Posted inଫୁରସତ

କୁଷ୍ଠ ମୂଳୋତ୍ପାଟନ ଦିବସ

ସଚେତନ ହେଲେ ବିଭିନ୍ନ ଶାରୀରିକ ସମସ୍ୟାରୁ ସହଜରେ ଦୂରେଇ ରହିବା ସମ୍ଭବ ହୋଇ ପାରିଥାଏ। ଏହି ମର୍ମରେ କୁଷ୍ଠ ଭଳି ସମସ୍ୟାଠାରୁ ମୁକ୍ତି ପାଇଁ ଜାନୁୟାରୀ ଶେଷ ରବିବାର ଦିନ ବିଶ୍ୱ କୁଷ୍ଠ ମୂଳୋତ୍ପାଟନ ଦିବସ ପାଳନ କରାଯାଇଥାଏ। ଚଳିତ ୨୦୨୩ ମସିହାରେ, ଏହି ଦିବସ ରବିବାର ୨୯ ଜାନୁଆୟୀରେ ପାଳିତ ହେଉଛି। ଏହି ଦିବସ ପାଳନ ଅବସରରେ ଏନେଇ ସଚେତନତା ସୃଷ୍ଟି ସହିତ ଏହାକୁ ନେଇ ସମାଜରେ ଦେଖାଯାଉଥିବା ଭେଦଭାବ ବନ୍ଦ କରିବାକୁ ଆହ୍ବାନ ଦିଆଯାଇଥାଏ।

୧୯୫୪ ମସିହାରେ ଫ୍ରାନ୍ସର ଗଣମାଧ୍ୟମ ପ୍ରତିନିଧି ତଥା କାର୍ଯ୍ୟକର୍ତ୍ତା ରାଓଲ ଫୋଲେରୋଙ୍କ ଦ୍ୱାରା ବିଶ୍ୱ କୁଷ୍ଠ ଦିବସ ପ୍ରତିଷ୍ଠା କରାଯାଇଥିଲା। ଦୁଇଟି ଲକ୍ଷ୍ୟ ସହିତ ଫୋଲେରୋ ବିଶ୍ୱ କୁଷ୍ଠ ଦିବସ ସୃଷ୍ଟି କରିଥିଲେ। କୁଷ୍ଠରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ ଏବଂ ଏହି ସମସ୍ୟା ସମ୍ପର୍କରେ ଥିବା ଭୁଲ ଧାରଣାକୁ ସଂଶୋଧନ କରି କୁଷ୍ଠ ବିଷୟରେ ଜନସାଧାରଣଙ୍କୁ ଶିକ୍ଷା ଦେବା ତାଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା। କୁଷ୍ଠ ଭାରତର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଦେଖାଯାଇଥାଏ। ବାର୍ଷିକ ୧୦ ହଜାର ଜନସଂଖ୍ୟାରେ ଏହାର ହାର ୪.୫୬ ପ୍ରତିଶତ ରହିଛି। କୁଷ୍ଠର ପ୍ରାଦୁର୍ଭାବ ହାର ଦେଶରେ୧୦ ହଜାର ଜନସଂଖ୍ୟାରେ ଏହାର ହାର ୦.୪ ପ୍ରତିଶତ ।

ନ୍ୟାଶନାଲ କୁଷ୍ଠ ମୂଳୋତ୍ପାଟନ କାର୍ଯ୍ୟକ୍ରମର ସର୍ବଶେଷ ତଥ୍ୟ ଅନୁଯାୟୀ, ୨୦୨୦-୨୧ ମସିହାରେ ଭାରତରେ ମୋଟ ୬୫,୧୪୭ କୁଷ୍ଠ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେହି ସମୟ ମଧ୍ୟରେ ମହାରାଷ୍ଟ୍ର ୧୨ ହଜାରରୁ ଅଧିକ ମାମଲା ରେକର୍ଡ କରିଥିଲା। ୨୦୦୨ରେ ଏନେଇ ଜାତୀୟ ସ୍ବାସ୍ଥ୍ୟ ନୀତି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜନସ୍ବାସ୍ଥ୍ୟ ସମସ୍ୟା ଭାବରେ କୁଷ୍ଠ ଦୂର କରିବା ନେଇ ଡିସେମ୍ବର ୨୦୦୫ରେ ଜାତୀୟ ସ୍ତରରେ ୧୦ ହଜାର ଜନସଂଖ୍ୟାରେ ୧ରୁ କମ ମାମଲା ଭାବରେ ଏହାକୁ ବ୍ୟାଖ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?