ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ ଦେଶରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଫର୍ମ ବଣ୍ଟାଯାଉଛି। ପାଠକ ଯେତେ ଶିକ୍ଷିତ ହୋଇଥିଲେ ମଧ୍ୟ ଏହି ଗୋଟିଏ ପୃଷ୍ଠାର ଫର୍ମକୁ ପ୍ରଥମ ଥର ପଢ଼ିବା ପରେ କ’ଣ କରିବାକୁ ହେବ ତାହା ଜଣେ ବୁଝିବା ଅସମ୍ଭବ। ଆମକୁ କୁହାଯାଉଛି ଯେ ଏହି ପ୍ରକ୍ରିୟା କେବଳ ଯୁକ୍ତିଯୁକ୍ତ ନୁହେଁ ବରଂ ବାଧ୍ୟତାମୂଳକ ଏବଂ ଆବଶ୍ୟକ ମଧ୍ୟ। ଅବଶ୍ୟ, ଆମେ ପୂର୍ୱରୁ ଏହି ରାସ୍ତା ଦେଇ ଗତି କରିଛୁ। ୧୯୯୮ରେ, ଆସାମର ପୂର୍ୱତନ ରାଜ୍ୟପାଳ ଏସ୍‌.କେ. ସିହ୍ନା ତତ୍କାଳୀନ ରାଷ୍ଟ୍ରପତି କେ.ଆର୍‌. ନାରାୟଣନଙ୍କୁ ଏକ ଚିଠି ପଠାଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ,”ବିଗତ କେତେକ ଦଶନ୍ଧି ଧରି ପୂର୍ୱ ପାକିସ୍ତାନ/ବାଂଲାଦେଶରୁ ହୋଇଥିବା ବ୍ୟାପକ ବେଆଇନ ଅନୁପ୍ରବେଶ ଆସାମର ଜନସଂଖ୍ୟାଗତ ସ୍ଥିତିକୁ ବଦଳାଇ ଦେଇଛି। ଏହା ଆସାମ ଲୋକଙ୍କର ପରିଚୟ ଏବଂ ଜାତୀୟ ସୁରକ୍ଷା ପ୍ରତି ବଡ଼ ବିପଦ।“ ସିହ୍ନା ଦାବି କରିଥିଲେ ଯେ, ଦୀର୍ଘଦିନ ଧରି ବଢ଼ୁଥିବା ଏହି ବିପଦକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ଆବଶ୍ୟକ। ଯଦି ଏହାକୁ ରୋକା ନ ଯାଏ, ତେବେ (ବାଂଲାଦେଶୀମାନେ) ଅସମୀୟାଙ୍କୁ ଟପିଯାଇ ଉତ୍ତର-ପୂର୍ୱ ଭାରତକୁ ଅନ୍ୟ ଅଂଶରୁ ବିଚ୍ଛିନ୍ନ କରିଦେଇପାରନ୍ତି। ଏହାର ପରିଣାମ ସାମରିକ ଏବଂ ଅର୍ଥନୀତି ଦୃଷ୍ଟିରୁ ବିପର୍ଯ୍ୟୟକାରୀ ହେବ। ସିହ୍ନା ସ୍ୱୀକାର କରିଥିଲେ ଯେ, କୌଣସି ତଥ୍ୟ ଆଧାରରେ ସେ ଏହି ଆକଳନ କରିନାହାନ୍ତି। ସେ ଆହୁରି ଲେଖିଥିଲେ, ଦୁର୍ଭାଗ୍ୟବଶତଃ ଆଜି ଆମ ପାଖରେ ଏମିତି କୌଣସି ଜନଗଣନା ରିପୋର୍ଟ ନାହିଁ; ଯାହା ଆଧାରରେ ସୀମାପାର ଅନୁପ୍ରବେଶର ପ୍ରକୃତ ଚିତ୍ରକୁ ଠିକ୍‌ ଭାବେ ବୁଝିହେବ। କହିବାକୁ ଗଲେ, ଏହି ତତ୍ତ୍ୱକୁ ପ୍ରମାଣ କରିବା ପାଇଁ ସିହ୍ନାଙ୍କ ପାଖରେ କୌଣସି ପ୍ରମାଣ ନ ଥିଲା, କିନ୍ତୁ ଏହାକୁ ନେଇ ସେ ଏତେ ଦୃଢ଼ବିଶ୍ୱାସୀ ଥିଲେ ଯେ, ସରକାରୀ ଭାବେ ରାଷ୍ଟ୍ରପତିଙ୍କ ନିକଟରେ ବି ଉଠାଇଥିଲେ। ୨୦୦୫ରେ ସର୍ୱାନନ୍ଦ ସୋନୋୱାଲ (ପରେ ଆସାମର ଭାଜପା ମୁଖ୍ୟମନ୍ତ୍ରୀ ହୋଇଥିଲେ) ସୁପ୍ରିମକୋର୍ଟକୁ ଯାଇ ଆସାମରେ ବିଦେଶୀ ବୋଲି ସନ୍ଦେହ କରାଯାଉଥିବା ଲୋକଙ୍କ ପରିଚୟ ସମ୍ୱନ୍ଧୀୟ ଆଇନକୁ କଠୋର କରିବାକୁ ଦାବି କରିଥିଲେ। ସୁପ୍ରିମକୋର୍ଟ ଏହି ମାମଲାରେ ଏସ୍‌.କେ. ସିହ୍ନାଙ୍କ ଆନୁମାନିକ ଟିପ୍ପଣୀକୁ ଆଧାର କରି ଏହି ନିଷ୍କର୍ଷରେ ପହଞ୍ଚିଥିଲେ ଯେ, ଆସାମ ‘ବାହ୍ୟ ଆକ୍ରମଣ’ର ସମ୍ମୁଖୀନ ହେଉଛି, ଯାହା ସାମ୍ୱିଧାନିକ ବ୍ୟବସ୍ଥାକୁ ବିପଦରେ ପକାଉଛି। ନ୍ୟାୟପାଳିକା ଆସାମର ବାସିନ୍ଦାମାନଙ୍କ ଉପରେ ନିଜେ ବିଦେଶୀ ନୁହନ୍ତି ବୋଲି ପ୍ରମାଣ କରିବାର ଦାୟିତ୍ୱ (ବଡର୍ନ ଅଫ୍‌ ପ୍ରୁଫ୍‌) ଲଦିଦେଇଥିଲେ। ୧୯୭୧ ପରେ ଜନ୍ମିତ ଲୋକ ସେମାନଙ୍କ ମାତାପିତା, ଜେଜେମାଆ/ଜେଜେବାପା ବିଦେଶୀ ନ ଥିଲେ ବୋଲି ପ୍ରମାଣ ଦେବାକୁ ନ୍ୟାୟପାଳିକା ଆସାମବାସୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲା। ନିଜକୁ ନିର୍ଦ୍ଦୋଷ ପ୍ରମାଣ ନ କରିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଦୋଷୀ ବୋଲି ଧରାଗଲା। ବଡର୍ନ ଅଫ୍‌ ପ୍ରୁଫ୍‌କୁ ନାଗରିକଙ୍କ ଉପରେ ଲଦିଦେବା ହେଉଛି ନିଷ୍ଠୁରତା; ଯାହା କି କାହାକୁ ମୁକ୍ତ କରାଯିବ କିମ୍ୱା ଜେଲ ପଠାଯିବ ତାହା ବିଦେଶୀଙ୍କ ପାଇଁ ଗଠନ କରାଯାଇଥିବା ଟ୍ରିବ୍ୟୁନାଲ ନିର୍ଣ୍ଣୟ କରୁଥିଲା। ଯେଉଁଥିରେ ମାତ୍ର ଚାରିଦିନର ପ୍ରଶିକ୍ଷଣ ପାଇଥିବା ଆଡ୍‌ଭୋକେଟ୍‌ ଏବଂ ଅବସରପ୍ରାପ୍ତ ସିଭିଲ୍‌ ସର୍ଭାଣ୍ଟଙ୍କୁ ନିଯୁକ୍ତ କରାଯାଇଥିଲା। ସେମାନଙ୍କ ସାମ୍ନାରେ ଲୋକଙ୍କୁ ନିଜ ନାଗରିକତା ପ୍ରମାଣ କରିବାକୁ ପଡ଼ୁଥିଲା। ଯେଉଁ ସଦସ୍ୟମାନେ କମ୍‌ ଲୋକଙ୍କୁ ବିଦେଶୀ ଘୋଷଣା କରୁଥିଲେ, ସେମାନଙ୍କର ଚୁକ୍ତି ବଢ଼ାଯାଉ ନ ଥିଲା। କିଛି କାରଣ ନ ଥାଇ ଯେଉଁ ଟ୍ରିବ୍ୟୁନାଲ ସଦସ୍ୟଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା ସେମାନେ ଯେତେବେଳେ ଗୁଆହାଟୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ, ସେତେବେଳେ ସରକାର ଦାଖଲ କରିଥିବା ଏକ ସତ୍ୟପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଥିଲା। ସରକାର କହିଥିଲେ, ଏହା ସତ୍ୟ ନୁହେଁ ଏବଂ ଦାବି କରିଥିଲେ ଯେ ସମସ୍ତ ଟ୍ରିବ୍ୟୁନାଲ ସଦସ୍ୟଙ୍କର କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ କରାଯାଇଛି। ୨୦୧୭ରେ ସରକାର ଏକ ତାଲିକା ଦାଖଲ କରିଥିଲେ। ଯେଉଁମାନେ ଟ୍ରିବ୍ୟୁନାଲକୁ ଆସୁଥିବା ମୋଟ ଲୋକଙ୍କ ସଂଖ୍ୟାର ୧୦ ପ୍ରତିଶତରୁ କମ୍‌ ଲୋକଙ୍କୁ ବିଦେଶୀ ଭାବରେ ଚିହ୍ନଟ କରିଥିଲେ, ସେମାନଙ୍କ କାର୍ଯ୍ୟକୁ ଅସନ୍ତୋଷଜନକ ବୋଲି ଧରାଯାଇ ସେମାନଙ୍କୁ ବରଖାସ୍ତ କରାଯାଇଥିବା ଏଥିରୁ ଜଣାପଡ଼ିଥିଲା। ଅର୍ଥାତ୍‌ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଅଧିକାରୀଙ୍କୁ ଅଧିକ ଲୋକଙ୍କୁ ବିଦେଶୀ ଭାବେ ଚିହ୍ନଟ କରିବା ପାଇଁ ପ୍ରୋତ୍ସାହିତ କରୁଥିଲେ ଏବଂ ଯେଉଁ ଅଧିକାରୀମାନେ ତାହା କରୁ ନ ଥିଲେ ସେମାନଙ୍କୁ ଦଣ୍ଡିତ କରୁଥିଲେ।
ଏହି ସଙ୍କଟ ସେତେବେଳେ ଆହୁରି ଜଟିଳ ହେଲା, ଯେତେବେଳେ ଆସାମର ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହେଲେ। ଭାଜପା ଶାସନରେ ଥିବା ଏହି ରାଜ୍ୟ ପ୍ରଥମେ ଏକ ତାଲିକା ପ୍ରସ୍ତୁତ କଲା, ଯେଉଁଥିରୁ ୪୦ ଲକ୍ଷରୁ ଅଧିକ ଲୋକ ବାଦ୍‌ ପଡ଼ିଲେ ଏବଂ ପରେ ସେମାନଙ୍କର ଏକ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଗଲା; ଯେଉଁମାନେ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା ନେଇ ସରକାର ସନ୍ତୁଷ୍ଟ ଥିଲେ। ଶେଷରେ ଅନ୍ତିମ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି) ପ୍ରକାଶ କରାଗଲା। ଏହି ତାଲିକାରୁ ୧୯ ଲକ୍ଷ ଲୋକ ବାଦ୍‌ ପଡ଼ିଲେ, ଯେଉଁମାନଙ୍କୁ ଏବେ ନିଜର କାଗଜପତ୍ର ସହ ବିଦେଶୀ ଟ୍ରିବ୍ୟୁନାଲ ସମ୍ମୁଖରେ ଲାଇନରେ ଠିଆ ହେବାକୁ ପଡ଼ିବ ଏବଂ ନିଜର ନାଗରିକତ୍ୱ ପ୍ରମାଣ କରିବାକୁ ହେବ। ଏହି ୧୯ ଲକ୍ଷ ଲୋକଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ବୋଲି ଜଣାପଡ଼ିଥିଲା। ଭାଜପା ଏସ୍‌.କେ. ସିହ୍ନାଙ୍କ ତତ୍ତ୍ୱକୁ ବିଶ୍ୱାସ କରିଥିଲା ଯେ ଆସାମ ବେଆଇନ ପ୍ରବାସୀମାନଙ୍କ ଦ୍ୱାରା ଭରିଯାଇଛି, କିନ୍ତୁ ଏହା ସପକ୍ଷରେ କୌଣସି ପ୍ରମାଣ ମିଳିଲା ନାହିଁ।
ଏହାପରେ ଭାଜପା ସରକାର ଆସାମର ସେହି ଏନ୍‌ଆର୍‌ସିକୁ ବାତିଲ କରିବାକୁ ନିଷ୍ପତ୍ତି ନେଲେ, ଯାହା ପାଇଁ ଦେଶର ବିପୁଳ ସମ୍ପଦ ବ୍ୟୟ ହୋଇଥିଲା ଏବଂ ସାଧାରଣ ଭାରତୀୟମାନଙ୍କୁ ବହୁ କଷ୍ଟ ସହିବାକୁ ପଡ଼ିଥିଲା। ଏବେ ଦେଶରେ ପୁଣି ଥରେ ସେହିଭଳି ଏକ ପ୍ରକ୍ରିୟାର ସମ୍ମୁଖୀନ ହେଉଛୁ। ପାଉଥିବା ସରକାରୀ ସୁବିଧା ସୁଯୋଗ ବାତିଲ ହେବା, ପାସ୍‌ପୋର୍ଟ ଅସ୍ୱୀକୃତ ହେବା ଏବଂ ଫର୍ମଗୁଡ଼ିକ ଅତ୍ୟନ୍ତ ଜଟିଳ ହେବା ଭଳି ଖବର ଆସିବା ଆରମ୍ଭ ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri