ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ ହେଉଛି ସର୍ବୋତ୍ତମ ସାମାଜିକ ବ୍ୟବସ୍ଥା । ତେଣୁ ଏକ ମାତ୍ର ପ୍ରଶ୍ନ ଥିଲା, ପ୍ରକୃତରେ କେବେ ଏବଂ କେମିତି ବିଶ୍ୱର ଅନ୍ୟ ଅଞ୍ଚଳଗୁଡ଼ିକ ଏହି ମଡେଲରେ ପହଞ୍ଚିବେ? ୨୦୦୧ ପରେ ଏହି ଆଖ୍ୟାନ ବା ସିଦ୍ଧାନ୍ତ ଭୁଶୁଡ଼ିଗଲା ଏବଂ ଆମେ ଧୀରେଧୀରେ ଏକ କଠୋର ବ୍ୟାବହାରିକତାର ଯୁଗରେ ପ୍ରବେଶକଲୁ। ଏହି ସମୟରେ କେବଳ ଟ୍ରମ୍ପପନ୍ଥୀ ଏବଂ ୟୁରୋପୀୟ ବର୍ଣ୍ଣବାଦକୁ ଧରି ରଖିଥିବା ରାଷ୍ଟ୍ରବାଦୀମାନେ ଏକ ବିଚାରଧାରା ଆଣିିଥିଲେ। ସେମାନଙ୍କ ମତରେ, ବିକଶିତ ଖ୍ରୀଷ୍ଟିଆନ ପାଶ୍ଚାତ୍ୟ ହେଉଛି ଏକ ସମୃଦ୍ଧ ଓ ସ୍ବାଧୀନତାପ୍ରିୟ ସଭ୍ୟତା, ଯାହାର ଅସ୍ତିତ୍ୱ ଉପରେ ପ୍ରବାସୀ, ସାଂସ୍କୃତିକ ମାର୍କ୍ସବାଦୀ, ଏଲ୍‌ଜିବିଟି+ ସମର୍ଥକ ଏବଂ ନିଜକୁ ନିନ୍ଦା କରୁଥିବା ୟୁରୋପୀୟଙ୍କ ପକ୍ଷରୁ ବିପଦ ରହିଛି। ଅନ୍ୟପକ୍ଷରେ, ଜାତୀୟତାବାଦୀମାନେ ପ୍ରତ୍ୟାଖ୍ୟାନ କରୁଥିବା ‘ୱୋକ୍‌’ ବିଚାରଧାରାର ଆକର୍ଷଣ ମଧ୍ୟ ଆହୁରି ସୀମିତ, ଯାହା ଏକ ନିର୍ଦ୍ଦିଷ୍ଟ ଜାତିବାଦୀ/ଲିଙ୍ଗବୈଷ୍ଣମ୍ୟବାଦ ବିରୋଧୀ ଭାବନାକୁ ନେଇ ଗଢ଼ାଯାଇଛି ଏବଂ ଅଧିକାଂଶ ଲୋକଙ୍କୁ ଏକାଠି କରେନାହଁି। କାରଣ ଏହା ଟ୍ରାନ୍ସଜେଣ୍ଡର ଭଳି କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଅତ୍ୟାଚାରିତଙ୍କ ପ୍ରତୀକ ଭାବେ ଉପସ୍ଥାପନ କରେ। ଏହି ବିଚାରଧାରା ବହୁସଂଖ୍ୟକ ଲୋକଙ୍କୁ ଭବିଷ୍ୟତ ସ୍ବପ୍ନ ଦେଖାଏ ନାହିଁ।
ହେଲେ ଆମେରିକାରେ ‘ଗଣତାନ୍ତ୍ରିକ ସମାଜବାଦୀ’ ରାଜନେତାଙ୍କ ଆବିର୍ଭାବ ଯୋଗୁ ଏକ ନୂଆ ବିଚାରଧାରା ସାମ୍ନାକୁ ଆସିଛି। ସ୍ବାଧୀନତା ଘୋଷଣାପତ୍ରର ୨୫୦ ତମ ବାର୍ଷିକୀ ପାଳନ ଅବସରରେ, ସେମାନଙ୍କର ଜଣେ ପ୍ରମୁଖ ପ୍ରବକ୍ତା ତଥା ନ୍ୟୁୟର୍କ ସିଟି ମେୟର ଜୋହରାନ୍‌ ମମଦାନୀ, ଆମେରିକା କ’ଣ ଏବଂ ଆଗକୁ କ’ଣ ହୋଇପାରେ ସେ ସମ୍ପର୍କରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ମମଦାନୀ ସ୍ଥାନୀୟ ସମସ୍ୟା ଓ ଅବହେଳିତ ବର୍ଗଙ୍କ ଉପରେ ଧ୍ୟାନଦେଇ ନିର୍ବାଚନ ଜିତିଥିଲେ। ସେ ମାଗଣା ଶିଶୁ ଯତ୍ନ, ବସ୍‌ସେବା, ଘରଭଡା ନିୟନ୍ତ୍ରଣ ଏବଂ ସହଜ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଜୁଲାଇ ୪ ତାରିଖରେ ନିଜର ଅଭିଭାଷଣରେ ସେ ଏହି ରାଜନୀତିକୁ ଏକ ବିଶ୍ୱସ୍ତରୀୟ ଦୃଷ୍ଟିକୋଣରେ ରୂପାନ୍ତରିତ କରିଥିଲେ। ସେ କହିଥିଲେ, ”ଆମକୁ କୁହାଯାଏ ଯେ , ଆମେରିକା ଏଥିପାଇଁ ନିଆରା କାରଣ ଆମେ ଅନ୍ୟ ସମସ୍ତଙ୍କଠାରୁ ଅଧିକ ଧନୀ, ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ। ହେଲେ, ସତ କଥା ହେଉଛି ଆମେରିକା ଏଥିପାଇଁ ହିଁ ନିଆରା କାରଣ ଏଠାରେ କିଛି ବି ଚିରସ୍ଥାୟୀ ନୁହେଁ। ସୀମାନ୍ତ ବନ୍ଦ ହୋଇଯାଇପାରେ, ଆମେ ହୁଏତ ଚନ୍ଦ୍ରରେ ପାଦ ରଖିଥାଇପାରୁୁ , କିନ୍ତୁ ସ୍ବାଧୀନତା ଘୋଷଣାପତ୍ରରେ ସର୍ବପ୍ରଥମେ ସ୍ଥାନ ପାଇଥିବା ମୂଲ୍ୟବୋଧଗୁଡ଼ିକୁ ପୂରଣକରିବା କାର୍ଯ୍ୟ ଏବେ ବି ଚାଲିଛି। ବନ୍ଧୁମାନେ, ଏହି କାର୍ଯ୍ୟ ଆମ ସମସ୍ତଙ୍କର। ଏହା ମଧ୍ୟ ଆମର ନୂତନ ଆମେରିକୀୟମାନଙ୍କ କାମ, ଯେଉଁମାନଙ୍କ ମଧ୍ୟରୁ ସମସ୍ତେ ନିକଟରେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି। ଆଜି ଆପଣମାନେ ଯାହା ଅନୁଭବ କରୁଛନ୍ତି,ପ୍ରାୟ ୧ଦଶନ୍ଧି ପୂର୍ବେ, ମୁଁ ମଧ୍ୟ ଠିକ୍‌ ସେଇଆ ଅନୁଭବ କରିଥିଲି। କେବଳ ଜଣେ ନ୍ୟୁୟର୍କ ବାସୀ ଭାବେ ନୁହେଁ ବରଂ ଜଣେ ଆମେରିକୀୟ ହେବାର ଗର୍ବ ମୋ ଭିତରେ ଭରି ଦେଇଥିଲା। ଆପଣମାନେ ପ୍ରତ୍ୟେକେ ଏକ ବିଶେଷ କ୍ଷମତାର ଅଧିକାରୀ। ଆମେରିକାର ଅର୍ଥ କ’ଣ, ତାହା ସ୍ଥିର କରିବାର କ୍ଷମତା କେବଳ ଆପଣଙ୍କର ଅଛି।“
ମମଦାନୀଙ୍କ ଦୃଷ୍ଟିକୋଣ ନିଶ୍ଚିତ ଭାବେ ଏକ ବିଚାରଧାରା ଉପରେ ଆଧାରିତ। ଏହା ଏକ ସରଳ ଚିତ୍ର ଉପସ୍ଥାପନ କରେ। ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହା ଦକ୍ଷିଣପନ୍ଥୀ ଜାତୀୟତାବାଦ ବିଚାରଧାରାକୁ ସିଧାସଳଖ ବିରୋଧକରେ, ଯାହା ମମଦାନୀଙ୍କ ଉପରେ ଦକ୍ଷିଣପନ୍ଥୀଙ୍କ ଆକ୍ରମଣରୁ ସ୍ପଷ୍ଟହୁଏ। ନିଜର ଜୁଲାଇ ୪ ତାରିଖ ଅଭିଭାଷଣରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବେ ନ୍ୟୁୟର୍କ ମେୟରଙ୍କୁ ଲକ୍ଷ୍ୟ କରି କହିଥିଲେ, ”ସାମ୍ୟବାଦ ହେଉଛି ଆମେରିକୀୟ ସ୍ବାଧୀନତା ପାଇଁ ଏକ ମାରାତ୍ମକ ବିପଦ। ଏହା ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ପର୍ଲ ହାର୍ବର, ଏପରିକି ୯/୧୧ ଆକ୍ରମଣଠାରୁ ମଧ୍ୟ ବଡ଼ ବିପଦ।“ ଅନ୍ୟପକ୍ଷରେ ଉଲ୍ଲେଖନୀୟ ବିଷୟ ହେଉଛି, ମମଦାନୀ ମଧ୍ୟ କେତେଜଣ ବାମପନ୍ଥୀଙ୍କ ଦ୍ୱାରା ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି। ସ୍ବାଧୀନତା ଘୋଷଣାନାମା ଏବଂ ଆମେରିକା ସମ୍ବିଧାନ ପ୍ରତି ତାଙ୍କର ପ୍ରଶଂସାର ଜବାବରେ, ‘ଜାକୋବିନ୍‌’ ଏକ ଲେଖା ପ୍ରକାଶ କରିଥିଲା, ଯାହାର ଶୀର୍ଷକ ଥିଲା ‘ସମ୍ବିଧାନକୁ ପୁଣି ଥରେ ଜାଳିଦିଅ’। ସେଥିରେ କୁହାଯାଇଥିଲା, ”ସମ୍ବିଧାନ ଟ୍ରମ୍ପଙ୍କୁ ଅଟକାଇ ପାରି ନ ଥିଲା, ବରଂ ତାଙ୍କ ଶାସନକୁ ସମ୍ଭବ କରିଥିଲା।“ ଏହି ଯୁକ୍ତିର ସତ୍ୟତା ଅଛି। ‘ଫେଡେରାଲିଷ୍ଟ ପେପର୍ସ’ରୁ ଦେଖିବାକୁ ମିଳେ ଯେ, ଆମେରିକାର ପ୍ରତିଷ୍ଠାତାମାନଙ୍କର ଉଦ୍ଦେଶ୍ୟ ଥିଲା ଜନସାଧାରଣଙ୍କ ପ୍ରଭାବକୁ ସୀମିତ କରି ରଖିବା। ସେଥିପାଇଁ ସେମାନେ ସମ୍ବିଧାନରେ ‘ଇଲେକ୍ଟୋରାଲ୍‌ କଲେଜ’ଭଳି ବ୍ୟବସ୍ଥା ରଖିଥିଲେ, ଯାହା ଜନମତର ପ୍ର୍ରଭାବରେ ବାଧା ସୃଷ୍ଟି କରିଥାଏ।
ଆମେରିକାର ପ୍ରତିଷ୍ଠାତାମାନେ ସେମାନଙ୍କ ସମୟର ଥିଲେ ଧନୀ ସମ୍ଭ୍ରାନ୍ତ ଗୋଷ୍ଠୀ । ଜର୍ଜ ୱାଶିଂଟନ୍‌ ଥିଲେ ସର୍ବାଧିକ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ । ସ୍ବାଧୀନତା ପରବର୍ତ୍ତୀ ପ୍ରଥମ କେତୋଟି ନିର୍ବାଚନରେ କେବଳ ଅଳ୍ପ କେତେଜଣ ନାଗରିକ ଭୋଟ୍‌ ଦେଇଥିଲେ। ଏହି ସମ୍ବିଧାନ ଦାସତ୍ୱ ପ୍ରଥାକୁ ସୁରକ୍ଷା ପ୍ରଦାନ କରିଥିଲା। ଏପରିକି ଆଇରିଶ୍‌-ଆମେରିକୀୟଙ୍କୁ ମଧ୍ୟ ଦୀର୍ଘ ସମୟ ଧରି ରାଷ୍ଟ୍ର ପ୍ରଶାସନର ସମ୍ବେଦନଶୀଳ ପଦବୀରୁ ବଞ୍ଚିତ ରଖାଯାଇଥିଲା। କିନ୍ତୁ ବାମପନ୍ଥୀଙ୍କର ଏକ ନିର୍ଦ୍ଦିିଷ୍ଟ ଗୋଷ୍ଠୀ ପାଇଁ ଫ୍ରାଙ୍କ୍‌ଫର୍ଟ ସ୍କୁଲ ମଧ୍ୟ ଏକ ପ୍ରତିକ୍ରିୟାଶୀଳ ଷଡ଼ଯନ୍ତ୍ର ଥିଲା। ସେହିପରି ଦକ୍ଷିଣପନ୍ଥୀ ରାଷ୍ଟ୍ରବାଦ ବିଚାରଧାରାର ଲୋକମାନେ ‘ୱୋକ୍‌’ ଚିନ୍ତାଧାରା ପାଇଁ ଆଣ୍ଟୋନିଓ ଗ୍ରାମସି , ହର୍ବର୍ଟ ମାର୍କ୍ୟୁଜ୍‌ ଏବଂ ଥିଓଡର ଆଡୋର୍ନୋଙ୍କୁ ଦୋଷ ଦେଇଥାନ୍ତି।
ଏହି ପ୍ରସଙ୍ଗରେ, ମମଦାନୀଙ୍କ ଅଭିଭାଷଣ ସକାରାତ୍ମକ ଅର୍ଥରେ ଆଦର୍ଶବାଦର ଏକ ଉପଯୁକ୍ତ ଉଦାହରଣ । ଏହା ଆମେରିକାକୁ ଏକ ଅଭିଜାତ ଗଡ଼ ଭାବରେ ଦେଖୁଥିବା ଦକ୍ଷିଣପନ୍ଥୀ ଦୃଷ୍ଟିକୋଣକୁ ଓଲଟାଇଦେଇଛି। ଏହା ପରିବର୍ତ୍ତେ ଆମେରିକାକୁ ଏପରି ଏକ ଦେଶ ଭାବରେ ଦେଖାଇଛି, ଯାହା ପୃଥିବୀର ଗରିବ, ଶୋଷିତ ଓ ବଞ୍ଚିତ ଲୋକଙ୍କୁ ସ୍ବୀକାରକରିବା ଏବଂ ସୁଯୋଗ ଦେବା ପାଇଁ ଯଥେଷ୍ଟ ଶକ୍ତିଶାଳୀ । ମମଦାନୀଙ୍କ ମତରେ, ବାହାର ଲୋକଙ୍କ ପ୍ରତି ଖୋଲାମନ ହିଁ ଆମେରିକାର ଅସାଧାରଣତାର ପ୍ରକୃତ ଉତ୍ସ। ହେଲେ ସେହି ବୈଶିଷ୍ଟ୍ୟକୁ ଦକ୍ଷିଣପନ୍ଥୀ ରାଷ୍ଟ୍ରବାଦୀମାନେ ଆମେରିକୀୟ ପରିଚୟ ପାଇଁ ବିପଦ ବୋଲି ଭାବନ୍ତି। ଆମେରିକା ହେଉଛି ଆଶାର ଏକ ସମୃଦ୍ଧ ପ୍ରତୀକ, କାରଣ ଏହା ପିଢ଼ି ପରେ ପିଢ଼ି ପ୍ରବାସୀଙ୍କୁ ସଫଳହେବାକୁ ସୁଯୋଗ ଦେଇଛି। କେତେଜଣ ବାମପନ୍ଥୀ ଅବଶ୍ୟ ଦାବି କରିବେ ଯେ, ଏହି ସ୍ବପ୍ନ ମିଥ୍ୟା। କହିପାରନ୍ତି ଯେ, ନିମ୍ନ ଶ୍ରେଣୀ, ବର୍ଣ୍ଣଗତ ସଂଖ୍ୟାଲଘୁ ଏବଂ ନୂତନ ଭାବେ ଆସିଥିବା ଲୋକଙ୍କ ଉପରେ ହେଉଥିବା ନିର୍ଯାତନା କେବେବି କମିନାହିଁ। କିନ୍ତୁ ଏପରି ଅଭିଯୋଗ ଭିତ୍ତିହୀନ। ଏହା କୌଣସି ଗଠନମୂଳକ ପଥ ଦେଖାଏ ନାହିଁ। ମମଦାନୀଙ୍କ ଦୃଷ୍ଟିକୋଣ ବାସ୍ତବତାର ସମ୍ପୂର୍ଣ୍ଣ ଚିତ୍ର ହୋଇ ନ ପରେ, କିନ୍ତୁ ଏହା ଟ୍ରମ୍ପଙ୍କ ବିକଳ୍ପ ଅପେକ୍ଷା ଅଧିକ ବାସ୍ତବ ଏବଂ ଏଥିରେ ଅନେକ ଲକ୍ଷ ଲୋକଙ୍କୁ ଏକତ୍ରିତ କରିବାର ସାମର୍ଥ୍ୟ ଅଛି, ଯେପରି ତାଙ୍କ ନିର୍ବାଚନ ପରଠାରୁ ଘଟିସାରିଛି। ଏହା ହିଁ ମମଦାନୀଙ୍କ ପ୍ରତିଭା। ସେ ଗରିବ ଏବଂ ନୂତନ ଭାବେ ଆସିଥିବା ଲୋକଙ୍କୁ ଆମେରିକୀୟ ସ୍ବପ୍ନର ପ୍ରକୃତ ପ୍ରତିନିଧି ଭାବରେ ଗଢ଼ିଛନ୍ତି। ଟ୍ରମ୍ପଙ୍କ ଦକ୍ଷିଣପନ୍ଥୀ ରାଷ୍ଟ୍ରବାଦୀମାନେ ହେଉଛନ୍ତି ସଂକୀର୍ଣ୍ଣ ପ୍ରାଦେଶିକ ମାନସିକତାର ଲୋକ ଏବଂ ବିଶାଳ କର୍ପୋରେଟ ସଂସ୍ଥାଗୁଡ଼ିକର କ୍ରୀତଦାସ। ଏବେ ଗଣତାନ୍ତ୍ରିକ ସମାଜବାଦୀମାନେ ହିଁ ଆମେରିକୀୟ ସ୍ବପ୍ନର ମୁକ୍ତିଦାୟକ ମୂଳତତ୍ତ୍ୱକୁ ଗ୍ରହଣ କରୁଛନ୍ତି। ସେମାନେ ହିଁ ପ୍ରକୃତ ଆମେରିକୀୟ ଦେଶପ୍ରେମୀ।

ସ୍ଲାଭୋଜ ଜିଜେକ୍
-ପ୍ରାଧ୍ୟାପକ,ଦର୍ଶନଶାସ୍ତ୍ର, ୟୁରୋପୀୟ ଗ୍ରାଜୁଏଟ୍‌ ସ୍କୁଲ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?