ଏଇ ଭାରତରେ

ବର୍ଷା ବନ୍ୟା ବହୁ ସମୟରେ ପିିଆଜ ଚାଷକୁ ବିପର୍ଯ୍ୟୟ କରିଦେଉଛି ଅନ୍ୟପକ୍ଷରେ ଭଣ୍ଡାର ବ୍ୟବସ୍ଥାର ଅଭାବ ପିଆଜ ଦରବୃଦ୍ଧିର କାରଣ ପାଲଟୁଛି ତେବେ ଭଣ୍ଡାର ବ୍ୟବସ୍ଥା ବିନା ବହୁଦିନ ରଖାଯାଇପାରୁଥିବା ଏକ କିସମର ପିଆଜ ପ୍ରସ୍ତୁତ କରିଛନ୍ତି ମହାରାଷ୍ଟ୍ରର ଜଣେ କୃଷକ ମହାରାଷ୍ଟ୍ରର ଡୁଆଣ୍ଡ ନିବାସୀ ସନ୍ଦୀପ ଘୋଲେ ଏହି ପିଆଜର ନାମ ରଖିଛନ୍ତିସନ୍ଦିପ ଓନିୟନ ସନ୍ଦିପ ୨୦୦୮ରେ ପିଆଜ ଚାଷ କରିଥିଲେ ଅମଳ ପରେ ତାହା କିପରି ବହୁଦିନ ଧରି ଗଚ୍ଛିତ ରଖାଯାଇପାରିବ, ସେ ସମ୍ପର୍କରେ ଗବେଷଣା ଜାରି ରଖିଥିଲେ ୨୦୧୨ରୁ ନୂଆ କିସମର ପିଆଜ ବିହନ ବିକାଶ କରିବାର କାର୍ଯ୍ୟକୁ ବ୍ୟାପକ କରି ଦୀର୍ଘ ଆଠବର୍ଷ ପରେ ସଫଳ ହୋଇଛନ୍ତି ସନ୍ଦିପ ଓନିୟନ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅମଳ ପରେ ପଚି ବହୁଦିନ ରହୁଥିବା ପିଆଜକୁ ସେ ଲଗାଇ ସେଥିରୁ ମଞ୍ଜି ସଂଗ୍ରହ କରୁଥିଲେ ପୁଣି ସେହି ମଞ୍ଜିକୁ ଲଗାଇ ଅମଳ ପରେ ସମାନ ପଦ୍ଧତିରେ ମଞ୍ଜି ସଂଗ୍ରହ କରି ପରବର୍ତ୍ତୀ ଚାଷକୁ ଆଗଉଥିଲେ ଏହିପରି ବର୍ଷ ପରେ ବର୍ଷ ଚାଷ କରିବା ପରେ ଏବେ ସମ୍ପୂର୍ଣ୍ଣ ନୂଆ କିସମ ବିହନ ପ୍ରସ୍ତୁତ କରିଛନ୍ତି ଯାହା ଅମଳ ପରେ ଶୀଘ୍ର ନଷ୍ଟ ହେଉନି ଏହି ନୂଆ କିସମର ପିଆଜର ରଙ୍ଗ ଫିକା ନାଲି ଏହା ଉପରେ ଦୁଇଟି ଚୋପା ବି ରହୁଛି ସନ୍ଦିପ କଳାରେ ଡିଗ୍ରୀ ହାସଲ କରିବାପରେ ପିଆଜ ଚାଷ କରି ଏଭଳି ସଫଳତା ପାଇଥିବାରୁ ଡାଇରେକ୍ଟୋରେଟ ଅଫ ଓନିୟନ ଆଣ୍ଡ ଗାର୍ଲିକ ରିସର୍ଚ୍ଚ ପକ୍ଷରୁ ତାଙ୍କୁ ପ୍ରଗତିଶୀଳ କୃଷକ ପୁରସ୍କାର ପ୍ରଦାନ କରାଯାଇଛି ସନ୍ଦିପ ବିକାଶ କରିଥିବା ପିଆଜକୁ କୋଙ୍କୋଣର କୃଷି ବିଶ୍ୱବିଦ୍ୟାଳୟ ଅଧିକ ଅମଳକ୍ଷମ ବିହନର ସ୍ବୀକୃତି ଦେବାପରେ ଏହି ବିହନକୁ ବିଭିନ୍ନ ରାଜ୍ୟକୁ କୃଷକମାନଙ୍କୁ ପ୍ରଦାନ କରାଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri