ଦିବ୍ୟାଙ୍ଗ ଯୁବକଙ୍କୁ କାନ୍ଧେଇ ‘ପଠାନ୍‌’ ଦେଖାଇଲେ ବନ୍ଧୁ

କୋଲକାତା: ଶାହରୁଖଙ୍କ ସୁପରହିଟ୍‌ ଫିଲ୍ମ ‘ପଠାନ୍‌’ର ଲୋକପ୍ରିୟତା ଏବେ ଚାରିଆଡ଼େ ବଢ଼ିବାରେ ଲାଗିଛି। ଶାହରୁଖ୍‌ଙ୍କୁ ବଡ଼ ପରଦାରେ ଦେଖିବା ଲାଗି ତାଙ୍କ ଫ୍ୟାନ୍ସମାନଙ୍କୁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିବାବେଳେ ପଠାନ୍‌ର କାହାଣୀ ଦର୍ଶକଙ୍କୁ ପସନ୍ଦ ଆସିଛି। ତେବେ ଏସବୁ ଭିତରେ ଶାହରୁଖଙ୍କ ଦୁଇଜଣ ଫ୍ୟାନ୍‌ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଦୁଇ ଯୁବକ ବିହାରର। ହଲ୍‌ରେ ପଠାନ୍‌ ଦେଖିବାକୁ ହେଲେ ସେମାନେ ବିହାରରୁ ପଶ୍ଚିମବଙ୍ଗ ଆସିଛନ୍ତି। ତେବେ ସେ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ଦିବ୍ୟାଙ୍ଗ। ଦୁଇବନ୍ଧୁ ଶାହରୁଖଙ୍କୁ ଖୁବ୍‌ ପସନ୍ଦ କରୁଥିବାବେଳେ ଦିବ୍ୟାଙ୍ଗ ଯୁବକଙ୍କୁ ତାଙ୍କ ବନ୍ଧୁ କାନ୍ଧେଇ ବିହାରରୁ ପଶ୍ଚିମବଙ୍ଗ ଆସିଛନ୍ତି। ତେବେ ଏହି ଦୁଇ ଯୁବକଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।
ଫିଲ୍ମ ପଠାନ୍‌ ଗତ ୨୫ ତାରିଖରେ ପ୍ରେକ୍ଷାଳୟକୁ ଓହ୍ଲାଇଛି। ଫିଲ୍ମର ସଙ୍ଗୀତ ବେସରମ ରଙ୍ଗକୁ ନେଇ ବହୁ ବିବାଦ ଦେଖାଦେଇଥିଲେ ମଧ୍ୟ ଏହା ସଫଳତାର ସହ ହଲ୍‌କୁ ଆସିଛି। ତେବେ ଫିଲ୍ମକୁ ସିନେପ୍ରେମୀଙ୍କ ଖୁବ୍‌ ଭଲପାଇବା ମିଳିଛି। ୧୦୦ରୁ ଊର୍ଦ୍ଧ୍ୱ ଦେଶରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ମାତ୍ର ୩ ଦିନରେ ୩୦୦ କୋଟିରୁ ଉର୍ଦ୍ଧ୍ୱ ବ୍ୟବସାୟ କରିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?