ଭିତରକନିକା ବୁଲିଲେ ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି

ରାଜନଗର, ୩୦ା୧(ଡି.ଏନ.ଏ.):ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ ରବିବାର ଦିନିକିଆ ଭିତରକନିକା ବୁଲି ଫେରି ଯାଇଛନ୍ତି। କଡ଼ା ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱରରେ ପହଞ୍ଚତ୍ବା ପରେ କେନ୍ଦ୍ରାପଡ଼ାଠାରୁ ଏସ୍‌ପି ମଡକର ସମ୍ବିତ୍‌ ସମ୍ପଦ, ଉପଜିଲାପାଳ ନିରଞ୍ଜନ ବେହେରା ସ୍ବାଗତ କରିଥିଲେ। ସେଠାରୁ କଡ଼ା ସୁରକ୍ଷା ବଳୟ ଭିତରେ ଗୁପ୍ତି ଘାଟ ନିକଟରେ ସେ ପହଞ୍ଚତ୍ ଥିଲେ। ଗୁପ୍ତି ଘାଟ ନିକଟରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ଜଷ୍ଟସ୍‌ ବୋବ୍‌ଡେଙ୍କୁ ସ୍ବାଗତ କରିଥିଲେ। ସେଠାରୁ ବନ ବିଭାଗ ବୋଟରେ ଭିତରକନିକା ଜାତୀୟ ଉଦ୍ୟାନକୁ ଯାଇଥିଲେ। ଏହି ନୌବିହାର ସମୟରେ ଜଷ୍ଟସ୍‌ ବୋବ୍‌ଡେ ଭିତରକନିକା ନଦୀର ଉଭୟପାର୍ଶ୍ୱରେ ବଡ ବଡ ବଉଳା କୁମ୍ଭୀର, ହରିଣ ଓ ଅନ୍ୟ ଜୀବଜନ୍ତୁଙ୍କୁ ଦେଖି ବିମୋହିତ ହୋଇପଡିଥିଲେ। ଭିତରକନିକା ଜାତୀୟ ଉଦ୍ୟାନରେ ପାଦ ଥାପିବା ପରେ ଆବଦ୍ଧ ପୁଷ୍ପରିଣୀରେ ରଖା ଯାଇଥିବା ଧଳା କୁମ୍ଭୀର ଗୋରୀ, ମଲ୍ଲି, ଶ୍ୱେତା ସମେତ ବନ ବିଭାଗ ପକ୍ଷରୁ ଲାଳନ ପାଳନ କରାଯାଉଥିବା ଛୋଟ ଛୋଟ କୁମ୍ଭୀର ଶାବକଙ୍କୁ ମଧ୍ୟ ବୁଲି ଦେଖିଥିଲେ। ଗୋରୀ ସମ୍ବନ୍ଧରେ ଅନେକ ତଥ୍ୟ ସଂଗ୍ରହ କରିଥିଲେ। ପରେ ଭିତରକନିକାରେ ଜୀବଜନ୍ତୁଙ୍କ ପାଇଁ ପ୍ରାଣବଳି ଦେଇଥିବା ବନ କର୍ମଚାରୀଙ୍କ ଶହୀଦ ସ୍ତମ୍ଭ ନିକଟରେ ପହଞ୍ଚତ୍ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ମ୍ୟୁଜିୟମରେ ଥିବା ବଉଳା କୁମ୍ଭୀରଙ୍କ କଙ୍କାଳ ସହ ସତୁରି ଦଶକରୁ ସଂଗ୍ରହ ହୋଇରହିଥିବା ବିଭିନ୍ନ ଜୀବଜନ୍ତୁଙ୍କର ଶରୀର ଏବଂ ରାସାୟନିକ ପ୍ରଲେପ ଦିଆଯାଇ ରଖାଯାଇଥିବା ଅଲିଭ୍‌ ରିଡ୍‌ଲେ କଇଁଛକୁ ମଧ୍ୟ ଦେଖିଥିଲେ। ତାଙ୍କର ଏହି ଦିନିକିଆ କାର୍ଯ୍ୟକ୍ରମରେ ଭିତରକନିକାର ବିଭବ, ଜୈବ ବିବିଧତା ଓ ଆର୍ଦ୍ରଭୂମିକୁ ମନ ଭରି ଉପଭୋଗ କରିଥିଲେ। ଜଷ୍ଟସ୍‌ ବୋବ୍‌ଡେଙ୍କ ସହ ଲୋକାୟୁକ୍ତ ଜଷ୍ଟିସ୍‌ ଅଜିତ୍‌ ସିଂ, ଡିଏଫ୍‌ଓ ଯାଦବ, ରାଜନଗର ତହସିଲଦାର ଅଶ୍ୱିନୀ କୁମାର ଭୂୟଁା, ଆଇଆଇସି ଶ୍ରୀକାନ୍ତ କୁମାର ବାରିକ, ରେଞ୍ଜ ଅଫିସର ମାନସ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

ମଦଭାଟି ବିରୋଧରେ ମହିଳାଙ୍କ ମହାବିଦ୍ରୋହ: ଭାଙ୍ଗିଲେ ଭାଟି

ଅମରପାଲି, ୧୦।୧୦ (ପୀତାମ୍ବର ସାହୁ): ମଦମୁକ୍ତ ଗାଁ ଗଠନ ଦାବିରେ ତେଜିଲା ଜନଆକ୍ରୋଶ। ମଦର କୁପ୍ରଭାବରେ ଗ୍ରାମର ସାମାଜିକ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରି ଶେଷରେ…

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତରଚିକିତ୍ସା ଦାବିରେ ରାସ୍ତାରୋକ

ଚିକିଟି, ୧୦/୦୯/୨୦୨୬ (ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନ ଚିକିଟି ଫାଣ୍ଡି ଅଞ୍ଚଳର ଓଳପୁର ଛକ ନିକଟରେ ଶନିବାର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?