ତ, ଗଙ୍ଗା କଟକରେ ନାହିଁ’। ପୌରାଣିକ ଆଖ୍ୟାନ ଅନୁସାରେ କପିଳ ମୁନିଙ୍କ ଅଭିଶାପରେ ରାଜା ସଗରଙ୍କ ପୁତ୍ରମାନେ ପ୍ରଜ୍ୱଳିତ ଅଗ୍ନିରେ ବର୍ଷବର୍ଷ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ। ସେହି ବଂଶର ଯୋଗଜନ୍ମା ଦାୟାଦ ଭାଗୀରଥ କଠୋର ତପସ୍ୟା କରି ଗଙ୍ଗାମାତାଙ୍କୁ ଧାରଣୀ ପୃଷ୍ଠକୁ ଆଣିବାରେ ସକ୍ଷମ ହୋଇଥିଲେ। ମା’ ପତିତପାବନୀ ଗଙ୍ଗାଙ୍କ ପବିତ୍ର ଜଳସ୍ପର୍ଶରେ ସଗର ଦାୟାଦମାନେ ମୁକ୍ତି ପାଇଲେ। ହିମାଳୟର ଗଙ୍ଗୋତ୍ରୀ ନାମକ ତୁଷାରସ୍ରୋତରୁ ବାହାରିଥିବା ଚିରସ୍ରୋତା ପବିତ୍ର ଗଙ୍ଗାନଦୀ ପଶ୍ଚିମବଙ୍ଗ ଦେଇ ବଙ୍ଗୋପସାଗରରେ ପଡ଼ିଛି। ଏହି ପବିତ୍ର ନଦୀରେ ବୁଡ଼ ପକାଇଲେ, ମୃତ ବ୍ୟକ୍ତିର ଅସ୍ଥି ପାପନାଶନ ହେବା ସହିତ ମୃତ ବ୍ୟକ୍ତିଙ୍କ ଆମତ୍ାର ସଦ୍‌ଗତି ହୁଏ ବୋଲି ହିନ୍ଦୁମାନଙ୍କର ଗଭୀର ବିଶ୍ୱାସ ରହିଛି। ଏହି ନଦୀର ଜଳରେ ଔଷଧୀୟ ଗୁଣ ରହିଛି। ‘ନମାମି ଗଙ୍ଗେ’ କାର୍ଯ୍ୟକ୍ରମ ମାଧ୍ୟମରେ ହଜାର ହଜାର କୋଟି କୋଟି ଖର୍ଚ୍ଚ କରି ଏହି ପବିତ୍ର ଜଳର ସ୍ବଚ୍ଛତା ଫେରାଇ ଆଣିବାକୁ କାର୍ଯ୍ୟକ୍ରମ ଜାରି ରହିଛି। ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ, ବ୍ରତ, ପୂଜା, ପାର୍ବଣ ଏପରି କି ଦଶାହକର୍ମ ଆଦିରେ ପବିତ୍ର ଗଙ୍ଗା ଜଳର ଆବଶ୍ୟକତା ହୋଇଥାଏ। ଆଗେ ଯେଉଁମାନେ କଲିକତାରେ କାମ କରନ୍ତି, ସେମାନେ ଘରକୁ ଫେରିବା ବେଳେ ଗଙ୍ଗାଜଳ ଆଣିବା ପାଇଁ ଭୁଲି ନ ଥାନ୍ତି। ଗାଁଟା ସାରା ଲୋକେ ସେହିମାନଙ୍କ ଘରୁ ଗଙ୍ଗା ଜଳ ଆଣି କର୍ମରେ ଲଗାଇଥାନ୍ତି। ବର୍ତ୍ତମାନ ପୂଜା ସାମଗ୍ରୀ ଦୋକାନଗୁଡ଼ିକରେ ଛୋଟ କାଚ ବା ପ୍ଲାଷ୍ଟିକ ଶିଶିରେ ଗଙ୍ଗା ଜଳ ବିକ୍ରି ହେଉଛି। ଲୋକେ ଏହି ପବିତ୍ର ଜଳକୁ କିଣିଲା ବେଳେ ମୁଣ୍ଡରେ ମାରି ସନ୍ତର୍ପଣର ସହିତ ଠାକୁରଙ୍କ ପୂଜା ସ୍ଥାନରେ ରଖିଥାନ୍ତି।
‘ଗଙ୍ଗା କଟକରେ ଅଛି’ ବୋଲି ଅସାଧୁ ବ୍ୟବସାୟୀମାନେ ଲୋକମାନଙ୍କ ଧର୍ମୀୟ ଭାବନା ଉପରେ କୁଠାରାଘାତ କରି ବେଶ୍‌ ଦି’ ପଇସା କମେଇ ଚାଲିଛନ୍ତି। ଏପରି ଏକ ନକଲି ପୂଜା ସାମଗ୍ରୀ ପ୍ରସ୍ତୁତ କାରଖାନା ଉପରେ ଚଢ଼ଉ କରି ରହସ୍ୟ ଉନ୍ମୋଚନ ହୋଇଛି। ନିକଟସ୍ଥ କେନାଲ ପାଣିକୁ ଆଣି ଗଙ୍ଗା ଜଳ, ପଞ୍ଚତୀର୍ଥ ଜଳ ବୋତଲ ପିଛା ୧୦ ଟଙ୍କା, ଗୋଲାପ ଜଳ ଓ ଅଗୁରୁ ୨୦ ଟଙ୍କାରେ ଓ ମହୁ ପଚାଶରୁ ଶହେ ଟଙ୍କାରେ ବିକ୍ରି ହେଉଥିଲା। ଚିନିକୁ ପାଗକରି ସେଥିରେ ଏସେନସ ମିଶାଇ ମହୁତିଆରି ଓ ଏକ ପ୍ରକାର ସ୍ପିରିଟ ଓ ଏସେନସ ମିଶାଇ ଅଗୁରୁ ପ୍ରସ୍ତୁତ ହେଉଥିଲା। ଆମେ ଖୋଜି ଖୋଜି ନିଜେ ବ୍ୟବହାର ପାଇଁ ଖାଣ୍ଟି ଗୁଆଘିଅ ସଂଗ୍ରହ କରୁଥିବା ବେଳେ ଠାକୁରଙ୍କ ପାଇଁ ଶସ୍ତା ଘିଅ କିଣି ଦୀପ ଦେଉ। ଯଦିଓ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରି କେତେକ ମନ୍ଦିରରେ ଆଇନ ଅନୁସାରେ ଗୁଆଘିଅ ଦୀପଜାଳିବା ପ୍ରଣୟନ ହୋଇଛି। ଏହି ଗୁଆଘିଅ ଖାଣ୍ଟି କି? କେତେକ କାରଖାନା ନାମୀଦାମୀ ବ୍ରାଣ୍ଡର ପ୍ୟାକେଟରେ ନକଲି ଗୁଆଘିଅ ପ୍ରସ୍ତୁତ କରି ବଜାରକୁ ଛାଡୁଛନ୍ତି। ଏହିଠାରୁ ସିଇସି ଫ୍ଲେଭର କେମିକାଲ ଜବତ ହୋଇଛି। ଏହାର ମୂଲ୍ୟ ଅଧଲିଟର ପ୍ରତି ୧୫୦୦ ଟଙ୍କା ହୋଇଥିବା ବେଳେ ସେତିକି କେମିକାଲ ୪୫୦୦ ଲିଟର ଘିଅ ପ୍ରସ୍ତୁତି କରିବାରେ ସାହାଯ୍ୟ କରେ।
ବ୍ୟବସାୟର ପେଣ୍ଠସ୍ଥଳ କଟକ ଓ ଏହାର ଆଖପାଖ ଅଞ୍ଚଳରେ ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ ଶ୍ରେଷ୍ଠ ସ୍ଥାନରେ ଅଛି। କିଛିଦିନ ତଳେ ନକଲି ସିମେଣ୍ଟ, ରଙ୍ଗ କାରଖାନା ଓ ରାଉରକେଲାରେ ନାମୀ ବ୍ରାଣ୍ଡର ନକଲି ସୋରିଷ ତେଲ କାରଖାନା ଠାବ ହୋଇଥିଲା। ବର୍ତ୍ତମାନ କଟକରେ ନକଲି ମସଲା, ନକଲି ଗୁଟ୍‌ଖା, ନକଲି ସସ୍‌, ନକଲି ସୋୟାବଡ଼ି କାରଖାନା ଠାବ ହୋଇଛି। ଚଉଦଟି ମିଲରେ ମସଲା ପ୍ରସ୍ତୁତ ସ୍ଥାନକୁ ସିଲ୍‌ କରାଯାଇଥିଲା। ବର୍ତ୍ତମାନ କରୋନା ସମୟରେ ଶରୀରର ଇମ୍ୟୁନିଟି ପାଓ୍ବାର ବଢ଼ାଇବା ପାଇଁ କୋଟି କୋଟି ଲୋକ ସକାଳୁ ଉଷୁମ ପାଣିରେ ହଳଦୀ ଗୁଣ୍ଡ ମିଶାଇ ପିଉଛନ୍ତି। ନକିଲି ହଳଦୀ ଗୁଣ୍ଡର ରାଜ ଚାଲିଛି। ଏଥିରେ ମାରାମତ୍କ ରଙ୍ଗ ମିଶାଯାଉଛି। ଆମେ ସାଧାରଣତଃ ଉପଭୋକ୍ତା ମଧ୍ୟ ରଙ୍ଗ ଦିଆ ହଳଦୀ ଗୁଣ୍ଡ ଖାଇବାରେ ଲାଗିଛେ। ଯେତେ ରଙ୍ଗ ଅଧିକ ସେତେଭଲ। କନ୍ଧମାଳରୁ ଆମଦାନୀ ହଳଦୀ ଏତେ ରଙ୍ଗ ହୁଏ ନାହିଁ ପରନ୍ତୁ ଏହା ଔଷଧୀୟ ଗୁଣରେ ଭରପୂର। ଅସାଧୁ ବ୍ୟବସାୟୀ ଅର୍ଥାତ୍‌ ଏହାକୁ ତିଆରି କରୁଥିବା କେତେକ ପାଷାଣ୍ଡ ଏଥିରେ ବିଷ ଭରିଦେଉଛନ୍ତି। କଖାରୁରୁ ପ୍ରସ୍ତୁତ ଟମାଟୋସସ୍‌ ଓ ଚିଲିସସ୍‌ରେ ଏସେନ୍‌ସ ଓ କେମିକାଲ ଦିଆଯାଇ ପ୍ରସ୍ତୁତ କରାଯାଉଛି। ସୋୟାବଡ଼ିରେ ୯୦ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋଟିନ ଥାଏ। ତେଣୁ ଏହାର ଚାହିଦା ଅଧିକ ପରନ୍ତୁ ପୋକରା ଅରୁଆ ଚାଉଳରେ ଆମୋନିଆ ବାୟୋକାର୍ବୋନେଟ ଓ ଅନ୍ୟାନ୍ୟ କେମିକାଲ ମିଶାଇ ଏବଂ ଆକର୍ଷଣୀୟ ପ୍ୟାକରେ ପ୍ରସ୍ତୁତ କରାଯାଇ ବଜାରକୁ ଆସୁଛି; ଯାହା ଶରୀର ପାଇଁ ଅତି କ୍ଷତିକାରକ। ଆମେ ସ୍ନେହବଶତଃ ଶିଶୁମାନଙ୍କୁ ଯେଉଁ ରଙ୍ଗିନ ଆଳୁଚିପସ ପ୍ୟାକେଟ ଧରାଇଦେଉ ତାହା ପଚାଆଳୁ ଓ କେମିକାଲରେ ତିଆରି ବୋଲି ମଧ୍ୟପ୍ରଦେଶର ଇନ୍ଦୋରଠାରେ ଏକ ନକଲି କାରଖାନା ଠାବ କରାଯାଇଛି। ନାମୀଦାମୀ ବ୍ରାଣ୍ଡରେ ମିଲ୍‌କ ପାଉଡର, ଚା’ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନକଲି ହେଉଛି। ୨୦୧୩ ମସିହା ଜାଜୁୟାରୀ ପହିଲାରୁ ଗୁଟ୍‌ଖା ଉପରେ ନିଷେଧାଜ୍ଞା ଜାରି ହୋଇଥିଲେ ମଧ୍ୟ ଆମ ଓଡ଼ିଶାରେ ଏକାଧିକ ନକଲି ଗୁଟ୍‌ଖା କାରଖାନା ଚାଲିବା ଓ ଲକ୍ଷ ଲକ୍ଷ ଦୋକାନରେ ଏହି ହାର ଶୋଭାବର୍ଦ୍ଧନ କରୁଥିବା ଆମର ଦୁର୍ବଳତାକୁ ପଦାରେ ପକାଉଛି। ନକଲି ଗୁଟ୍‌ଖା ବିଷରେ ବିଷ ମିଶାଇଲା ଭଳି। ଆମେ ଯେତେ ନାମୀଦାମୀ ବ୍ରାଣ୍ଡ ଜିନିଷ କିଣିଲେ ବି ଏହା ଅସଲି କି ନକଲି ଜାଣିବା କେମିତି। ସେଇଥିପାଇଁ ତ ଯୁବାବସ୍ଥାରୁ ରୋଗର ପ୍ରାଦୁର୍ଭାବ, ରୋଗୀଙ୍କ ପାଇଁ ଡାକ୍ତରଖାନାରେ ବେଡ଼ନାହିଁ। ଆମେ ଯେଉଁ ଔଷଧଖାଇ ଆରୋଗ୍ୟ ହେବା ତାହା ମଧ୍ୟ ନକଲି ବୋଲି କେତେକ ସ୍ଥାନରେ ଧରାପଡୁଛି। ନିତ୍ୟ ବ୍ୟବହାର୍ଯ୍ୟ ମସଲା ୩୦% ନନ୍‌ ବ୍ରାଣ୍ଡେଡ। ଏମାନେ ସରକାରଙ୍କୁ ଟିକସ ଫାଙ୍କି ଲୋକଙ୍କ ଜୀବନ ସହିତ ଖେଳ ଖେଳି ଚାଲିଛନ୍ତି। ହୁଗୁଳା ଆଇନର ସହାୟତା ନେଇ କୋଟି କୋଟି ଲୋକଙ୍କର ଜୀବନର ଅନ୍ତ ଘଟାଉଛନ୍ତି। ଏହା ଫଳରେ କ୍ଷୁଦ୍ର କାରଖାନା ବଜାରର ପ୍ରତିଦ୍ୱନ୍ଦ୍ୱିତାରେ ହାରିଯାଇ ବରବାଦ ହେଉଛନ୍ତି। ଘରୋଇ ଋଣ ଓ ବ୍ୟାଙ୍କ ଋଣ ବୋଝ ମୁଣ୍ଡାଇ ଚାଲିଛନ୍ତି।
ସୁଖର କଥା ଏବେ ପୋଲିସ ପ୍ରଶାସନର ନିଦ ଭାଙ୍ଗିଛି। ଦୁଇ ମାସ ମଧ୍ୟରେ କମିଶନରେଟ ପୋଲିସ ପକ୍ଷରୁ ୨୧ଟି ସ୍ଥାନରେ ଚଢ଼ଉ କରାଯାଇ ୭ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ କରାଯିବା ସହ ୨୫ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। କେବଳ କଟକ, ଭୁବନେଶ୍ୱର ନୁହେଁ, ଓଡ଼ିଶା ସାରା ଏହି ନକଲି ସାମଗ୍ରୀ ତିଆରି କାରଖାନାକୁ ଜବତ କଲେ ସାଧାରଣ ଖାଉଟିଙ୍କ ଜୀବନ ରକ୍ଷା ହେବା ସହିତ ସରକାର ହରାଉଥିବା ଟିକସ ପୂରଣ ହେବ ଓ ବନ୍ଦ ହୋଇଯାଉଥିବା କାରଖାନା ଠିକରେ ଚାଲିବ। ଦେଶ ହେଉ ବା ରାଜ୍ୟର ଆର୍ଥିକ ଅବସ୍ଥା ସୁଦୃଢ଼ ହେବ। ଦୁର୍ନୀତି ଯେପରି ରାଜ୍ୟ ଓ ଦେଶରେ ତା’ର କାୟା ମେଲାଇ ରହିଛି ନକଲି ସାମଗ୍ରୀ ସେମିତି(ବିଶେଷକରି ଖାଦ୍ୟ ସାମଗ୍ରୀ) ମଣିଷ ଶିକାର କରିଚାଲିଛି। ଏ ଦୁଇଟିକୁ ମୂଳୋତ୍ପାଟନ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ଅତୀତରେ ଏମିତି କେତେଥର ଆରମ୍ଭ ହୋଇ ବନ୍ଦ ହୋଇଥିବା ଅଭିଯାନ ଏଥର ବନ୍ଦ ନ ହେଉ।
ଓସଙ୍ଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri