ସାକାର ହେଉନି ଚାଷୀଙ୍କ ସ୍ବପ୍ନ

ବଇଣ୍ଡା,୩ା୪(ପରିକ୍ଷିତ ସାହୁ) ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ହସି ଉଠିବ ଜମି। ବର୍ଷ ସାରା ଫଳିବ ସୁନାର ଫସଲ। ଦୂର ହେବ ଚାଷୀଙ୍କ ଦୁରବସ୍ଥା। ଦୀର୍ଘବର୍ଷ ହେଲା ୫ଟି ଜଳସେଚନ ପ୍ରକଳ୍ପକୁ ନେଇ ଏପରି ସ୍ବପ୍ନ ଦେଖି ଆସୁଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ଚାଷୀମାନେ। ହେଲେ ନିର୍ମାଣ ଆରମ୍ଭ ତ ଦୂରର କଥା ଏ ନେଇ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ବାରମ୍ବାର ସରକାରଙ୍କ ପକ୍ଷରୁ ସର୍ଭେ ଓ ବ୍ୟୟ ଅଟକଳ କରାଯାଉଥିଲେ ମଧ୍ୟ ପଦକ୍ଷେପ ସେତିକିରେ ଅଟକି ଯାଇଛି। ଫଳରେ ବ୍ଲକର ପ୍ରାୟ ୧୫ ହଜାର ହେକ୍ଟର ଜମିକୁ ଜଳସେଚିତ କରାଯାଇ ପାରୁ ନ ଥିବାବେଳେ ଚାଷୀମାନଙ୍କ ସ୍ବପ୍ନ ସାକାର ହୋଇପାରୁ ନାହିଁ।

ପ୍ରକାଶ ଯେ, କିଶୋରନଗର ବ୍ଲକର ବାମୁର ପଞ୍ଚାୟତରେ ସୁରେଶ୍ୱରୀ, ଆମ୍ବପାଳ ପଞ୍ଚାୟତରେ ରଜାମୁଣ୍ଡା, ବିଲେଇନାଳୀ ପଞ୍ଚାୟତରେ ଧଉରାଗୋଠ, ଝରାବେରେଣୀ ପଞ୍ଚାୟତରେ ଗଦଗଦା ଓ ନୁନୁକାପଶି ପଞ୍ଚାୟତରେ ଗୁମୁଖି ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି। ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ପାଇଁ ୧୯୨୮ରେ ଆଠମଲ୍ଲିକ ରାଜା ଆଡିବନ୍ଧ ନିର୍ମାଣ କରିଥିଲେ। ୨୦୦୪ ମସିହାରେ ସରକାରଙ୍କ ପକ୍ଷରୁ ବାମୁର ପଞ୍ଚାୟତର ଚାନ୍ତିଆମ୍ବତଇଳାଠାରେ ଭୂମିପୂଜା କରାଯାଇଥିଲା। ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲେ ବାମୁର, ଧଉରାପାଲି, ଜଏରାଟ, ଓଷ୍କାପାଲି, ରଣିଆକଟା ଓ କଦଳୀମୁଣ୍ଡା ପଞ୍ଚାୟତର ୫ ହଜାର ୪୦୨ ହେକ୍ଟର ଜମିକୁ ଜଳସେଚନ କରାଯାଇପାରିଥାନ୍ତା। କିନ୍ତୁ ସର୍ଭେରେ ହିଁ କାର୍ଯ୍ୟ ଅଟକି ଯାଇଛି। ସେହିପରି ଧଉରାଗୋଠ ପ୍ରକଳ୍ପ ନିର୍ମାଣ ପାଇଁ ୧୯୭୦ରେ ସରକାର ଚିନ୍ତା କରିଥିବାବେଳେ ୨୦୦୦ ମସିହା ପରଠାରୁ ବାରମ୍ବାର ସର୍ଭେ କରାଯାଇଛି। ୧୯୯୮ ଓ ୨୦୦୮ରେ ବ୍ୟୟ ଅଟକଳ ମଧ୍ୟ କରାଯାଇଛି। ଏହି ପ୍ରକଳ୍ପ ହୋଇପାରିଥିଲେ ଆଠମଲ୍ଲିକ ବ୍ଲକର ପେଡିପଥର, କୃତ୍ତିବାସପୁର, କୁରୁମଟାପ, ଠାକୁରଗଡ଼, କିଶୋରନଗର ବ୍ଲକର ଲୁହାମୁଣ୍ଡା, ଗାଁବଇଣ୍ଡା, ବିଲେଇନାଳୀ ପଞ୍ଚାୟତର ୬ ହଜାର ୨ଶହ ହେକ୍ଟର ଜମିକୁ ପାଣି ମାଡ଼ିଥାନ୍ତା। ସେହିପରି ନୁନୁକାପଶି ପଞ୍ଚାୟତର ଗୁମୁଖି ନାଳ ଉପରେ ଜଳସେଚନ ପ୍ରକଳ୍ପ ହୋଇଥିଲେ ୬୫୯ ହେକ୍ଟର ଜମିକୁ ଜଳ ମାଡ଼ିପାରିଥାନ୍ତା। ୨୦ ବର୍ଷ ଧରି ଦାବି ପରେ ଗତ ଫେବୃୟାରୀ ୨୮ ତାରିଖରେ ଏଥିପାଇଁ ସର୍ଭେ କରାଯାଇଛି। ଆମ୍ବପାଳ ପଞ୍ଚାୟତର ରଜାମୁଣ୍ଡା ନାଳ ଉପରେ ଜଳସେଚନ ପ୍ରକଳ୍ପ ପାଇଁ ୧୯୯୯ ଠାରୁ ଦାବି କରାଯାଉଛି। ଏହି ପ୍ରକଳ୍ପ ଯୋଗୁ ୯୮୦ ହେକ୍ଟର ଜମି ଜଳସେଚିତ ହୋଇପାରିବ। ସେହିପରି ଝରାବେରେଣୀ ପଞ୍ଚାୟତର ଗଦଗଦା ନାଳ ଉପରେ ପ୍ରକଳ୍ପ ନିର୍ମାଣ ପାଇଁ ୨୦୦୫ରୁ ଦାବି କରାଯାଉଛି। ଏଥିଯୋଗୁ ଝରାବେରେଣୀ, ଧଡ଼ରପାଳ ଓ ହିମିତିରା ପଞ୍ଚାୟତର ୨୨୫୬ ହେକ୍ଟର ଜମିକୁ ଜଳ ଯାଇପାରିଥାନ୍ତା। କିନ୍ତୁ ବାରମ୍ବାର ଆନ୍ଦୋଳନ କରାଯାଉଥିଲେ ମଧ୍ୟ ଉପରୋକ୍ତ ୫ଟି ଜଳସେଚନ ପ୍ରକଳ୍ପ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।

ମରୁଡ଼ିର ସମ୍ମୁଖୀନ ହେଉଛୁ
ରାଜାଙ୍କ ସମୟରୁ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଚାଷୀମାନେ ସ୍ବପ୍ନ ଦେଖିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା କରିଥିଲେ। କିନ୍ତୁ ଏଯାଏ ପଦକ୍ଷେପ ନିଆଯାଉ ନାହିଁ। ଜମିକୁ ଆବଶ୍ୟକ ପାଣି ମିଳୁ ନ ଥିବାରୁ ମରୁଡ଼ିର ସମ୍ମୁଖୀନ ହେଉଛୁ।
-ତୀର୍ଥବାସୀ ଭୋଇ, ଜୀବନଜୀବିକା କମିଟି ସଦସ୍ୟ

ଶୀଘ୍ର ପ୍ରକଳ୍ପ ନିର୍ମାଣ କରାଯାଉ
ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୫୦ ବର୍ଷ ତଳେ ସରକାର ଚିନ୍ତା କରିଥିଲେ। ଏଥିପାଇଁ ପରିବେଶ ମଞ୍ଜୁରୀ ମିଳିସାରିଛି। ପଲ୍ଲିସଭାରେ ବିରୋଧ ଯୋଗୁ କାର୍ଯ୍ୟ ଆଗେଇପାରୁ ନାହିଁ। ସରକାର ଶୀଘ୍ର ନିର୍ମାଣ ଦିଗରେ ପଦକ୍ଷେପ ନିଅନ୍ତୁ।
-ଭଗବାନ ସାହୁ, ସଭାପତି, ଧଉରାଗୋଠ ଜଳସେଚନ କମିଟି

କେବଳ ସରକାରଙ୍କ ନିର୍ବାଚନୀ ଘୋଷଣା
କିଶୋରନଗର ବ୍ଲକରେ ୫ଟି ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲେ କୃଷି ଓ କୃଷକଙ୍କ ବିକାଶ ହୋଇଥାନ୍ତା। କିନ୍ତୁ ଭୋଟ ହାତେଇବା ପାଇଁ ସରକାର ଏପରି ଘୋଷଣା କରି ନୀରବ ରହିଯାଉଛନ୍ତି। ତୁରନ୍ତ ଏସବୁ ପ୍ରକଳ୍ପ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଉ।
-ଭାଗୀରଥି ପ୍ରଧାନ, ଭାଜପା ନେତା

ସରକାର ତତ୍ପର ଅଛନ୍ତି
ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ସରକାର ତତ୍ପର ଅଛନ୍ତି। ଧଉରାଗୋଠ ପାଇଁ ପଲ୍ଲିସଭା ବାଧକ ସାଜିଛି। ସୁରେଶ୍ୱରୀ ପାଇଁ ପରିବେଶ ମଞ୍ଜୁରୀ ମିଳିନି। ପୁଣିଥରେ ପଲ୍ଲିସଭା କରାଯିବାକୁ ପ୍ରସ୍ତୁତି ହେଉଛି। ପରିବେଶ ଅନୁମତି ଆବେଦନ କରାଯାଇଛି।
-ରମେଶ ଚନ୍ଦ୍ର ସାଏ, ବିଧାୟକ

ଚାଷ କାର୍ଯ୍ୟ ଆଗେଇପାରୁନି
ଜମିକୁ ପାଣି ମିଳୁନି। ଦରକାର ବେଳେ ବର୍ଷା ହେଉନି। ତେଣୁ ଚାଷ କାର୍ଯ୍ୟ ଆଗେଇପାରୁ ନାହିଁ। ୩୦ ବର୍ଷ ହେଲା ପ୍ରକଳ୍ପ ହେବ ବୋଲି ଶୁଣିଆସୁଛୁ। ଶିଳ୍ପ ଉପରେ ସରକାର ଧ୍ୟାନ ଦେଉଥିବା ବେଳେ କୃଷି କ୍ଷେତ୍ର ପ୍ରତି ଅବହେଳା କରୁଛନ୍ତି।
-ଫୁଲ ପ୍ରଧାନ, ଚାଷୀ

ଅଗ୍ରଗତି ପାଇଁ ଅବଗତ କରାଯିବ
ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପ୍ରତିଟି ଦାବି ସମ୍ପର୍କରେ ସରକାରଙ୍କୁ ଜଣାଇ ଦିଆଯାଇଛି। ତୁରନ୍ତ କିଭଳି ଏହି ପ୍ରକଳ୍ପଗୁଡ଼ିକର କାମ ଅଗ୍ରଗତି ହେବ ସେ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ।
-ଲଳିତମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?