କଇଁଛ ଦିବସ ପାଳିବାକୁ ବନ ବିଭାଗ ଭୁଲିଗଲା

ରାଜନଗର, ୨୪।୫(ଡି.ଏନ.ଏ.): ଅଲିଭ୍‌ରିଡେଲ କଇଁଛଙ୍କ ଅନ୍ତୁଡିଶାଳ ପାଇଁ କେନ୍ଦ୍ରାପଡ଼ା ଜିଲା ଗହୀରମଥା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ୧୯୭୫ ମସିହା ପରଠାରୁ ଅଲିଭ୍‌ରିଡେଲ କଇଁଛଙ୍କ ରହସ୍ୟମୟ ଜୀବନଶୈଳୀ ବଙ୍ଗୋପସାଗର ନାସୀ-୨ ସମେତ ସାତଭାୟା, ଅଗରନାସୀ ବେଳାଭୂମିରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଚାଲୁ ରହିଛି। ବିରଳ ଅଲିଭରିଡେଲ କଇଁଛମାନଙ୍କ ସୁରକ୍ଷା ପାଇଁ ମେ ୨୩ ତାରିଖକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। କଇଁଛଙ୍କ ସୁରକ୍ଷା ଓ ସେମାନଙ୍କ ବାସସ୍ଥାନ ନିରପଦ ରଖିବା ପାଇଁ ଏହି ଦିବସରେ ସଚେତନତା ସୃଷ୍ଟି କରାଯିବା କଥା। ବିଡମ୍ବନାର ବିଷୟ ଅନ୍ତୁଡ଼ିଶାଳା ଦାୟିତ୍ୱରେ ଥିବା ରାଜନଗର ବନ୍ୟ ପ୍ରାଣୀ ଡିଭିଜନ ପକ୍ଷରୁ ଏହି ଦିବସ ପାଳନ କରାଯାଇନାହିଁ। ଏହାକୁ ନେଇ ପରିବେଶବିତ୍‌ ଓ କଇଁଛ ବିଷାରଦଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଲରିଡେଲ କଇଁଛଙ୍କ ଆଗମନ ପ୍ରତିବର୍ଷ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ସେମାନଙ୍କ ପ୍ରଜନନ ପ୍ରକ୍ରିୟା ଓ ମା’ କଇଁଛମାନଙ୍କ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳ ରାଶିକୁ ଅତିକ୍ରମ କରି ବେଳାଭୂମିରେ ଅଣ୍ଡା ଦେବା ପ୍ରାକୃତିକ ଦୃଶ୍ୟ ବେଶ ମନ ମୁଗ୍ଧକର। ଏହାଛଡ଼ା ଅଲିଭରିଡେଲ କଇଁଛଙ୍କ ଆଗମନ ଯୋଗୁ ସାମୁଦ୍ରିକ ପରିବେଶ ସନ୍ତୁଳନ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି। କଇଁଛମାନଙ୍କ ଆଗମନରେ ବନ ବିଭାଗ ପକ୍ଷରୁ ୭ ମାସ ଧରି ସାମୁଦ୍ରିକ କଟକଣା ଯୋଗୁ ମାଛ ଧରିବା ବନ୍ଦ କରାଯାଇଥାଏ। ଫଳରେ ଏହି ଅଞ୍ଚଳରେ ସାମୁଦ୍ରିକ ମାଛ ବଂଶ ବୃଦ୍ଧି ପାଇଥାଏ। ପ୍ଲାଷ୍ଟକ୍‌ ଓ ଜାଲ ଯୋଗୁ ସମୁଦ୍ର ପ୍ରଦୂଷିତ ହେଉଥିବାରୁ ଏହାକୁ ଖାଇ କଇଁଛଙ୍କ ଅକାଳ ମୃତ୍ୟୁ ହୋଇଥାଏ। ଏ ସମ୍ପର୍କରେ ରାଜନଗର ଅତିରିକ୍ତ ବନ ସଂରକ୍ଷକ ପୁନମ୍‌ ହୀରା ହଁାସଦାଙ୍କୁ ପଚାରିବାରେ ଉପର ସ୍ଥରରୁ କଇଁଛ ଦିବସ ପାଳନ ପାଇଁ କୌଣସି ନିର୍ଦ୍ଦେଶ ଆସି ନ ଥିଲା। ତେଣୁ ଏହି ଦିବସ ପାଳନ କରାଯାଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?