ଏଇ ଭାରତରେ

ବର୍ଷା ଓ ବନ୍ୟା ବହୁ ସମୟରେ ପିିଆଜ ଚାଷକୁ ବିପର୍ଯ୍ୟୟ କରିଦେଉଛି । ଅନ୍ୟପକ୍ଷରେ ଭଣ୍ଡାର ବ୍ୟବସ୍ଥାର ଅଭାବ ପିଆଜ ଦରବୃଦ୍ଧିର କାରଣ ପାଲଟୁଛି । ତେବେ ଭଣ୍ଡାର ବ୍ୟବସ୍ଥା ବିନା ବହୁଦିନ ରଖାଯାଇପାରୁଥିବା ଏକ କିସମର ପିଆଜ ପ୍ରସ୍ତୁତ କରିଛନ୍ତି ମହାରାଷ୍ଟ୍ରର ଜଣେ କୃଷକ । ମହାରାଷ୍ଟ୍ରର ଡୁଆଣ୍ଡ ନିବାସୀ ସନ୍ଦୀପ ଘୋଲେ ଏହି ପିଆଜର ନାମ ରଖିଛନ୍ତି ‘ସନ୍ଦିପ ଓନିୟନ’ । ସନ୍ଦିପ ୨୦୦୮ରେ ପିଆଜ ଚାଷ କରିଥିଲେ । ଅମଳ ପରେ ତାହା କିପରି ବହୁଦିନ ଧରି ଗଚ୍ଛିତ ରଖାଯାଇପାରିବ, ସେ ସମ୍ପର୍କରେ ଗବେଷଣା ଜାରି ରଖିଥିଲେ। ୨୦୧୨ରୁ ନୂଆ କିସମର ପିଆଜ ବିହନ ବିକାଶ କରିବାର କାର୍ଯ୍ୟକୁ ବ୍ୟାପକ କରି ଦୀର୍ଘ ଆଠବର୍ଷ ପରେ ସଫଳ ହୋଇଛନ୍ତି । ‘ସନ୍ଦିପ ଓନିୟନ’ର ରୋଗ ପ୍ରତିରୋଧକ ଶକ୍ତି ଅଧିକ । ଅମଳ ପରେ ନ ପଚି ବହୁଦିନ ରହୁଥିବା ପିଆଜକୁ ସେ ଲଗାଇ ସେଥିରୁ ମଞ୍ଜି ସଂଗ୍ରହ କରୁଥିଲେ । ପୁଣି ସେହି ମଞ୍ଜିକୁ ଲଗାଇ ଅମଳ ପରେ ସମାନ ପଦ୍ଧତିରେ ମଞ୍ଜି ସଂଗ୍ରହ କରି ପରବର୍ତ୍ତୀ ଚାଷକୁ ଆଗଉଥିଲେ। ଏହିପରି ବର୍ଷ ପରେ ବର୍ଷ ଚାଷ କରିବା ପରେ ଏବେ ସମ୍ପୂର୍ଣ୍ଣ ନୂଆ କିସମ ବିହନ ପ୍ରସ୍ତୁତ କରିଛନ୍ତି । ଯାହା ଅମଳ ପରେ ଶୀଘ୍ର ନଷ୍ଟ ହେଉନି । ଏହି ନୂଆ କିସମର ପିଆଜର ରଙ୍ଗ ଫିକା ନାଲି । ଏହା ଉପରେ ଦୁଇଟି ଚୋପା ବି ରହୁଛି । ସନ୍ଦିପ କଳାରେ ଡିଗ୍ରୀ ହାସଲ କରିବାପରେ ପିଆଜ ଚାଷ କରି ଏଭଳି ସଫଳତା ପାଇଥିବାରୁ ଡାଇରେକ୍ଟୋରେଟ ଅଫ ଓନିୟନ ଆଣ୍ଡ ଗାର୍ଲିକ ରିସର୍ଚ୍ଚ ପକ୍ଷରୁ ତାଙ୍କୁ ପ୍ରଗତିଶୀଳ କୃଷକ ପୁରସ୍କାର ପ୍ରଦାନ କରାଯାଇଛି । ସନ୍ଦିପ ବିକାଶ କରିଥିବା ପିଆଜକୁ କୋଙ୍କୋଣର କୃଷି ବିଶ୍ୱବିଦ୍ୟାଳୟ ଅଧିକ ଅମଳକ୍ଷମ ବିହନର ସ୍ବୀକୃତି ଦେବାପରେ ଏହି ବିହନକୁ ବିଭିନ୍ନ ରାଜ୍ୟକୁ କୃଷକମାନଙ୍କୁ ପ୍ରଦାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?