ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ ନିର୍ମାତାଙ୍କୁ ସୃଷ୍ଟି କରିଛୁ। ଅନେକ ଭାରତୀୟ ବୃତ୍ତିଧାରୀ ବିଶ୍ୱର କେତେକ ବୃହତ୍ତମ ବ୍ୟାଙ୍କର ନେତୃତ୍ୱ ନେଉଛନ୍ତି ଏବଂ ଜଣେ ଭାରତୀୟ ଏବେ ବିଶ୍ୱବ୍ୟାଙ୍କର ମୁଖ୍ୟ ଅଛନ୍ତି। କିନ୍ତୁ ବୃହତ୍ତମ ବେସରକାରୀ ବ୍ୟାଙ୍କଗୁଡ଼ିକର ନେତୃତ୍ୱ ନେବା ପାଇଁ ବ୍ୟକ୍ତି ଚୟନ ସମୟରେ ଆମେ ପ୍ରାୟତଃ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରୁ ନ ନେଇ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କୁ ପସନ୍ଦ କରୁଛୁ। ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପାର୍ଟ-ଟାଇମ୍‌ ଚେୟାରମ୍ୟାନ୍‌ ଭାବରେ ନିଯୁକ୍ତ କରିବା ହେଉଛି ଏହାର ସର୍ବଶେଷ ଉଦାହରଣ। ଆଇସିଆଇସିଆଇ, ଆକ୍ସିସ, କୋଟାକ ମହିନ୍ଦ୍ରା, ବନ୍ଧନ ଏବଂ ଫେଡେରାଲ ବ୍ୟାଙ୍କରେ ମଧ୍ୟ ଏହିଭଳି ନିଯୁକ୍ତି ଦିଆଯାଇଛି। ତେବେ କାହିଁକି ଅବସରପ୍ରାପ୍ତ ବରିଷ୍ଠ ବାବୁମାନେ କ୍ରମାଗତ ଭାବରେ ପ୍ରଥମ ପସନ୍ଦ ପାଲଟିଛନ୍ତି? ଗତ ଦଶନ୍ଧି ମଧ୍ୟରେ ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ସରକାରୀ ଅଧିକାରୀମାନେ ନିୟାମକ, କମିଶନ ଏବଂ ସାର୍ବଜନୀନ ସଂସ୍ଥାଗୁଡ଼ିକରେ ବାରମ୍ବାର ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିଛନ୍ତି। କ୍ଷେତ୍ରଭିତ୍ତିକ ଅଭିଜ୍ଞତା ଅପେକ୍ଷା ପ୍ରଶାସନିକ ଦକ୍ଷତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଆଇଏଏସ୍‌ ଏବେ ଭାରତର ସର୍ବବ୍ୟାପୀ ନେତୃତ୍ୱ କ୍ୟାଡରରେ ପରିଣତ ହୋଇଛି। ବେସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟ ସେହି ସମାନ ଧାରଣାକୁ ଆପଣାଇ ନେଇଥିବା ମନେହୁଏ। ଉଦାରୀକରଣର ତିନି ଦଶନ୍ଧି ପରେ ମଧ୍ୟ, ଯେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼େ, ଆମ ଦୃଷ୍ଟି ସ୍ବତଃପ୍ରବୃତ୍ତ ଭାବେ ନର୍ଥ ବ୍ଲକ ଆଡ଼କୁ ଚାଲିଯାଏ। ନେତୃତ୍ୱ ବଦଳିଯାଇପାରେ, କିନ୍ତୁ ମାନସିକତା ବଦଳି ନାହିଁ।
ଅଭିଜ୍ଞ ହାତରେ ନେତୃତ୍ୱ
ମୋଦି ସରକାର ବିଦେଶ ସଚିବ ବିକ୍ରମ ମିସ୍ରିଙ୍କ କାର୍ଯ୍ୟକାଳକୁ ଆଉ ୧ ବର୍ଷ ବଢ଼ାଇ ସ୍ପଷ୍ଟ କରିଛନ୍ତି, ଭାରତର ଶୀର୍ଷ କୂଟନୀତିଜ୍ଞଙ୍କୁ ବଦଳାଇବାର ଏହା ଉପଯୁକ୍ତ ସମୟ ନୁହେଁ। ଆସନ୍ତାବର୍ଷ ଭାରତୀୟ କୂଟନୀତି ପାଇଁ ବଡ଼ ପରୀକ୍ଷା ହେବ; ଯେଉଁଥିରେ ବ୍ରିକ୍ସ ଅଧ୍ୟକ୍ଷତା, ଚାଇନା ସହିତ ଦୁର୍ବଳ ସମ୍ପର୍କ, ୟୁରୋପ ଓ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଏବଂ ଗ୍ଲୋବାଲ ସାଉଥ୍‌ର ନେତୃତ୍ୱ ନେବା ସହ ୱାଶିଂଟନ୍‌ ଓ ମସ୍କୋ ଉଭୟଙ୍କ ସହ ସମ୍ପର୍କରେ ସନ୍ତୁଳନ ରକ୍ଷା କରିବା ଭଳି ଆହ୍ବାନ ରହିଛି। ସରକାରଙ୍କ ମତରେ, ଏଭଳି ସ୍ଥିତିରେ ଦାୟିତ୍ୱ ହସ୍ତାନ୍ତର କରିବା ଠିକ୍‌ ନୁହେଁ। ୧୯୮୯ ବ୍ୟାଚର୍‌ ଆଇଏଫ୍‌ଏସ୍‌ ଅଧିକାରୀ ମିସ୍ରି ହେଉଛନ୍ତି ସରକାରଙ୍କ ଅତି ବିଶ୍ୱସ୍ତ କୂଟନୀତିଜ୍ଞମାନଙ୍କ ମଧ୍ୟରୁ ଜଣେ। ସେ ବେଜିଂରେ କାର୍ଯ୍ୟ କରିଛନ୍ତି, ଉପ-ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ କାମ କରିଛନ୍ତି ଏବଂ ତିନିଜଣ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଚାଇନା ମାମଲାକୁ ତାଙ୍କ ଭଳି ଖୁବ୍‌ କମ୍‌ ଅଧିକାରୀ ବୁଝନ୍ତି ଏବଂ ଆଜିର ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଏହି ଯୋଗ୍ୟତା ଅଧିକ ଗୁରୁତ୍ୱ ବହନ କରେ। ମିସ୍ରିଙ୍କ କାର୍ଯ୍ୟକାଳ ବୃଦ୍ଧି ସରକାରଙ୍କ ବ୍ୟାପକ ରଣନୀତିର ଏକ ଅଂଶ। ମୋଦି ସରକାର ଜାତୀୟ ସ୍ବାର୍ଥର ସୁରକ୍ଷା ପାଇଁ ପରମ୍ପରା ଅପେକ୍ଷା ଅଭିଜ୍ଞତା ଏବଂ ସଂସ୍ଥାଗତ ସ୍ମୃତିକୁ ପ୍ରାଧାନ୍ୟ ଦେଇଛନ୍ତି। ଅବଶ୍ୟ ପ୍ରତ୍ୟେକ କାର୍ଯ୍ୟକାଳ ବୃଦ୍ଧି ଯୋଗୁ ପଦୋନ୍ନତିରେ ବିଳମ୍ବ ହେବା ସହ ଯୁବ ଅଧିକାରୀଙ୍କୁ ଶୀର୍ଷ ପଦବୀ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଛି। କିନ୍ତୁ ଆଜିର ଅସ୍ଥିର ଭୂ-ରାଜନୈତିକ ପରିବେଶରେ ସରକାରଙ୍କ ପାଇଁ ଅଭିଜ୍ଞ ହାତରେ ନେତୃତ୍ୱ ରଖିବା ନିଷ୍ପତ୍ତି ଏକ ସହଜ ଉପାୟ ।
ଉତ୍ତରଦାୟିତ୍ୱର ଅଭାବ
ହରିୟାଣାରେ ୧୨ ଦିନ ମଧ୍ୟରେ ୩ ଜଣ ଆଇଏଏସ୍‌ ଅଧିକାରୀ ଗିରଫ ହେବା ସହ ପ୍ରାୟ ୬୦୦ କୋଟି ଟଙ୍କାର ସରକାରୀ ପାଣ୍ଠି ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଆହୁରି ଅନେକ ବାବୁ ତଦନ୍ତ ପରିସରରେ ଥିବା କୁହାଯାଉଛି। ଏହି ଅଧିକାରୀମାନେ ରାଜ୍ୟ ପ୍ରଶାସନର କିଛି ସର୍ବୋଚ୍ଚ ପଦବୀରେ ରହିଥିଲେ। ଗିରଫ ହୋଇଥିବା ଅଧିକାରୀ ଆର.କେ. ସିଂହ, ପଙ୍କଜ ଅଗ୍ରୱାଲ ଏବଂ ପ୍ରଦୀପ କୁମାର ଶିକ୍ଷା, କୃଷି, ସହରାଞ୍ଚଳ ପ୍ରଶାସନ ଏବଂ ପରିବେଶ ନିୟନ୍ତ୍ରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିର ଦାୟିତ୍ୱରେ ଥିଲେ। ପ୍ରାୟ ୬୦୦ କୋଟି ଟଙ୍କା ଗାଏବ ହେବା କେମିତି କେହି ଜାଣିପାରିଲେ ନାହିଁ? ସରକାରୀ ଟଙ୍କା କେବେହେଲେ ସିଧା ରାଜକୋଷରୁ ଚାଲିଆସେ ନାହିଁ । ଏହା ଅନୁମୋଦନ, ଅଡିଟ୍‌, ଅର୍ଥ ବିଭାଗ, ରାଜକୋଷ ଅଧିକାରୀ ଏବଂ ବରିଷ୍ଠ ଅଧୀକ୍ଷକଙ୍କ ମାଧ୍ୟମରେ ଯାଇଥାଏ । ଏହା କିଛି ବ୍ୟକ୍ତିବିଶେଷଙ୍କର ନୁହେଁ, ବରଂ ଏହାକୁ ରୋକିବା ପାଇଁ ଥିବା ସମଗ୍ର ବ୍ୟବସ୍ଥାର ବିଫଳତା । କିନ୍ତୁ ଯଦି ରାଜ୍ୟର ନିଜସ୍ବ ଆର୍ଥିକ ସୁରକ୍ଷା ବ୍ୟବସ୍ଥା ଏତେ ସହଜରେ ଲଙ୍ଘନ କରାଯାଇପାରେ, ତେବେ ନାଗରିକମାନେ ନୀତିଗତ ଅନିଶ୍ଚୟତାକୁ ନେଇ ଚିନ୍ତିତ ହେବା ସ୍ବାଭାବିକ ।
ଯଦି ସରକାର ନିଜ ଟଙ୍କା ସୁରକ୍ଷିତ ରଖିପାରିବେ ନାହିଁ, ତେବେ ସେ ଆପଣଙ୍କ ଟଙ୍କାର କିପରି ସୁରକ୍ଷା କରିବେ? ଅଧିକାରୀମାନେ ଗିରଫ ହେବା ପରେ ସେମାନଙ୍କୁ ନିଲମ୍ବନ କରିବା ସହଜ। କିନ୍ତୁ କଠିନ କାମ ହେଉଛି ସେହି ପ୍ରଶାସନିକ ବ୍ୟବସ୍ଥାକୁ ସୁଧାରିବା, ଯେଉଁଠାରେ ପ୍ରାୟତଃ ସିବିଆଇ ପହଞ୍ଚିବା ପରେ ଦାୟିତ୍ୱବୋଧତା ପ୍ରକାଶ ପାଏ। ଭାରତ ପୂର୍ବରୁ ଏଭଳି ଅନେକ ଘଟଣା ଦେଖିସାରିଛି। ପ୍ରକୃତ ଦୁର୍ନୀତି ହେଉଛି ଏହା ଠିକ୍‌, ଏହି ପ୍ରକାର ଅପବ୍ୟବହାରକୁ ରୋକିବା ପାଇ ଁଗଢ଼ାଯାଇଥିବା ବ୍ୟବସ୍ଥା ଭିତରେ ଦୁର୍ନୀତି ବଢ଼ିଛି। ଏହାକୁ ହରିୟାଣା ଅଣଦେଖା କରିପାରିବ ନାହିଁ।
Email: dilipcherian@gmail.com

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ୩ ଜଣ ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?