ଜ୍ୱାଇଁଙ୍କ ମୁଣ୍ଡ କାଟି ଦେଇଥିଲେ ଶ୍ୱଶୁର

ସୋରଡା,୨୬ା୬: ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ନୂଆଁଗଡ଼ ନିକଟ ନଦୀପଠାରୁ ପୋଲିସ ଗତ ମଙ୍ଗଳବାର ଭଗିଆ ବେହେରାଙ୍କ ମୁଣ୍ଡବିହୀନ ମୃତଦେହ ଜବତ କରିଥିଲା। ପୋଲିସ ଭଗିଆ ହତ୍ୟା ଘଟଣାର ଶନିବାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ମୃତକଙ୍କ ଶାଶୁ, ଶ୍ୱଶୁର ଏବଂ ସ୍ତ୍ରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶଶ୍ୱର କବିରାଜ ନାଇକ, ଶାଶୁ କିଶୋରୀ ଓ ସ୍ତ୍ରୀ ଝିଲି।

ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ, ଆଇଆଇସି ରମେଶ କୁମାର ପ୍ରଧାନଙ୍କ ସୂଚନା ଅନୁସାରେ, ସୁରମଣି ନିବାସୀ ଭଗିଆ ୯ ବର୍ଷ ତଳେ ଗୁଡିଢେପ ଗ୍ରାମର କବିରାଜଙ୍କ ଝିଅ ଝିଲିଙ୍କୁ ବିବାହ କରିଥିଲେ। ହେଲେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ଏନେଇ ଝିଲି କିଛିଦିନ ତଳେ ପୁଅ ବାବୁଲା(୫) ଓ ଝିଅ ଶିବାନୀ (୬)ଙ୍କୁ ଧରି ପୁଷ୍ପନଗରରେ ଏକ ଘରଭଡ଼ା ନେଇ ରହୁଥିଲେ। ଗତ ୧୮ରେ ଭଗିଆ ଏକ ମାରଣାସ୍ତ୍ର ଧରି ସ୍ତ୍ରୀ ରହୁଥିବା ଭଡାଘରେ ପହଞ୍ଚିଥିଲେ। ଝିଲି ଏବଂ ତାଙ୍କର ମା’ ବାପା ମିଶି ଭଗିଆଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ସ୍ତ୍ରୀକୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏପରିକି ଉତ୍‌କ୍ଷୀପ୍ତ ହୋଇ ଭଗିଆ ଶ୍ୱଶୁର କବିରାଜଙ୍କୁ ଆକ୍ରମଣ କରିଥିଲେ। ବାପାକୁ ସୁରକ୍ଷା କରିବାକୁ ଯାଇ ସ୍ତ୍ରୀ ଏକ ଛୁରୀରେ ଭାଗିଆଙ୍କୁ ଆକ୍ରମଣ କରିଥିଲେ। ଭଗିଆ ତଳେ ପଡିଯିବା ପରେ ଶ୍ୱଶୁର ଏକ କାତିରେ ମୁଣ୍ଡକୁ କାଟି ଅଲଗା କରିଦେଇଥିଲେ। ପରେ ଯୋଜନା ମୁତାବକ ମୁଣ୍ଡକୁ ଏକ ଜାଗାରେ ପୋତି ଦେଇ ଶରୀରକୁ ନଦୀପଟାରେ ଫିଙ୍ଗି ଦେଇଥିଲେ। ମୃତକଙ୍କ ଭାଇ ବିଦେଶୀ ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା (ନଂ. ୨୦୦ /୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୁଣା-କରାଣ୍ଡିଆ ଦ୍ୱୀପାଞ୍ଚଳର ୧୩ ଗାଁ ଅବହେଳିତ

କେନ୍ଦ୍ରାପଡ଼ା ଅଫିସ, ୨୫।୫: କେନ୍ଦ୍ରାପଡ଼ା ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମ ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ଅବହେଳିତ...

ନୟାଗଡ଼ ଜିଲାରେ ଦୁର୍ଘଟଣାଜନିତ ମୃତାହତ ଶୂନ

ନୟାଗଡ଼ ଅଫିସ,୯।୪: ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିବା ପରେ ସରକାର ଓଡ଼ିଶା ଦିବସରୁ ୭ ଦିନ ଅର୍ଥାତ୍‌ ଏପ୍ରିଲ୍‌ ୧ରୁ ୭...

ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି: ନରସିଂହ

ଭୁବନେଶ୍ୱର,୨୯ା୩(ବ୍ୟୁରୋ):ଓଡ଼ିଶାରେ ଚାଷୀଙ୍କ ବାର୍ଷିକ ଆୟ ୫,୨୭୪ରୁ ୫,୧୧୨ ଟଙ୍କାକୁ ଖସି ଯାଇଛି। ତେବେ ମାସକୁ କେତେ ପଡ଼ିଲା। ଏହା ହାସ୍ୟାସ୍ପଦ ଓ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର...

ଲୁଚାଛପାରେ ଚାଲୁଥିଲା ଦୋକାନ: ସାଦାପୋଷାକରେ ଗ୍ରାହକ ଭାବେ ପହଞ୍ଚି ବାନ୍ଧିଲା ପୋଲିସ

ଆସିକା,୨୬।୩(ଡି.ଏନ୍‌.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ନିୟମକୁ ଉଲ୍ଲଂଘନକରି ଗଞ୍ଜାମ...

ମେ’ ୨ ଯାଏ ବନ୍ଦ ରହିବ ବଜାର

ଭବାନୀପାଟଣା,୨୬।୪ କଳାହାଣ୍ଡି ବଣିକ ସଂଘ ପକ୍ଷରୁ ଆସନ୍ତା ୨୮ ରୁ ମେ’ ୨ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ସହରାଞ୍ଚଳର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ...

ଗ୍ରାମରେ ବ୍ଲିଚିଂ ପକାଇ ବିଶୋଧନ

ବାହାନଗା, ୭ା୪(ଡି.ଏନ୍‌.ଏ.)-ବିଶ୍ୱ ମହାମାରୀ କରୋନା ଭାଇରସକୁ ରୋକିବା ଲାଗି ସାରା ଭାରତରେ ଲକ୍‌ ଡାଉନ୍‌ ଚାଲିଥିବା ବେଳେ ବିଭିନ୍ନ ଗ୍ରାମରେ ତାର କଡା ମୁକାବିଲା କରିବା...

ରାତି ପାହିଲେ ରଥଯାତ୍ରା -ଅପରାହ୍ନ ୨.୩୦ରେ ଛେରାପହଁରା, ୪ଟାରେ ରଥଟଣା

ପୁରୀ, ୧୯ା୬(ଅଜିତ୍‌ ମହାନ୍ତି): ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ମଙ୍ଗଳବାର ପବିତ୍ର ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ।...

ଜୀବନ ହାରିଲେ ଆଉ ଜଣେ ଅଭିନେତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ…

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଜୀବନ ହାରିଛନ୍ତି ଆଉ ଜଣେ ଓଡ଼ିଆ ଅଭିନେତ୍ରୀ। ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି । ଧାରାବାହିକ ‘କେମିତି କହିବି କହ’ରେ ସେ...

Advertisement
Archives

Model This Week