‘ହିଣ୍ଡେନ୍‌ବର୍ଗ ଅଭିଯୋଗ ଭାରତ ଉପରେ ଆକ୍ରମଣ’

ନୂଆଦିଲ୍ଲୀ,୩୦ା୧: ସବୁଠୁ ଧନୀ ଭାରତୀୟ ଗୌତମ ଆଦାନୀଙ୍କ ଗ୍ରୁପ୍‌ ରବିବାର ଆମେରିକୀୟ ଶର୍ଟ ସେଲର୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛି। ଆଦାନୀ ଗ୍ରୁପ୍‌ ଏହି ଅଭିଯୋଗକୁ ଭାରତ, ଏହାର ଅନୁଷ୍ଠାନଗୁଡ଼ିକ ଏବଂ ଗ୍ରୋଥ୍‌ ଷ୍ଟୋରି ଉପରେ ଯୋଜନାବଦ୍ଧ ଆକ୍ରମଣ ବୋଲି ଅଭିହିତ କରିଛି। ହିଣ୍ଡେନ୍‌ବର୍ଗ ପକ୍ଷରୁ ଅଣାଯାଇଥିବା ସମସ୍ତ ଅଭିଯୋଗ ‘ମିଛ ଛଡ଼ା କିଛି ନୁହେଁ’ ବୋଲି କହିଛି।
ଆଦାନୀ ଗ୍ରୁପ୍‌ ପକ୍ଷରୁ ୪୧୩ ପୃଷ୍ଠା ସମ୍ବଳିତ ଜବାବ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଆମେରିକୀୟ ଫାର୍ମ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଜାନୁୟାରୀ ୨୪ରେ ଆର୍ଥିକ ଲାଭ ପାଇଁ ମିଥ୍ୟା ରିପୋର୍ଟ ପ୍ରକାଶ କରିଛି। ଏହା କେବଳ କୌଣସି ନିର୍ଦ୍ଦିଷ୍ଟ କମ୍ପାନୀ ଉପରେ ଅବାଞ୍ଛିତ ଟାର୍ଗେଟ ନୁହେଁ, ବରଂ ଭାରତର ସ୍ବାଧୀନତା, ଅଖଣ୍ଡତା ଓ ସଂସ୍ଥାଗୁଡ଼ିକର ସମାନତାକୁ ଆକ୍ରମଣ। ଶର୍ଟ ସେଲର୍‌ ହିଣ୍ଡେନ୍‌ବର୍ଗ ଅସାଧୁ ଉପାୟରେ ଅଗଣିତ ନିବେଶକଙ୍କୁ କ୍ଷତି ପହଞ୍ଚତ୍ାଇ ଲାଭବାନ ହେବାକୁ ଉଦ୍ୟମ କରିଛି। ଏହି ସଂସ୍ଥାର କୌଣସି ବିଶ୍ୱସନୀୟତା ଓ ନୈତିକତା ନାହିଁ। ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିଃ ଭାରତୀୟ ପୁଞ୍ଜି ବଜାରରେ ୨୦,୦୦୦ କୋଟି ଟଙ୍କାର ସର୍ବବୃହତ୍‌ ଫଲୋ-ଅନ୍‌ ପବ୍ଲିକ୍‌ ଅଫର୍‌ (ଏଫ୍‌ପିଓ) ଆଣିବା ସମୟରେ ବିନା ଗବେଷଣାରେ ପ୍ରକାଶିତ ଉକ୍ତ ରିପୋର୍ଟ ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି, ଯାହାକି ଫରେନ୍‌ ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ଆଇନଗୁଡ଼ିକର ଉଲ୍ଲଂଘନ ବୋଲି ଆଦାନୀ ସମୂହ ପକ୍ଷରୁ କୁହାଯାଇଛି।
ହିଣ୍ଡେନ୍‌ବର୍ଗ ପକ୍ଷରୁ କରାଯାଇଥିବା ୮୮ ପ୍ରଶ୍ନ ମଧ୍ୟରୁ ୬୫ଟିର ଉତ୍ତର ଆଦାନୀ ଗ୍ରୁପ୍‌ ଦେଇଛି। ଅବଶିଷ୍ଟ ୨୩ ପ୍ରଶ୍ନ ମଧ୍ୟରୁ ୧୮ଟି ଶେୟାରହୋଲ୍ଡର୍ସଙ୍କ ସମ୍ପର୍କିତ ହୋଇଥିବାବେଳେ ୫ଟି ଅଭିଯୋଗ କାଳ୍ପନିକ ଓ ଭିତ୍ତିହୀନ ବୋଲି ଗୌତମ ଆଦାନୀଙ୍କ କମ୍ପାନୀ ପକ୍ଷରୁ କୁହାଯାଇଛି। ଶେୟାର ହୋଲ୍ଡର୍ସଙ୍କ ସ୍ବାର୍ଥ ରକ୍ଷା ପାଇଁ ଆବଶ୍ୟକ ପ୍ରତିକାର ନିମନ୍ତେ ଆଦାନୀ ସମୂହ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ନିଜ ଅଧିକାର ପ୍ରୟୋଗ କରିବ ବୋଲି ଏହି ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯାଇଛି।
ପ୍ରକାଶ ଯେ, ଗତ ୨୪ ତାରିଖରେ ନ୍ୟୁୟର୍କଭିତ୍ତିକ ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଥିଲା। ଆଦାନୀ ଗ୍ରୁପ୍‌ ୧୭.୮ ଟ୍ରିଲିୟନ୍‌ ବା ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଥିବା ଏଥିରେ ଦର୍ଶାଯାଇଥିଲା। ଗୌତମ ଆଦାନୀ ଅନେକ ଦଶନ୍ଧି ଧରି ଅସାଧୁ ଉପାୟରେ ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇବା ସହ ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୨୦ ବିଲିୟନ ଡଲାର ଠୁଳ କରିଛନ୍ତି। ପୁଞ୍ଜି ବଜାରରେ ତାଲିକାଭୁକ୍ତ ହୋଇଥିବା ଆଦାନୀ ସମୂହର ୭ ମୁଖ୍ୟ କମ୍ପାନୀ ଏହି ଅବଧି ମଧ୍ୟରେ ହାରାହାରି ୮୧୯% ଉପରକୁ ଉଠିଛି। ୨ ବର୍ଷର ଖୋଳତାଡ଼ ପରେ ପ୍ରମାଣ ମିଳିଥିବା ହିଣ୍ଡେନ୍‌ବର୍ଗ ନିଜ ରିପୋର୍ଟରେ ପ୍ରଘଟ କରିଥିଲା। ଫଳରେ ଆଦାନୀ ଗ୍ରୁପ୍‌ ଅଧୀନ କମ୍ପାନୀଗୁଡ଼ିକର ମାର୍କେଟ କ୍ୟାପିଟାଲାଇଜେଶନ୍‌ ବୁଧବାର ୯୭,୦୦୦ କୋଟି ଟଙ୍କା ହ୍ରାସ ପାଇଥିବାବେଳେ ଶୁକ୍ରବାର ଏହି କ୍ଷତିର ପରିମାଣ ୨.୮୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଏଥିସହ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୨ ବିଲିୟନ୍‌ ଡଲାର ହ୍ରାସ ପାଇବା ପରେ ସେ ବିଶ୍ୱର ତୃତୀୟ ଧନୀରୁ ସପ୍ତମ ସ୍ଥାନକୁ ଖସିଯାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri