ମୃତଦେହ ପାଖକୁ ଆସିଲେନି ଘର ଲୋକେ

କେନ୍ଦୁଝର,୧୪।୫(ସ୍ବ.ପ୍ର/ଡି.ଏନ୍‌.ଏ.): କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେଶନରେ ଥିବା କେନ୍ଦୁଝର ଜିଲା ଶୁଆକାଟୀର ପ୍ରହଲ୍ଲାଦ ସେଠୀଙ୍କ ଗୁରୁବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ମୃତଦେହ ପାଖ ମାଡି ନ ଥିଲେ। ଏପରିକି ଅନ୍ତିମ ସଂସ୍କାର କରିବାକୁ ଆଗେଇ ଆସି ନ ଥିଲେ। ଗାଁ ଲୋକେ ମଧ୍ୟ କେହି ସହଯୋଗର ହାତ ବଢ଼ାଇ ନ ଥିଲେ। ଫଳରେ ମୃତଦେହ ଘର ବାରଣ୍ଡାରେ ପଡ଼ି ରହିଥିଲା। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବହୁ ଚେଷ୍ଟା ସତ୍ତ୍ୱେ କେହି ଶେଷକୃତ୍ୟ ଲାଗି ଆଗେଇ ଆସି ନ ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଶୁଆକାଟୀର ଲୋକପ୍ରତିନିଧି ଓ ସ୍ବେଚ୍ଛାସେବୀ ଆଗେଇ ଆସି ଅନ୍ତିମ ସଂସ୍କାର କରିଥିଲେ। ନାଏବ ସରପଞ୍ଚ ପଞ୍ଚାନନ ବାରିକ, ୱାର୍ଡମେମ୍ବର ସୌମ୍ୟରଞ୍ଜନ ସାହୁ ଓ ସାମାଜିକ କର୍ମୀ ଅଞ୍ଜନ କୁମାର ବେଜ ମୃତକଙ୍କ ଘରକୁ ଯାଇ ପିପିଇ କିଟ୍‌ ପିନ୍ଧି ବାରଣ୍ଡାରେ ପଡ଼ି ରହିଥିବା ମୃତଦେହକୁ ସତ୍କାର ପାଇଁ ନେଇଥିଲେ। ଶୁଆକାଟୀ କଲେଜ ପଡ଼ିଆ ପଛପଟେ ଅନ୍ତିମ ସତ୍କାର କରାଯାଇଥିଲା। ମୃତକଙ୍କ ପୁଅ ସୂର୍ଯ୍ୟକାନ୍ତ ସେଠୀ, ବାଂଶପାଳ ବିଡିଓ ଉଗ୍ରସେନ ଓରାମ, ତହସିଲଦାର ସପନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ ବଜ୍ରପାତ: ୫ ମୃତ, ୨ ଗୁରୁତର

କେନ୍ଦ୍ରାପଡ଼ା ଅଫିସ/ପାଟକୁରା, ୨୧।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଅଞ୍ଚଳରେ ବଜ୍ରପାତରେ ବୁଧବାର ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମହାକାଳପଡ଼ା କରଞ୍ଜ ଗାଁରେ...

ଥାନା ହାଜତରେ ମୃତ୍ୟୁ ଘଟଣା: କେ.ରମେଶଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ୧୬ କ୍ଷତଚିହ୍ନ

ପୁରୀ ଅଫିସ,୬ା୧୨: ପୁରୀ ବାସେଳିସାହି ଥାନା ହାଜତରେ ନଭେମ୍ବର ୧୯ରେ କେ. ରମେଶ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ହେପାଜତରେ ଏହି ଘଟଣା...

୧୧ହଜାର ବସ୍ତା ସିମେଣ୍ଟ ଜବତ

କଟକ ଅଫିସ,୨୩ା୧୨: କଟକ ଜଗତ୍‌ପୁର ଅଞ୍ଚଳରେ ଥିବା ଏକ ସିମେଣ୍ଟ ଗୋଦାମ ଉପରେ ମଙ୍ଗଳବାର ପୋଲିସ ଚଢାଉ କରିଥିଲା। ସେଠାରୁ ପ୍ରାୟ ୧୦ ହଜାର ବସ୍ତା...

ବ୍ରାଉନସୁଗାର କାରବାର: ଖୁବ୍‌ଶୀଘ୍ର ଚାକିରିରୁ ବିଦା ହେବେ କନଷ୍ଟେବଳ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ପୋଲିସ ବିଭାଗରେ ଥାଇ କରୁଥିଲେ ବ୍ରାଉନସୁଗାର ବେପାର। କ୍ୟୁଏଟି ଓ ନୟାପଲ୍ଲୀ ଥାନା ପୋଲିସ ଦ୍ୱାରା ଏହା ଧରାପଡ଼ିବା ପରେ ଗିରଫ ହୋଇଛନ୍ତି ଭୁବନେଶ୍ୱର...

ବେଆଇନ ମଦ କାରବାର: ୧୯୩ ଲିଟର ମଦ ଜବତ, ୮ ଗିରଫ

ଛତ୍ରପୁର, ୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ମଦ କାରବାର ହେଉଥିବା ନେଇ ଗୁରୁବାର ସନ୍ଧ୍ୟାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ...

୩ ବଖରା ଗଳିଗଲା

ଖଲ୍ଲିକୋଟ,୧୪ା୧୦(ଡି.ଏନ.ଏ.)-ଖଲ୍ଲିକୋଟ ବ୍ଲକ ମାଣିକ୍ୟପୁର ପଞ୍ଚାୟତ ମାଟିଆ ସାହିରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୩ ବଖରା ଭସ୍ମୀଭୂତ ହୋଇଯାଇଛି । ଗ୍ରାମର...

ଅନୁଧ୍ୟାନ କଲେ ଏସ୍‌ପି

ସମ୍ବଲପୁର, ୩୦।୩ (ବ୍ୟୁରୋ)- ସଂପ୍ରତି ଲକ୍‌ ଡାଉନ ଯୋଗୁ ସମ୍ବଲପୁର ସହର ପ୍ରଭାବିତ ହୋଇଛି । ଜନସାଧାରଣ ନିହାତି ଜରୁରୀ ନଥିଲେ ଘରୁ ବାହାରକୁ ବାହାରିବାକୁ...

ବର୍ଷା, କୁହୁଡ଼ି: ୟେଲୋଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଶୀତର ପ୍ରକୋପ ନାହିଁ। ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ହୋଇଛି। ଆକାଶ ମେଘାଚ୍ଛନ୍ନ ରହୁଥିବାରୁ ଶୀତ କମି ଯାଇଛି। ଆସନ୍ତା ୨୪...

Advertisement


Archives

Model This Week

Why Dharitri