ଓଡ଼ିଶାର ମିଲେଟ୍‌-ପ୍ରେନ୍ୟୁଅର୍ସଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୩୦।୧(ବ୍ୟୁରୋ):ଓଡ଼ିଶାର ମିଲେଟ୍‌-ପ୍ରେନ୍ୟୁଅର୍ସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ରବିବାର ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ, ଆପଣଙ୍କୁ ଗୋଟିଏ କଥା ପଚାରିବି? ଆପଣମାନେ ଏଣ୍ଟରପ୍ରେନ୍ୟୁଅର ଶବ୍ଦଟି ଶୁଣିଥିବେ। କିନ୍ତୁ ଆପଣ କେବେ ମିଲେଟ୍‌-ପ୍ରିନିୟର୍ସ ଶବ୍ଦଟି ଶୁଣିଛନ୍ତି କି? ଓଡ଼ିଶାର ମିଲେଟ୍‌-ପ୍ରେନ୍ୟୁଅର୍ସ ଆଜିକାଲି ବହୁତ ଚର୍ଚ୍ଚାରେ ରହିଛନ୍ତି। ଆଦିବାସୀ ଜିଲା ସୁନ୍ଦରଗଡ଼ର ପ୍ରାୟ ଦେଢ଼ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓଡ଼ିଶା ମିଲେଟ୍‌ସ ମିଶନ୍‌ ସହିତ ଜଡ଼ିତ। ଏଠାରେ ମହିଳାମାନେ ମିଲେଟ୍‌ସରେ କୁକିଜ୍‌, ରସଗୋଲା, ଗୋଲାପ ଜାମୁ ଏବଂ କେକ୍‌ ମଧ୍ୟ ତିଆରି କରୁଛନ୍ତି। ବଜାରରେ ଏହାର ଚାହିଦା ବହୁତ ବଢ଼ୁଥିବାରୁ ମହିଳାଙ୍କ ଆୟ ମଧ୍ୟ ବୃଦ୍ଧି ପାଇଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ଯୋଗ ଏବଂ ମିଲେଟ୍‌ସ ମଧ୍ୟରେ ବହୁତ କିଛି ସାଧାରଣ ରହିଛି ବୋଲି କହିଥିଲେ। ସ୍ବାସ୍ଥ୍ୟ ପାଇଁ ଉଭୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଲୋକେ ଏବେ ମିଲେଟ୍‌ସକୁ ନିଜ ଖାଦ୍ୟରେ ସାମିଲ କଲେଣି। ଏହି ପରିବର୍ତ୍ତନର ବହୁତ ବଡ଼ ପ୍ରଭାବ ମଧ୍ୟ ଦେଖାଗଲାଣି। ଫଳରେ ମିଲେଟ୍‌ସ ଚାଷ କରୁଥିବା କ୍ଷୁଦ୍ର ଚାଷୀମାନେ ବହୁତ ଉତ୍ସାହିତ ହୋଇଛନ୍ତି। ବିଶ୍ୱ ଏବେ ସେମାନଙ୍କ ଶସ୍ୟର ମୂଲ୍ୟ ବୁଝିପାରିଛି। ଏହି ଅବସରରେ ମୋଦି ଓଡ଼ିଶା ସମେତ ଛତିଶଗଡ଼, କର୍ନାଟକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ମିଲେଟ୍‌ର ଚାହିଦା କିପରି ବୃଦ୍ଧି ପାଉଛି ସେ ସମ୍ପର୍କରେ ଉଦାହରଣ ଦେଇ କହିଥିଲେ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ, ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଅନେକ ଦିଗକୁ ପ୍ରଶଂସା କରାଯାଉଛି। ଜାନୁୟାରୀ ୨୬ ପରେଡରେ କର୍ତ୍ତବ୍ୟ ପଥ ନିର୍ମାଣ କରୁଥିବା ଶ୍ରମିକଙ୍କୁ ଦେଖି ବହୁତ ଭଲ ଲାଗିଲା। ପ୍ରଥମଥର ପାଇଁ ଏହି ପରେଡରେ ଅଂଶଗ୍ରହଣ କରିଥିବା ମହିଳା ଓଟ ଆରୋହୀ ଏବଂ ସିଆର୍‌ପିଏଫ୍‌ର ମହିଳା କଣ୍ଟିଜେଣ୍ଟ ମଧ୍ୟ ଉଚ୍ଚ ପ୍ରଶଂସିତ ହେଉଛନ୍ତି। ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ଏବଂ ଆମେମାନେ ମଧ୍ୟ ଗର୍ବିତ ଯେ ଆମ ଦେଶ ମଧ୍ୟ ଗଣତନ୍ତ୍ରର ଜନନୀ। ଗଣତନ୍ତ୍ର ଆମ ଶିରାରେ, ଆମ ସଂସ୍କୃତିରେ ଅଛି। ବର୍ଷ ବର୍ଷ ଧରି ଏହା ଆମର କାର୍ଯ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପଦ୍ମ ପୁରସ୍କାର ମଧ୍ୟ ଏବେ ଆଦିବାସୀ ସମ୍ପ୍ରଦାୟ ଏବଂ ଆଦିବାସୀ ସମାଜ ସହ ଜଡିତ ଲୋକମାନଙ୍କୁ ଦିଆଯାଇଛି। ଆଦିବାସୀ ଜୀବନ ସହର ଜୀବନଠାରୁ ଭିନ୍ନ, ଏହାର ନିଜସ୍ବ ଚାଲେଞ୍ଜ ମଧ୍ୟ ଅଛି। ଏସବୁ ସତ୍ତ୍ୱେ ଆଦିବାସୀ ସମାଜ ଏହାର ପରମ୍ପରାକୁ ବଞ୍ଚାଇବାକୁ ସର୍ବଦା ଆଗ୍ରହୀ। ଆଦିବାସୀ ସମ୍ପ୍ରଦାୟ ସହିତ ଜଡିତ ଜିନିଷଗୁଡ଼ିକର ସଂରକ୍ଷଣ ଏବଂ ଗବେଷଣା ପାଇଁ ମଧ୍ୟ ଉଦ୍ୟମ ହେଉଛି। ସେହିଭଳି ଟୋଟୋ, ହୋ, କୁଇ, କୁଭି ଏବଂ ମାଣ୍ଡା ପରି ଆଦିବାସୀ ଭାଷାରେ କାମ କରୁଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପଦ୍ମ ପୁରସ୍କାର ପାଇଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri