ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନଷ୍ଟ ହୁଏ। ଓଡ଼ିଶାର ସମସ୍ତ ସ୍କୁଲରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ହୋଇପାରି ନାହିଁ। ୧୦୮୯ ସ୍କୁଲରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି। ସେହି ସମସ୍ତ ସ୍କୁଲର ପିଲାଙ୍କ ସଂଖ୍ୟା ୪୭ ହଜାର। ୪୫ ହଜାର ସ୍କୁଲରେ ପ୍ରତି କ୍ଲାସରେ ଜଣେ ହେଲେ ଶିକ୍ଷକ ନାହାନ୍ତି। ୫୦ ହଜାର ଶିକ୍ଷକ ପୋଷ୍ଟ ଖାଲି ଅଛି। ଅଥଚ ଏଭଳି କୌଣସି ଶ୍ରେଣୀର ପୁସ୍ତକ ନାହିଁ ଯେଉଁଥିରେ ଭୁଲ୍‌ ନାହିଁ। ଏଭଳି ସ୍ଥିତିରେ ସରକାର ସଂଶୋଧନ ତାଲିକା ଧରେଇ ଦେଇ ଭୁଲ୍‌ ପାଠ୍ୟପୁସ୍ତକକୁ ଚଳାଇନେବା ଲାଗି ପ୍ରସ୍ତାବ ଦେଉଛନ୍ତି। ବନ୍ୟାପୀଡ଼ିତଙ୍କୁ ପୋକଧରା ଚାଉଳ, ଚାଷୀଙ୍କୁ ପୋକା ବିହନ, ହସ୍ପିଟାଲକୁ ଏକ୍ସପାଏରି ଇଞ୍ଜେକ୍ସନ ଯୋଗାଇବା ଯାହା ଶିକ୍ଷକହୀନ ସ୍କୁଲରେ ହଜାର ହଜାର ଭୁଲ୍‌ରେ ଭରା ପାଠ୍ୟପୁସ୍ତକକୁ ପଢ଼ିବା ଲାଗି କହିବା ତାହା। ପାଠ୍ୟପୁସ୍ତକର ଆରମ୍ଭରେ ଯେଉଁ ଅଧିକାରୀଙ୍କ ନାମ ପ୍ରସ୍ତାବନାରେ ଅଛି ସେ ଏବେ ଭୁଲ୍‌ ପୁସ୍ତକ ଛାପିଥିବା କାରଣରୁ ନିଲମ୍ବିତ। ଏହା ପିଲାଙ୍କୁ କି ଶିକ୍ଷା ଦେବ?
ସରକାରଙ୍କ ଚଳାଇନେବା ଆଭିମୁଖ୍ୟ ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ର ଓ ତାଙ୍କର ଅଭିଭାବକଙ୍କ ପ୍ରତି କେବଳ ଉପହାସ ନୁହେଁ, ବରଂ ଉଚ୍ଚ ଶିକ୍ଷା ଓ ଚାକିରି ଆବେଦନ ସମୟରେ ଆଜିର ଭୁଲ୍‌ ପିଲାଙ୍କ ଲାଗି ତାଚ୍ଛଲ୍ୟର କାରଣ ହୋଇଯିବ। ଶିକ୍ଷାର ମହତ ବୁଝିଥିବା କୌଣସି ବି ଶାସକ ଗୋଟିଏ ପିଢ଼ିର ଛାତ୍ରୀଛାତ୍ରଙ୍କୁ ଅଜ୍ଞାନର ଅନ୍ଧକାର ମଧ୍ୟକୁ ଏଭଳି ଠେଲିଦେବାର ନିଷ୍ପତ୍ତି ନେବ ନାହିଁ। ସମ୍ବିଧାନର ଧାରା ୨୧ (କ) ଓ ଧାରା ୧୫କୁ ବ୍ୟାଖ୍ୟା କରି ସୁପ୍ରିମକୋର୍ଟ ବିଭିନ୍ନ ସମୟରେ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କର ସମାନ ଓ ଉପଯୁକ୍ତ ଶିକ୍ଷା ପାଇବାର ଅଧିକାର ରହିଥିବା କଥା ଦର୍ଶାଇଛନ୍ତି। ଆରଟିଆଇ ବା ଶିକ୍ଷା ଅଧିକାରରେ ସମସ୍ତଙ୍କୁ ସମ୍ମାନର ସହିତ ସମାନ ଶିକ୍ଷା ଦେବାର ସଙ୍କଳ୍ପ ସରକାର ନେଇଛନ୍ତି। କିନ୍ତୁ ସେହି ସାମ୍ବିଧାନିକ ସଂକଳ୍ପରୁ ସରକାର ଓହରି ଯାଇଛନ୍ତି। ବାରିଷ୍ଟର ମଧୁବାବୁ ଗୋଟିଏ ଚପଲ ଖରାପ ତିଆରି ହେବା ହେତୁ କାରଖାନାର ସମସ୍ତ ଚପଲ ନଷ୍ଟ କରିଦେବାକୁ ଅସ୍ମିତାର ପ୍ରତୀକ କରିବା, କିନ୍ତୁ ୨୦୦୦ ଭୁଲ୍‌ ଥିବା ପୁସ୍ତକକୁ ଅର୍ଥ ଅଭାବ ଦେଖାଇ ପ୍ରତ୍ୟାହାର ନ କରିବା ବିଡମ୍ବନା ନୁହେଁ ହେୟଜ୍ଞାନ। ସରକାରଙ୍କ ଗୋଟିଏ ବର୍ଷର ଶିଳାନ୍ୟାସରେ ଖର୍ଚ୍ଚ ପୁସ୍ତକ ଛାପିବା ଖର୍ଚ୍ଚଠାରୁ ଅଧିକ କରୁଥିବେ।
ଭାରତୀୟ ସମ୍ବିଧାନ ଏପରି ଏକ ସମାଜ ଗଢ଼ିବାର ସଙ୍କଳ୍ପ କରିଛି, ଯେଉଁଠାରେ ବୈଜ୍ଞାନିକ ଚିନ୍ତାଧାରା, ସମାନତା, ମାନବିକତା ଏବଂ ଚିନ୍ତା, ଅଭିବ୍ୟକ୍ତି ଓ ଧର୍ମବିଶ୍ୱାସର ସ୍ବାଧୀନତା ସୁରକ୍ଷିତ ରହିବ। ଏହି ମୂଲ୍ୟବୋଧ ଗଢ଼ିବାରେ ପାଠ୍ୟପୁସ୍ତକର ଭୂମିକା ସର୍ବାଧିକ। କିନ୍ତୁ ନୂତନ ପାଠ୍ୟପୁସ୍ତକ କେବଳ ତ୍ରୁଟିପୂର୍ଣ୍ଣ ନୁହେଁ, ଏଥିରେ ଏମିତି ଅନେକ ପ୍ରସଙ୍ଗ ରହିଛି, ଯାହା ସମ୍ବିଧାନର ଏହି ମୂଲ୍ୟବୋଧକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରେ।
ଇଂଲିଶ ବହିର ନାମ ‘ପଲ୍ଲବୀ’ ଓ ଜସ୍ମିନ ଭଳି ଅଣ ଇଂଲିଶ ସଂସ୍କୃତ ଶବ୍ଦରେ ନାମକରଣ; ବିଜ୍ଞାନ ବହିର ନାମ ‘ଜିଜ୍ଞାସା’ ଓ ସାହିତ୍ୟ ବହିର ‘ସାହିତ୍ୟସୁଧା’ରଖିବା ଦ୍ୱାରା ସରକାରଙ୍କ ‘ଏକ ରାଷ୍ଟ୍ର ଏକ ଭାଷା’ ର ସ୍ଲୋଗାନ ଆଡକୁ ଦର୍ଶାଉଛି। ଜାତିପ୍ରଥା ସମ୍ପର୍କରେ (ସପ୍ତମ ଶ୍ରେଣୀ / ପୁସ୍ତକ; ସାମାଜିକ ବିଜ୍ଞାନ ଅଧ୍ୟୟନ) ଉଲ୍ଲେଖ ଅଛି, ଜାତିବାଦ ଭାରତୀୟ ସମାଜକୁ ଅର୍ଥନୀତି କ୍ଷେତ୍ରରେ ସୁଦୃଢ଼ କରିଛି … ଓ ସମୟାନୁକ୍ରମେ ସମାଜରେ ସ୍ଥିରତା ଆଣିଛି। ଉଲ୍ଲେଖ ଅଛି ଯେ ବ୍ରିଟିଶ ଆସିବା ପରେ ଏହା ଅଧିକ କଠୋର ହେଲା। ଏହି ଅଦ୍ଭୁତ ବିଶ୍ଳେଷଣ ଅନ୍ତତଃ ପୁରୁଣା ଏନସିଇଆରଟିର ସପ୍ତମ ଶ୍ରେଣୀ ବହିରେ (ପ୍ରକାଶନ: ୨୦୨୩) ନଥିଲା। ସେଥିରେ ଆମ ସମାଜରେ ଜାତିପ୍ରଥା ଅତି ଅମାନବୀୟ ବାଛବିଚାର, ଅଛୁଆଁ ଭାବରେ ରହିଥିବା ସ୍ବୀକାର କରାଯାଇଥିଲା ଓ କବୀର, ଜ୍ୟୋତିବାବା ଫୁଲେ, ପେରିୟାର ଓ ଆମ୍ବେଦକରଙ୍କ ସଂଘର୍ଷର କଥା ରହିଥିଲା। ନୂତନ ପୁସ୍ତକରେ ଏମାନଙ୍କ ସଂଘର୍ଷ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନାହିଁ। ନୂତନପାଠ୍ୟପୁସ୍ତକରେ ଜାତି, ଧର୍ମ ଓ ଲିଙ୍ଗଗତ ହିଂସା ପ୍ରସଙ୍ଗରେ ହିନ୍ଦୁଧର୍ମ ସମ୍ପର୍କିତ ସଂଖ୍ୟାଗରିଷ୍ଠ ଦୃଷ୍ଟିକୋଣକୁ ପ୍ରାଧାନ୍ୟ ଦିଆଯାଇଛି।
ଇଟାଲୀୟ ଦାର୍ଶନିକ ଆଣ୍ଟୋନିଓ ଗ୍ରାମସୀଙ୍କ ମତରେ ସର୍ବଦା ବଳ ପ୍ରୟୋଗ ନୁହେଁ, ବରଂ,ସ୍କୁଲ ପାଠ୍ୟକ୍ରମ, ଗଣମାଧ୍ୟମ ଓ ଲୋକପ୍ରିୟ ସଂସ୍କୃତି ମାଧ୍ୟମରେ ରାଷ୍ଟ୍ର ନିଜର ସାଂସ୍କୃତିକ ପ୍ରଭୁତ୍ୱ ସ୍ଥାପନ କରେ। ଏହା ଷଷ୍ଠରୁ ଅଷ୍ଟମ ଶ୍ରେଣୀର ନୂତନ ପାଠ୍ୟପୁସ୍ତକ ମଧ୍ୟରେ ଅଧିକ ସ୍ପଷ୍ଟ। ନୂତନ ପୁସ୍ତକରେ ଆଦିବାସୀ ଜନଜାତିଙ୍କ(ଷଷ୍ଠ ଶ୍ରେଣୀ/ ପୁସ୍ତକ;ସାମାଜିକ ବିଜ୍ଞାନ ଅଧ୍ୟୟନ) ହିନ୍ଦୁକରଣ କରାଯାଇଛି। ଆଦିବାସୀ ସଂସ୍କୃତି ହିନ୍ଦୁ ପରମ୍ପରା ଦ୍ୱାରା ପ୍ରଭାବିତ ବୋଲି ଉଲ୍ଲେଖ ରହିଛି। କିନ୍ତୁ ପୁରୁଣା ଏନସିଇଆରଟି ଷଷ୍ଠ ଶ୍ରେଣୀ ବହିରେ (୨୦୨୩) ଉଲ୍ଲେଖ ଥିଲା ଯେ ଆଦିବାସୀଙ୍କ ଧାର୍ମିକ ବିଶ୍ବାସ ହିନ୍ଦୁ, ଖ୍ରୀଷ୍ଟିଆନ ଓ ଇସଲାମ ସହିତ କୌଣସି ସମ୍ବନ୍ଧ ରଖେନାହିଁ। ଆଦିବାସୀମାନେ ନିଜର ପୂର୍ବ ପିଢ଼ି ଓ ପ୍ରକୃତିକୁ ପୂଜା କରିଥାନ୍ତି। ଆଦିବାସୀଙ୍କ ମୁଖ୍ୟ ସମସ୍ୟା ବିସ୍ଥାପନ ବୋଲି ପୂର୍ବ ବହିରେ ସ୍ବୀକାର କରାଯାଇଥିବା ବେଳେ ନୂତନ ଏନସିଇଆରଟି ପୁସ୍ତକରେ ବିସ୍ଥାପନ ସମ୍ପର୍କରେ ସାମାନ୍ୟ ଆଲୋଚନା ନାହିଁ।
ଅବଶ୍ୟ ପୂର୍ବର ରାଜ୍ୟ ସରକାର ସେହି ପୁରୁଣା ଏନସିଇଆରଟି ବହିକୁ ପ୍ରଚଳନ ନକରି ନିଜେ ପାଠ୍ୟପୁସ୍ତକ ତିଆରି କରିଥିଲେ। ତୃତୀୟରୁ ପଞ୍ଚମ ଶ୍ରେଣୀର ନୂତନ ପୁସ୍ତକରେ ପଶ୍ଚିମ ଓଡ଼ିଶାର ଲୋକକଥା, ଓଡ଼ିଶା ଆଦିବାସୀ ଜୀବନ ଓ ଓଡ଼ିଆ ସାହିତି୍ୟକଙ୍କୁ ପ୍ରାଧାନ୍ୟ ନ ଦେଇ ରାଜା-ମହାରାଜା କୈନ୍ଦ୍ରିକ ବିଷୟକୁ ଅଧିକ ସ୍ଥାନ ଦିଆଯାଇଛି। ହେଲେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପଞ୍ଚମ ଶ୍ରେଣୀ ପାଠ୍ୟପୁସ୍ତକ ସାହିତ୍ୟ କୁସୁମରେ (୨୦୧୬) ଅନ୍ତତଃ ‘ନୂଆଖାଇ’ ବିଷୟ ରହିଥିଲା। ପିଲାମାନେ ମନୋଜ ଦାସ,‘ଦେଶଭକ୍ତ ଲକ୍ଷ୍ମଣ ନାୟକ’,ଗୋପବନ୍ଧୁ ଦାଶ ପ୍ରମୁଖଙ୍କ ଲେଖା ଓ କାର୍ଯ୍ୟ ସମ୍ପର୍କରେ ଅବଗତ ହେଉଥିଲେ। ଏବେ ନୂଆ ସରକାର କେନ୍ଦ୍ରରେ ମଧ୍ୟ ଏନସିଇଆରଟିକୁ ବଦଳାଇଦେଲେ ଓ ଜାତୀୟ ଶିକ୍ଷା ନୀତି- ୨୦୨୦ ଲାଗୁ କରି ସମସ୍ତ ରାଜ୍ୟରେ ନୂତନ ଏନସିଇଆରଟି ପୁସ୍ତକର ଢାଞ୍ଚାରେ ଓଡ଼ିଆ ପୁସ୍ତକ ପ୍ରସ୍ତୁତ କଲେ। ଏବେ ଓଡ଼ିଆ ବହି ଦେଖିଲେ ବୁଝି ହେଉଛି ଯେ କେନ୍ଦ୍ର ସରକାର କାହିଁକି ପୁରୁଣା ଏନସିଇଆରଟି ବହିକୁ ବଦଳାଇବା ଲାଗି ଆଗ୍ରହୀ ହେଲେ।
ବିଶ୍ୱ ପ୍ରସିଦ୍ଧ ବ୍ରାଜିଲୀୟ ଶିକ୍ଷାବିତ ପାଉଲୋ ଫ୍ରେଇରେ ଚେତାବନୀ ଦିଅନ୍ତି ଯେ ଶିକ୍ଷା ଯଦି ସମାଲୋଚନାତ୍ମକ ଓ ସୃଜନଶୀଳ ଚିନ୍ତାଧାରା ବିକଶିତ କରି ସମାଜ ପରିବର୍ତ୍ତନରେ ସକ୍ରିୟ ନାଗରିକ ଗଢ଼ିବାରେ ସହାୟକ ନ ହୁଏ ତେବେ ସେହି ଶିକ୍ଷା ନୂଆ ପିଢ଼ିକୁ ପ୍ରଚଳିତ ବ୍ୟବସ୍ଥା ସହ ଖାପ ଖୁଆଇ ତାହା ପ୍ରତି ଅନୁଗତ କରିବାର ଉପକରଣ ହୋଇଯାଏ। ଲୋକଙ୍କ ଟିକସ ଅର୍ଥରେ କୌଣସି ସରକାର ଏଭଳି ଅନୁଗତ ନାଗରିକ ସୃଷ୍ଟି କରିବାର ଅଧିକାର ନାହିଁ।

ଦେବ ରଞ୍ଜନ
ମୋ: ୯୪୩୭୭୬୨୨୭୨

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?