ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ ଦୁର୍ଯ୍ୟୋଧନଙ୍କୁ ଛାଡି ନ ଥିଲେ। ଶ୍ରୀକୃଷ୍ଣ ଓ କର୍ଣ୍ଣଙ୍କ ବନ୍ଧୁତା ଯୁଗ ଯୁଗ ଧରି ଦୃଷ୍ଟାନ୍ତ ହୋଇ ରହିବ। କେବଳ ସଫଳତାକୁ ଦେଖୁଥିବା ଓ ସଫଳ ବ୍ୟକ୍ତିର ପକ୍ଷରେ ରହୁଥିବା ଦୁନିଆକୁ ବେଳେ ବେଳେ ସଫଳତା ବ୍ୟତୀତ ଆଉ କିଛି ବି ଦେଖା ଯାଇ ନ ଥାଏ। ଏଭଳି ଦୁନିଆ ଆଖିରେ ବିଫଳ ମଣିଷର କୌଣସି ମୂଲ୍ୟ ନ ଥାଏ। ସଫଳ ମଣିଷଟି ବିଫଳ ହେଲେ ଏଭଳି ଦୁନିଆ ତା’ର ହାତ ଛାଡି ଦେଇଥାଏ। କପଟତାରେ ବି ପଶା ଖେଳ ଜିତା ଯାଇପାରେ। ହେଲେ ଭଗବାନ ଜାଣିଥାନ୍ତି ପରାଜିତ ମଣିଷଟିଏ କେତେ ନୀରବତାରେ କେତେ ବଡ଼ ଲଢ଼େଇ ଲଢୁଥାଏ। ଯେମିତି ପାଣ୍ଡବ ବନବାସରେ ମହାଭାରତ ପାଇଁ ପ୍ରସ୍ତୁତ ହେଉଥିଲେ। ସମସ୍ତଙ୍କୁ କେବଳ ପରିଣାମ ଆବଶ୍ୟକ। ହେଲେ ଏହା କାହାକୁ ଜଣା ନ ଥାଏ, ସେ ପରିଣାମ ପଛରେ କେତେ ପରିଶ୍ରମ ଲୁଚି ରହିଥାଏ। କେତେ ରାତି ଅନିଦ୍ରା ହୋଇ କେତେ ଲୁହ ନିଗାଡିବାକୁ ପଡ଼େ। ହେଲେ ମନେ ରଖ ସତ୍‌କର୍ମର ପରିଧିରେ କରାଯାଉଥିବା ପରିଶ୍ରମ କିମ୍ବା ଉଦ୍ୟମ କେବେ ବୃଥା ଯାଇ ନ ଥାଏ। ଆଉ ଧୈର୍ଯ୍ୟ କେବେ ଖାଲି ହାତରେ ଫେରି ନ ଥାଏ। ଯେଉଁ ମଣିଷ କେବଳ ଧର୍ମର ପକ୍ଷରେ ଥାଇ ସଚ୍ଚା ହୃଦୟରେ ପ୍ରଚେଷ୍ଟା ଜାରି ରଖେ, ତା’ର ଡାକ ସର୍ବଶକ୍ତିମାନ ଭଗବାନଙ୍କ ନିକଟରେ ନିଶ୍ଚୟ ପହଞ୍ଚତ୍ ଥାଏ। ଏହି ପ୍ରକ୍ରିୟାରେ ତୁମେ ଥକ୍କି ପଡିଲେ ବି ଭଗବାନ ଦେଖିଥାନ୍ତି ତୁମେ କେତେ ଯତ୍ନର ସହ ନିଜକୁ ଭାଙ୍ଗି ପଡିବାରୁ ବଞ୍ଚାଇ ରଖି ପାରିଛ। ଦିନେ ତୁମର କର୍ମ ହିଁ ତୁମର ପରିଚୟ ହେବ।
ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ କାରାଗାରରେ ହେଲା। ଆଉ କିଏ କାରାଗାରରେ ଜନ୍ମ ହୋଇଥିଲେ ନିଜର ଭାଗ୍ୟକୁ ନିନ୍ଦିଥାନ୍ତା। ଶ୍ରୀକୃଷ୍ଣଙ୍କ ମାମୁ ତାଙ୍କୁ ମାରିବାକୁ ଚାହଁୁଥିଲେ। ଶ୍ରୀକୃଷ୍ଣ ଜନ୍ମ ହେବା ପରଠାରୁ ନିଜ ମାମୁ ତାଙ୍କ ଜୀବନର ବଡ଼ ଶତ୍ରୁ ହୋଇଗଲେ। ଶିଶୁ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ଗୋଟିଏ ପରେ ଗୋଟିଏ ରାକ୍ଷାସକୁ ମାମୁ ପଠାଉଥିଲେ। ମାମୁ କଂସର ଦାଉ ପାଇଁ ଶ୍ରୀକୃଷ୍ଣଙ୍କୁ ଜନ୍ମରୁ ବଞ୍ଚତ୍ବାକୁ ସଂଘର୍ଷ କରିବାକୁ ପଡିଲା। କାରାଗାରରେ ଜନ୍ମ ହୋଇ ଗାଇ ଚରାଇବା ସ୍ତରରୁ ଉଠିଥିବା ପିଲାଟି ଜୀବନରେ କେଉଁଠି ପହଞ୍ଚତ୍ ଗଲା। ଏହି ପିଲା ମହାଭାରତ ଯୁଦ୍ଧ ପଡିଆରେ ଦୁନିଆକୁ ‘ଗୀତା’ ଭଳି ଅମୂଲ୍ୟ ସମ୍ପଦ ଦେଇଗଲେ। ଭଗବାନ ଶ୍ରୀକୃଷ୍ଣ ଗୋଟିଏ କଥା ଏ ଜଗତକୁ ଶିଖାଇ ଯାଇଛନ୍ତି। ତାହା ହେଉଛି ଜୀବନରେ କେବେ ବି କାନ୍ଦିବା ନାହିଁ। ଶ୍ରୀକୃଷ୍ଣଙ୍କ ଜୀବନରେ ଯେତେ ଦୁଃଖ ପଡିଲେ ବି ସେ କେବେ କାନ୍ଦି ନାହାନ୍ତି।
ଦିନେ ଶ୍ରୀକୃଷ୍ଣଙ୍କୁ କର୍ଣ୍ଣ କହିଲେ- ହେ ବାସୁଦେବ, ମୋ ସହ ଜୀବନରେ ବହୁତ ଦୁଃଖ ଆସିଛି। ମୋତେ ଶୂଦ୍ର ପୁତ୍ର କୁହାଗଲା। ମୋ ଗୁରୁ ମୋତେ ବିଦ୍ୟା ଦେବାକୁ ମନାକଲେ। ମୋର କ’ଣ ଅପରାଧ ଥିଲା ବୋଲି କହି କର୍ଣ୍ଣ କାନ୍ଦି ପକାଇ ଥିଲେ। ଶ୍ରକୃଷ୍ଣ କହିଥିଲେ ତୁମେ କାହିଁକି କାନ୍ଦୁଛ। ମୋର ଦୁଃଖ ଶୁଣ କହି, ନିଜର ଦୁଃଖ କହିଥିଲେ। ହେଲେ ତମ ଓ ମୋ ଭିତରେ ଗୋଟିଏ ଫରକ ରହିଛି। ତୁମେ ଜୀବନର ପଛକୁ ସବୁବେଳେ ଚାହଁୁଛ ଓ ଭାବୁଛ। ମଁୁ ଆଗକୁ ସବୁବେଳେ ଦେଖେ। ଜୀବନରେ କାନ୍ଦିବାର ନାହିଁ। ଜୀବନରେ ଯାହା ଅଛି ତାହା ମୋ ପାଇଁ ଅଛି। ନିଜ ଜୀବନରେ ଯାହା ଅଛି ତାକୁ ନେଇ ବଞ୍ଚୁଥିବା ଓ ଲଢୁଥିବା ଲୋକ ଆଗକୁ ବଢିବ। ପଛକୁ ଭାବୁଥିବା ଲୋକ ପଛକୁ ଯିବ। ଶ୍ରୀକୃଷ୍ଣଙ୍କୁ ‘ରଣଛଡ଼ା ବା ପଳାୟନପନ୍ଥୀ’ ବି କୁହାଯାଇଛି। ଜୀବନର ଗୋଟିଏ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କୁ ଆଗକୁ ବଢ଼ିବା ପାଇଁ ପଛକୁ ଫେରିବାକୁ ପଡିଥିଲା। ଅହଂକାର ମଣିଷକୁ ଧୀରେ ଧୀରେ ରସାତଳକୁ ନେଇଯାଏ। ବିଜୟୀ ଲୋକ ପାଖରେ ଏହି ଅହଂକାର ଆସିଗଲେ ଏହା ସର୍ବନାଶର ବାଟ ଫିଟାଇ ଦିଏ। ଯିଏ ଆଜି ନିଜ ସୁଯୋଗ କିମ୍ବା ବିଜୟ ପାଇଁ ଅହଂକାର କରୁଛି, ଆସନ୍ତା ସମୟ ତାକୁ ତା’ର ଅସଲ ରୂପ ଦେଖାଇ ଦିଏ। କାରଣ ସମୟଠାରୁ ବଡ଼ କୌଣସି ଶିକ୍ଷକ ନାହିଁ ଏବଂ କର୍ମଠାରୁ ବଡ଼ କିଛି ପରିଚୟ ନାହିଁ। ତଥାପି ହାରିଯାଇଥିବା ଲୋକଟି ପାଇଁ ଅକ୍ଷୟ ମହାନ୍ତିଙ୍କ ଶେଷଗୀତର ସେଇ ପଦିକ ବେଳେ ବେଳେ ଭାବପ୍ରବଣ କରି ପକାଏ। ତାହା ହେଉଛି- ହାରି ଯାଇଥିବା ଲୋକର କି ଅଛି ଜିଇଲେ ଜିଇଲା ନ ହେଲେ ନାହିଁ।

ସତୀଶ ବିଶ୍ୱାଳ
ଯାଜପୁର
ମୋ:୯୪୩୭୦୧୯୧୧୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?