କ୍ଷେତରେ ଗୋରୁ ଛାଡ଼ିଦେଲେ ଚାଷୀ

ତେଲକୋଇ,୪ା୧୧(ଡି.ଏନ.ଏ): ଧାନ ଥୋଡ଼ ଧରୁଥିବା ବେଳେ ବର୍ଷା ଏକ ପ୍ରକାର ଉଭାନ୍‌ ହୋଇଯାଇଛି। ଫଳରେ ଧାନଗଛ ଶୁଖି ମରିଗଲାଣି। ବର୍ଷକର ପରିଶ୍ରମ ଏବେ ମାଟିରେ ମିଶିବାକୁ ବସିଛି। ଚାଷୀ ଉପାୟଶୂନ୍ୟ ହୋଇ କ୍ଷେତରେ ଗୋରୁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି। ଗୁରୁବାର ଏପରି ଦୃଶ୍ୟ କେନ୍ଦୁଝର ଜିଲାର ତେଲକୋଇ ବ୍ଲକ୍‌ ଛାମୁଣ୍ଡା ପଞ୍ଚାୟତ ଗୋଳାବନ୍ଧ ଗ୍ରାମରେ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ତେଲକୋଇ ବ୍ଲକ୍‌ରେ ୮ ହଜାର ୭୦୦ ହେକ୍ଟର ଚାଷ ଜମି ରହିଥିବା ବେଳେ ୧୦ ପ୍ରତିଶତ ଜମିରେ ଜଳସେଚନର ବ୍ୟବସ୍ଥା ରହିଛି। ବାକି ୯୦ ପ୍ରତିଶତ ଜମି ବର୍ଷା ଜଳରେ ଚାଷ ହୋଇଥାଏ। ଚଳିତବର୍ଷ ଠିକ୍‌ ସମୟରେ ମୌସୁମୀ ଆସିଥିଲେ ମଧ୍ୟ ବିଳମ୍ବରେ ବର୍ଷା ହୋଇଥିଲା। ତେଣୁ ଚାଷୀମାନେ ବହୁ କଷ୍ଟରେ ତଳି ପକାଇ ଚାଷ ଜମି ରୁଆଇଥିଲେ। ପରେ ଘନଘନ ଲଘୁଚାପ ଜନିତ ବର୍ଷା ଦେଖି ଚାଷୀ ଖୁସି ହୋଇଥିଲେ। ଚଳିତ ବର୍ଷ ଭଲ ଫସଲ ମଧ୍ୟ ହୋଇଥିଲା। ମାତ୍ର ଧାନ କେଣ୍ଡା ଧରୁଥିବା ବେଳେ ବର୍ଷା ଅଭାବ ଦେଖାଦେଇଛି। ଜମି ଫାଟି ଆଁ କରିଛି, ଧାନ ଥୋଡ଼ ଶୁଖି ଗଲାଣି। ବ୍ଲକ୍‌ର ୨୨ ପଞ୍ଚାୟତରେ ଧାନ ଚାଷର ଅବସ୍ଥା ଦୟନୀୟ। ଚାଷଜମିରୁ ୨୦ ପ୍ରତିଶତ ଧାନ ମିଳିବା କଷ୍ଟକର। ଛାମୁଣ୍ଡା ପଞ୍ଚାୟତର ଗୋଳାବନ୍ଧ ଗାଁରେ ଚାଷୀମାନେ ଧାନ ବିଲରେ ଗୋରୁ ଛାଡ଼ି ଦେଲେଣି। ଚାଷୀ ଭଦ୍ରସେନ ମହାନ୍ତ, ଅରକ୍ଷିତ ପ୍ରଧାନ, ରମେଶ ବିଶ୍ୱାଳଙ୍କ କହିବା କଥା, ଚାଷଜମି ଫାଟି ଆଁ କରିଛି। ଧାନଗଛ ମରିଗଲାଣି। ଆଉ ଜଗି ଲାଭ କ’ଣ, ତେଣୁ ଗୋରୁ ଚଳାଇଦେବା ଭଲ। ବିଞ୍ଜବାହାଳ ଓ ଜଗମୋହନପୁର ପଞ୍ଚାୟତର ଅବସ୍ଥା ମଧ୍ୟ ସମାନ। ଏ ସମ୍ବନ୍ଧରେ ବ୍ଲକ୍‌ କୃଷି ଅଧିକାରୀ ପି. ହଁାସଦାଙ୍କୁ ପଚାରିବାରୁ ସେ କହିଲେ ଯେ, ୫୦ ପ୍ରତିଶତ ଚାଷଜମି ପାଣି ଅଭାବ ଯୋଗୁ ନଷ୍ଟ ହୋଇଛି। ବାକି ଜମିରେ ଅମଳ ଭଲ ହୋଇଛି। କ୍ଷୟକ୍ଷତି ତଦନ୍ତ ପରେ ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri