କ୍ଷେତରେ ଗୋରୁ ଛାଡ଼ିଦେଲେ ଚାଷୀ

ତେଲକୋଇ,୪ା୧୧(ଡି.ଏନ.ଏ): ଧାନ ଥୋଡ଼ ଧରୁଥିବା ବେଳେ ବର୍ଷା ଏକ ପ୍ରକାର ଉଭାନ୍‌ ହୋଇଯାଇଛି। ଫଳରେ ଧାନଗଛ ଶୁଖି ମରିଗଲାଣି। ବର୍ଷକର ପରିଶ୍ରମ ଏବେ ମାଟିରେ ମିଶିବାକୁ ବସିଛି। ଚାଷୀ ଉପାୟଶୂନ୍ୟ ହୋଇ କ୍ଷେତରେ ଗୋରୁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି। ଗୁରୁବାର ଏପରି ଦୃଶ୍ୟ କେନ୍ଦୁଝର ଜିଲାର ତେଲକୋଇ ବ୍ଲକ୍‌ ଛାମୁଣ୍ଡା ପଞ୍ଚାୟତ ଗୋଳାବନ୍ଧ ଗ୍ରାମରେ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ତେଲକୋଇ ବ୍ଲକ୍‌ରେ ୮ ହଜାର ୭୦୦ ହେକ୍ଟର ଚାଷ ଜମି ରହିଥିବା ବେଳେ ୧୦ ପ୍ରତିଶତ ଜମିରେ ଜଳସେଚନର ବ୍ୟବସ୍ଥା ରହିଛି। ବାକି ୯୦ ପ୍ରତିଶତ ଜମି ବର୍ଷା ଜଳରେ ଚାଷ ହୋଇଥାଏ। ଚଳିତବର୍ଷ ଠିକ୍‌ ସମୟରେ ମୌସୁମୀ ଆସିଥିଲେ ମଧ୍ୟ ବିଳମ୍ବରେ ବର୍ଷା ହୋଇଥିଲା। ତେଣୁ ଚାଷୀମାନେ ବହୁ କଷ୍ଟରେ ତଳି ପକାଇ ଚାଷ ଜମି ରୁଆଇଥିଲେ। ପରେ ଘନଘନ ଲଘୁଚାପ ଜନିତ ବର୍ଷା ଦେଖି ଚାଷୀ ଖୁସି ହୋଇଥିଲେ। ଚଳିତ ବର୍ଷ ଭଲ ଫସଲ ମଧ୍ୟ ହୋଇଥିଲା। ମାତ୍ର ଧାନ କେଣ୍ଡା ଧରୁଥିବା ବେଳେ ବର୍ଷା ଅଭାବ ଦେଖାଦେଇଛି। ଜମି ଫାଟି ଆଁ କରିଛି, ଧାନ ଥୋଡ଼ ଶୁଖି ଗଲାଣି। ବ୍ଲକ୍‌ର ୨୨ ପଞ୍ଚାୟତରେ ଧାନ ଚାଷର ଅବସ୍ଥା ଦୟନୀୟ। ଚାଷଜମିରୁ ୨୦ ପ୍ରତିଶତ ଧାନ ମିଳିବା କଷ୍ଟକର। ଛାମୁଣ୍ଡା ପଞ୍ଚାୟତର ଗୋଳାବନ୍ଧ ଗାଁରେ ଚାଷୀମାନେ ଧାନ ବିଲରେ ଗୋରୁ ଛାଡ଼ି ଦେଲେଣି। ଚାଷୀ ଭଦ୍ରସେନ ମହାନ୍ତ, ଅରକ୍ଷିତ ପ୍ରଧାନ, ରମେଶ ବିଶ୍ୱାଳଙ୍କ କହିବା କଥା, ଚାଷଜମି ଫାଟି ଆଁ କରିଛି। ଧାନଗଛ ମରିଗଲାଣି। ଆଉ ଜଗି ଲାଭ କ’ଣ, ତେଣୁ ଗୋରୁ ଚଳାଇଦେବା ଭଲ। ବିଞ୍ଜବାହାଳ ଓ ଜଗମୋହନପୁର ପଞ୍ଚାୟତର ଅବସ୍ଥା ମଧ୍ୟ ସମାନ। ଏ ସମ୍ବନ୍ଧରେ ବ୍ଲକ୍‌ କୃଷି ଅଧିକାରୀ ପି. ହଁାସଦାଙ୍କୁ ପଚାରିବାରୁ ସେ କହିଲେ ଯେ, ୫୦ ପ୍ରତିଶତ ଚାଷଜମି ପାଣି ଅଭାବ ଯୋଗୁ ନଷ୍ଟ ହୋଇଛି। ବାକି ଜମିରେ ଅମଳ ଭଲ ହୋଇଛି। କ୍ଷୟକ୍ଷତି ତଦନ୍ତ ପରେ ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri