ରାସ୍ତାକୁ ଓହ୍ଲାଇଲେ ଚାଷୀ, ୩୦୦ ୟୁନିଟ୍‌ ବିଦ୍ୟୁତ୍‌ ଛାଡ଼- କଟ୍‌ନି ଛଟ୍‌ନି ବନ୍ଦ ନ କଲେ ଜୋର୍‌ଦାର ହେବ…

ସୋହେଲା,୨୮ା୨(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ଅନ୍ତର୍ଗତ ସୋହେଲାଠାରେ ଶୁକ୍ରବାର ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନର ଆହ୍ବାନ କ୍ରମେ ତହସିଲଦାର ଶୁଭରଞ୍ଜନ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୃଷିକ୍ଷେତ୍ରରେ ବ୍ୟବହୃତ ବିଜୁଳି ଛାଡ଼, କଟ୍‌ନି ଛଟ୍‌ନି ଓ ନାନୋ ସାର ବାଧ୍ୟ ନ କରିବା ଆଦି ଦାବିରେ ବିଭିନ୍ନ ନାରା ଦେଇ ସୋହେଲା ଥାନା ଛକରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ପହଞ୍ଚିଥିଲା। ବ୍ଲକ ସଭାପତି ସୁରେନ୍ଦ୍ର ମେହେରଙ୍କ ସଞ୍ଚାଳନରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିବାଦ ସଭାରେ ବିଜୁଳି କ୍ଷେତ୍ରର କମ୍ପାନୀକରଣକୁ ନେଇ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କୃଷିକ୍ଷେତ୍ରରେ ବ୍ୟବହୃତ ବିଜୁଳି ସମ୍ପୂର୍ଣ୍ଣ ଛାଡ, ପ୍ରତ୍ୟେକ ପରିବାରକୁ ମାସିକ ଅନ୍ତତଃ ୩୦୦ ୟୁନିଟ ବିଜୁଳି ବିଲ ଛାଡ଼, ବିଜୁଳି କ୍ଷେତ୍ରରେ ଘରୋଇ କରଣ ବନ୍ଦ, ଧାନ ବିକ୍ରି ବ୍ୟବସ୍ଥାରେ ମିଲମାଲିକଙ୍କ ହସ୍ତକ୍ଷେପ ବନ୍ଦ କରିବା ଏବଂ ନାନୋ ସାରକୁ ବାଧ୍ୟ ନ କରିବା ଆଦି ଦାବି ହୋଇଥିଲା। ବିଜେଡି ସରକାର ଶାସନଠାରୁ ଆଜିର ସରକାର ପର୍ଯ୍ୟନ୍ତ ଟାଟା ପାଓ୍ବାର ଦୌରାତ୍ମ୍ୟ ବଜାୟ ଥିବା ବିଷୟରେ ଚାଷୀ ନେତାମାନେ ଆରୋପ ଲଗାଇଥିଲେ। ବର୍ତ୍ତମାନ ସରକାର ତାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ଧାନ କ୍ବିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନ୍‌ପୁଟ୍‌ ସହାୟତା ରାଶି ପ୍ରଦାନ କରିଛନ୍ତି ସତ। କିନ୍ତୁ ମଣ୍ଡିରେ କଟଣି ଛଟ୍‌ନିଛଟ୍‌ନି, ଦଲାଲ ଓ ମିଲରମାନଙ୍କ ଲୁଟ ଅନ୍ୟବର୍ଷ ତୁଳନାରେ ଢେର ଅଧିକ ଦେଖିବାକୁ ମିଳିଥିଲା ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ଏହି ସରକାର ସମୟରେ ନୂଆ କରି ଅଣାଯାଇଥିବା ଗ୍ରେନ୍‌ ଏନଲାଇଜର୍‌ ମେସିନ ଲୁଟ ପ୍ରକ୍ରିୟା ବହୁ ଗୁଣିତ କରିଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଚଳିତ ରବି ଋତୁରେ ସାର କଳାବଜାର ଏବଂ ନାନୋ ସାର ଚାଷୀମାନଙ୍କୁ ନେବାପାଇଁ ବାଧ୍ୟ କରାଯାଇଛି। ଫଳରେ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡୁଛି। ଫଳରେ ଆଗାମୀ ଦିନରେ ଉପରୋକ୍ତ ଦାବି ସମୂହକୁ ନେଇ ସରକାର ଗମ୍ଭୀରତାର ସହ ଚିନ୍ତାକରି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ, ଅନ୍ୟଥା ପରିସ୍ଥିତି ଭୟଙ୍କର ହେବ ବୋଲି ଚାଷୀନେତାମାନେ କହିଥିଲେ। ଫସଲ ଥିବା ସମୟରେ କୌଣସି ପରିସ୍ଥିତିରେ କୌଣସି ଚାଷୀର ଲାଇନ କାଟ୍‌ ବରଦାସ୍ତ କରାଯିବ ନାହିଁ ବୋଲି ଜୟ କିଷାନ ଆନ୍ଦୋଳନର ସାଧାରଣ ସମ୍ପାଦକ ହର ବଣିଆଁ ସରକାରଙ୍କୁ ଆହ୍ବାନ ଦେଇଥିଲେ। ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ସଂଗଠନର ଜିଲା ସଭାପତି ସୁଶୀଲ କୁମାର ସାହୁ, ଶିବ ପ୍ରସାଦ ପ୍ରଧାନ, ଅରୁଣ କୁମାର ସାହୁ, ଚଞ୍ଚଳ ପ୍ରଧାନ, ମହେଶ୍ବର ପ୍ରଧାନ, ଅରୁଣ ପ୍ରଧାନ, ତପୋବନ୍ତ ନାୟକ, ପୁଷ୍ପରଞ୍ଜନ ସାହୁ ରେବତୀ କାନ୍ତ ବେହେରା ଉଦ୍‌ବୋଧନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?