Posted inଖେଳ

ଟିମ୍‌ ଇଣ୍ଡିଆରେ ହୋଇପାରେ ଏସବୁ ପରିବର୍ତ୍ତନ

ନୂଆଦିଲ୍ଲୀ,୨୬।୬: ଆମକୁ ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ଦଳର ଆବଶ୍ୟକତା ଅନୁଯାୟୀ ଖେଳି ପାରୁଥିବା ଖେଳାଳି ଦରକାର। ବିଶ୍ୱ ଟେଷ୍ଟ ଚାମ୍ପିୟନ ଫାଇନାଲରେ ପରାଜୟ ପରେ ଏଭଳି ମନ୍ତବ୍ୟ ଦେଇଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଏହା ଥିଲା ଦଳର କିଛି ଖେଳାଳିଙ୍କ ପାଇଁ କୋହଲିଙ୍କ ସିଧାସଳଖ ଚେତାବନୀ। ଏଣୁ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଲାଭି ଭାରତରେ କିଛି ବଡ଼ ପରିବର୍ତ୍ତନ ହୋଇପାରେ।

ଯୁବ ଓପନର ଶୁବମାନ ଗିଲ ଗତ ୭ଟି ଟେଷ୍ଟ ଇନିଂସରେ ଯଥାକ୍ରମେ ୦,୧୪,୧୧, ୧୫*,୦, ୨୮,୮ ରନ୍‌ କରିଛନ୍ତି। ସେହିଭଳି ଗତ ୩୫ ଇନିଂସରେ ଗୋଟିଏ ହେଲେ ଶତକ ହାସଲ କରିପାରି ନାହାନ୍ତି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା। ୨୦୨୦ରେ ଅଧିନାୟକ ବିରାଟ କୋହଲି ଟେଷ୍ଟରେ ୧୯.୩୩ ହାରରେ ରନ୍‌ କରୁଥିବାବେଳେ ଏପର୍ଯ୍ୟନ୍ତ ୨୦୨୧ରେ ୨୮.୬୩ ଆଭରେଜରେ ରନ୍‌ ସଂଗ୍ରହ କରିଛନ୍ତି। ଅଜିଙ୍କ୍ୟ ରାହାନେ ଅଷ୍ଟ୍ରେଲିଆରେ ୧୨୫ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ଆଭରେଜ (୪୧.୧୨) ଅନ୍ୟମାନଙ୍କ ଅପେକ୍ଷା ଖୁବ୍‌ ଭଲ ରହିଛି। ରିଷଭ ପନ୍ତ ଜଣେ ଦକ୍ଷତାସମ୍ପନ୍ନ ଖେଳାଳି। କିନ୍ତୁ ତାଙ୍କ ଉପରେ ସମାନ ପରିମାଣର ଧ୍ୟାନ ଦେବାକୁ ପଡ଼ିବ।

ବର୍ତ୍ତମାନ କୋହଲିଙ୍କୁ ୩ୟ କ୍ରମରେ ବ୍ୟାଟିଂ କରିବା ଦରକାର ନେଇ ଆଲୋଚନା ହେଉଛି। ହନୁମା ବିହାରୀ ଓ ଲୋକେଶ ରାହୁଲ ମଧ୍ୟ କ୍ରମ ବ୍ୟାଟିଂ ସମ୍ଭାଳିବେ। ଯାହା ଫଳରେ ପୂଜାରା ଦଳରୁ ବାଦ୍‌ ପଡ଼ିପାରନ୍ତି। ଏହା ଟେଷ୍ଟ ସ୍ପେଶାଲିଷ୍ଟ ପାଇଁ ଏକ ଚେତାବନୀ ସଦୃଶ। ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ କର ନ ହେଲେ ଅନ୍ୟଙ୍କ ପାଇଁ ବାଟ ଛାଡ଼।

ବୋଲିଂ ବିଭାଗର କର୍ଣ୍ଣଧାର ଯଶପ୍ରୀତ ବୁମରା ସଠିକ୍‌ ଲେନ୍ଥ ଖୋଜୁଛନ୍ତି। ଏହା ଉପରେ କାମ କରିବା ଲାଗି ତାଙ୍କ ପାଖରେ ୫ ସପ୍ତାହ ଅଛି। ଟେଷ୍ଟ କ୍ରିକେଟରେ ୧୪ ବର୍ଷ ପୂରଣ କରିସାରିଥିବା ୩୨ ବର୍ଷୀୟ ଇଶାନ୍ତ ଶର୍ମା ପୂର୍ବ ଭଳି ଏବେ ଲମ୍ବା ସ୍ପେଲ ପକାଇ ପାରୁନାହାନ୍ତି। ଡବ୍ଲ୍ୟୁଟିସି ଫାଇନାଲରୁ ଏତିକି ସ୍ପଷ୍ଟ ଯେ, ଇଂଲଣ୍ଡ ବିପକ୍ଷରେ ଭଲ ଫଳାଫଳ ପାଇଁ ୪ ପେସରଙ୍କୁ ଖେଳିବାକୁ ପଡ଼ିବ। ଏଣୁ ଆଶା କରାଯାଉଛି, ମହମ୍ମଦ ସିରାଜଙ୍କୁ ପ୍ରତ୍ୟେକ ଟେଷ୍ଟରେ ସୁଯୋଗ ମିଳିବ। ପଦାର୍ପଣ ଅପେକ୍ଷାରେ ଥିବା ୨୪ ବର୍ଷୀୟ ଅଭେଶ ଖାନଙ୍କୁ ଦଳୀୟ ଏକାଦଶରେ ଖୁବ୍‌ ଶୀଘ୍ର ଯାଗା ମିଳିପାରେ। ଶାର୍ଦ୍ଦୁଳ ଠାକୁରଙ୍କୁ ଅଲରାଉଣ୍ଡର ଭାବେ ଖେଳାଇବାକୁ ଚିନ୍ତା କରୁଛି ଟିମ୍‌ ମ୍ୟାନେଜମେଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରାଜୟ ପରେ ଦୁର୍ବଳ ବୋଲିଂକୁ ଦୋଷ ଲଦିଲେ ରୋହିତ

ଆଡିଲେଡ୍‌,୧୦ା୧୧: ଭାରତର ସେମି ଫାଇନାଲ ପରାଜୟ ପାଇଁ ଦୁର୍ବଳ ବୋଲିଂକୁ ଦୋଷ ଦେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଭାରତୀୟ ଦଳ ସେମି ଫାଇନାଲ ମ୍ୟାଚର...

ଟେଷ୍ଟ ଖେଳିବା ପାଇଁ ବୋଲରଙ୍କୁ ୨ ମାସର ପ୍ରସ୍ତୁତି ଆବଶ୍ୟକ: ଆଇସିସି

ମୁମ୍ବାଇ, ୨୩।୫: କରୋନା ଭାଇରସ୍‌ ଲକଡାଉନ୍‌ ସରିବା ପରେ ଟେଷ୍ଟ ଖେଳ ଆରମ୍ଭ କରିବା ନେଇ ବୋଲରମାନେ ଲକ୍ଷ୍ୟ ରଖିଛନ୍ତି। ତେବେ ଟେଷ୍ଟ ଖେଳିବା ପାଇଁ...

ମେସିଙ୍କୁ ପଛରେ ପକାଇଲେ ଛେତ୍ରୀ

ଦୋହା,୮।୬: ଭାରତୀୟ ଫୁଟ୍‌ବଲ ଷ୍ଟାର ସୁନୀଲ ଛେତ୍ରୀ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତଥା ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି। ଅନ୍ତର୍ଜାତୀୟ ଫୁଟବଲରେ ସକ୍ରିୟ...

କଳାପଟି ପିନ୍ଧି ଖେଳୁଛନ୍ତି ଭାରତୀୟ ଖେଳାଳି

ବେଙ୍ଗାଲୁରୁ,୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ...

ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ଜୋକ୍‌ ଭାବିଥିଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୨।୭- ବଲିଉଡ୍‌ର ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଇତିମଧ୍ୟରେ ୧୭ ଦିନ ବିତିସାରିଛି। ମୁମ୍ବାଇର ବାନ୍ଦ୍ରସ୍ଥିତ ବାସଭବନରେ ଏହି ଉଦୀୟମାନ...

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ମେଲବର୍ନ,୨୩।୧୨: ଭାରତୀୟ ଦଳ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଡିସେମ୍ବର ୩୦ରେ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଭାରତୀୟ ଶିବିରରେ ଯୋଗଦେବେ।...

୭ କୋଟିରେ ଇଂଲଣ୍ଡର ଏହି ଅଲ୍‌ରାଉଣ୍ଡରଙ୍କୁ କିଣିଲା ଚେନ୍ନାଇ ସୁପରକିଙ୍ଗ୍ସ

ଚେନ୍ନାଇ,୧୮।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଗାମୀ ସଂସ୍କରରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଗୁରୁବାର ଅନୁଷ୍ଠିତ ହେଉଛି। ଏଥିରେ ଇଂଲଣ୍ଡର ଦିଗ୍ଗଜ ଅଲ୍‌ରାଉଣ୍ଡର ମୋଇନ୍‌ ଅଲିଙ୍କୁ...

ଅଲିମ୍ପିକ୍ସରେ ୮୫ ପଦକ ଇଭେଣ୍ଟରେ ଭାଗନେବ ଭାରତ

ନୂଆଦିଲ୍ଲୀ,୧୩।୭: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସକୁ ୨୨୮ ଜଣିଆ ଦଳ ପଠାଇବ ଭାରତ। ଏଥିରେ ୧୧୯ ଆଥ୍‌ଲେଟ ରହିଥିବା ମଙ୍ଗଳବାର...

Advertisement
Archives

Model This Week