ଆଖି ବୁଜିଲା ‘ହିରୋ’

ଢେଙ୍କାନାଳ ଅଫିସ,୧୪।୫
କରୋନା ମହାମାରୀ ସମୟରେ ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନରୁ ଆସିଛି ଦୁଃଖଦ ଖବର। ଏଠାକାର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ପରିସରରେ ରହୁଥିବା ଅଣ୍ଡିରା ହାତୀ ହିରୋର ହଠାତ୍‌ ମୃତ୍ୟୁ ଘଟିଛି। ପେଟରେ ଟ୍ୟୁମର, ବ୍ରେନ୍‌ ହାମରେଜ୍‌ କିମ୍ବା ହୃଦ୍‌ଘାତରେ ଏହାର ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରାଯାଉଛି। ସୁସ୍ଥ ଅବସ୍ଥାରେ ଥିବା ବେଳେ ହିରୋର ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ ନା ନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ରେସ୍‌କ୍ୟୁ ସେଣ୍ଟରରେ ଥିବା ଅନ୍ୟ ୪ ହାତୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିଛି।
ସମ୍ବଲପୁର ଜିଲା ବାମରା ସଂରକ୍ଷିତ ଜଙ୍ଗଲରୁ ୨୦୧୮ରେ ଉଦ୍ଧାର ହୋଇ ଆସିଥିଲା ହିରୋ। ଏହାର ଆନୁମାନିକ ବୟସ ୪ ବର୍ଷ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ସବୁଦିନ ପରି ହିରୋ ରେସକ୍ୟୁ ସେଣ୍ଟରରୁ ବାହାରି ଏହାର ପରିସରରେ ବୁଲାବୁଲି କରିବା ସହିତ ଗଛ ଡାଳ ଖାଇଥିଲା। ମଧ୍ୟାହ୍ନ ସାଢ଼େ ୧୨ଟାରେ ଜଣେ କର୍ମଚାରୀ ଘାସ ଆଣିବାକୁ ଯାଇଥିବା ବେଳେ ତାଙ୍କ ସହିତ ହିରୋ ଫେରିଥିଲା। ରେସ୍‌କ୍ୟୁ ସେଣ୍ଟର ପାଖକୁ ଆସିବା ପରେ ହଠାତ୍‌ ସେ ଆଣ୍ଠେଇ ପଡ଼ିଥିଲା ା ଏହାର କିଛି ସମୟ ପରେ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ପାଇ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି ପହଞ୍ଚତ୍ ତଦନ୍ତ କରିଛନ୍ତି। ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି। ଅନ୍ୟ ୪ ହାତୀଙ୍କ ରକ୍ତ ନମୁନା ସଂଗ୍ରହ କରି ଭୁବନେଶ୍ୱର ପଠାଯାଇଛି। ରେସ୍‌କ୍ୟୁ ସେଣ୍ଟରରେ କାର୍ତ୍ତିକ, ଉମା, ଚନ୍ଦୁ, ପଦ୍ମା, ହିରୋ ରହୁଥିଲେ। ଏବେ ଏହି ସଂଖ୍ୟା ୪କୁ ଖସିଆସିଛି। ସେହିପରି ତାଳଚେର ବନାଞ୍ଚଳରୁ ଉଦ୍ଧାର ହୋଇ ଆସିଥିବା ନରହନ୍ତା ଦନ୍ତା ରାଜେଶକୁ ସ୍ବତନ୍ତ୍ର ଏନ୍‌କ୍ଲୋଜରରେ ରଖାଯାଇଛି।
କପିଳାସ ପ୍ରାଣୀ ଉଦ୍ୟାନରେ ଥିବା ବନ୍ୟପ୍ରାଣୀ ଏବଂ ଉଦ୍ଧାର କେନ୍ଦ୍ରରେ ଥିବା ହାତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ଫଳରେ ଚିଡ଼ିଆଖାନାରେ ଥିବା ଜୀବଜନ୍ତୁଙ୍କୁ ଆବଶ୍ୟକ ସମୟରେ ସେବା ମିଳିପାରୁନାହିଁ, ଯାହା ଏବେ ଚିନ୍ତାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ କୁହନ୍ତି, ସୁସ୍ଥ ହାତୀର ଏଭଳି ହଠାତ୍‌ ମୃତ୍ୟୁ ଘଟିବାର କାରଣ ଅସ୍ପଷ୍ଟ ରହିଛି। ପେଟରେ ଟ୍ୟୁମର, ବ୍ରେନ୍‌ ହାମରେଜ୍‌ କିମ୍ବା ହୃଦ୍‌ଘାତରେ ହିରୋର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। କପିଳାସ ପ୍ରାଣୀ ଉଦ୍ୟାନ ଓ ରେସ୍‌କ୍ୟୁ ସେଣ୍ଟରରେ ହାତୀଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିବାକୁ ଠିକାରେ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ନିୟୋଜିତ କରିବା ଲାଗି ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି। ଖୁବ୍‌ଶୀଘ୍ର ଏଠାରେ ଜଣେ ବରିଷ୍ଠ ଚିକିତ୍ସକଙ୍କୁ ନିଯୁକ୍ତ କରାଯିବ। ସେହିପରି କରୋନା ସଂକ୍ରମଣ ଜନିତ ମୃତ୍ୟୁ ବିଷୟରେ ଦୃଷ୍ଟି ଆକର୍ଷଣ କରାଯିବାରୁ ଜିଲା ବନଖଣ୍ଡ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି।
ମାହୁନ୍ତ ମ୍ରିୟମାଣ
କପିଳାସ ହାତୀ ରେସ୍‌କ୍ୟୁ ସେଣ୍ଟରରେ ପାଖାପାଖି ୩ ବର୍ଷର ରହଣି ଭିତରେ ହିରୋ ସାଜିଥିଲା ପ୍ରମୁଖ ଆକର୍ଷଣ। କୌତୁକିଆ ସ୍ବଭାବ ଲାଗି ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକମାନେ ଏହା ସହିତ ସମୟ ଅତିବାହିତ କରିବାକୁ ଭଲ ପାଉଥିଲେ। ନିୟମିତ ପ୍ରଶିକ୍ଷଣରେ ମାହୁନ୍ତଙ୍କ ସହ ଏହାର ସମ୍ପର୍କ ନିବିଡ଼ ହୋଇଯାଇଥିଲା। ତେବେ ହଠାତ୍‌ ହିରୋର ଏଭଳି ମୃତ୍ୟୁରେ ମାହୁନ୍ତ, ରେସକ୍ୟୁ ସେଣ୍ଟର କର୍ମଚାରୀ ଏବଂ ବନ କର୍ମଚାରୀ ମ୍ରିୟମାଣ ହୋଇପଡ଼ିଛନ୍ତି। ବ୍ୟବଚ୍ଛେଦ ପରେ ମୃତଦେହ ପୋତାଯିବା ବେଳକୁ ସମସ୍ତଙ୍କ ଆଖିରେ ଜକେଇ ଆସିଥିଲା ଲୁହ, ଯାହା ଚିଡ଼ିଆଖାନା ପରିବେଶକୁ ଭାବାବେଗ କରିଦେଇଥିଲା। ସୂଚନାଯୋଗ୍ୟ, ରେସ୍‌କ୍ୟୁ ସେଣ୍ଟରରେ ସ୍ବାସ୍ଥ୍ୟଗତ କାରଣରୁ ପୂର୍ବରୁ ୨ ହାତୀ ଶାବକଙ୍କ ମୃତ୍ୟୁ ଘଟିଥିଲା। ହିରୋର ମୃତ୍ୟୁ ପରେ ଏହି ସଂଖ୍ୟା ୩ରେ ପହଞ୍ଚତ୍ଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ପଶିଲା ଦନ୍ତା

ରୂପସା,୯।୬( ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ନୀଳବାଡି ଗାଁକୁ ଗୁରୁବାର ସକାଳେ ଏକ ଦନ୍ତା ପଶି ଆସିଥିଲା। ହାତୀଟି ରାମେଶ୍ୱର ଦାସଙ୍କ ଘରେ...

ଆଜି ରାଜ୍ୟରେ ୨୮୭ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ ରବିବାର ୨୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୬୨ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ...

ଅଧ୍ୟବସାୟ ଆଗରେ ହାରିଲା ଅନଟନ

ପରଜଙ୍ଗ, ୯।୧୦(ଡି.ଏନ୍‌.ଏ.): ବାପା ଦିନ ମଜୁରିଆ। ସାରା ଦିନ କଟେ ହାଡ଼ଭଙ୍ଗା ପରିଶ୍ରମରେ। ସଂସାର ରଥକୁ ଚଳାଇ ନେବାକୁ ମା’ଙ୍କର ଅବଦାନ ବି କମ୍‌ ନୁହେଁ।...

ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲାନି ଏକାଦଶ: ହାଇକୋର୍ଟ ଯିବାକୁ ଅଭିଭାବକଙ୍କ ଚେତାବନୀ

ନୟାଗଡ଼ ଅଫିସ,୨୬।୫-ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ବର୍ଷ ଏକାଦଶ ଶ୍ରେଣୀ ନ ଖୋଲିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଅଭିଭାବକ ସଂଘ ଏ ନେଇ ହାଇକୋର୍ଟ...

ରାସ୍ତାକଡ଼ରୁ ଉଦ୍ଧାର ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୧।୮: ଖୋର୍ଦ୍ଧା ସଦର ଥାନା ଗୁଡୁମ ବେରୁଁଆ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବା ଅଜଣା ବ୍ୟକ୍ତିଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ତାଙ୍କ ବୟସ...

ମାଙ୍କଡ଼ ଆକ୍ରମଣରେ ଛାତରୁ ପଡ଼ି ମହିଳାଙ୍କ ମୃତ୍ୟୁ

ବିଞ୍ଝାରପୁର/ବରୀ,୪ା୧ (ଡି.ଏନ.ଏ/ସ୍ବ.ପ୍ର.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରିଲୋ ଗ୍ରାମରେ ଶୁକ୍ରବାର ଜଣେ ମହିଳାଙ୍କୁ ମାଙ୍କଡ଼ ଆକ୍ରମଣ କରିବାରୁ ସେ ଛାତରୁ ଖସି ପଡ଼ି...

ବଢ଼ିଛି ମହିଳା ସଙ୍କୀତ୍ତର୍ର୍ର୍ନ ମଣ୍ଡଳୀର ଆଦୃତି

କେନ୍ଦୁଝର,୨୧।୩-ସମାଜରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ସହ କିଛି ରୋଜଗାର କରି ପେଟ ପୋଷିବା ଲାଗି ମହିଳାମାନେ ଆଗଭର ହୋଇ ପାଲା, ସଙ୍କୀତ୍ତର୍ର୍ନ ଭଳି କାର୍ଯ୍ୟକୁ...

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ଅଶ୍ରୁଳ ବିଦାୟ

ବରଗଡ଼ ଅଫିସ/ପଦ୍ମପୁର,୪।୧୦: ବରଗଡ଼ ଜିଲା ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ମଙ୍ଗଳବାର ଅଶ୍ରୁଳ ବିଦାୟ ଦିଆଯାଇଛି । ଏକ...

Advertisement
Archives

Model This Week