ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା ଆୟ କରିଛି। ଟ୍ରେଡ୍‌ ଟ୍ରାକିଂ ଓ୍ବେବସାଇଟ୍‌ ସାକନିଲ୍କ ଅନୁଯାୟୀ, ଘରୋଇ ବକ୍ସ ଅଫିସରେ ଫିଲ୍ମଟି ୧୫୬.୬୩କୋଟି ଆୟ କରିଛି। ମାତ୍ର ୨କୋଟି ଟଙ୍କା ବଜେଟରେ ନିର୍ମିତ ଚଳଚ୍ଚିତ୍ର ‘ହନୁମାନ ଅଂଶ’ ଏହାର ୫ମ ସପ୍ତାହାନ୍ତରେ ରଣବୀର ସିଂଙ୍କ ବ୍ଲକବଷ୍ଟର ଫିଲ୍ମ ‘ଧୁରନ୍ଧର’ ଏବଂ ‘ଧୁରନ୍ଧର ୨’ କଲେକ୍ସନକୁ ପଛରେ ପକାଇ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ୫ମ ସପ୍ତାହର ଶୁକ୍ରବାର, ଶନିବାର ଏବଂ ରବିବାର ମଧ୍ୟରେ ‘ହନୁମାନ ଅଂଶ’ ମୋଟ ୪୯.୨୫ କୋଟି ଟଙ୍କା ନେଟ୍‌ କଲେକ୍ସନ କରିଛି, ଯାହାକି ‘ଧୁରନ୍ଧର ୨’ର ୧୨.୫୫ କୋଟି ଟଙ୍କାର ପ୍ରାୟ ୪ଗୁଣ। ଫିଲ୍ଟଟି ଅଗଷ୍ଟ ୭ରେ ମୁକ୍ତିଲାଭ କରିଥିଲା।
ଏହା ମୂଳ ଫିଲ୍ମ ‘ଧୁରନ୍ଧର’ର କଲେକ୍ସନ ୩୩.୨୫ କୋଟି ଟଙ୍କାର ରେକର୍ଡକୁ ମଧ୍ୟ ଅତିକ୍ରମ କରିଛି। ସବୁଠାରୁ ବଡ଼ କଥା ହେଲା, ଏହି ଛୋଟ ବଜେଟ ଫିଲ୍ମର ୫ମ ସପ୍ତାହାନ୍ତରେ ଆୟ ଉଭୟ ଧୁରନ୍ଧର ଫିଲ୍ମର ମିଳିତ କଲେକ୍ସନ ଠାରୁ ମଧ୍ୟ ଅଧିକ ରହିଛି। ରବିବାର ଏହି ଫିଲ୍ମ ୨୨.୭୫ କୋଟି ଟଙ୍କା ଆୟ କରିଛି। ବିଶାଳ ଚତୁର୍ବେଦୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ମା’ଙ୍କ ମୃତ୍ୟୁ ପରେ ଭଗବାନଙ୍କ ସନ୍ଧାନରେ ଏକ ଆଧ୍ୟାମତ୍କ ଯାତ୍ରା ଆରମ୍ଭ କରିଥିବା ଲକ୍ଷ୍ମୀନାରାୟଣ ନାମକ ଜଣେ ଦୁଃଖୀ ଯୁବକଙ୍କ କାହାଣୀ ଉପରେ ଏହା ପର୍ଯ୍ୟବେସିତ। ଉତ୍ତର ଭାରତ ଭ୍ରମଣ ସମୟରେ ଶେଷରେ ଜଣେ ସନ୍ଥ ନୀମ କରୋଲି ବାବା ଭାବେ ପରିଣତ ହୁଅନ୍ତି। ଏଥିରେ ଶୋଭିନାଥ ସତ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ବିହାନ୍‌ ସେଜ୍‌, ଚନ୍ଦନ କେ ଆନନ୍ଦ, ପୂର୍ଣ୍ଣିମା ତିଓ୍ବାରୀ, ଅନିଲ ରସ୍ତୋଗୀ ପ୍ରମୁଖ ଅଭିନୟ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

ଭାରତ ସହ ସହଯୋଗ ବଢ଼ାଇବ ଇରାନ

ନୂଆଦିଲ୍ଲୀ,୯ା୯: ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ଏବଂ ଆମେରିକାର କଟକଣା ନୀତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସତ୍ତ୍ୱେ ଚାବହାର ବନ୍ଦରର ରଣନୀତିକ ମୂଲ୍ୟବୋଧ ଓ ଭାରତ ସହ ସମ୍ପର୍କ…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri