ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ ଚର୍ଚ୍ଚିତ ‘ମୁନ୍ନାଭାଇ’ ଅନ୍ଦାଜରେ ରାଜନୈତିକ ବ୍ୟଙ୍ଗ କରିଛନ୍ତି । ପ୍ରାୟ ୫ ମିନିଟ୍ ପାଇଁ ନିଜକୁ ଦେଶର ପ୍ରଧାନମନ୍ତ୍ରୀ ଭାବି ସେ ଦେଶବାସୀଙ୍କୁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି ।

ସଞ୍ଜୟ ଦତ୍ତ କହିଛନ୍ତି, ଭାରତୀୟମାନେ ବଡ଼ ହୃଦୟର ଲୋକ ଏବଂ ଦେଶରେ ଶାନ୍ତି ରହିବା ଦରକାର। ତେବେ ଏବେ ସେ ଭାରତରେ ପୂର୍ବଭଳି ଶାନ୍ତି ଅନୁଭବ କରୁନଥିବା କହିଛନ୍ତି । ଶାନ୍ତି ପାଇଁ ଭଲପାଇବା ଏବଂ ‘ଗାନ୍ଧୀଗିରି’ର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ନିଜକୁ ୫ ମିନିଟ୍ ପାଇଁ ପ୍ରଧାନମନ୍ତ୍ରୀ ଭାବି ସଞ୍ଜୟ ଦତ୍ତ ‘ମୁନ୍ନାଭାଇ’ ଷ୍ଟାଇଲ୍‌ରେ କହିଥିଲେ ଯେ, ସେ ବିଦେଶ ଯାଇ ଖୁସି ପାଳନ କରିବେ ନାହିଁ, ବରଂ ଦେଶବାସୀଙ୍କ ମଧ୍ୟରେ ରହିବେ । ପ୍ରଧାନମନ୍ତ୍ରୀ ଓ ଜନତାଙ୍କ ମଧ୍ୟରେ ସମ୍ପର୍କ ରହିବା ଜରୁରୀ ବୋଲି ସେ ନିଜ ଅନ୍ଦାଜରେ କହିଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ତିନି ବାନରଙ୍କ ଉଦାହରଣ ଦେଇ କହିଥିଲେ—ଖରାପ ଦେଖ ନାହିଁ, ଖରାପ ଶୁଣ ନାହିଁ ଓ ଖରାପ କୁହ ନାହିଁ। କିନ୍ତୁ ଖରାପ ଦେଖିଲେ ତାହାକୁ ଠିକ୍ କିଏ କରିବ ବୋଲି ସେ ପ୍ରଶ୍ନ କରିଥିଲେ।

ସଞ୍ଜୟ ଦତ୍ତ ନେତାଙ୍କ ଫଟୋକୁ ନେଇ ମଧ୍ୟ ବ୍ୟଙ୍ଗ କରିଥିଲେ। ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିଛି, ସେଠାରେ ତାହା କମ୍ କରି ଦେଶର ଛବି ଦେଖାଇବା ଦରକାର ବୋଲି ସେ କହିଥିଲେ । ନିଜ ଫଟୋ ଲଗାଇବା ଅପେକ୍ଷା ଗାନ୍ଧୀଜୀଙ୍କ ବିଚାର ଦେଖାଇବା ଅଧିକ ଜରୁରୀ ବୋଲି ସଞ୍ଜୟ ଦତ୍ତ କହିଥିଲେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତିକୁ ନେଇ ମଧ୍ୟ ସଞ୍ଜୟ ଦତ୍ତ ନିଜ ଅନ୍ଦାଜରେ ବ୍ୟଙ୍ଗ କରିଥିଲେ। ଦୁନିଆରେ ମିସାଇଲ୍ ଅନେକ ହୋଇଗଲାଣି, ଏବେ ଭଲପାଇବା ରପ୍ତାନି କରିବାର ସମୟ ଆସିଛି ବୋଲି ସେ କହିଥିଲେ।

କାହାକୁ ଧମକ ଦେବା ପରିବର୍ତ୍ତେ ତାଙ୍କୁ ଫୋନ୍ କରି ଘରକୁ ଡାକିବା, ଚା’ ପିଇ ପିଇ ସମସ୍ୟାର ସମାଧାନ କରିବା ଉଚିତ ବୋଲି ସଞ୍ଜୟ ଦତ୍ତ କହିଥିଲେ । ସଞ୍ଜୟ ଦତ୍ତ ୨୦୦୬ରେ ରାଜକୁମାର ହିରାନୀଙ୍କ ଫିଲ୍ମ ‘ଲଗେ ରହୋ ମୁନ୍ନାଭାଇ’ରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ସେ ‘ମୁନ୍ନାଭାଇ’ ଚରିତ୍ରରେ ଗାନ୍ଧୀଗିରିର ବାର୍ତ୍ତା ଦେଇଥିଲେ । ଫିଲ୍ମରେ ଅର୍ଶଦ ୱାରସି ମଧ୍ୟ ଅଭିନୟ କରିଥିଲେ ଏବଂ ବିଦ୍ୟୁ ବିନୋଦ ଚୋପ୍ରା ଏହାର ପ୍ରଯୋଜକ ଥିଲେ । ଫିଲ୍ମଟି ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?