ଗଠନ ହେବ ଫ୍ଲାଏ ଆଶ୍‌ ମିଶନ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଓଡ଼ିଶାରେ କିଛିବର୍ଷ ହେଲା ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ଉତ୍ପାଦନ ବୃଦ୍ଧିପାଇଛି। ଶିଳ୍ପାଞ୍ଚଳରୁ ବାହାରୁଥିବା ଫ୍ଲାଏ ଆଶ୍‌ ପରିବେଶ ପାଇଁ ଭୟଙ୍କର ବିପଦ ସୃଷ୍ଟି କରୁଛି। ଶିଳ୍ପାୟନ ବଢୁଥିବାରୁ ଏହା ଭୂପୃଷ୍ଠ, ଜଳ ଓ ବାୟୁ ପ୍ରଦୂଷଣର କାରଣ ସାଜିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ କଳକାରଖାନାରୁ ଗତ ୫ ବର୍ଷରେ ୮୦ ନିୟୁତ ଟନ୍‌ ପାଉଁଶ ବାହାରିଛି। ୧୦ ମେଗାଓ୍ବାଟ୍‌ରୁ ୩ ହଜାର ମେଗାଓ୍ବାଟ୍‌ କ୍ଷମତା ବିଶିଷ୍ଟ ୪୦ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବାର୍ଷିକ ୩୨.୫୫ ନିୟୁତ ଟନ୍‌ ଫ୍ଲାଏ ଆଶ୍‌ ନିର୍ଗତ ହେଉଛି। ତେବେ ଏହାର ସୁବିନିଯୋଗ ହେଉ ନ ଥିବାରୁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ଏହାକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଏହାର ଉପଯୁକ୍ତ ପରିଚାଳନା ଓ ବ୍ୟବହାର ପାଇଁ ତୁରନ୍ତ ‘ଫ୍ଲାଏ ଆଶ୍‌ ପରିଚାଳନା ଓ ବ୍ୟବହାର ମିଶନ’ ଗଠନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।

ଫ୍ଲାଏ ଆଶ୍‌କୁ ସୁରକ୍ଷିତ ଭାବେ ରଖିବା ସହ କିଭଳି ଅନ୍ୟ ଉପାୟରେ ବ୍ୟବହାର କରାଯାଇପାରିବ ସେ ନେଇ ଏହି ମିଶନ ତଦାରଖ କରିବ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ କୋଇଲା ମନ୍ତ୍ରଣାଳୟ (ଏମ୍‌ଓଇଏଫ୍‌ ଆଣ୍ଡ ସିସି )ର ସଚିବଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଗଠିତ ଏହି ମିଶନ କାର୍ଯ୍ୟ କରିବ। ପରିବେଶ ମନ୍ତ୍ରଣାଳୟ ଏହାର ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏଥିସହିତ ଉଭୟ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ବାଧ୍ୟତାମୂଳକ ଭାବେ ଫ୍ଲାଏ ଆଶ୍‌ ତଦାରଖ କରିବାକୁ ଏଥିରେ ବ୍ୟବସ୍ଥା ହୋଇଛି। ଏଥିସହିତ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବମାନେ ମଧ୍ୟ ଫ୍ଲାଏ ଆଶ୍‌ ପରିଚାଳନା ଦାୟିତ୍ୱ ନେବେ। ରାଜ୍ୟର ପ୍ରତ୍ୟେକ ତାପଜ ବିଦ୍ୟୁତ୍‌ କେନ୍ଦ୍ର ମାସିକ କେତେ ଫ୍ଲାଏ ଆଶ୍‌ ଉତ୍ପାଦନ ଓ ବ୍ୟବହାର କରୁଛନ୍ତି ସେ ସମ୍ପର୍କରେ ଓ୍ବେବ୍‌ସାଇଟ ପୋର୍ଟାଲ ଜରିଆରେ ଦର୍ଶାଇବେ। ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ପାଇଁ ମିଶନ ଫ୍ଲାଏ ଆଶ୍‌ ବ୍ୟବହାର ସମ୍ପର୍କରେ ରୋଡ୍‌ମ୍ୟାପ ପ୍ରସ୍ତୁତ କରିବ। ଏହାକୁ ଏମ୍‌ଓଇଏଫ୍‌ ଆଣ୍ଡ ସିସି ଓ୍ବେବ୍‌ସାଇଟରେ ପ୍ରତ୍ୟେକ ୩ ମାସରେ ଅପ୍‌ଲୋଡ୍‌ କରିବେ। ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକରେ
ଫ୍ଲାଏ ଆଶ୍‌ ବ୍ୟବହାର ସମ୍ପର୍କରେ ତୃତୀୟ ପକ୍ଷ ଦ୍ୱାରା ଅଡିଟ କରାଯିବ। ମିଶନ ଦ୍ୱାରା ଆଶ୍‌ ପଣ୍ଡ୍‌ ପାଇଁ ଜାଗା, ଡିଜାଇନ, ପରିଚାଳନା ଆଦି ସକାଶେ ଗାଇଡ୍‌ଲାଇନ କରାଯିବ। ପରିବେଶକୁ କ୍ଷତି ପହଞ୍ଚାଉଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକଠାରୁ କ୍ଷତିପୂରଣ ରାଶି ଆଦାୟ କରିବାକୁ ମିଶନକୁ କ୍ଷମତା ଦିଆଯାଇଛି। ମିଶନ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡ଼ିକର ଫ୍ଲାଏ ଆଶ୍‌ ପରିଚାଳନା ନେଇ ସମୀକ୍ଷା କରିବା ସହ ପ୍ରତ୍ୟେକ ପ୍ଲାଣ୍ଟ ପାଇଁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି। ପ୍ରତ୍ୟେକ ମାସରେ ଏ ନେଇ ବୈଠକ କରିବାକୁ ମିଶନକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଫ୍ଲାଏ ଆଶ୍‌ ବିନିଯୋଗକୁ ଦୃଷ୍ଟିରେ ରଖି ନିକଟରେ ଏମ୍‌ଓଇଏଫ୍‌ ଆଣ୍ଡ ସିସି ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଛି। ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଶିଳ୍ପାନୁଷ୍ଠାନ ନୂତନ ଗାଇଡ୍‌ଲାଇନ ଅନୁଯାୟୀ ଫ୍ଲାଏ ଆଶ୍‌ ଉପଯୋଗ କରିବେ ନାହିଁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କି ଟନ୍‌ ପିଛା ୧ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି। ଗାଇଡ୍‌ଲାଇନରେ କୁହାଯାଇଛି ଯେ କୋଇଲା ଓ ଇଗ୍‌ନାଇଟ ବ୍ୟବହାର କରୁଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ର (ଟିପିପି), ଇଣ୍ଡିପେଣ୍ଡେଣ୍ଟ ପାଓ୍ବାର ପ୍ଲାଣ୍ଟ(ଆଇପିପି) ଓ ଅନ୍ୟାନ୍ୟ ଶିଳ୍ପଗୁଡ଼ିକ ଉତ୍ପାଦନ କରୁଥିବା ପାଉଁଶକୁ ପରିବେଶକୁ ସୁହାଇଲା ଭଳି ଶତ ପ୍ରତିଶତ ବ୍ୟବହାର କରିବେ। ୩ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ୮୦ ପ୍ରତିଶତରୁ କମ୍‌ ଉପଯୋଗ କରାଯାଇ ପାରିବ ନାହିଁ। ୮୦ ପ୍ରତିଶତ ଫ୍ଲାଏ ଆଶ୍‌ ଉପଯୋଗ କରୁଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକୁ ୧୦୦ ପ୍ରତିଶତ କରିବାକୁ ୩ବର୍ଷ, ୬୦ରୁ ୮୦ ପ୍ରତିଶତ ପାଇଁ ୪ ବର୍ଷ ଓ ୬୦ ପ୍ରତିଶତ ଉପଯୋଗ କରୁଥିବା ୟୁନିଟଗୁଡ଼ିକୁ ୫ ବର୍ଷ ସମୟ ଦିଆଯାଇଛି। ଟିପିପିଗୁଡ଼ିକ ୧୦ ବର୍ଷ ମଧ୍ୟରେ ୧୦୦% ବିନିଯୋଗ କରିବାକୁ କୁହାଯାଇଛି। ନୂଆ ଟିପିପିଗୁଡ଼ିକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଦାରଖରେ ଆଶ୍‌ ପଣ୍ଡ ବ୍ୟବହାର କରିପାରିବେ। ଦୈନିକ କେତେ ପାଉଁଶ ଉତ୍ପାଦନ ହେଉଛି ସେ ବିଷୟରେ ପାଓ୍ବାର ପ୍ଲାଣ୍ଟଗୁଡ଼ିକ ନିୟମିତ ଭାବେ ଅନ୍‌ଲାଇନ କିମ୍ବା ମୋବାଇଲ ଆପ୍‌ ଜରିଆରେ ସୂଚନା ଦେବାକୁ ବାଧ୍ୟତାମୂଳକ କରାଯାଇଛି । ପାଓ୍ବାର ପ୍ଲାଣ୍ଟର ୩୦୦ କି.ମି. ମଧ୍ୟରେ କୌଣସି କୋଠାବାଡ଼ି ନିର୍ମାଣ ପାଇଁ ନାଲିଇଟା ବ୍ୟବହାର କରାଯାଇ ପାରିବ ନାହିଁ। କେବଳ ଫ୍ଲାଏ ଆଶ୍‌ ଇଟାକୁ ବ୍ୟବହାର କରିବାକୁ ଗାଇଡ୍‌ଲାଇନରେ କୁହାଯାଇଛି।

ଫ୍ଲାଏ ଆଶ୍‌ର ଉପଯୁକ୍ତ ବିନିଯୋଗ ନ କଲେ ଜରିମାନାର ବ୍ୟବସ୍ଥା କରାଯାଇଛି। ପ୍ରଥମ ୨ ବର୍ଷ ମଧ୍ୟରେ ଟିପିପିଗୁଡ଼ିକ ଯଦି ୮୦ ପ୍ରତିଶତ ଫ୍ଲାଏ ଆଶ୍‌ ବିନିଯୋଗ କରି ପାରିବେ ନାହିଁ ପ୍ରତ୍ୟେକ ଟନ୍‌ ପିଛା ୧ ହଜାର ଟଙ୍କା ଜରିମାନା ଦେବାକୁ ହେବ। ଯଦି କୌଣସି ଶିଳ୍ପ ସଂସ୍ଥା ଫ୍ଲାଏ ଆଶ୍‌ ୩୦୦ କି.ମି. ମଧ୍ୟରେ ନ ଯୋଗାଇବେ ଟନ୍‌ ପିଛା ୧୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଆଦାୟ ଜରିମାନା ରାଶିକୁ ଫ୍ଲାଏ ଆଶ୍‌ ବ୍ୟବହାର କ୍ଷେତ୍ରରେ ବିନିଯୋଗ କରିବାକୁ କୁହାଯାଇଛି। ଫ୍ଲାଏ ଆଶ୍‌ ଠିକ୍‌ ଭାବେ ବିନିଯୋଗ ହେଉଛି କି ନାହିଁ ସିପିସିବି ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଦସ୍ୟମାନେ ପ୍ରତି ୩ ମାସରେ ଶିଳ୍ପସଂସ୍ଥା ଗସ୍ତ କରି ଯାଞ୍ଚ କରିବେ। ଶିଳ୍ପ ସଂସ୍ଥାଗୁଡ଼ିକ ପାଉଁଶ ବିନିଯୋଗ ସମ୍ପର୍କରେ ପ୍ରତ୍ୟେକ ବର୍ଷ ଏପ୍ରିଲ ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ରାଜ୍ୟରେ ବିଭିନ୍ନ ପ୍ଲାଣ୍ଟରୁ ବାହାରୁଥିବା ୨୨ ନିୟୁତ ଟନ୍‌ ଫ୍ଲାଏ ଆଶ୍‌ ବିନିଯୋଗ କରାଯାଉଛି। ଅର୍ଥାତ୍‌ ଉତ୍ପାଦିତ ହେଉଥିବା ଫ୍ଲାଏ ଆଶ୍‌ ମଧ୍ୟରୁ ମାତ୍ର ୬୭.୮୩ ପ୍ରତିଶତ ବ୍ୟବହାର କରାଯାଉଛି। ରାସ୍ତା ନିର୍ମାଣ, ଇଟା ତିଆରି, ଖାଲ ଜାଗା ପୂରଣ କରିବା ଆଦିରେ ଏହାକୁ ବ୍ୟବହାର କରାଯାଉଛି ା ୧୦୦ ପ୍ରତିଶତ ବିନିଯୋଗ ପାଇଁ ଉଦ୍ୟମ ଜାରି ରହିଛି ବୋଲି ରାଜ୍ୟ ପ୍ରଦୂଷଣ ବୋର୍ଡର ମେମ୍ବର ସେକ୍ରେଟାରି ଏମ୍‌. ମୁରୁଗେସେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?