Posted inଖେଳ

ଫାଇନାଲ ମ୍ୟାଚ ମାତ୍ର ୩୫ ମିନିଟ୍‌ରେ ଶେଷ

ବାସେଲ,୭ା୩(ପି.ଟି.): ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ସୁଇସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ହାରି ରନର୍ସ ଅପ୍‌ ହୋଇଛନ୍ତି। ଅଲିମ୍ପିକ ସ୍ବର୍ଣ୍ଣ ବିଜୟିନୀ ସ୍ପେନର କାରୋଲିନା ମାରିନ୍‌ଙ୍କଠାରୁ ସେ ୧୨-୨୧, ୫-୨୧ରେ ପରାସ୍ତ ହୋଇଛନ୍ତି। ରବିବାର ଫାଇନାଲ ମ୍ୟାଚ ମାତ୍ର ୩୫ ମିନିଟ୍‌ରେ ଶେଷ ହୋଇଥିଲା। ସ୍ପିଡ୍‌ ଓ ଆକ୍ୟୁରେସିରେ ସେ ମାରିନଙ୍କ ସମକକ୍ଷ ହୋଇପାରି ନ ଥିଲେ। ମାରିନ୍‌ଙ୍କଠାରୁ ସିନ୍ଧୁଙ୍କର ଏହା ହେଉଛି କ୍ରମାଗତ ତୃତୀୟ ପରାଜୟ। ସ୍ପାନିଶ ଖେଳାଳି ଜାନୁୟାରୀରେ ଥାଇଲାଣ୍ଡରେ ଉଭୟ ସୁପର ୧୦୦୦ ଇଭେଣ୍ଟ ଜିତିଥିଲେ। ପରେ ଏଚ୍‌ଏସ୍‌ବିସି ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସରେ ରନର୍ସ ଅପ୍‌ ହୋଇଥିଲେ। ବିଶ୍ୱର ୩ ନମ୍ବର ଖେଳାଳି ମାରିନ ଆହୁରି ମଧ୍ୟ ୨୦୧୬ ରିଓ ଅଲିମ୍ପିକ୍ସ ଫାଇନାଲରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ସିନ୍ଧୁ ଆଗକୁ ୮,୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରେ ଭାଗ ନେବେ। ଏହି ସୁପର ୧୦୦୦ ଇଭେଣ୍ଟ ମାର୍ଚ୍ଚ ୧୭ରୁ ୨୧ ପର୍ଯ୍ୟନ୍ତ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେବ୍ୟୁ ମ୍ୟାଚ୍‌ ଦିନ ହୋଟେଲ ରୁମ୍‌କୁ ଯାଇ ପ୍ରବଳ କାନ୍ଦିଥିଲେ ଏହି କ୍ରିକେଟର୍‌, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟର ମନୋଜ ତିୱାରୀ ଆଜିକାଲି କ୍ରିକେଟଠାରୁ ଦୂରରେ ଅଛନ୍ତି। ସେ ପୂର୍ବ ଆଇପିଏଲ ସିଜନରେ ଅଂଶଗ୍ରହଣ କରି ନ ଥିବା ବେଳେ ୨୦୧୫ ମସିହାରୁ...

ଇଣ୍ଡିଆ ଗ୍ରୀନ୍‌ ଦଳରେ ଓଡ଼ିଶାର ରାଜେଶ

ନୂଆଦିଲ୍ଲୀ, ୬।୮ (ପି.ଟି.)- ଭାରତର ଏକମାତ୍ର ଦିବା-ରାତ୍ର ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଟୁର୍ନାମେଣ୍ଟ ଦୁଲୀପ୍‌ ଟ୍ରଫି ପୁଣିଥରେ ରେଡ୍‌ ବଲ୍‌ ଫର୍ମାଟ୍‌କୁ ପ୍ରତ୍ୟାବର୍ତ୍ତନ କରିଛି। ଗତ...

ଟିମ୍‌ରୁ ବାଦ୍‌ ପଡ଼ିଥିଲେ ଏହି ଖେଳାଳି; ଏବେ ହାସଲ କଲେ ତ୍ରିଶତକ

କଲମ୍ବୋ, ୨୬।୮: ଦୀନେଶ ଚାଣ୍ଡିମଲ। ଶ୍ରୀଲଙ୍କା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ଉଇକେଟ୍‌କିପର। ଗତବର୍ଷ ଚୟନକର୍ତ୍ତମାନେ ଚାଣ୍ଡିମଲଙ୍କୁ ଅଧିନାୟକ ପଦରୁ ହଟାଇ ଦେବା ସହିତ...

ଆଇପିଏଲ୍‌ ସ୍ଥଗିତ ହେବାପରେ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଏହି କ୍ରିକେଟର୍‌: ପ୍ରଶଂସକ କହିଲେ ବାଃ ବାଃ

ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) କରୋନା ଭାଇରସ ମହାମାରୀ ହେତୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ (ଆଇପିଏଲ)କୁ ଅର୍ନିଦ୍ଦିଷ୍ଟ କାଳ...

ଦ୍ୱିଶତକ ହାସଲ ପରେ କାହିଁକି ଚିକେନ୍‌ ବର୍ଗର ଖାଇଥିଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଯଦିଓ ଏବେ ଶାକାହାରୀ ହୋଇଯାଇଛନ୍ତି, କିନ୍ତୁ ଦେଢବର୍ଷ ପୂର୍ବରୁ ସେ ପ୍ରବଳ ମାଛମାଂସ ଖାଉଥିଲେ। ଏପରିକି ୨୦୧୬ରେ...

କ୍ୱାର୍ଟର ଫାଇନାଲରେ ଭାରତ

ଭୁବନେଶ୍ୱର,୨୭।୧୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ର କ୍ବାର୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ପୁଲ୍‌ ‘ବି’ର ଶନିବାର ଅନୁଷ୍ଠିତ...

ଆଇସିସି ବିଶ୍ୱକପ୍‌: ଶୀର୍ଷରେ ଅଷ୍ଟ୍ରେଲିଆ

ଲଣ୍ଡନ,୧୬।୬(ପି.ଟି.)- ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପର ୨୦ତମ ମ୍ୟାଚ୍‌ରେ ୮୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସ୍ଥାନୀୟ କେନିଂଟନ...

ମହିଳା ତୃତୀୟ ଦିନିକିଆ: ଲିଜେଲ୍‌ ଲିଙ୍କ ଅପରାଜିତ ଶତକ: ଦକ୍ଷିଣ ଆଫ୍ରିକା ବିଜୟୀ

ଲକ୍ଷ୍ନୌ,୧୩।୩(ପି.ଟି.): ଓପନର ଲିଜେଲ ଲିଙ୍କ ଅପରାଜିତ ୧୩୨ ରନର ଶତକୀୟ ପାଳି ବଳରେ ଦକ୍ଷିଣ ଆଫ୍ରିକା ମହିଳା ଦଳ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଭାରତକୁ...

Advertisement
Archives

Model This Week