ଭୋକର ଭବିଷ୍ୟତ

ନିକଟରେ ପ୍ରକାଶ ପାଇଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚ୍‌ଆଇ)ରେ ଭାରତ ୧୦୭ ଦେଶ ମଧ୍ୟରୁ ୯୪ ସ୍ଥାନରେ ରହିଛି। ଗତବର୍ଷ ଏହାର ସ୍ଥାନ ୧୦୨ ଥିଲା। ଏଥର ୮ ପାଦ ଆଗେଇଥିଲେ ମଧ୍ୟ ଭାରତର ସ୍ଥାନ ‘ଅତି ଗମ୍ଭୀର’ ବର୍ଗରେ ରହିଛି। ଏପରି କି କ୍ଷୁଧା ପୀଡ଼ିତ ଦେଶ ଭାବେ ବିଶ୍ୱରେ ପରିଚିତ ଥିବା ଆଫ୍ରିକା ମହାଦେଶର ସୁଦାନ ସହ ଭାରତର ର଼୍ୟାଙ୍କ୍‌ ସମାନ ହୋଇଯାଇଛି। ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ, ପଡ଼ୋଶୀ ପାକିସ୍ତାନ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କା ଭଳି ରାଷ୍ଟ୍ରଠାରୁ ଭାରତ ପଛେଇ ଯାଇଛି। ପ୍ରତି କଥାରେ ଭାରତୀୟମାନେ ପାକିସ୍ତାନକୁ ସମାଲୋଚନା କରିଥାଆନ୍ତି। ହେଲେ ପାକିସ୍ତାନ ୮୮ତମ ସ୍ଥାନରେ ରହି ଭାରତ ଆଗକୁ ଚାଲିଯାଇଛି।
ଭାରତୀୟ ନେତୃତ୍ୱ ବିଶ୍ୱ ମଞ୍ଚରେ ଅନେକ ପ୍ରକାର ବାହାଦୁରି ମାରିଥାଆନ୍ତି। ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ବିଷୟରେ ଢେର ପ୍ରଚାର କରାଯାଉଛି। କିନ୍ତୁ ଏହାର ସୁବିଧା ଅନେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁନାହିଁ। କେଉଁଠାରେ ଥିଲାବାଲା ଲୋକ ଅଭାବୀଙ୍କ ଖାଦ୍ୟ ଖାଇଦେଉଥିବା ବେଳେ ଆଧାର କାର୍ଡ ଦେଖାଇ ନ ପାରି ଭିନ୍ନକ୍ଷମମାନେ ଯୋଜନାର ସୁବିଧା ପାଇପାରୁ ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, ଅସଂଖ୍ୟ କୋଟି ଟଙ୍କା ବ୍ୟୟରେ ଆଧାରକାର୍ଡ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏମାନଙ୍କ ସହ ଗରିବ ଲୋକ ରାଶନ ନ ପାଇ ସେବାରୁ ବଞ୍ଚିତ ହେଉଛନ୍ତି। ଏହା ପଛରେ ବାୟୋମେଟ୍ରିକ୍‌ ସାମଞ୍ଜସ୍ୟ ଭଳି ଅନେକ କାରଣ ରହିଛି। ଦେଶର କୋଣଅନୁକୋଣରେ ଏଭଳି ବହୁ ଉଦାହରଣ ଦେଖିବାକୁ ମିଳୁଛି। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ବିଫଳତା କ୍ଷୁଧା ବଢ଼ାଇ ଦେଉଛି। ଏଥିସହିତ ଚଳିତବର୍ଷର କରୋନା ମହାମାରୀ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି କରିଛି। ଅନ୍ୟପକ୍ଷରେ ଲୋକଙ୍କ ରୋଜଗାର କମିଯିବା ଓ ସେମାନଙ୍କ ହାତରେ ଆବଶ୍ୟକ ଅର୍ଥ ନ ଥିବାରୁ ସେମାନେ ପୁଷ୍ଟିକର ଖାଦ୍ୟ କିଣି ଖାଇପାରୁ ନାହାନ୍ତି। ଭାରତରେ ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି ମହିଳା ଓ ଶିଶୁ। ସେମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ଯଥେଷ୍ଟ ଆବଶ୍ୟକତା ଥିବା ବେଳେ ଯୋଗାଣ ଠିକ୍‌ ଭାବେ ହୋଇ ନ ପାରିବାରୁ ବିଶେଷକରି ପିଲାମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ଚଳିତ ମାସ ୧୫ ତାରିଖରେ ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ଅଞ୍ଚଳର କାଚେଲି ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ୩ ଜଣ ପିଲାଙ୍କ ମୃତ୍ୟୁ ଘଟିବା ସଦ୍ୟ ଉଦାହରଣ। ଏକ ଆକଳନରୁ ଜଣାପଡ଼ିଛି ଯେ, ଗ୍ରାମୀଣ ଭାରତରେ ୪ ଜଣରୁ ୩ ଜଣ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ପାଇ ନ ଥାଆନ୍ତି। ଜିଏଚ୍‌ଆଇ ମଧ୍ୟ ରିପୋର୍ଟ ଦେଇଛି ଯେ, ଭାରତ ଜନସଂଖ୍ୟାର ୧୪ ପ୍ରତିଶତ ଅପପୁଷ୍ଟିର ଶିକାର ହୋଇଛନ୍ତି। ତେଣୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (ଏନ୍‌ଏଫ୍‌୍‌ଏସ୍‌ଏ)କୁ କାର୍ଯ୍ୟକାରୀ କରିବା ଲାଗି ଅନେକ କାର୍ଯ୍ୟ କରିବାକୁ ପଡ଼ିବ। ରାଜ୍ୟ ସରକାରଗୁଡ଼ିକ କେଉଁ ଅଞ୍ଚଳର ଲୋକମାନେ ଦାରିଦ୍ର୍ୟ ଦେଇ ଗତି କରୁଛନ୍ତି ତାହାକୁ ଚିହ୍ନଟ କରି ରିପୋର୍ଟ ଦେବା କଥା। କିନ୍ତୁ ତାହାସବୁ ସମ୍ଭବ ହୋଇପାରୁ ନାହିଁ। କିଛିବର୍ଷ ତଳେ ଉପକୂଳ ଓଡ଼ିଶାର ନଗଡ଼ା ଅଞ୍ଚଳରେ ପିଲାଙ୍କ ସମେତ ବୟସ୍କମାନେ କିଭଳି କ୍ଷୁଧା ପୀଡ଼ିତ ହୋଇ ଡହଳବିକଳ ହୋଇଥିଲେ, ତାହାର ଦୃଶ୍ୟ ସମସ୍ତେ ଦେଖିଥିଲେ। ଖୋଳତାଡ଼ କରାଗଲା ପରେ ସେଭଳି ଏକ ଅଞ୍ଚଳ ରହିଥିବା ନେଇ ପ୍ରଶାସନ ଜାଣିପାରି ନ ଥିବା ବିଷୟ ପଦାକୁ ଆସିଥିଲା। ସବୁ ରାଜ୍ୟରେ ଏହିଭଳି ଅଞ୍ଚଳ ଖୋଜିଲେ ଅନେକ ମିଳିବ। ଚନ୍ଦ୍ରଯାନ ପଠାଇ ଜହ୍ନରେ ଜଳ ଖୋଜିବାର ପ୍ରୟାସଠାରୁ ଦେଶ ଭିତରେ ଥିବା ଲୋକଙ୍କୁ ବିଶୁଦ୍ଧ ପାଣିମୁନ୍ଦାଏ ସହ ଖାଦ୍ୟ ଯୋଗାଣ ଠିକ୍‌ ହୋଇପାରିଲେ କ୍ଷୁଧା ଅନେକାଂଶରେ ଦୂରୀଭୂତ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?