କଳିଙ୍ଗା ଘାଟିରେ ପରିବହନ ମନ୍ତ୍ରୀ: ବିକଳ୍ପ ରାସ୍ତା ନିର୍ମାଣ ଓ ଘାଟି ରାସ୍ତା ମରାମତି ନେଇ ଅନୁଧ୍ୟାନ

ଭଞ୍ଜନଗର, ୨୬/୯ (ବାବୁଲା ପ୍ରଧାନ): ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିର ଦୁଇଟି ସ୍ଥାନରେ ଭୂସ୍ଖଳନ ହେବାରୁ ବିଗତ ୫ ଦିନ ହେଲା ଘାଟି ରାସ୍ତା ବନ୍ଦ ରହିଛି। ଫଳରେ ୧୫ଟି ଜିଲାର ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଘାଟି ରାସ୍ତା କେବେ ସ୍ୱାଭାବିକ ହେବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ଏଭଳି ପରିସ୍ଥିତିରେ ଶନିବାର ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କଳିଙ୍ଗା ଘାଟି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ସେ କଳିଙ୍ଗା ଘାଟିର ପ୍ରସ୍ତାବିତ ବିକଳ୍ପ ରାସ୍ତା ବୁଲି ଦେଖିବା ସହ ଏହାର ନିର୍ମାଣ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଖବରଦାତାଙ୍କ ସହ ଆଲୋଚନା ସମୟରେ ମନ୍ତ୍ରୀ କହିଥିଲେ ଯେ, କଳିଙ୍ଗା ଘାଟି ରାସ୍ତା ଆଉ ସୁରକ୍ଷିତ ନୁହେଁ। ତେବେ ବିକଳ୍ପ ରାସ୍ତା ନିର୍ମାଣ ନ ହେବା ପର୍ଯ୍ୟନ୍ତ ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡ଼ିବ। ବୈଷୟିକ ଟିମ୍‌ ଅନୁଧ୍ୟାନ କରିବା ପରେ ଘାଟି ରାସ୍ତାକୁ ଯଥାଶୀଘ୍ର ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ରାସ୍ତା ବନ୍ଦ ହେବା ଯୋଗୁଁ ୧୫ଟି ଜିଲା ପ୍ରଭାବିତ ହୋଇଥିବାରୁ ସରକାର ସବୁ ଦିଗକୁ ବିଚାର କରି ତ୍ୱରିତ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ।

ପରିବହନ ମନ୍ତ୍ରୀଙ୍କ ଗସ୍ତ ସମୟରେ କନ୍ଧମାଳ ଜିଲା ଜି. ଉଦୟଗିରି ବିଧାୟକ, ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା, ଭଞ୍ଜନଗର ଅତିରିକ୍ତ ଉପଜିଲାପାଳ ପ୍ରଧାନ ଟୁଲିଆମ୍ମା, ଭାରପ୍ରାପ୍ତ ତହସିଲଦାର ଅବିନାଶ ମହାର, ବିଡିଓ ଭାରତୀ ଦେବୀ, ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଏସିଏଫ୍‌ ବିମଳ କୁମାର ପ୍ରଧାନ, ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକ, ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡି, ଧୋବା ଗୌଡ଼, ଶିବ ଶଙ୍କର ପ୍ରଧାନଙ୍କ ସମେତ ପୂର୍ତ୍ତ, ବ୍ଲକ ଓ ଜାତୀୟ ରାଜପଥ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଅପରପକ୍ଷେ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଭଞ୍ଜନଗର ବାହାରେ ଥିବାରୁ ଶନିବାର ଘଟଣାସ୍ଥଳକୁ ଯାଇପାରି ନ ଥିବା ଜଣାପଡ଼ିଛି। ତେବେ ସେ ବିଭାଗୀୟ ଅଧିକାରୀଙ୍କ ସହ ଘାଟି ରାସ୍ତା ସମସ୍ୟା ସମ୍ପର୍କରେ ବାରମ୍ବାର ଆଲୋଚନା କରୁଥିବା ଜଣାପଡ଼ିଛି।

କିଛି ମାସ ପୂର୍ବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରସ୍ତାବିତ ବିକଳ୍ପ ରାସ୍ତା ଅନୁଧ୍ୟାନ କରିବାକୁ ଯାଇଥିଲେ। ପରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଘାଟିର ବିକଳ୍ପ ରାସ୍ତା ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ବିକଳ୍ପ ରାସ୍ତା ନିର୍ମାଣ ଯୋଜନା ଚାଲିଥିବା ଜଣାପଡ଼ିଛି।ଏହି ଗସ୍ତ ସମୟରେ ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର ଓ ଥାନା ଅଧିକାରୀ ଜୀବନାନନ୍ଦ ଜେନା ମଧ୍ୟ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌

ପୁରୀ, ୨୬।୫: ଶ୍ରୀଜିଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍‌ ତିଆରି କରାଯିବ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସୂର୍ଯ୍ୟଙ୍କ ସବୁଠୁ ବଡ଼ ଗୋଚର: ତୁଳା ସମେତ ଏହି ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ବଡ଼ ଅଫର୍‌

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବଳ, ପ୍ରତିଷ୍ଠା, ଅଧିକାର, ନେତୃତ୍ୱ ଏବଂ କ୍ୟାରିୟର ସମ୍ୱନ୍ଧିତ ଗ୍ରହ ଭାବେ ବିବେଚନା କରାଯାଏ। ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ…

ସଡ଼କ ଦୁର୍ଘଟଣାରେ ୨ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ, ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ଅଧୀକ୍ଷକ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ…

ବସ୍‌ ଡିକିରୁ ୨ ବସ୍ତା ଗଞ୍ଜେଇ ଜବତ, ୫ ଅଟକ

ବଲାଙ୍ଗୀ ର, ୨୬।୯(ସୁନିଲ କୁମାର ମହାନ୍ତି): ବସ୍‌ ଡିକିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରି ୫ ଜଣଙ୍କୁ ଅଟକ ରଖିଛି।…

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?