ଭିଡିଓ କ୍ଲାସ୍‌ କରିବେ ଯୁକ୍ତ୨ ପ୍ରଥମବର୍ଷ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ଗତବର୍ଷ ପରି ଏବର୍ଷ ମଧ୍ୟ କରୋନା ପାଇଁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ର ଭିଡିଓ କ୍ଲାସ୍‌ କରିବେ। ଏ ନେଇ ସୋମବାର ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଏଚ୍‌ଏସ୍‌ଇ)ର ଅତିରିକ୍ତ ନିର୍ଦ୍ଦେଶକ ବିଜୟା କୁମାରୀ ପାତ୍ର ସମସ୍ତ ଉଚ୍ଚମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଏଥିସହ ସବୁ ଆଗ୍ରହୀ ଓ ଅନୁଭବୀ ଶିକ୍ଷକଙ୍କ ତାଲିକା ମାଗିଛି ଡିଏଚ୍‌ଏସ୍‌ଇ। ଆସନ୍ତା ୨୧ ତାରିଖ ସୁଦ୍ଧା ଏହି ତାଲିକା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଯୋଗୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଅନିଶ୍ଚିତତା ଲାଗି ଥିବାବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେଣୁ ଅନ୍‌ଲାଇନ୍‌ରେ କିପରି ଛାତ୍ରୀଛାତ୍ର ପାଠ ପଢ଼ିପାରିବେ ସେଥିପାଇଁ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଗତବର୍ଷ ମଧ୍ୟ ଏଭଳି ପଦକ୍ଷେପ ନିଆଯାଇଥିଲା। ଶିକ୍ଷକଙ୍କ ଦ୍ୱାରା ସବୁ ବିଷୟର ଶିକ୍ଷାଦାନର ଭିଡିଓ ରେକର୍ଡିଂ କରାଯାଇ ବିଭିନ୍ନ ପୋର୍ଟାଲରେ ଅପ୍‌ଲୋଡ୍‌ କରାଯାଇଥିଲା। ସେହିପରି ବିଭିନ୍ନ ବିଷୟର ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରୀଛାତ୍ରଙ୍କୁ ନେଇ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କରାଯାଇଥିଲା। ଏହି ଗ୍ରୁପ୍‌ ମାଧ୍ୟମରେ ଅଧ୍ୟାପକମାନେ ଅନ୍‌ଲାଇନ୍‌ରେ କ୍ଲାସ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଜୁନପୁର ଛକରେ ଦୁର୍ଘଟଣା: ପୋଲିସ ଭ୍ୟାନ୍‌ ଧକ୍କାରେ ୨ ମୃତ

ସୋନପୁର,୧୨।୯(ନି.ପ୍ର.): ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ସୋନପୁର ଥାନା ଅର୍ଜୁନପୁର ଛକରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପୋଲିସ ଭ୍ୟାନ୍‌ ଏକ ବାଇକ୍‌କୁ ମୁହାଁମୁହିଁ ଧକ୍କା...

ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି: ଗତ ୨୪ ଘଣ୍ଟାରେ ୧୩୧ ପିଲା କରୋନା ସଂକ୍ରମିତ

ଭୁବନେଶ୍ୱର,୫।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ଙ୍କ ବୟସ ୧୮ ବର୍ଷ ମଧ୍ୟରେ ରହିଛି। ନୂଆ...

୬୪ କୋଟି ଟଙ୍କା ପ୍ରକଳ୍ପରେ ଦୁର୍ନୀତି

ଯାଜପୁର ଅଫିସ,୭ା୩: ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଯାଜପୁର ଜିଲା ବ୍ୟାସନଗରସ୍ଥିତ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବର ବିକାଶ କାମ ଆରମ୍ଭ ହୋଇଛି। ଏଥିପାଇଁ...

ପୁରୀରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ ପ୍ରସ୍ତାବ

ଭୁବନେଶ୍ୱର,୨୯। ୧୦(ବ୍ୟୁରୋ): ପୁରୀକୁ ଆସୁଥିବା ଅଣହିନ୍ଦୁ ଓ ବିଦେଶୀଙ୍କୁ ଶ୍ରୀମନ୍ଦିରର ଇତିହାସ, ପ୍ରତିଷ୍ଠା, ଜଗନ୍ନାଥ ସଂସ୍କୃତିର ମହତ୍ତ୍ବ ବିଷୟରେ ଅବଗତ କରିବା ଲାଗି ଲାଇଟ୍‌ ଆଣ୍ଡ୍‌...

ରାଜଧାନୀରେ ଧାନ ଢାଳି ପ୍ରତିବାଦ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଧାନମଣ୍ଡିରେ ହେଉଥିବା ଅବ୍ୟବସ୍ଥା ଓ କଟ୍‌ନି ଛଟ୍‌ନିକୁ ନେଇ ଚାଷୀ କ୍ଷୁବ୍ଧ। ଏ ନେଇ ଦୀର୍ଘଦିନ ହେବ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ସରକାର...

୧୦ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର: ମନୋଜ ଦାସଙ୍କୁ ପଦ୍ମଭୂଷଣ, ୯ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପାଇବା ଲାଗି ଚଳିତବର୍ଷ ସର୍ବାଧିକ ୧୦ଜଣ ଓଡ଼ିଆ ମନୋନୀତ ହୋଇଛନ୍ତି। ବିଶିଷ୍ଟ ସାହିତି୍ୟକ...

ମାଛ ଧରିବାକୁ ଯାଇ ଚିଲିକାରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ, ୨୮।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୃଷ୍ଣପ୍ରସାଦସ୍ଥିତ ଚିଲିକାକୁ ଏକ ମତ୍ସ୍ୟଜୀବୀ ପରିବାର ଡଙ୍ଗା ଯୋଗେ ମାଛ ଧରିବାକୁ ଯାଇଥିବାବେଳେ ଦଳରେ ଡଙ୍ଗା ଫସିଯିବାରୁ...

ରାଜକନିକା ପୁଅର କଳାକୃତି ଆଇଏମ୍‌ଏରେ ସ୍ଥାନ ପାଇଲା

ରାଜକନିକା,୧ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ନହୁଣି ଗ୍ରାମର ତ୍ରିଲୋଚନ ବେହେରାଙ୍କ ବିରଳ କଳାକୃତି ଡେରାଡୁନସ୍ଥିତ ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀ (ଆଇଏମ୍‌ଏ)ରେ ସ୍ଥାନ ପାଇଛି। ନହୁଣି...

Advertisement
Archives

Model This Week