ମନ୍ତ୍ରୀଙ୍କ ଝିଅକୁ ମନ ଦେଇ ବସିଥିଲେ ଏହି ପ୍ରସିଦ୍ଧ ଅଭିନେତା: ବିବାହ ପାଇଁ ଥିଲୋ ସର୍ତ୍ତ

ବଲିଉଡ୍‌ ଅଭିନେତା ବିବେକ ଓବରୟ ତାଙ୍କ ବୃତ୍ତିଗତ ଜୀବନ ଏବଂ ପ୍ରେମ ସମ୍ପର୍କ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। ସେ ପ୍ରିୟଙ୍କା ଆଲଭାଙ୍କୁ ବିବାହ କରିଥିଲେ। ପ୍ରିୟଙ୍କା ଜଣେ ସାମାଜିକ କର୍ମୀ ଏବଂ ସେ ଅନେକ ଏନଜିଓ ପାଇଁ କାର୍ଯ୍ୟ କରିଛନ୍ତ। ସୋସିଆଲ ମିଡିଆରେ ଉଭୟ ବହୁତ ସକ୍ରିୟ ରୁହନ୍ତି। ବିବେକ ୩ ସେପ୍ଟେମ୍ବର ୧୯୭୬ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ପ୍ରସିଦ୍ଧ ଅଭିନେତା ସୁରେଶ ଓବରୟଙ୍କ ପୁଅ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ‘କମ୍ପାନୀ’। ଏହି ଫିଲ୍ମ ପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ଡେବ୍ୟୁ ପୁରସ୍କାର ପାଇଥିଲେ। ଚଳଚ୍ଚିତ୍ର ସହିତ ବିବେକ ଐଶ୍ୱର୍ଯ୍ୟା ରାୟଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚାରେ ଥିଲେ।
ଐଶ୍ୱର୍ଯ୍ୟାଙ୍କ ପରେ ବିବେକ କୌଣସି ଅଭିନେତ୍ରୀଙ୍କୁ ଡେଟ୍‌ କରିବାର ଖବର ଆସି ନ ଥିଲା। କେବଳ ଏତିକି ନୁହେଁ, ସେ କିଛି ସମୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅଦୃଶ୍ୟ ହୋଇଯାଇଥିଲେ। ଐଶ୍‌ ସହିତ ବ୍ରେକଅପ କରିବା ପରେ ବିବେକ ପ୍ରିୟଙ୍କାଙ୍କୁ ବିବାହ କରିଥିଲେ। ପ୍ରିୟଙ୍କା ଆଲଭା କର୍ନାଟକର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଜୀବରାଜ ଆଲଭାଙ୍କ ଝିଅ। ବିବେକ ଏବଂ ପ୍ରିୟଙ୍କାଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ଆକର୍ଷଣୀୟ। ବିବେକଙ୍କ ମାତାପିତା ଚାହୁଁଥିଲେ ବିବେକ ଯଥାଶୀଘ୍ର ବିବାହ କରନ୍ତୁ ଯାହା ଦ୍ୱାରା ସେ ତାଙ୍କର ଅତୀତକୁ ଭୁଲି ପାରିବେ। ବିବେକ ସେହି ସମୟରେ ତାଙ୍କ ମାତା ଯଶୋଦରା ଓବରାୟଙ୍କ ସହ ଲଣ୍ଡନରେ ଥିଲେ। ବିବେକଙ୍କ ମା’ ତାଙ୍କୁ କହିଥିଲେ ଯେ ପ୍ରିୟଙ୍କା ଫ୍ଲୋରେନ୍ସରେ ଅଛନ୍ତି ଏବଂ ସେ ଯାଇ ତାଙ୍କୁ ଭେଟିବାକୁ କହିଥିଲେ। କିନ୍ତୁ ବିବେକ ପ୍ରିୟଙ୍କାଙ୍କୁ ଭେଟିବାକୁ ପ୍ରସ୍ତୁତ ନ ଥିଲେ। ସେ ତାଙ୍କ ମା’ଙ୍କୁ କହିଥିଲେ ଯେ ଯଦି ପ୍ରିୟଙ୍କା ତାଙ୍କୁ ପସନ୍ଦ କରନ୍ତି, ତେବେ ସେ ପ୍ରଥମେ ତାଙ୍କୁ ଏକ ବର୍ଷ ପାଇଁ ଡେଟ କରିବେ ଏବଂ ପରବର୍ତ୍ତୀ ବର୍ଷ ତାଙ୍କୁ ବିବାହ କରିବେ। ବିବେକଙ୍କ ମା’ ଏହି ସର୍ତ୍ତରେ ରାଜି ହୋଇଥିଲେ ଏବଂ ବିବେକ ପ୍ରିୟଙ୍କାଙ୍କୁ ଭେଟିବା ପାଇଁ ଫ୍ଲୋରେନ୍ସ ଯାଇଥିଲେ। ବିବେକ ପ୍ରିୟଙ୍କାଙ୍କୁ ଏତେ ପସନ୍ଦ କରିଥିଲେ ଯେ ସେ ଗୋଟିଏ ବର୍ଷ ଅପେକ୍ଷା କରି ନ ଥିଲେ ଏବଂ ୨୦୧୦ରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?