‘ହିଣ୍ଡେନ୍‌ବର୍ଗ ଅଭିଯୋଗ ଭାରତ ଉପରେ ଆକ୍ରମଣ’

ନୂଆଦିଲ୍ଲୀ,୩୦ା୧: ସବୁଠୁ ଧନୀ ଭାରତୀୟ ଗୌତମ ଆଦାନୀଙ୍କ ଗ୍ରୁପ୍‌ ରବିବାର ଆମେରିକୀୟ ଶର୍ଟ ସେଲର୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛି। ଆଦାନୀ ଗ୍ରୁପ୍‌ ଏହି ଅଭିଯୋଗକୁ ଭାରତ, ଏହାର ଅନୁଷ୍ଠାନଗୁଡ଼ିକ ଏବଂ ଗ୍ରୋଥ୍‌ ଷ୍ଟୋରି ଉପରେ ଯୋଜନାବଦ୍ଧ ଆକ୍ରମଣ ବୋଲି ଅଭିହିତ କରିଛି। ହିଣ୍ଡେନ୍‌ବର୍ଗ ପକ୍ଷରୁ ଅଣାଯାଇଥିବା ସମସ୍ତ ଅଭିଯୋଗ ‘ମିଛ ଛଡ଼ା କିଛି ନୁହେଁ’ ବୋଲି କହିଛି।
ଆଦାନୀ ଗ୍ରୁପ୍‌ ପକ୍ଷରୁ ୪୧୩ ପୃଷ୍ଠା ସମ୍ବଳିତ ଜବାବ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଆମେରିକୀୟ ଫାର୍ମ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଜାନୁୟାରୀ ୨୪ରେ ଆର୍ଥିକ ଲାଭ ପାଇଁ ମିଥ୍ୟା ରିପୋର୍ଟ ପ୍ରକାଶ କରିଛି। ଏହା କେବଳ କୌଣସି ନିର୍ଦ୍ଦିଷ୍ଟ କମ୍ପାନୀ ଉପରେ ଅବାଞ୍ଛିତ ଟାର୍ଗେଟ ନୁହେଁ, ବରଂ ଭାରତର ସ୍ବାଧୀନତା, ଅଖଣ୍ଡତା ଓ ସଂସ୍ଥାଗୁଡ଼ିକର ସମାନତାକୁ ଆକ୍ରମଣ। ଶର୍ଟ ସେଲର୍‌ ହିଣ୍ଡେନ୍‌ବର୍ଗ ଅସାଧୁ ଉପାୟରେ ଅଗଣିତ ନିବେଶକଙ୍କୁ କ୍ଷତି ପହଞ୍ଚତ୍ାଇ ଲାଭବାନ ହେବାକୁ ଉଦ୍ୟମ କରିଛି। ଏହି ସଂସ୍ଥାର କୌଣସି ବିଶ୍ୱସନୀୟତା ଓ ନୈତିକତା ନାହିଁ। ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିଃ ଭାରତୀୟ ପୁଞ୍ଜି ବଜାରରେ ୨୦,୦୦୦ କୋଟି ଟଙ୍କାର ସର୍ବବୃହତ୍‌ ଫଲୋ-ଅନ୍‌ ପବ୍ଲିକ୍‌ ଅଫର୍‌ (ଏଫ୍‌ପିଓ) ଆଣିବା ସମୟରେ ବିନା ଗବେଷଣାରେ ପ୍ରକାଶିତ ଉକ୍ତ ରିପୋର୍ଟ ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି, ଯାହାକି ଫରେନ୍‌ ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ଆଇନଗୁଡ଼ିକର ଉଲ୍ଲଂଘନ ବୋଲି ଆଦାନୀ ସମୂହ ପକ୍ଷରୁ କୁହାଯାଇଛି।
ହିଣ୍ଡେନ୍‌ବର୍ଗ ପକ୍ଷରୁ କରାଯାଇଥିବା ୮୮ ପ୍ରଶ୍ନ ମଧ୍ୟରୁ ୬୫ଟିର ଉତ୍ତର ଆଦାନୀ ଗ୍ରୁପ୍‌ ଦେଇଛି। ଅବଶିଷ୍ଟ ୨୩ ପ୍ରଶ୍ନ ମଧ୍ୟରୁ ୧୮ଟି ଶେୟାରହୋଲ୍ଡର୍ସଙ୍କ ସମ୍ପର୍କିତ ହୋଇଥିବାବେଳେ ୫ଟି ଅଭିଯୋଗ କାଳ୍ପନିକ ଓ ଭିତ୍ତିହୀନ ବୋଲି ଗୌତମ ଆଦାନୀଙ୍କ କମ୍ପାନୀ ପକ୍ଷରୁ କୁହାଯାଇଛି। ଶେୟାର ହୋଲ୍ଡର୍ସଙ୍କ ସ୍ବାର୍ଥ ରକ୍ଷା ପାଇଁ ଆବଶ୍ୟକ ପ୍ରତିକାର ନିମନ୍ତେ ଆଦାନୀ ସମୂହ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ନିଜ ଅଧିକାର ପ୍ରୟୋଗ କରିବ ବୋଲି ଏହି ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯାଇଛି।
ପ୍ରକାଶ ଯେ, ଗତ ୨୪ ତାରିଖରେ ନ୍ୟୁୟର୍କଭିତ୍ତିକ ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଥିଲା। ଆଦାନୀ ଗ୍ରୁପ୍‌ ୧୭.୮ ଟ୍ରିଲିୟନ୍‌ ବା ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଥିବା ଏଥିରେ ଦର୍ଶାଯାଇଥିଲା। ଗୌତମ ଆଦାନୀ ଅନେକ ଦଶନ୍ଧି ଧରି ଅସାଧୁ ଉପାୟରେ ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇବା ସହ ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୨୦ ବିଲିୟନ ଡଲାର ଠୁଳ କରିଛନ୍ତି। ପୁଞ୍ଜି ବଜାରରେ ତାଲିକାଭୁକ୍ତ ହୋଇଥିବା ଆଦାନୀ ସମୂହର ୭ ମୁଖ୍ୟ କମ୍ପାନୀ ଏହି ଅବଧି ମଧ୍ୟରେ ହାରାହାରି ୮୧୯% ଉପରକୁ ଉଠିଛି। ୨ ବର୍ଷର ଖୋଳତାଡ଼ ପରେ ପ୍ରମାଣ ମିଳିଥିବା ହିଣ୍ଡେନ୍‌ବର୍ଗ ନିଜ ରିପୋର୍ଟରେ ପ୍ରଘଟ କରିଥିଲା। ଫଳରେ ଆଦାନୀ ଗ୍ରୁପ୍‌ ଅଧୀନ କମ୍ପାନୀଗୁଡ଼ିକର ମାର୍କେଟ କ୍ୟାପିଟାଲାଇଜେଶନ୍‌ ବୁଧବାର ୯୭,୦୦୦ କୋଟି ଟଙ୍କା ହ୍ରାସ ପାଇଥିବାବେଳେ ଶୁକ୍ରବାର ଏହି କ୍ଷତିର ପରିମାଣ ୨.୮୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଏଥିସହ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୨ ବିଲିୟନ୍‌ ଡଲାର ହ୍ରାସ ପାଇବା ପରେ ସେ ବିଶ୍ୱର ତୃତୀୟ ଧନୀରୁ ସପ୍ତମ ସ୍ଥାନକୁ ଖସିଯାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri